ସୁକାନ୍ତ ଖଣ୍ଡା
ପରମାନନ୍ଦ+2 ପରୀକ୍ଷା କେନ୍ଦୁଝର ଧରଣୀଧର କଲେଜରୁ ସଫଳତାର ସହ ପାଶ୍ କଲା। ତାକୁ ତା'ର ବାପା ମାଆ +3 ପଢି଼ବାକୁ ବିଭିନ୍ନ କଲେଜରୁ ଫର୍ମ ଆଣି ପକେଇଲେ। ବାପାଙ୍କର ଇଛା ପୁଅ ଉଚ୍ଚ ଶିକ୍ଷିତ ହେଉ। ସମାଜ ଓ ଗ୍ରାମରେ ତା'ର ମାନ ସମ୍ମାନ ବଢୁ। ଚାକିରି ନ କଲେ ବି ତାକୁ ବେପାର କରିବାକୁ ପର୍ଯ୍ଯାପ୍ତ ପରିମାଣରେ ଅର୍ଥ ଯୋଗାଇ ଦିଆଯିବ। ସେ ଆମ ଗହଣରେ ଥାଇ ଆମର ବୁଢା଼ବୁଢୀ଼ କାଳରେ ଯତ୍ନ ଓ ସେବା ଯୋଗାଇବ। ଏ କଥା ବାପା ବିନୋଦ ବାବୁ ହୃଦୟରେ ସ୍ଥାପନ କରି ପୁଅ ପରମାନନ୍ଦକୁ ଗଢି଼ ତୋଳିବାକୁ ଚାହିଁଥିଲେ। ସେ ନିଜେ ଅଙ୍ଗେ ଲିଭାଇଛନ୍ତି କି ତାଙ୍କର ବାପା ମାଆ ଗ୍ରାମରେ ରହୁଥିଲେ। ତା'ର ବାପା ପ୍ରାଥମିକ ବିଦ୍ଯାଳୟରେ ଚାକିରି କରି ଅବସର ପରେ ପେନସନ୍ ଟଙ୍କାରେ ଚଳୁଥିଲେ।
ମୁଁ (ବିନୋଦ ବାବୁ) ତାଙ୍କର ଏକମାତ୍ର ପୁଅଥିଲି। ମୋତେ କେତେ ଭଲ ପାଉଥିଲେ। ମୋର ଭବିଷ୍ଯତ ଗଠନ ପାଇଁ ପାଠ ପଢେଇ ଡାକ୍ତର ଚାକିରି କରେଇଲେ। ମୋର ସୁଦୂର ରାଉରକେଲାରେ ଚାକିରି ହେଲା। ବାପା ମାଆ କେତେ ଆଦରରେ ମୋତେ ଚାକିରି ପାଇଁ ପଠେଇ ଦେଲେ। ମୋର ଚାକିରି ହେବାର ମାତ୍ର ଛଅ ମାସ ଭିତରେ ବାପାଙ୍କର ମୃତ୍ଯୁ ହୋଇଗଲା ହେଲେ ମୁଁ ତାଙ୍କର ଶେଷ ଦର୍ଶନ ସୁଦ୍ଧା କରି ପାରିଲି ନାହିଁ। ବହୁ ବିଳମ୍ବରେ ପହଁଚଂଲି ତ ବାପାଙ୍କର ପାଉଁଶ ଦେଖିବା ସାର ହେଲା। ମାଆ ବିକଳ ହୋଇ କହିଲେ,"ତୁ ଆଭାଗା ପୁଅଟେ ମୋର। ତୋ'ର ବାପା କେତେ ଯତ୍ନ ଓ ସେବା କରି ନ ଥିଲେ କୁହ? ହେଲେ ତୋ'ର କାନ୍ଧରେ ସ୍ବର୍ଗକୁ ଯାଇ ପାରିଲେ ନାହିଁ।" ଏ କଥା ଶୁଣି ମୁଁ କେତେ ବିକଳ ହେଲି ନିଜର ଭୁଲ ପାଇଁ କ୍ଷମା ପ୍ରାର୍ଥନା କଲି। ସେହି ଦୁଃଖ ମୋ ହୃଦୟରେ ବସା ବାନ୍ଧି ରହିଛି। ମୁଁ ମାଆଙ୍କୁ ତା'ପରେ ସାଙ୍ଗରେ ନେଇ ପାଖରେ ରଖିଛି। ଆଜି ରାଉରକେଲାରୁ ନିଜ ସହର କେନ୍ଦୁଝରକୁ ବଦଳି ହୋଇଛି। ପୁଅ ପରମାନନ୍ଦ ନିଜ ସହରର ବଡ଼ କଲେଜରେ ପଢି଼ ସଫଳତା ସହ ପାଶ୍ ହୋଇଛି। ତାକୁ ପାଖରେ ରଖି ବେପାର କରିବାକୁ ପ୍ରଯତ୍ନ କରିବି।
