ଭାଦ୍ରମ ମାସର କୃଷ୍ଣପକ୍ଷ ରାତ୍ରି
ଅଷ୍ଟମୀ ତିଥିରେ
ଅବତାରୀ ରୂପେ କୃଷ୍ଣ ଜନ୍ମ ନେଲେ
କଂସାସୁର ବନ୍ଦୀଘରେ।
ବସୁଦେବ ପତ୍ନୀ ଦେବକୀ କାନ୍ଦନ୍ତି
ପୂତ୍ରକୁ କୋଳରେ ଧରି
ଶୂନ୍ୟବାଣୀ ହେଲା ଆକାଶମାର୍ଗରୁ
ଉଭାହେଲେ ଚକ୍ରଧାରୀ।
ନିଦ୍ରାଗ୍ରସ୍ତ ହେଲେ ଜାଗ୍ରତ ପ୍ରହରୀ
ଫିଟିଗଲା ହାତକଡି
ନିଶାର୍ଦ୍ଧ ପ୍ରହର ଘୋର ବର୍ଷାକାଳ
ଭୟଙ୍କର ଘଡଘଡି।
କଅଁଳ ଶିଶୁକୁ ମଥାରେ ଧରିଣ
ବସୁଦେବ କଲେ ଯାତ୍ରା
ଆପେ ଦୁଇଫାଳ ହୋଇଲା ଯୁମନା
କୃଷ୍ଣ ଦେଲା ପରେ ବାର୍ତ୍ତା।
ବାଟ ଚାହିଁଥିଲେ ଗୋପ ଯଶୋମତୀ
ପୁତ୍ରକୁ କୋଳକୁ ନେଇ
ସତ୍ୟ ପାଳିଲେ ବସୁଦେବ ହସ୍ତେ
ବିଜୁଳିକନ୍ୟାକୁ ଦେଇ।
କ୍ରନ୍ଦନ ଶୁଣିଣ କଂସ ମହାରାଜ
ଚଳିଲେ ଦେବକୀ ପାଶେ
ମୃତ୍ୟୁ କବଳରୁ ହୋଇ ଅନ୍ତର୍ଧାନ
ଆକାଶମାର୍ଗରେ ହସେ।
ବିଜୁଳିକନ୍ୟା ଯେ ମାତାଙ୍କର ରୂପ
ଅଟନ୍ତି ସେ ମହାମାୟୀ
ଅଭୟର ବାଣୀ ଶୁଣି ସେ ମୃତ୍ୟୁର
ଭୟ ଯାଇଥିଲା ପାଇ।
ପେଶିଥିଲା ଯେଉଁ ପୁତନା ଶକଟା
ସଭିଙ୍କୁ କରିଲେ ଧ୍ବଂସ
ଅସୁରଗଣଙ୍କୁ ସମୂଳେ ବିନାଶି
କଂସକୁ କରିଲେ ନାଶ।
ପାପ ନାଶ କରି ସତ୍ୟକୁ ଉଧାରି
ସ୍ଥାପନ୍ତି ପୂଣ୍ଣ୍ୟଭୂମି
ଯୁଗେଯୁଗେ ସିଏ ଭକ୍ତର ପୂଜାରୀ
ଅଟନ୍ତି ସେ ଅନ୍ତର୍ଯ୍ୟାମୀ।
ସରୋଜ କୁମାର ସାହୁ
ଅଷ୍ଟମୀ ତିଥିରେ
ଅବତାରୀ ରୂପେ କୃଷ୍ଣ ଜନ୍ମ ନେଲେ
କଂସାସୁର ବନ୍ଦୀଘରେ।
ବସୁଦେବ ପତ୍ନୀ ଦେବକୀ କାନ୍ଦନ୍ତି
ପୂତ୍ରକୁ କୋଳରେ ଧରି
ଶୂନ୍ୟବାଣୀ ହେଲା ଆକାଶମାର୍ଗରୁ
ଉଭାହେଲେ ଚକ୍ରଧାରୀ।
ନିଦ୍ରାଗ୍ରସ୍ତ ହେଲେ ଜାଗ୍ରତ ପ୍ରହରୀ
ଫିଟିଗଲା ହାତକଡି
ନିଶାର୍ଦ୍ଧ ପ୍ରହର ଘୋର ବର୍ଷାକାଳ
ଭୟଙ୍କର ଘଡଘଡି।
କଅଁଳ ଶିଶୁକୁ ମଥାରେ ଧରିଣ
ବସୁଦେବ କଲେ ଯାତ୍ରା
ଆପେ ଦୁଇଫାଳ ହୋଇଲା ଯୁମନା
କୃଷ୍ଣ ଦେଲା ପରେ ବାର୍ତ୍ତା।
ବାଟ ଚାହିଁଥିଲେ ଗୋପ ଯଶୋମତୀ
ପୁତ୍ରକୁ କୋଳକୁ ନେଇ
ସତ୍ୟ ପାଳିଲେ ବସୁଦେବ ହସ୍ତେ
ବିଜୁଳିକନ୍ୟାକୁ ଦେଇ।
କ୍ରନ୍ଦନ ଶୁଣିଣ କଂସ ମହାରାଜ
ଚଳିଲେ ଦେବକୀ ପାଶେ
ମୃତ୍ୟୁ କବଳରୁ ହୋଇ ଅନ୍ତର୍ଧାନ
ଆକାଶମାର୍ଗରେ ହସେ।
ବିଜୁଳିକନ୍ୟା ଯେ ମାତାଙ୍କର ରୂପ
ଅଟନ୍ତି ସେ ମହାମାୟୀ
ଅଭୟର ବାଣୀ ଶୁଣି ସେ ମୃତ୍ୟୁର
ଭୟ ଯାଇଥିଲା ପାଇ।
ପେଶିଥିଲା ଯେଉଁ ପୁତନା ଶକଟା
ସଭିଙ୍କୁ କରିଲେ ଧ୍ବଂସ
ଅସୁରଗଣଙ୍କୁ ସମୂଳେ ବିନାଶି
କଂସକୁ କରିଲେ ନାଶ।
ପାପ ନାଶ କରି ସତ୍ୟକୁ ଉଧାରି
ସ୍ଥାପନ୍ତି ପୂଣ୍ଣ୍ୟଭୂମି
ଯୁଗେଯୁଗେ ସିଏ ଭକ୍ତର ପୂଜାରୀ
ଅଟନ୍ତି ସେ ଅନ୍ତର୍ଯ୍ୟାମୀ।
ସରୋଜ କୁମାର ସାହୁ
ଆଠଗଡ,କଟକ

No comments:
Post a Comment