ମହାନ ମାନବୀ ସାବିତ୍ରୀ ବାଇଙ୍କ ଜନ୍ମ ଦିବସରେ କାମନା
କରେ ଏ ଭାବନାରେ
କ୍ଷୁଧାର୍ତ୍ତକୁ ଅନ୍ନ, ବେକାରକୁ ନିଯୁକ୍ତି, ଶ୍ରମିକକୁ ଶ୍ରମର ସୁଫଳ,
ହସ ଫୁଟୁ କୃଷକ ଓଠରେ
ନାରୀ ଆଦିବାସୀ ଦଳିତଙ୍କ ସଂଘର୍ଷ ଚୋଟରେ ପୁରୁଷ
କୈନ୍ଦ୍ରକ ସମାଜ ଧ୍ବଂସ ପାଉ
ବେଦନାକୁ ପାଦେ ଦଳି ନାରୀ ଯା ପାରିନି ତାହା ଆଜି
ବଜ୍ର କଣ୍ଠେ ନାରୀ କହୁ
ଫୁଟିଉଠୁ ମାନବତା ଲୁଚିଯାଉ ସବୁ ନାରୀ ବିରୁଦ୍ଧ ଶାସ୍ତ୍ର
ବାଣୀ ଏଇ ସମାଜରେ
ଫୁଟିଉଠୁ ମାନବତା ନହେଉ ଧର୍ଷିତା ଜଣେ ବି କନ୍ୟା
କି ବଧୂ ଏଇ ସମାଜରେ
ନମରୁ ଜଣେ ବି ଶିଶୁ ଖାଦ୍ୟ ଅଭାବେ ସଢ଼ି ସଢ଼ି
ପୁଷ୍ଟିହୀନତାରେ
ଫୁଟି ଉଠୁ ମାନବ ଜୀବନ ବୃନ୍ତେ ସାମ୍ୟ ଶାନ୍ତି
ଦିହଜାର ଏକୋଇଶିରେ
************
ଚିତ୍ତ ରଞ୍ଜନ ନନ୍ଦ
ଜଗତପୁର, କଟକ
No comments:
Post a Comment