ବିନୋଦ ବାବୁ ପୁତ୍ର ମୋହରେ ଏତେ ଅନ୍ଧ ହୋଇ ଯାଇଥିଲେ ଯେ ମୁହୂର୍ତ୍ତଟିଏ ନ ଦେଖିଲେ ପାଗଳ। ବିନୋଦ ବାବୁ କେବଳ ନିଜର ଚାକିରି ସମୟକୁ ଛାଡି଼ଦେଲେ ବାକିତକ ସମୟ ଘର ପରିବାର ସହ ହସ ଖୁସିରେ କାଟୁଥିଲେ। ପୁଅ ଆଜି ପାଠ ପଢି଼ବ ତାକୁ ସବୁ ସୁବିଧା ଓ ସୁଯୋଗର ବ୍ଯବସ୍ଥା କରାଗଲା ବେଳେ ହଠାତ୍ ଏକ ଚିଠି ଆସି ଘରେ ପହଁଚିଂଲା। ବିନୋଦ ବାବୁ ଚିଠିଟି ପଢି଼ ଦୁଃଖରେ ଲୁହ ଝରାଇ ଦେଲେ। ସେ ଚିଠିଟି ପୁଅକୁ ନ ଦେଇ ଲୁଚେଇ ରଖିଲେ। ଘର ପରିବାର କାହାକୁ ସୁଦ୍ଧା ଜଣେଇଲେ ନାହିଁ। ପରମାନନ୍ଦ କିନ୍ତୁ ଜାଣିଥିଲା। ସେ ତା'ର ଅତିପ୍ରିୟ ସାଙ୍ଗର ମଧ୍ଯ ଏ ଚାକିରି ହୋଇଥିଲା। ପୋଷ୍ଟ ମାଷ୍ଟର ଫୋନ ମଧ୍ଯ କରିଥିଲେ କି ପରମାନନ୍ଦ ତୋ'ର ବି.ଏସ.ଏଫରୁ ଚିଠି ଆସିଛି। ପରମାନନ୍ଦ ବାପା ମାଆଙ୍କୁ ନ ଜଣାଇ ଏ ପରୀକ୍ଷା ଦେଇଥିଲା। ବିଭିନ୍ନ ଭ୍ରମଣ ପରିଦର୍ଶନରେ ଯାଉଛୁ କହି ଟଙ୍କା ମାଗିଥିଲା। ଆଜି ତା'ର ସ୍ବପ୍ନ ସାକାର ହୋଇଛି। ସେ ଅଖଣ୍ଡ ଭାରତର ସୁରକ୍ଷା ତଥା ଭାରତ ମାଆ ପାଇଁ କିଛି କାମ କରିବ। ସେ ଭାରତ ମାଆ ଉଦ୍ଦେଶ୍ଯରେ ମାଟିରେ ମୁଣ୍ଡ ଛୁଇଁ ପ୍ରଣାମ କଲା। ତା'ର ପ୍ରଣାମ କରିବା ସମୟରେ ହୃଦୟ କମ୍ପିତ ହେଲା। ସେ ଅନୁଭବ କଲା ଭାରତ ମାଆ ଡାକରା ଦେଲେଣି। ତାକୁ ଯିବାକୁ ହେବ। ସେ ଲଣ୍ଡଭଣ୍ଡ ହୋଇ ଘରକୁ ଚାଲିଲା। ଘରେ ପହଂଚି ଜେଜେ ମାଆ ଓ ମାଆଙ୍କୁ ପ୍ରଣାମ ସହ ଖିଆପିଆ କରି ଦୁହିଁଙ୍କୁ ପାଖରେ ବସାଇ କହିଲା,"ଜେଜେ ମାଆ ! ଆମେ କାହିଁକି ବାଜି ରାଉତଙ୍କୁ ମନେ ପକାନ୍ତି?" ଜେଜେ ମାଆ କହିଲେ,"ବାଜି ରାଉତ ଦେଶ ଓ ଜାତି ପାଇଁ ଜୀବନ ଦେଇଛି।" ପରମାନନ୍ଦ ପୁଣି କହିଲା,"ଦେଶ ଓ ଜାତି ପାଇଁ କେହି ଜୀବନ ନ ଦେଲେ କ'ଣ ହୁଅନ୍ତା ନାହିଁ? ଜେଜେ ମାଆ କହିଲେ,"ଯଦି ଦେଶ ଓ ଜାତି ପାଇଁ କେହି ଜୀବନ ଦେବାକୁ ଆଗେଇ ଆସିବେ ନାହିଁ ତ ଆମ ଅଖଣ୍ଡ ଭାରତ ଆଉ ଅଖଣ୍ଡ ହୋଇ ରହିବ ନାହିଁ। ବିଦେଶୀ ଶତ୍ରୁମାନେ ମାଡି଼ ଆସି ଏ ଦେଶକୁ ଧ୍ବଂସ କରି ନିଜ ଅଧିନକୁ ନେଇ ଯିବେ ଫଳତଃ ଅଖଣ୍ଡ ଭାରତର ଐକ୍ଯତା ନାହିଁ ବୋଲି ସାରା ବିଶ୍ବ ଜାଣିବ ଆଉ ଏ ଅଖଣ୍ଡ ଭାରତର ଧନ,ଜନ,ସଂସ୍କୃତିକୁ ଖଣ୍ଡଖଣ୍ଡ କରି ନିଶ୍ଶିହ୍ନ କରିଦେବେ।" ଏତିକି କହି ଜେଜେ ମାଆଙ୍କ ଆଖିରେ ଲୁହ ଭରିଗଲା ତ ପରମାନନ୍ଦ ପାଖକୁ ଯାଇ ଲୁହ ପୋଛି କହିଲା,"ଜେଜେ ମାଆ ! ତୁମେ କାନ୍ଦିଲ କାହିଁକି?" ଜେଜେମା କହିଲେ,"ଅଖଣ୍ଡ ଭାରତ ଉପରେ ଏବେ ପଡୋ଼ଶୀ ଦୁଇ ଦେଶ ଯଥା ପାକିସ୍ଥାନ ଆଉ ଚୀନର ଲୋଲୁପ ଦୃଷ୍ଟି ପଡି଼ଛି। କେବେ ପାକିସ୍ଥାନ ତ କେବେ ଚୀନ ଆକ୍ରମଣ କରି ଅଖଣ୍ଡ ଭାରତର ମେରୁଦଣ୍ଡକୁ ଦୋହଲାଇ ଦେଉଛନ୍ତି।"
ପରମାନନ୍ଦ ଏଇଟା ସୁବର୍ଣ୍ଣ ସୁଯୋଗ ଭାବି କହିଲା,"ଯଦି ମୁଁ ଯବାନ ହୋଇଯାନ୍ତି ତ ଶତ୍ରୁ ସୈନ୍ଯଙ୍କର ଛାଉଁଣୀକୁ ଧ୍ବଂସ କରି ଦିଅନ୍ତି। ଦେଖ ମୋ ଦେହରେ କେତେ ତାକତ୍।" ଏଥର ଜେଜେ ମାଆ ହସିଦେଇ କହିଲେ,"ପରମାନନ୍ଦ ! ସତରେ ତୋ'ର ଦେହରେ ଅସରନ୍ତି ବଳ ଓ ସାହସ । ମୋର ବି ଇଛା ହେଉଛି ଯଦି ଯୁବତୀ ହୋଇଥାନ୍ତି ତ ଏଇ ଯବାନ ବାହିନୀରେ ଅବଶ୍ଯ ଯୋଗ ଦିଅନ୍ତି।" ଏବେ ଦୁଇ ଜେଜେ ମାଆ ନାତିଆ ହସି ଉଠିଲେ ତ ରୋଷେଇ ଘରେ ମାଆଙ୍କ କାନରେ ବାଜିଲା। ସେ ଦୂରରେ ଥିଲେ ବି ଏମାନଙ୍କ କଥା ଶୁଣୁଥିଲେ। ପାଖକୁ ଆସି କହିଲେ,"ପରମାନନ୍ଦ ! ମୋ ମନକୁ ଗୋଟିଏ ରୁଢି଼ ଆସୁଛି କହିବି କି?" ପରମାନନ୍ଦ ହଁ ଭରିଲା ତ ମାଆ କହିଲେ," ପରମାନନ୍ଦ ! ତୁମେ ଆଉ ଶାଶୂମାଆ ଦେଖୁଛି