ସୁକାନ୍ତ ଖଣ୍ଡା
ଫୁଲ ସୌନ୍ଦର୍ଯ୍ଯର ଗନ୍ତାଘର
ତାକୁ କିଏ ଦୂରେଇ ପାରିଛି ନା ପାରିବ
ସେ ତ ସଭିଙ୍କ ହୃଦୟକୁ କିଣେ
ମନ ମୋହିନିଏ ପ୍ରେମର ପ୍ରେମରେ
ପଶୁ,ପକ୍ଷୀ,ସରୀସୃପ କାହିଁକି ଦେବତା ବି ବଶ ପ୍ରେମର ନିଶାରେ।
ହେ ଫୁଲ !
ତୋ'ର ତ ସବୁଠି ଆଦର
ଜନ୍ମ,ମୃତ୍ଯୁ ଓ ବିବାହ କାହିଁକି
ଦେଖିଲେଇ ମନ ଚହଲି ଯାଏଁ
ଅପଲକ ନଯନଟା ଘଡି଼ଏ
ତୁମେ କିମାଆଁ କର କି?
ଆମେ ସବୁ ଭୋଳ ଯେମିତି ନିଶାଟେ ହୁଏ
ଉଚ୍ଛୁଳି ପଡୁ ଗେଲ କରିବାକୁ।
ଏ କଥା କହୁଥିଲା ଚିଣ୍ଟୁ ଗଛରେ ପାଣି ଦେଉଦେଉ
ହଠାତ୍ ଗଛରେ ଲଦି ହୋଇଥିବା
ଗୋଟେ ଗୋଲାପ ଫୁଲ କହିଲା
ଚିଣ୍ଟୁ ମୁଁ ତ ରୂପ ଓ ବାସ୍ନାରେ ଚହଟେ
ଏହା ମୋର କେଉଁ ଗୁଣ ମୋତେ ବି ଆଜଣା
କେବଳ ହସହସ ମୁଖ
କାହା ସହ ସମ୍ପର୍କ ଯୋଡି଼ବାର ନିଶା
ହୃଦୟକୁ ସମର୍ପି ଦେବାର କାମନା
ବାସ୍ !
ଏହାଠୁ ଅଧିକ କିଛି ବି ନାହିଁ।
ଚିଣ୍ଟୁ ଶୁଣିଲା ଗୋଲାପ ଫୁଲର କଥା
କେତେ ଭଲ ଲାଗିଲା ଦେହ ଆଉ ମନ
ପାଖକୁ ଯାଇ ସାଉଁଳି ଦେଲା ତ
ଆଃ !
ଅସୀମ ଶାନ୍ତି ଆଉ ଶାନ୍ତି
ସେ ଧନ୍ଯ ହୋଇଗଲା
ଯେମିତି ଆକାଶରୁ ଚାନ୍ଦକୁ ଧରୁଛି
ସମୁଦ୍ରରୁ ମୁକ୍ତା ସାଉଁଟୁଛି।
ଚିଣ୍ଟୁ ଆଉ ଗୋଲାପ ଫୁଲ କୋଳାକୋଳି ହେଲେ
ପ୍ରେମରେ ପ୍ରେମରେ
ଯୁଗ ଯୁଗର ତପସ୍ଯା ଯେମିତି ସାକାର ହୋଇଲା
ଦୁହେଁ ଆଗକୁ ସାକ୍ଷାତ ପାଇଁ ଅଙ୍ଗୀକାର ତ
ବିଦାୟ ନେଲା ଚିଣ୍ଟୁ।
ଚିଣ୍ଟୁ ସବୁ ଖୋଲିକି କହିଲା ଘରେ
ଏ କଥା ଶୁଣି ସଭିଏଁ ହସିଲେ
ଚିଣ୍ଟୁ କିନ୍ତୁ କାନ୍ଦକାନ୍ଦ ହେଲା
ପ୍ରମାଣ ପାଇଁ ନେଇଗଲା ବଗିଚାକୁ
ଉଭୟର କଥା ଶୁଣିଲେ ସଭିଏଁ
ହେଲେ ଦେଖି ପାରିଲେନି ଏ ସ୍ବର ଆସୁଛି କେଉଁଠୁ?
ସଭିଏଁ ଅବାକ୍ ତ ଚିଣ୍ଟୁ କହିଲା
ତୁମର ଦେହ ଆଉ ମନ
ମଇଳା ଅପବିତ୍ର ତ ଦେଖି ପାରିଲନି
ନୁହେଁ କି ଗୋଲାପ ଫୁଲ
ଫୁଲ ହଁ କହିଲା ତ ସଭିଏଁ ବୁଝିଲେ
ସେଥିପାଇଁ କହନ୍ତି
ଶିଶୁ ହିଁ ଈଶ୍ବର ସଦୃଶ
ଭଗବାନଙ୍କ ରୂପ
ଧନ୍ଯ ଚିଣ୍ଟୁ
ସଭିଏଁ ଚିଣ୍ଟୁକୁ କୁଣ୍ଢାଇ ଧରିଲେ।
*
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮
No comments:
Post a Comment