Saturday, August 8, 2020

ଅଭିଶପ୍ତ

  

ଭଙ୍ଗା ଅଣ୍ଟା ରେ ଠିଆ ହୋଇ 
ସଜାଡି ଚଢେଇ ବସା 
ଝୋଟ ପରି ଉଡି ଯାଏ 
ସଜଳ ମେଘ ର  ପବନେ 
ହୁଏ ଲୋକ ହସା |


ଯୌବନ କୋଣାର୍କ ପାଇଥିଲା ଯାହା 
ସପ୍ତ ସିନ୍ଧୁ ର  ହୀରା 
କେଉଁ ବନ କେଉଁ ମରୁ ରେ ହଜିଛି 
ମିଳୁନାହିଁ ଆଜି ତାହା 
ତଥାପି ଶ୍ରାବଣ ଆସିଛି 
ମିଳିନାହିଁ ହସ 
ଯାହା ବାକି ଅଛି ଧୋଇ ସେ ନେଇଛି 
ଦିଶୁଛି ବିଦୀର୍ଣ୍ଣ ଶସ୍ୟ କ୍ଷେତ |


ଉଜାଡି ଦେଇଛି ସବୁକିଛି 
ବାକି ଅଛି ବରଷା ଭିଜା ଦେହ 
ଝରୁଥିବା ଆଖିର ଲୁହ 
ତାକୁ ବି ନେଇଛି 
ମନ ର ଅକୁହା କଥା 
ଗୁପ୍ତ ଧନ ପରି ସାଇତି 
ବଣ ମଲ୍ଲୀ ହୋଇ ପଡିଛି 
ଆଖିର ଲୁହ ଆଖିରେ ରହି 
ବର୍ଷା ପାଣିରେ ଯାଇଛି ବହି |


ଆରତୀ କୁମାରୀ ବେହେରା 
ଭଞ୍ଜନଗର

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy