Monday, January 4, 2021

ସମୁଦ୍ର

ସମୁଦ୍ର ଭିତରେ କେତେ ଯେ ଶୂନ୍ୟତା

ଲହଡି ଯାଉଛି କହି।

ହାହାକାର କରି ମୁଣ୍ଡ ପିଟୁଥାଏ

ସାକ୍ଷୀ ବେଳାଭୂମି ତହିଁ।

ବେଳାଭୂମି ଏକା ତାର ସହଚରୀ

ସୁଖକୁ ଦୁଃଖକୁ ନିଏ ଆବୋରି

ଆଶ୍ବାସନା ଯାଏ ଦେଇ

ତୁମ ପାଖେ ପାଖେ ମୁଁ ଅଛି ପିୟ

ଯାତନା ଯିବାକୁ ସହି।

ରତ୍ଳାକର ସିନା ସେ ରତ୍ନଗର୍ଭା

ରଖେନାହିଁ କିଛି ଜାଣିଛି ଦେବା

ହୃଦୟ ଭିତରେ କେତେ ସୁନାମୀ

କ୍ଷେପଣାସ୍ତ୍ର ସହି ଥାଏ ନରମି

ତା ବେଦନା ବୁଝିବ କିଏ

ଶୁଷ୍କ କରି ତାର ଲବଣାକ୍ତ ଜଳ

ଲବଣ ଉତ୍ପନ୍ନ ହୁଏ।

ଲବଣାକ୍ତ ବୋଲି ଆସେନା କାମ

ଉର୍ଦ୍ଧଗାମି  ହୁଏ ଜଳଦ ନାମ

ବର୍ଷା ହୋଇ ବୃଷ୍ଟିହୁଏ

ଜଗତ ବାସୀଙ୍କ ପାଳନର ପାଇଁ

ସଦାସିଏ ବ୍ରତୀ ଥାଏ।

ମାଧବୀ ପଟେଲ।
ଝାରସୁଗୁଡା।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy