Saturday, August 1, 2020

ଫେରି ଆସ ଗାନ୍ଧୀ

ଫେରି ଆସ ଗାନ୍ଧୀ


କେତେ ଦିନ ପରେ ଆଜି ଯେମିତି
ମନେ ହେଉଛି ସ୍ୱାଧୀନତା ହଜିଛି
ଅଦୃଶ୍ୟ ଭୟରେ
ଶିଖାଇ ଦେଉଛି ଏକଲାପଣ
ଭାଇଚାରା ,ପ୍ରଗତି 
ରାମରାଜ୍ୟ,ବିକାଶର ପଥ
ଅନୁସନ୍ଧାନ କରିବାର ଆଵେଗ
ଅନୁଭବ କରୁଛି ମୃତ୍ୟୁର ସ୍ପର୍ଶ
ଆଜି ଗାନ୍ଧିଜୀ ଥାଆନ୍ତେ
ବୁଣିଥାନ୍ତେ ଅହିଂସା ମନ୍ତ୍ର
କହିଥାନ୍ତେ ବୁଝିଲ ତ ଏବେ
ତିନି ମାଙ୍କଡଙ୍କ କଥା
ପାଟି ଆପେ ଆପେ ବନ୍ଦ
କେବଳ ଦେଖ
କାଳର ଗତି
କେବଳ ଶୁଣ
କୋକୁଆ ଭୟର କାହାଣୀ
ବାଡିର ଠକ ଠକ ଶଦ୍ଦରେ
ମୋ ସାଙ୍ଗରେ କେହି ଆସିବନି
ଏକଲା ଚାଲ ନ୍ୟାୟରେ ଚାଲିଥିବି
ଦେଖ ଆଜି ମାଟି ମାଆର କଥା
ବିକଳରେ ଚିତ୍କାର କରୁଛି
କୋଳେଧରି ଶତଶତ ଶବ
ଦୁର୍ଦ୍ଦିନରେ ମନେ ପକାଉଛି
ସ୍ୱାଧୀନତା ମୋହ
ଗାନ୍ଧୀ, ନେହେରୁ, ସୁବାଷ
ସ୍ୱାଧୀନତା ସଂଗ୍ରାମୀଙ୍କ କର୍ମ
ମାନବିକତା, ମନୁଷ୍ୟ ଧର୍ମ
କର ଅବା ମର ନୀତି
ଆଜି କିବା ଆସିଛି ସେଦିନ
ବଞ୍ଚିବାର ମୋହ ଘାରିଛି
ଗାନ୍ଧୀ ଯଦିଚ ଥାଆନ୍ତେ
ଆଖିରୁ ଲୁହ ଝରାଇ କହନ୍ତେ
କେଉଁ ରାଜ୍ୟ କଥା କରୁଥିଲି ଚିନ୍ତା?
ଗାନ୍ଧୀ ତୁମେ ଫେରି ଆସ
ମନ୍ତ୍ର ଦିଅ 
ମାଆର ଯନ୍ତ୍ରଣା ଦୂର କର
ଫେରି ଆସୁ ସେହି ସ୍ୱାଧୀନତା
ଶୁଭୁ ତୁମ ବାଡିର ଠକଠକ ଶଦ୍ଦ
ବିରାଜୁ ଶାନ୍ତି, ମୈତ୍ରୀ,ପ୍ରେମ
ଭାଇଚାରା ଭାବ
ନିର୍ମଳ ଆକାଶ ତଳେ
ଉଡୁ ଫରଫର ତ୍ରିରଙ୍ଗା ।।


ଡ.ଗୁରୁ ମୂର୍ତ୍ତି ନାୟକ (ଅଧ୍ୟାପକ)
ଗ୍ରାମ/ ପୋଷ୍ଟ - ଭଂଜନଗର, ଭଞ୍ଜଭୂମି
ଗଞ୍ଜାମ- ୭୬୧୧୩୧ 
ଓଡିଶା

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy