ଜଞ୍ଜାଳର ଚାପରେ ...
ଅନେକ ସମସ୍ୟାରେ....
ମନଟା ଆଉଟୁ ପାଉଟୁ ଥାଇ..
ରାହା ଖୋଜୁଛି ମୁହିଁ...
ମୁଁ ପରା ବେଶ୍ୟା..
କଳଙ୍କିନୀ କଳୂଷିତା
ମୋର ଆକ୍ଷ୍ୟା...
କି ଭୁଲ୍ ମୋର ...
କଣ ବା ମୋ ପାପ....
କାହିଁକି ମୋ ଜୀବନ ଟା
ଗୋଟେ ଅଭିଶାପ
ଦୂର ଦୂରାନ୍ତର କେତେ ପକ୍ଷୀ
ମୋ ଡାଳରେ ବସନ୍ତି ନିତି
କେତେ ଯେ ଭଅଁର
ଆସି ଖେଳୁଥାନ୍ତି
ମୋର ପାଖେ ଆସି
କି ଭୁଲ୍ ମୋର ...
କଣ ବା ମୋ ପାପ....
କାହିଁକି ମୋ ଜୀବନ ଟା
ଗୋଟେ ଅଭିଶାପ
ମୋ ଅଙ୍ଗ ଲତିକାରେ
ପ୍ରୀତିର ଇସାରାରେ
ଆଖିରେ ମିଶାଇ ଆଖି
କେତେ ପୁରୁଷର ସପନ ମାଖିଛି
କି ଭୁଲ୍ ମୋର ...
କଣ ବା ମୋ ପାପ....
କାହିଁକି ମୋ ଜୀବନ ଟା
ଗୋଟେ ଅଭିଶାପ
ଏ ଲମ୍ବା ଜୀବନରେ
ଅନେକ କଥା ମନରୁ ହେଲାଣି ବିସ୍ମୃତ
ସହିଛି କେତେ ଝଡ଼ଝଞ୍ଜା,
କେତେ ଘାତ ପ୍ରତିଘାତ
କେତେବେଳେ ହୋଇଛି ବ୍ଯଥିତ
କି ଭୁଲ୍ ମୋର ...
କଣ ବା ମୋ ପାପ....
କାହିଁକି ମୋ ଜୀବନ ଟା
ଗୋଟେ ଅଭିଶାପ
କେତେ ପ୍ରତିଷ୍ଠିତ ପୁରୁଷ
ରାତ୍ର ଅନ୍ଧକାରେ ଆସି
କଟାଏ ରାତ୍ର ମୋର ପାଶେ
ସମାଜର ଡରେ
ଦିବସରେ ଲୁଚେ
କି ଭୁଲ୍ ମୋର ...
କଣ ବା ମୋ ପାପ....
କାହିଁକି ମୋ ଜୀବନ ଟା
ଗୋଟେ ଅଭିଶାପ
ଖଟା ଲାଗେ ବାଡି ବରକୋଳି
ମୋ ପାଖକୁ ଆସେ ଦଉଡି
ରସାଳ ପରା ଲାଗେ ତାକୁ ଭାରି
ସେ ପୁରୁଷ ଜାତି
ପୁରୁଷ ର ନାହିଁ କିଛି ଦୋଷ
ମୁହିଁ ନାରୀଟିଏ ବୋଲି
ସଭେଁ ଦିଅନ୍ତି ମୋ ଦୋଷ
କି ଭୁଲ୍ ମୋର ...
କଣ ବା ମୋ ପାପ....
କାହିଁକି ମୋ ଜୀବନ ଟା
ଗୋଟେ ଅଭିଶାପ
ଭାବେ ସବୁବେଳେ
କେବେ ମିଳିବ ଏ ଜଞ୍ଜାଳରୁ ମୁକ୍ତି
ଧୈର୍ଯ୍ୟର ସହ କରୁ କରୁ ମୁକାବିଲା
ଜୀବନର ଏ ନାଟକ
ନିଶ୍ଚୟ ସରିବ
ସେ ଅପେକ୍ଷାରେ
କିନ୍ତୁ ପ୍ରଶ୍ନ ଆସେ ମନେ
କି ଭୁଲ୍ ମୋର ...
କଣ ବା ମୋ ପାପ....
କାହିଁକି ମୋ ଜୀବନ ଟା
ଗୋଟେ ଅଭିଶାପ
******
No comments:
Post a Comment