Monday, January 4, 2021

ଦୁଃଖ

ଆଖିର ଲୁହରେ ଛାତିର କୋହରେ

ଯେଉଁଶବ୍ଦ ଝରିଆଏ।

ଗିତ ହୋଇ ଯେବେ କାଗଜେ ଉତୁରେ

ପ୍ରତି ମନ ଛୁଇଁଯାଏ।

ଦୁଃଖର ବେଦନା ଯେବେ ସ୍ରବିଯାଏ

ଗିତ ସୁର ବାଦ୍ୟ ହୋଇ।

ସଭିଙ୍କ ହୃଦୟେ ସଂଚରି ଯାଏ ସେ

ଆହା ପଦ ଭରିଦେଇ।

ଝରିଯାଏ ଯଦି ଆଖିର ଲୋତକ

ଭାଙ୍ଗିଯାଏ ଯେବେ ମନ।

ହା ହୁତାଶରେ ଜୀବନ ବିତଇ

କୋଉଠି ନ ଲାଗେ ମନ।

ସେତେବେଳେ ଯେଉଁ କବିତା ଉତୁରେ

କବି ହୃଦୟ ସନ୍ଧିରୁ।

କେହି ତାର ଭାବ ବୁଝୁକି ନବୁଝୁ

ସଂଚରେ ଆତ୍ମା ସନ୍ଧିରୁ।

ପଥର ସହିଲେ ନିହଣର ଚୋଟ

 ମୂର୍ତ୍ତିଟିଏ ରୂପ ପାଏ।

ଦୀପଟେ ସହିଲେ ଜଳିବାର କଷ୍ଟ

ଆଲୋକ ବିତରିଥାଏ।

ଦୁଃଖ ନ ସହିଲେ ସମର୍ଥ କେ ନୁହେଁ

କିଛିଦାନ ଦେବାପାଇଁ।

ସାଗର ସହିଲେ ସୂର୍ଯ୍ୟଙ୍କ ଦହନ

ମେଘଟି ସୃଷ୍ଟି ହୁଅଇ।

ତେଣୁ ଯେତେ ଦୁଃଖ ମିଳିଲେ ବି ସୁଖ

ମନେମୋର ଦୁଃଖ ନାହିଁ।

ଜଳିଜଳି ଯଦି କିଛି ଦେଇଯାଏ

ଜଗତର ହିତପାଇଁ।

ମାଧବୀପଟେଲ।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy