ରଂଜିତା ପତି
ନୀଳକନ୍ଦର ରୁ
ଶ୍ରୀହସ୍ତ ପ୍ରସାରି
ଭକତ ନଡିଆ ନିଏ ଯେ ପୁଣି,,,,
ସଖୀରେ,,,
ସିଏ ତ ମୋ ଶ୍ରୀକ୍ଷେତ୍ର ମଣି,,!!
ଯା ଇଛା ରେ ବହେ
ମଳୟ ମରୁତ
ଜୀମୂତ ବରଷେ ଅସରା ପାଣି,,,,
ସଖୀରେ,,,,,,
ସିଏ ତ ମୋ ଶ୍ରୀକ୍ଷେତ୍ରମଣି,,!!
ରଙ୍କକୁ କରେ ଯେ
ଅବନୀ ଅଧୀଶ
ଦାସୀ କୁ କରଇ ଯେ ରାଜରାଣୀ,,,,
ସଖୀରେ,,,,
ସିଏ ତ ମୋ ଶ୍ରୀକ୍ଷେତ୍ରମଣି,,!!
ବଡ ଭାଇ ହଳ
ଧର ଥାଉଥାଉ
ବଡ ଠାକୁର ଯେ ବୋଲାଏ ପୁଣି,,,,
ସଖୀରେ,,,,
ସିଏ ତ ମୋ ଶ୍ରୀକ୍ଷେତ୍ର ମଣି,,!!
ତେଜି ମହାମାୟୀ
କରେ ଘୋଷଯାତ
ସଙ୍ଗେ ନେଇ ପ୍ରିୟ ଭାଇ ଭଉଣୀ ,,,,
ସଖୀରେ,,,
ସିଏ ତ ମୋ ଶ୍ରୀକ୍ଷେତ୍ର ମଣି,,!!
ଭକ୍ତ ମାନ ଲାଗି
ରତ୍ନସିଂହାସନୁ
ଶରଧା ବାଲି କୁ ଆସଇ ଜାଣି,,,,,
ସଖୀରେ,,,,
ସିଏ ତ ମୋ ଶ୍ରୀକ୍ଷେତ୍ର ମଣି,,!!
ଦେଖିଦେଲେ ଥରେ
ମନଜିଣା ରୂପ
ଦୁଃଖ ସବୁ ହୋଇଯାଏ ଲୋ ପାଣି,,
ସଖୀରେ,,,,
ସିଏ ତ ମୋ ଶ୍ରୀକ୍ଷେତ୍ରମଣି,,,!!ଏମିତିକା ଦିଅଁ
ଷାଠିଏ ପଉଟି
ଭୋଗକୁ ରନ୍ଧାଇ,,
ବାଣ୍ଟୁଥାଏ ଭକ୍ତ ମନ କୁ ଜାଣି,,,
ସଖୀରେ,,
ସିଏ ତ ମୋ ଶ୍ରୀକ୍ଷେତ୍ରମଣି,,,!!
ଭାତରୁ ଚାଉଳ
ତା ମହିମା ପରା
କୈବଲ୍ୟ ପସରା ନାମ ତା ଜାଣି,,,
ସଖୀରେ,,,
ସିଏ ତ ମୋ ଶ୍ରୀକ୍ଷେତ୍ର ମଣି,,!!
ଗଂଜାମ
No comments:
Post a Comment