ନିର୍ମଳ ନାୟକ
କ୍ରୋଧ ଏକ ଅହେତୁକ କ୍ଷଣ...
ତତ୍ ପଶ୍ଚ୍ୟତ ଦୁଃଖି ଅକାରଣ..
ଷଢରିପୁ ଦମନ ଵିଧି ଅନୁକ୍ଷଣ...
ଚିନ୍ତନ କର ହେ ମନ ତତ୍ କ୍ଷଣ !!
କ୍ରୋଧ ମାନବ ର ପରମ ଅରି...
କ୍ଷଣକେ ଚେତା ନିଅଇ ହରି.
ମନ ଓ ଚେତନା ଏକାଠି କରି..
ଆତ୍ମା ର ଚିନ୍ତନ ହୃଦୟେ ଭରି !!
କ୍ଷଣିକ ଭୁଲର ଅଧୀନ ହୋଇ..
ଆସନ୍ତା ସମୟ ବିଷମ ପାଇ...
ଅସନ୍ତୋଷ ର କାରଣ ସେହି..
ମନ ଆକାଶେ ବାଦଲ ଛାଇ !!
ଭୁଲବୁଝାବଣା ର ଅଭାବ ଥାଇ..
ମାନସିକ ସନ୍ତୁଳନ ବିଗିଡି ଯାଇ..
ଅନ୍ୟଥା ରେ ଖାଲି ଦୁଃଖ ପାଇ..
ଏଇଟା ଜୀବନ ଦର୍ଶନ ଭାଇ !!
ଷଢରିପୁ ଯା"ର ବଶ ରେ ଥାଏ..
ଜୀବନେ ସନ୍ତାପ ଦୂରକୁ ଯାଏ..
ସ୍ଥିତପ୍ରଜ୍ଞ ବ୍ୟକ୍ତି ରେ ସୁମାର ହୁଏ..
ସୁଖରେ ଜୀବନ କଟାଇ ଥାଏ !!
କ୍ରୋଧ ପରମ ଶତ୍ରୁ ମନ ଇଲାକାର
ବଶିଭୁତ କରିବାକୁ ପ୍ରଚେଷ୍ଟା କର.
ମନର ଅଧୀନ ରାଗ ପ୍ରକୃତିକୁ କର
ସୁନ୍ଦର,ସରସ,ସୁଖଦ ଜୀବନ ସାର !!
151, ନାଗାର୍ଜୁନ କଲୋନୀ
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର.
440014
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର.
440014
No comments:
Post a Comment