ନିର୍ମଳ ନାୟକ
(କବିତା )
ଆଜ ଦେଖିଲି ରେ....
ନୂତନ ବୟସୀ ବାଳା...
ପାଇଥାନ୍ତି ଯଦି ଚନ୍ଦ୍ରଵଦନୀ କୁ
କରିଥାନ୍ତି ଗଳାମାଳା...
ଆଜ ଦେଖିଲି ରେ...
ଦେଖୁ ଦେଖୁ ସେହି...
କୁରଙ୍ଗି ନୟନା ..
ତରବରେ ଚାଲିଗଲା..
ନୟନର ତୀରେ ଘାଇଲା କରି...
ଅଧା ମରା ଛାଡି ଗଲା..
ଆଜ ଦେଖିଲି ରେ...
କର୍ଣ ରେ ଝୁମୁକା...
ମାଥେ ମଥାମଣି..
ଗଳାରେ ରତନ ମାଳା..
କଟି ରେ ବାନ୍ଧିଣି..
ପାଦରେ ଘୁଙ୍ଗୁର ....
ଗଜଗାମୀନି ଯାଦୁ କଲା..
ଆଜ ଦେଖିଲି ରେ...
ନୟନେ କଜଳ...
ରକ୍ତିମ ଅଧର..
କୁଞ୍ଚିତ କେଶମାଳା...
ପିତ୍ତବସନେ ମନ ଲୋଭଇ..
ସତେକି ସ୍ୱର୍ଗର ବାଳା..
ଆଜ ଦେଖିଲି ରେ...
ରୁଣୁଝୁଣୁ କରି
ଚାଲିଲେ ସେ ଗୋରୀ..
ଋଷି ଧ୍ୟାନ ଭାଙ୍ଗି ଗଲା..
କେତେ ଯତନ ରେ...
ଗଢିଛି ବିଧାତା..
ଅପୂର୍ବ ସୁନ୍ଦରୀ ବାଳା...
ଆଜ ଦେଖିଲି ରେ...
ନୟନେ କଟାକ୍ଷ...
କଟି ରେ କଟାର..
ମତୁଆଲି ଭଙ୍ଗି ଚାଲୁଥିଲା..
କସ୍ତୁରୀ ମହକ,
ଅଙ୍ଗେ ଅଙ୍ଗେ ଭରା
ମଧୁପ ସମାନ କଲା...
ଆଜ ଦେଖିଲି ରେ....
151, ନାଗାର୍ଜୁନ କଲୋନୀ
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର
440014
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର
440014
ଚମତ୍କାର ସୃଷ୍ଟି। ପ୍ରଣାମ କବି ବନ୍ଧୁ ଙ୍କୁ
ReplyDeleteଖୁବ୍ ସୁନ୍ଦର ଏବଂ ଭାବଗର୍ଭକ ଉପସ୍ଥାପନା କରିଛନ୍ତିି ଭାଇ। ସାରସ୍ବତ ଶୁଭେଚ୍ଛା ଓ ଅଭିନନ୍ଦନ ଆପଣଙ୍କୁ। ପ୍ରଣାମ। ଜୟ ଜଗନ୍ନାଥ।
ReplyDelete