ଅରୁଣ କୁମାର ମହାପାତ୍ର
ମଣିଷଟି ଖୋଜି ବୁଲେ ସୂକ୍ଷ୍ମ ଛିଦ୍ର ଏଠି
ଛାଡେନାହି କାଣିଚାଏ ଅବକାଶ
ମିଳିଗଲେ ଫେଡ଼ାଣର କ୍ଷୀଣ ସୁତ୍ରଟିଏ
କରି ଚାଲେ ମିଶାଣ ଗୁଣନ
ପ୍ରସ୍ଫୁଟିତ କରିଦିଏ ଫୁଲ କଢ଼ିଟିକୁ
ଅପ୍ରାପ୍ତ ବୟସେ।
ଆନନ୍ଦିତ ମନ ତାର
ମୁଖ ଉଜ୍ଜଳିତ
ସୁଖୀ ଏଠି ଅଟେ ସିଏ
ପରର ଦୁଃଖରେ
ବେଳ ନାହିଁ
ଆପଣାର ସୁଖ ସାଉଁଟାରେ।
କେବେ ସିଏ ପରିତ୍ୟକ୍ତ
ଅବା ବିଦଗ୍ଧ ପ୍ରେମିକ
ପଡ଼ି ଉଠି ହେଇଥାଏ ଖଣ୍ଡିଆ ଖାବରା
ଛାଡ଼େନାହିଁ ନିଶା କିନ୍ତୁ ଧନ ଉପାର୍ଜନେ।
ଏଠି ସବୁ ହିସାବ ନିକାଶ
ହୁଏ ଐଶ୍ୱର୍ଯ୍ୟ ପାଣ୍ଠିରେ
ସମ୍ପର୍କର ମୂଲ୍ୟ ନାହିଁ
ଥିବା ଯାଏଁ
ଉଷ୍ଣତା ରକ୍ତରେ।
ପ୍ରତାପ ପୁର, ଗଞ୍ଜାମ
No comments:
Post a Comment