Monday, January 4, 2021

ଶୀତ ଋତୁ

          ଗୌରୀ ବେହେରା

:::::::::::::::::::::::::::::::::::::::::::::::::::::

 ବରଷକୁ ବାରମାସ ଲୋ ସଜନୀ

       ବରଷକୁ ବାରମାସ

ବାରମାସ ରେ ଯେ ଛଅଗୋଟି ଋତୁ

ପଞ୍ଚମ ଟି ଅଟେ ଶୀତ ଲୋ ସଜନୀ

ପଞ୍ଚମ ଋତୁଟି ଶୀତ.....।


କାର୍ତ୍ତିକେ ଆରମ୍ଭ ପୁଣି ମାଘରେ

ଶୀତ ର ଶେଷ ଲୋ ସଜନୀ

ମାଘରେ ଶୀତ ର ଶେଷ

ଏ ଚତୁରମାସେ ଶୀତ ର ପ୍ରଭାବେ

ଜନହେବେ ହନ୍ତସନ୍ତ....... ।


ଏହି ଶୀତ କାଳେ ଦିନ ଛୋଟ ହୋଇ

ରାତ୍ର ଯେ ବଡ଼ ହୋଇବ 

ଦିଗବଳୟ ଯେ ଧୂଆଁଳିଆ ହୋଇ

ରାସ୍ତାଘାଟ ନ ଦିସିବ ଲୋ ସଜନୀ

ରାସ୍ତାଘାଟ ନ ଦିସିବ ... ‌।


ବୃକ୍ଷ ଡାଳେ ଥିବା ଶିଶିର ବିନ୍ଦୁ ଯେ

ମଣିପରି  ଝଟକିବ ଲୋ ସଜନୀ

       ମଣିପରି ଝଟକିବ

ଶୀତ କାକରକୁ ଖାତିରି ନକରି

ଚଷାଭାଇମାନେ ଶସ୍ୟ କାଟି

  ଘରେ ବୋହି ଆଣିବେ  ।


ମନ୍ଦାର, ସେବତୀ, ଗେଣ୍ଡୁ ,ଢାଲିଆ 

    ତରାଟ,କେଳି କୁସୁମ

ଗଙ୍ଗଶିଉଳି ସୋରିଷ ଫୁଲରେ

ଏ ଧରା ନାଚି ଉଠିବ ଲୋ ସଜନୀ

ଏ ଧରା ନାଚି ଉଠିବ   ।


ବାରମାସେ ତେର ପର୍ବ ଲୋ ସଜନୀ

       ବାରମାସେ ତେର ପର୍ବ

ପ୍ରଥମାଷ୍ଟମୀ,ଧନୁସଙ୍କରାନ୍ତି, ମାଣବସା ଗୁରୁବାର , ଶାମ୍ବ ଦଶମୀ ଓ ସରସ୍ଵତୀ

ପୂଜା ଏ ଋତୁ ରେ ପ୍ରଧାନ ଲୋ ସଜନୀ

ଏ ଋତୁ ରେ ପ୍ରଧାନ......।


ଶୀତ ଋତୁ ର ବର୍ଣ୍ଣନା କହିଲେ ନ 

ସରିବ , ସାଙ୍ଗ ସାଥି ମେଳେ 

ନିଆଁ ଶେକି ଶେକି ରାତ୍ର ଭି ଶେଷ ହୋଇବ

ଲୋ ସଜନୀ ରାତ୍ର ଭି ଶେଷ ହୋଇବ ।

::::::::::::::::::::::::::::::::::::::::::::::::::::::

        ପାରଳାଖେମୁଣ୍ଡି, ଗଜପତି

::::::::::::::::::::::::::::::::::::::::::::::::::::::

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy