କଳ୍ପନା ରାୟ
ମହାପ୍ରଭୁ ତୁମ ଛତ୍ରଛାୟା ତଳେ
ମୁହିଁ ପରା ମୂଢମତି
ତୁମ ନାମକୁ ତ ସବୁବେଳେ ଭାଳେ
ମୋର କେଉଁ ଆଡେ ଗତି
ଭୟ ଲାଗେ ଦେଖି ସ୍ଥିତି
ତୁମେ ଥାଉ ଥାଉ ଏଠି ଏହି ବେଳେ
ମହାମାରୀ ରୂପ ଅତି
ଜଗତରନାଥ ତୁହି ଜଗନ୍ନାଥ
ତୁମେ ପ୍ରଭୁ ରାମଚନ୍ଦ୍ର
ଭାବଗ୍ରାହୀ ତୋର ଭାବରେ ସମ୍ପର୍କ
ତୁହି ପରା ଭାଵଵନ୍ଧ
ତୋର ବିନା ଆମେ ଅନ୍ଧ
କୃଷ୍ଣ ରୂପ ତୁମ କରିଲା ଆକୃଷ୍ଟ
ପ୍ରେମରେ କଲ ସନ୍ତୁଷ୍ଟ
ଜଗତରବନ୍ଧୁ ତୁମ୍ଭଠାରୁ ଇନ୍ଦୁ
ପ୍ରକାଶଇ ଜ୍ୟୋତି ଆସି
ଫଟାକପାଳିଆ ପାଇବ କେଉଁଠୁ
ଦୁଃଖରେ ଯାଉଛି ଭାସି
ନାମରେ ହୁଏ ମୁଁ ଖୁସି
ବିଶ୍ଵାସ ମୋ ବାରମାସୀ
ମାସ ବର୍ଷ ଦିନ ଚାଲିଯାଏ ଋତୁ
ରୋଗୀ ହେଲି ଲକ୍ଷ୍ମୀ ପତି
ପାପ ଯଦି ମୁହିଁ କରିଛି କାଳିଆ
କି ପାପ କରିବି କହ
ପ୍ରହଲ୍ଲାଦ କଂସ ରାବଣ ଭଳିଆ
ନଷ୍ଟ କରିବୁ ମୋ ଦେହ
ଜୀବନ ମୋର ବିପନ୍ନ
ପାପ ମୋର ପୂର୍ଣ୍ଣ କରରେ ଛଳିଆ
ନ କରି ପାରିଲେ ପୂଣ୍ୟ
କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର
No comments:
Post a Comment