ଯେମିତି ଜଣେ ଜଣେ କୁହା ମୁଣ୍ଡା କପିଳା।" ଏ କଥା ପରମାନନ୍ଦ ବୁଝି ପାରିଲା ନାହିଁ ବଲବଲ କରି ଅନେଇ ରହିଲା ତ ଜେଜେ ମାଆ କହିଲେ,"ପରମାନନ୍ଦ ! ଏହାର ଅର୍ଥ ଯିଏ କେବଳ କଥା ଅଧିକ କହେ କିନ୍ତୁ କାମରେ କରିକି ଦେଖେଇ ପାରେ ନାହିଁ।" ଟିକିଏ ରହି ପୁଣି କହିଲେ,"ମୁଁ ବୁଢୀ଼ ହେଲିଣି ମୋର ବଳ ନା ବୟସ? ତୋ'ର ଅବଶ୍ଯ ବୟସ ଓ ବଳ ଅଛି ତୁ ଚାହିଁଲେ କରି ପାରିବୁ ଆଉ ମାଆଙ୍କର କଥାକୁ ଯବାବ ଦେବାକୁ।" ସେ କଇଁକଇଁ କାନ୍ଦି ଉଠିଲେ। ବୋହୂମାଆ ଏମିତି କହିବା ଆଗରୁ ଶୁଣି ନ ଥିଲେ। ଆମେ ଦୁଇ ଜେଜେ ମାଆ ନାତିଆ ଥଟ୍ଟା ତାମସା ଟିକେ କରୁଥିଲୁ ଅଥଚ ବୋହୂମାଆ ଏମିତି କହିଲେ କାହିଁକି? ଏମିତି ଭାବି ଖଟରେ ଶୋଇ ପଡି଼ଲେ ତ ପରମାନନ୍ଦ ଓ ବୋହୂମାଆ ଯେତେ ବୁଝାଇଲେ ଉଠିଲେ ନାହିଁ କି ଖାଇଲେ ନାହିଁ। ପରମାନନ୍ଦ ଓ ମାଆ ଦୁହେଁ ମନେଇବା ବେଳେ ଜେଜେ ମାଆ ଉଠି କହିଲେ,"ପରମାନନ୍ଦ ! ତୁମେ ମୋତେ କଥା ଦିଅ କି ଯଦି ଯବାନ ହୋଇ ବାହାରିବାକୁ ଶପଥ କରିବୁ ଆଉ ପୁଣି ଦୁଇ ବର୍ଷ ଭିତରେ ତ ଅବଶ୍ଯ ଉଠିବି ଓ ଖାଇବି? ଏ କଥା ଶୁଣି ପରମାନନ୍ଦ ମାଆ ଆଡ଼କୁ ଚାହିଁଲେ ତ ମାଆ ଶପଥ କରିବାକୁ ଇଙ୍ଗିତ ଦେଲେ। ପରମାନନ୍ଦ ଏହି ସୁଯୋଗକୁ ଅପେକ୍ଷା କରିଥିଲେ ସେ ସଙ୍ଗେ ସଙ୍ଗେ ଯବାନ ହେବାକୁ ଶପଥ ନେଲା ତ ଜେଜେ ମାଆ ଉଠିପଡି଼ ପରମାନନ୍ଦର ମୁଣ୍ଡ ଆଉଁସି ଚୁମାଟିଏ ଥୋଇ ହସି ପକାଇ କୁଣ୍ଢାଇ ଧରିଲେ ଓ ଆସନରେ ବସି ଖାଇଲେ।
ମାଆ ଜାଣିଥିଲେ ପରମାନନ୍ଦ ଏ ଚାକିରି ପାଇଁ ଆଗରୁ ଲାଳାୟିତ ହେବାର ଦେଖିନି। ବାପା ତାକୁ ବେପାର କରିବାର ସବୁ ବ୍ଯବସ୍ଥା କରୁଛନ୍ତି। ଏଣୁ ପରମାନନ୍ଦ ଯିବ କୁଆଡେ଼? ଶାଶୂ ମାଆଙ୍କର ଶପଥ କରେଇବା ଅବଶ୍ଯ ବ୍ଯର୍ଥ ହୋଇଯିବ। ଠିକଣା ସମୟରେ ବାପା ବିନୋଦ ବାବୁ ଆସିଲେ ଓ ଖିଆପିଆ କଲେ। ପରମାନନ୍ଦ ତ ପୋଷ୍ଟ ମାଷ୍ଟରଙ୍କୁ ଆଗରୁ କଥା ହୋଇଥିବା ଯୋଜନା ଅନୁସାରେ ପୋଷ୍ଟ ମାଷ୍ଟର ଫୋନରେ ଜଣାଇ କହିଲେ,"ବିନୋଦ ବାବୁ ! ଆପଣଙ୍କୁ ଦେଇଥିବା ଚିଠି ପୁଅକୁ ଦେଲେଣି ତ?" ଏଥର ବିନୋଦ ବାବୁ କଥାକୁ ଲୁଚେଇବେ କେମିତି? ଥରଥର ସ୍ବରରେ କହି ଉଠିଲେ,"ଜନ୍ମେଜୟ ବାବୁ ! ଦେଇ ତ ନାହିଁ ଏବେ ଦେଉଛି।" ଏହା କହି ଲୁଚେଇ ରଖିଥିବା ଚିଠିଟା ପୁଅକୁ ବଢେଇ ଦେଲେ। ପୁଅ ପରମାନନ୍ଦ ଚିଠିଟି ପାଇ ଅତ୍ଯନ୍ତ ଖୁସି ହୋଇ ମୁଖ ଚୁମ୍ବନ ଦେଇ ସଜବାଜ ହେଲା ତୁରନ୍ତ ବାହାରି ଯିବାକୁ। ସେ ନିଜର ଆବଶ୍ଯକ ଜିନିଷ ଧରି ଜେଜେ ମାଆଙ୍କୁ ସବୁ କଥା ଫିଟାଇ କହିଲା ତ ଜେଜେ ମାଆ ଆନନ୍ଦରେ ଭୂମିରେ ଗଡି଼ଗଲେ। ଭୂମିରୁ ମୁଠାଏ ମାଟି ମୁଣ୍ଡରେ ବୋଳି ନାତିର ମୁଣ୍ଡରେ ବୋଳି କହିଲେ,"ପରମାନନ୍ଦ ! ଅଖଣ୍ଡ ଭାରତର ସୁରକ୍ଷା କରିବୁ। ମାତୃଭୂମି,ଦେଶ ଓ ଜାତି ପାଇଁ ଭଲ କାମ ତଥା ସର୍ବୋପରି ନିଜ ଗ୍ରାମର ନାମ ସ୍ବର୍ଣ୍ଣାକ୍ଷରେ ଲିପିବଦ୍ଧ କରିବୁ।"
ପରମାନନ୍ଦ ବାପା,ମାଆ ଓ ଜେଜେ ମାଆଙ୍କୁ ପ୍ରଣାମ କରି ଆଗକୁ ବଢି଼ଲା। ବି.ଏସ.ଏଫରେ ଯୋଗ ଦେଇ ନିଜକୁ ଅତ୍ଯନ୍ତ ସୌଭାଗ୍ଯବାନ ମଣିଲା। ସେ ସିଧାଗଲା ଲଦାଖର ଗଲୱାନ୍ ଘାଟିକୁ ଯେଉଁଠି ସିମା ନିର୍ଦ୍ଧାରଣ ସକାଶେ ନିତି ଯୁଦ୍ଧ ହୋଇଥାଏ। ପରମାନନ୍ଦ ଏକ ମାସ ଯବାନର ସ୍ବାଦ ପାଇଛି। ଦିନେ ଚୀନର କେତେଜଣ ଯବାନ୍ ଅତର୍କିତ ଆକ୍ରମଣ କଲେ। ସତର୍କ ନ ରହିଥିବା ଭାରତୀୟ କେଇ ଜଣ ଯବାନ ମୃତ୍ଯୁର କୋଳରେ ଶୋଇଗଲେ। ଯେବେ ଭାରତୀୟ ଯବାନ ଜାଣିଲେ କି ଏହା ଚୀନର ହୀନ ଚକ୍ରାନ୍ତ । ସେମାନେ ଭୀଷଣ ଯୁଦ୍ଧ କରି ସବୁ ଚୀନର ଯବାନଙ୍କୁ ଭୂମିରେ ଟଳେଇ ଦେଲେ।
