Wednesday, August 12, 2020

ଗଣେଶ ବନ୍ଦନା



ଜୟ ଜୟ ଗଣ ପତି ହେ ତୁମେ ସୁଦୟା କର 
ଛୋଟ ଶିଶୁ ମୁଯେ ଜାଣେନା ପୂଜେ ତୁମ ପୟର    l୧
ଭାଦ୍ର ଶୁକ୍ଳ ପକ୍ଷ ଚର୍ତୁଥି ତୁମ ପୂଜା ହୁଅଇ 
ବିଘ୍ନ ବିନାଶକ ପ୍ରଭୁ ହେ ଜ୍ୟୋତି ଦିଅ ଜଳାଇ        l୨
ଅଜ୍ଞାନତା ଦୂର କର ହେ କୃପା ବରଷି ଦେଇ 
ଅବିଦ୍ୟା ନାଗୁଣୀ ନ ଦଂଶୁ ଦିଅ ବିଦ୍ୟା ବତାଇ       l୩ 
ଗଉରୀ ତନୟ ଗଣେଶ ବିଦ୍ୟା ବୁଦ୍ଧି ସାଗର 
ଅଗ୍ରପୂଜ୍ୟ ଗଣ ନାଥ ହେ ତୁମେ ଶ୍ରୀଲମ୍ବୁଦର     l୪                  
ସତ୍ୟ ଶାନ୍ତି ଦୟା ସୁଗୁଣ ମୋର ହୃଦୟେ ରହୁ 
ତୁମ ନାମ ସଞ୍ଜ ସକାଳେ ମୋର ତୁଣ୍ଡରେ ଥାଉ     l୫ 
କ୍ରୋଧ ହିଂସା ଠାରୁ ଦୂରରେ ତୁମେ ରଖିବ ମୋତେ 
ଛୋଟ ପିଲା ମୁଁ ତ ଜାଣିନି ଭଲ ଅସାର କେତେ    l୬
ନ ଜlଣେ ମୁଁ ପୂଜା ଅର୍ଚ୍ଚନା ଘେନ ପ୍ରାର୍ଥନା ମୋର 
ଭକ୍ତି ଫୁଲ ଦେଲି ଚରଣେ ପ୍ରଭୁ କଲି ଜୁହାର         l ୭

ବାସନ୍ତୀ ଲତା ଜେନା, 
ଗାନ୍ଧିନଗର, ନବରଙ୍ଗପୁର  l

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy