କଳ୍ପନା ରାୟ
ମର୍ତ୍ତ୍ୟ ବଇକୁଣ୍ଠ ଶ୍ରୀମନ୍ଦିର ତୋର
କି ଦୋଷରୁ ବନ୍ଦ କଲୁ
ଡ଼ାକି ଡାକି କଣ୍ଠ ଶୁଖିଲା ଭକ୍ତର
କାହିଁକି ବିମୁଖ ହେଲୁ
ଦର୍ଶନ ବାରଣ କଲୁ
ସର୍ତ୍ତ ରଖି ଏବେ ଖୋଲିଲୁ ମନ୍ଦିର
ଆମେ କି ଯାଇ ପାଇଲୁ
ଆମେ ପରାତୋର ନୁହେଁ ସେବାୟତ
ନୁହେଁ ବି ପୁରୀ ବାସିନ୍ଦା
ରଖିଯାଇଅଛୁ ସର୍ତ୍ତ ପରେ ସର୍ତ୍ତ
ଯାଇ ହେଉଛି କି ସିଧା
ଏହାହିଁ ତ ଅସୁବିଧା
ପବିତ୍ର ହେବନି ଚର୍ମ ଚକ୍ଷୁ ଆମ
ଏଟା ହିଁ ତୋର ମସୁଧା
ଜଗା ବର୍ଷେହେଲା ତୋତେଦେଖିନାହିଁ
ଭାଇଭଉଣୀଙ୍କ ସାଥେ
କଳ୍ପବଟ ମୂଳ ଵୁଲି ବି ହେଲାନି
ଭକ୍ତ ବିନା ଗଲୁ ରଥେ
ସୁଖ କି ଲାଗିଲା ତୋତେ
ଭକ୍ତ କାନ୍ଦୁଥିଲା ଦେଖୁଥିଲୁ ତୁହି
ହସି ହସି ଜଗନ୍ନାଥେ
ଦାସିଆ ବାଉରୀ ନଡ଼ିଆକୁ ନେଲୁ
ମାଣିକ ଗୌଡୁଣୀ ଦହି
କୁଵୁଜାର ହାତେ ବେଶ ତୁ ହୋଇଲୁ
ଶବରୀ ଅଇଁଠା ଖାଇ
କୋଟି ବସ୍ତ୍ର ଦେଲୁ ଥୋଇ
ଦୁର୍ଯ୍ୟୋଧନ ସଭା ଆଚମ୍ବିତ କଲୁ
ଆମ ପାଇଁ ଚୁପ୍ କାହିଁ
ବିକଳେ ଡାକୁଛି ଆଜି ଵିଶ୍ବବାସୀ
ଭକ୍ତ ଦୁଃଖ ହେଲା ନଈ
ନିଶ୍ଚେ ପାରି କର ଏହି ମହାମାରୀ
ଭକ୍ତ ଦେଖି ପାରୁ ଯାଇ
ତୋ ପାଇଁ କି ବଡ଼ ଏହି
ଗୋପକୁ ରଖିଲୁ ଇନ୍ଦ୍ର ଗର୍ବ ଭାଙ୍ଗି
କାଳୀୟଦଳିଲୁ ତୁହି
କହୁଥିଲେ ଗୁଣ ତୋର ସରିଵନି
କି ଦୋଷେ ଏ ଦଶା ଭୋଗୁ
କହିଦ୍ୟନ୍ତୁ ଯଦି ଆଉ କରନ୍ତୁ ନି
ଯାହା ତ ଯିଏ ବି ଭାବୁ
ଦିନ ଯାଉ ଚିହ୍ନ ରହୁ
ଦୋଷ ନ ହେଉ ବି ଆମ ଦ୍ଵାରା ଆଉ
ତୋ ଦ୍ଵାର ଖୋଲା ତ ଥାଉ
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର
No comments:
Post a Comment