ଅତର୍କିତ ଯୁଦ୍ଧରେ ଯେଉଁ କେଇ ଜଣ ଭାରତର ଅଖଣ୍ଡତା ପାଇଁ ଆଉ ସୁରକ୍ଷା ଦେଉଥିଲେ ସେମାନଙ୍କ ଭିତରେ ପରମାନନ୍ଦ ମୃତ୍ଯୁର କୋଳରେ ଶୋଇ ଯାଇଥିଲା। ଏ ଖବର ଘରକୁ ଆସିଲା। ମାଆ ନିଜର ପୁଅ ସକାଶେ ମୁଣ୍ଡକୋଡି଼ କାନ୍ଦିଲେ। ବାପା ବିନୋଦ ବାବୁ ଅଟଳ ମହାମେରୁ ପରି ପୁଅର ଶବକୁ ଅନେଇ ରହିଲେ ହେଲେ ଜେଜେ ମାଆ ଚିତ୍କାର କରି କହୁଥାଏ,"ହେ ସୂର୍ଯ୍ଯ,ଚନ୍ଦ୍ର,ପାଣି,ପବନ ଓ ଆଲୋକ ଦେଖ ମୋର ନାତି ଅଖଣ୍ଡ ଭାରତ ସୁରକ୍ଷା ଦେବାକୁ ଯାଇ ବୀରଗତି ପ୍ରାପ୍ତ କରିଛି। ତା'ର ମର ଶରୀରକୁ ତୁମେ ଶାନ୍ତି ପ୍ରଦାନ କର। ଭୂମିରେ ଗଡି଼ଗଡି଼ ମୁଠାଏ ମାଟି ନାତି ମୁଣ୍ଡ ଓ ଦେହରେ ବୋଳି ପୁଣି କହିଲେ,"ହେ ଭାରତ ମାତା,ହେ ମାତୃଭୂମି ! ତୋ'ର ପୁଅକୁ ତୁମେ କୋଳେଇ ନିଅ। ମୁଁ ତା'ର ଜେଜେ ମାଆ ସବୁ ଦାୟିତ୍ବ ତୁମକୁ ସମର୍ପଣ କରୁଛି।"
ଦେଖୁଦେଖୁ ମର ଶରୀର ଶୋଭା ଯାତ୍ରାରେ ବାହାରିଲା।ଚାରିଆଡେ଼ ପ୍ରକମ୍ପିତ ହେଉଥିଲା ପରମାନନ୍ଦ ଅମର ରହେ। ଶିରେଶିରେ ଶୀତଳ ସମୀରଣ ଭେଦେଇ ଦେଉଥିଲା। ପକ୍ଷୀମାନେ ଗଛରେ ବସି ଆନନ୍ଦରେ ନିରବ ହୋଇ ଦେଖୁଥିଲେ। ଗଛସବୁ ନିସ୍ତେଜ,ପାଣିର କଳକଳ ଶଦ୍ଦ ବନ୍ଦ ହୋଇ ଯାଉଥିଲା। ଅଳ୍ପ କେଇ ସମୟରେ ଚିତାଗ୍ନି ଜଳିଲା ଆଉ ସେଇ ଚିତାଗ୍ନିରୁ ପରମାନନ୍ଦର ଆତ୍ମା ଆକାଶ ମାର୍ଗରେ ଉଡି଼ଉଡି଼ ଚାଲିଲା ଓ ହାତ ହଲେଇ ହଲେଇ ବିଦାୟ ନେଉଥିଲା। ଉପସ୍ଥିତ ମଡା଼ ଚଣ୍ଡିଆମାନେ ଦୁଇ ହାତ ଯୋଡି଼ ଦେଲେ ଆକାଶରେ ନିମିଳିତ ହେବା ଯାଏ।
ବିନୋଦ ବାବୁଙ୍କର ଭବିଷ୍ଯତ ଅନ୍ଧକାର। ଆଗକୁ ନିଜ ସଂସାର ବଢି଼ବାକୁ ଆଉ କେହି ନ ଥିଲେ। ତାଙ୍କର ପୁର୍ଣ୍ଣଛେଦ ପଡି଼ଗଲା ତ ସବୁ ଡାକ୍ତରୀ ରୋଜଗାର ଅର୍ଥ ନିଜର ଆବଶ୍ଯକ ଗୁଜୁରାଣ ବ୍ଯତିତ ଦୁଃଖୀ ଦରିଦ୍ର ନାରାୟଣ ସକାଶେ ଲଗେଇ ଦେଲେ।
*
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ ପୋ-ଚକ୍ରଧରପୁର ଭ-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮
No comments:
Post a Comment