Tuesday, August 11, 2020

(((((((ଏହି ମୋର ପରିଚୟ))))

କବିତାରେ ଦେଲି    ପରିଚୟ ମୋର
        ବନ୍ଧୁ ଅବଗତ ପାଇଁ 
ସମ୍ପର୍କ ଭିତରେ ସନ୍ଦେହ ନ ରଖି 
         ବନ୍ଧୁତ୍ୱ ସୁଦୃଢ ପାଇଁ l

ରାଜ୍ୟ ମୋ ଓଡିଶା  ଜିଲ୍ଲା ବାଲେଶ୍ବର
    ଖଇରା ଗ୍ରାମେ ମୋ ଘର
ବାପାମାଆ ମୋର     ଅତିବ ଗରିବ
        ସୁଖ ମୋର ସାତପର  ।୨।

ତିନିଭାଇ ମଧ୍ଯେ      ପୁତ୍ର ମୁଁ ମଧ୍ଯମ
         ନାମଟି ମୋର ନରେନ୍ଦ୍ର
ପାଠପଢା ପାଇଁ      ଯାଇଥିଲି ଦିନେ
         ପାଖ ଗାଁ ଶିକ୍ଷାକେନ୍ଦ୍ର  ।୩।

କହିଲେ ଗୁରୁଜୀ     ମାଆକୁ ବୁଝାଇ
       ରହିବନି ଦୁଃଖ ତୋର
ବଡ଼ହେବ ଦିନେ    ଏହି ପିଲା ତୋର
        ଜଗତେ ହୋଇବ ସାର  ।୪।

ଖଇରା କଲେଜ      ଛାତ୍ର ଅଟେ ମୁହିଁ
        ଶିକ୍ଷା ମୋର ଯୁକ୍ତ ଦୁଇ
ଅର୍ଥ ଅଭାବରୁ     ପାଠ ପଢlରେ ମୁଁ 
       ପାରିଲି ନାହିଁ ଆଗେଇ ।୫।

କଲିକତା ଯାଇ       ହେଲି ଡ୍ରାଇଭର
        ଚଳାଇଲି କେତେ ଗାଡି
ଫେରିଲି ଓଡିଶା      ଦେଖିଲି ପଡିଶା
        ନେଇଛନ୍ତି ଜମିବାଡ଼ି  ।୬।

ଧରିଲି ମୁଁ ଗୁରୁ       ହୋଇଲି ଅମିନ
         ମାପକଲି ଜମିବାଡ଼ି
ଭୟରେ ପଡିଶା     ପଳାଇଲେ ଛାଡି
         ରଖିଲି ତାକୁ ସଜାଡି  ।୭।

ରାଜସ୍ଵ କାର୍ଯ୍ୟରେ     ମନଦେଇ ପୁଣି 
          କରିଲି ତାକୁ ନିଜର
ଲୋକଙ୍କ ସେବାରେ     ଦେଇ ମନପ୍ରାଣ
          କିଛି କଲି ରୋଜଗାର  ।୮।

ଘଡି ଓ ରେଡ଼ିଓ      ମରାମତି କାର୍ଯ୍ୟେ
        ବୁଝିଲାନି ମୋର ମନ
ସାଙ୍ଗ ବ୍ରହ୍ମାନନ୍ଦ      ପଣ୍ଡା ସାମ୍ବାଦିକ
        କହିଲେ ହେବୁ ମହାନ  ।୯।

ବୁଝାଇଣ ମୋତେ       କଲେ ସାମ୍ବାଦିକ
         ଜାଣିଲା ସାରା ଓଡିଶା
ତଥାପି ମନ ମୋ      ବୁଝିଲା ତ ନାହିଁ
          ମନେକଲି ଉଚ୍ଚ ଆଶା ।୧୦।

ହାତରେ ଧରିଲି     କାଗଜ କଲମ
          ସାହିତ୍ୟରେ ଦେଲି ମନ
କବି ଓ ଲେଖକ       ସଂଗ୍ରାହକ ନାମେ
         ପାଉଛି ଆଜି ସମ୍ମାନ  ।୧୧।

ଆଉ ଯେତେ ପଦ       ପଦବୀ ରହିଲା
         ସମୟ ହେଲେ କହିବି
ରଖିଥାଅ ମନେ       ଜାଣିଥାଅ ମୋତେ
         ନିଶ୍ଚୟ କାର୍ଯ୍ୟେ ଲାଗିବି  ।୧୨।

ସାରା ଓଡ଼ିଶାର       ସାହିତ୍ୟ ଜଗତେ
        ଜାଣିଛନ୍ତି କେତେ ଲୋକ
ଜାତି ମୋ କୁମ୍ଭାର      ନରେନ୍ଦ୍ର ବେହେରା
          ଧରିଛି ଧୈର୍ଯ୍ୟ ଅନେକ  ।୧୩।

ସତେଇଶ ଗୋଟି       ଦେଶେ ପରିଚିତ
        କେବଳ ସାହିତ୍ୟ ପାଇଁ
ଦୁଃଖ ମୋର ଆଜି       ହେଉନାହିଁ ଶେଷ
        କାନ୍ଦୁଛି ମୁଁ କଇଁ କଇଁ  ।୧୪।

ସାହିତ୍ୟ ଜଗତେ      କବି କବୟିତ୍ରୀ
         ସମସ୍ତେ ଭଉଣୀ ଭାଇ
ହାତଯୋଡି ମୁହିଁ       କରୁଛି ଗୁହାରୀ
         ଦେବନି କେବେ ଦୂରେଇ  ।୧୫।

ଅତି ଆଦରରେ        ଗାଆଁରେ ଡାକନ୍ତି
        ହରି ଭାଇ ନାମଧରି
ହରି ନାମେ ମୁହିଁ       ପରିଚିତ ଏଠି
        ଚାଲଇ ସଭିଙ୍କୁ ଧରି  ।୧୬।
     
 ସବୁଠୁ ଗରିବ       ସାହିତ୍ୟ ଜଗତେ
        ତଥାପି କରୁନି ଭୟ
କବିତା ମାଧ୍ଯମେ      ଜଣାଏ ତୁମକୁ
         ଏହି ମୋର ପରିଚୟ  ।।୧୭।।

ସମ୍ପାଦକ-ମୋ ଅନୁଷ୍ଠାନ, 
କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, 
ଆଳଦା, ଖଇରା,ବାଲେଶ୍ବର

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy