Monday, January 4, 2021

ଶହୀଦ ପୁଅ

          ଏକ ବରାତ ପରି ବାଜାଗାଜା ବଜାଇ ସ୍ବାଗତ କରିଥିଲେ ଗାଁ ଲୋକେ ।ଗାଡିରେ ବୁହାହେଇ ଆସିଥିଲା ସୁଭାଷ ର ଶବ।ଶହୀଦ ହେଇଯାଇଥିଲା ଦେଶ ସେବାରେ ସେ।କାର୍ଗିଲ ଯୁଦ୍ଧରେ ବୀରତ୍ବରସହ ଲଢିଥିଲା ଜୀବନ ଥିବାଯାଏ।ଗାଁସାରା ଲୋକ ଉପସ୍ଥିତ ଥିଲେ ତାର ସ୍ବାଗତରେ ସତେ ଯେପରି ସେଜଣେ ରାଜା କି ସମ୍ରାଟ।ସମସ୍ତେ ହାତରେ ଫୁଲହାର ଧରି ଉପସ୍ଥିତଥିଲେ ତାଙ୍କ ଆଦରର ସ୍ନେହିପୁଅ ସୁଭାସକୁ ସ୍ବାଗତ କରିବା ପାଇଁ।ଶେଷ ପୁଷ୍ପାଞ୍ଜଳି ଦେବାକୁ ଅପେକ୍ଷାକରିଥିଲେ।ତାଙ୍କ ଶବକୁ ଯେତେବେଳେ ଗାଡିରୁ ଉତାରିଲେ ଭାରତମାତାକିଜୟ ,ବୀର ଶହୀଦ କି ଜୟ ର ଜୟଘୋଷରେ କମ୍ପିଉଠିଲା ଖଣ୍ଡ ମଣ୍ଡଳ।

ଜନ୍ମମାଟି ତା ବୀରସନ୍ତାନକୁ ତା କୋଳରେ ପାଇ ଗର୍ବିତ ଅନୁଭବ କରୁଥିଲା।ଗାଁ ଲୋକେ ଫୁଲ ଚଢାଇଲେ ତା ଶବ ଉପରେ।ସୁଭାଷ ର ପିତା କୋହକୁ ଛାତିଭିତରେ ଚାପି ପୁଅକୁ ସ୍ବାଗତ କଲେ ବୀର ଶହୀଦ ଭର ପିତ ଭାବରେ।ଜନ୍ମଦାତ୍ରୀର ହୃଦୟ କାନ୍ଦି ଉଠୁଥାଏ ପୁତ୍ର ବିୟୋଗରେ।

ଆଉ ବିଧବା ପତ୍ନୀର କଥା ନ କହିବାଭଲ।ଦୁଇବର୍ଷର ବାଳକକୁ କୋଳରେ ନେଇ ସବୁ ଦୁଃଖକୁ ଝୁଲିମୁଣାରେ  ବାନ୍ଧି ପଛରେ ଓହଳାଇ ସେ ସ୍ବାମୀଙ୍କ ଶେଷ ଦର୍ଶନ କରୁଥିଲା।ସେ ଦେଖୁଥିଲା ସେଇ ବୀରଙ୍କର ତେଜଦୀପ୍ତ  ମୁଖକୁ ଯିଏ ନିଜ ଘରପରିବାରର ସୁଖ ପଛ କରି ଦେଶସେବାକୁ ଆଗରେ ରଖି ଥିଲେ।ମଲା ବେଲେବି ମୁଖମଣ୍ଡଳରେ ଏକ ସୁଖର ମୁଦ୍ରା।ଯେମିତି ନିଜର ସବୁ ଇଛା ପୂରାହେଇଯାଇଛି।ଜଣେ  ପ୍ରକୃତ ବୀର ପାଇଁ ଶହୀଦ ହେବା ସୌଭାଗ୍ୟର ବିଷୟ।ସବୁ ସୈନ୍ୟ ଏମିତି ସୌଭାଗ୍ୟ ପାଇବାକୁ ଅନେଇ ବସିଥାନ୍ତି।ଛୋଟ ଶିଶୁଟି ବାପାର ଶବବିଷୟରେ ଅବଗତ ନଥିଲା।ସେ ଲୋକଗହଳିକୁ ଟୁକୁରୁ ଟୁକୁରୁ ଦେଖୁଥିଲା।ଗା ସାରା ସମସ୍ତେ ଶେଷ ଦର୍ଶନ ସାରିଲାପରେ କ୍ରିୟାକର୍ମ ପାଇଁ ସ୍ମଶାନ ନିଆହେଲା।ଚନ୍ଦନ କାଠ ଶୁଦ୍ଧ ଗାଈଘିଅ ଆସିଲା ଗାଁଲୋକଙ୍କ ତରଫରୁ ନିଜ ବୀରଯବାନକୁ ଶେଷଭେଟି ଦେବାପାଇଁ।କିଛି ସମୟ ପରେ ଶେଷ ହେଇଯାଇଥିଲା ଏକ ପାର୍ଥିବ ଶରୀର ମିଳେଇ ଯାଇଥିଲା ବାୟୁମଣ୍ଡଳରେ ଧୂଆଁ  ଓ ପାଉଁଁଷ ମୁଠେ ହେଇ।

ତାପରେ ଖାଲି ହେଇ ଯାଇଥିଲା ଘର।ଆଉ ମାଡିପଡିଥିଲା ଏତେସମୟ ଧରି ଲୁଚି ରହିଥିବା ଦୁଃଖ।

ସ୍ନେହିପୁଅର ଆବର୍ତ୍ତମାନରେ ଘରଟା ଶୁନ୍ଶାନ୍ ଲାଗୁଥିଲା।ପୁଅ ଆସିଲାପରେ ଘରଟା ଖୁସିରେ ଗହଗହ ଲାଗୁଥିଲା।ସମସ୍ତେ ତା ପସନ୍ଦର ଯୋଗାଡରେ ଲାଗିଯାଉଥିଲେ।ହେଲେ ଆଜି ତା ପସନ୍ଦପାଇଁଆଉ କେହି ତତ୍ପର ନୁହନ୍ତି।ସେ ଏବେ କଣ ଖାଇବ? କଉଠି ଶୋଇବ?ସେକଥା କେହି ବୁଝୁନାହାଁନ୍ତି।ମାଆ ମନ କିନ୍ଥୁ ବୁଝୁନି।ସେ ଆଜି ବି ସଜାଡୁଛି ପୁଅର ପସନ୍ଦର ଜିନିଷ।ବାହାରେ ଦୁଆରେ ନେଇ ଥୋଇ ଆସୁଛି।ତା ପୁଅ ଭୋକରେ ଥିବ।ସେ ଭୋକରେ ଥାଉ ଥାଉ ନିଜ ମୁହଁରେ ଖାଦ୍ୟ ଗଳିବ କିପରି।ମାଆ ମନ କଣ ଏତେ ଶିଘ୍ର ଥୟ ଧରିବ।ଏବେବି ଗୁମୁରି ଗୁମୁରି କାନ୍ଦୁଛି।ଆଉ ସେପଟେ ଅନ୍ୟ କୋଠରୀରେ ସଦ୍ୟ ବିଧବା ସାଗରେ ଅଶ୍ରୁରେ ଧୋଇବାକୁ ଚେଷ୍ଟା କରୁଛି ସ୍ବାମୀସହ କାଟିଥିବା ମଧୁର ମୂହୁର୍ତର ସ୍ମୃତିସବୁକୁ।ତିଳତିଳ ଦଗ୍ଧିଭୁତ ହେଉଛି ତାର ହୃଦୟ। ଆଉ ଛୋଟ ଛୁଆଟି ବାପାକଣକଣ ଉପହାର ଧରି ଆସିବେ ବୋଲି

ମାଆ ପାଖରେ ଅଝଟ କରୁଛି।ସେ  ଛୁଆକୁ କଣ ଉତ୍ତର ଦେବ ଯେ ତୋପାଇଁ ଖେଲଣା ଉପହାର ଧରି ଆସୁଥିଲେ ସେଆଉ ଆସିବନି।କାରଣ ଆଣୁଥିବା ଲୋକଟି ଆଉ ନାହିଁ।ଏବେ ତୁ ଏକ ବିନା ବାପର ଅନାଥ ସନ୍ତାନ।ମାଆ ପାଖରେ ଏତେ ସାଧ୍ୟନାହିଁ

ତୋ ଇଛା ପୂରଣ କରିବାକୁ।ବିବଶତାରେ ଛଟପଟ ହେଉଛି ଏକ ମାତୃପ୍ରାଣ।ବାହାର ଲୋକେ ଶହୀଦ ପରିବାର ବୋଲି ଗର୍ବ କରୁଥିବାବେଳେ

ଅନ୍ତର ମନରେ ସେମାନେ ସମସ୍ତେ କାନ୍ଦୁଥିଲେ।ଏମିତିକି ବାହାରକୁ ଟାଣ ଦିଶୁଥିବା ସୁଭାଷର ପିତାବି

ଏକାନ୍ତରେ ଲୁହ ଗଡାନ୍ତି।ନିଜକୁ ଯିଏ ମୁଖାଗ୍ନି ଦେବ ବୋଲି ସେ ଭରଷା କରିଥିଲେ ସେଇ ସ୍ନେହିପୁଅକୁ

ତାଙ୍କୁମୁଖାଗ୍ନି ଦେବାକୁ ପଡିଲା।ଏବେ କାହା ଭରଷାରେ ହେ ନିଜ ଅନ୍ତିମ କାଳ କାଟିବେ।

ମାଧବୀ ପଟେଲ
ଝାରସୁଗୁଡା।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy