ଏଠି ସେଠି ସବୁଠି
ଗୋଟିଏ ଚର୍ଚ୍ଚା
କାଳେ ମୁଁ ତୁମ ଦେହରୂପି
ମନ୍ଦିର ଗାତ୍ରରେ
ପାଲଟି ଯାଇଛି
ନୀରବରେ...
ସ୍ତ୍ରୋତ୍ର ପାଠ କରୁଥିବା
ସେଇ ମୁଗୁନି ପଥରର
ସଂଭ୍ରମ ନୟନେ
ଚାହିଁରହିଥିବା ଏକ
ଅର୍ଦ୍ଧ କ୍ଷୟ ପ୍ରାପ୍ତ ମୂର୍ତ୍ତୀ ାା
ସମୟର ତଡିତ
ଆଘାତରେ ଯିଏ
ଯନ୍ତ୍ରଣା ସିକ୍ତ ହୋଇ
ଅଭ୍ୟାସ କରୁଛି
ଜୀବନ ଜିଇଁବାର କଳା
ପ୍ରତି ନିତି ଆଉ
ଆଙ୍କୁଛି କିଛି
ଅନାବନା ଚିତ୍ରରାଜୀ
ମିଛରେ ଡିଣ୍ଡିମ ପିଟି
ଫାଙ୍କା ରାସ୍ତାରେ
ଯଦିଓ ଜରଦଗବମାନେ
ପ୍ରିତି ମୁହୂର୍ତ୍ତରେ ଅଛନ୍ତି
ଗୋଡ ଟାଣିବାକୁ କିନ୍ତୁ
ମୁଁ କୁଆଡେ ଗତିଶୀଳ
ପାହାଚ ପରେ ପାହଚ
ଅତିକ୍ରମ କରି ତୁମ ଆଡେ
ମୋକ୍ଷ ପାଇବାକୁ ାା
ଏଠି ମିଛରେ
ବାହାସ୍ପୋଟ ମାରି
ମାରିନିଅନ୍ତି କୁଆଡେ
ଯେତେ ସବୁ
ନାମକରା ମହାପାତ୍ରେ
ଆଉ କଷ୍ଟଲବ୍ଧ ଫଳକୁ
ଚାହିଁ ରହିଥାନ୍ତି ଯେତେ
ସବୁ ନିଷ୍କପଟୀ ଜଳକା
କିନ୍ତୁ ମୁଁ କୁଆଡେ ନିଆରା
ତୁମ ବାହୁ ବନ୍ଧନରେ
ଆବଦ୍ଧ ଶରାଘାତ ପାରା
ଯିଏ କି ଉଡିବ ଉଡିବ ଭାବୁଛି
ହେଲେ ପାରୁନି ବୋଲି
ମତେ ଅଳ୍ପ ରେ ନ ବୁଝି
କୁହେ ଏ ଜଗତ ସାରା ାା
(©ତ୍ରିନାଥ ବେହେରା,ବଡକୋଦଣ୍ଡା ଭଞ୍ଜନଗର )

Thank you
ReplyDelete