ଡ. ପ୍ରିୟମ୍ବଦା ସାମଲ
ହେ ଶିବ ଶଂକର
ଭୋଳା ମହେଶ୍ଵର
ତୋ ପାଦେ ପ୍ରଣତି
କରେ ନିରନ୍ତର।
ଦେବଦେବ ମହାଦେବ
ଶ୍ମଶାନ ବିହାରୀ
ଧବଳ ମୁରତୀ
ଦୁଖି ଦୁ&ଖହାରୀ।
ପାର୍ବତୀ ନାୟକ ଆହେ
କାଶୀନାଥ କ୍ରୁତ୍ତିବାସ
ମ୍ରୃତ୍ୟୁଂଜୟ ଭୋଳାନାଥ
କ୍ଷମା କର ସବୁ ଦୋଷ।
ପର୍ଶୁଧର ଦିଗାମ୍ବର
ନୀଳକଣ୍ଠ ଚନ୍ଦ୍ରଶେଖର
ଦୟାମୟ ମହାପ୍ରଭୁ
ଏ ସଂସାରୁ ଉଦ୍ଧାର କର।
ଗଣେଶଙ୍କ ତାତ
ଲିଂଗରାଜ ବିରୁପାକ୍ଷ
ହେ ଉମାପତି ପାର୍ବତୀ ପତି
ଫେଡ ସବୁ ଦୁ&ଖ।
ପଂଚାନନ ଭୂତନାଥ
ଉମାସାଇ ଗଂଗାଧର
ରୋଗ ଶୋକ ହର
ଦୟାମୟ ଯୋଗେଶ୍ଵର।
ଲୋକନାଥ ଶ୍ରୀହରିଙ୍କ
ପ୍ରିୟ ହେ ଚନ୍ଦଶେଖର
ନୀଳକଣ୍ଠ ସାଜି ପୁଣି
ଦେବତାଙ୍କୁ ରକ୍ଷା କର।
ଶୂଳଧାରୀ ଶମ୍ଭୁ ହେ
ଯୋଗେନ୍ଦ୍ର ଗିରିଶ
ଦୁ&ଖ ଦୁର୍ଦିନ ରେ ତୁମେ
ଦିଅ ହେ ସାହାସ।
ଦେବ ଦେବ ମହାଦେବ
ଜୟ କ୍ରୁତିବାସ
ଦିଅ ଧୈର୍ଯ୍ୟ ,ଶକ୍ତି, ଭକ୍ତି
ପ୍ରୀତି,ଶାନ୍ତିର ଆଶୀଷ।
ହେ ଶିବ ଶଂକର
ଭୋଳା ମହେଶ୍ଵର ।
ତୋ ପାଦେ ପ୍ରଣତି
କରେ ନିରନ୍ତର ।
ଜବାହର ନବୋଦୟ ବିଦ୍ଯାଳୟ ପାରଳାଖେମୁଣ୍ଡି ,ଗଜପତି
No comments:
Post a Comment