ଏ ଭବସାଗରୁ ଯାଏ ଯିଏ ତରି
ଆସେ ନାହିଁ ଫେରି ।
ଯେତେ ମୁଣ୍ଡ ବାଡେଇଲେ କୋଡ଼ି
କରିଲେ ଗୁହାରି।।
ଚାଲି ଯାଇଥିବା ସମୟ କେବେ
ଆସେ ନାହିଁ ଫେରି ।
ଠିକଣା ବେଳାରେ କର କାର୍ଯ୍ୟ
କର ନାହିଁ ଡେରି ।।
ଉଚିତ୍ ସମୟେ କାର୍ଯ୍ୟ କରିଲେ
ହୋଇ ତତପରି ।
ସମାଜରେ ତୁମେ ରଖିବ ଟେକ
ରହିବ ତୁମ ଶିରି ।।
ତୁଣ୍ଡ ରୁ ବଚନ ଥରେ ଗଲେ ବାହାରି
ଆସେ ନାହିଁ ଫେରି ।
ମଧୁର ବଚନ ପରା ସମ୍ବଦ୍ଧ ବଢାଏ
ଲାଗେ ସମ୍ପର୍କ ଡୋରି ।।
କଟୁ ବଚନ ଯେବେ ତୁଣ୍ଡରୁ ବାହାରେ
ଲାଗେ ଜହର ପରି ।
ଘୃଣା ର ପାତ୍ର ହୋଇଯିବ ସିନା ତୁମେ
କେହି ଦେଖିବେନି ଶିରି ।।
ଧନୁ ରୁ ତୀର ଯାଏ ଯେବେ ବାହାରି
ଆସବ ନାହିଁ ଫେରି ।
ହତରୁ ଗଲେ ଟେକା ଅଣ ଆୟତ
ହୁଅଇ କ୍ଷତିକାରୀ ।।
ବୋହି ଗଲା ପାଣି ଆସେନାହିଁ ଫେରି
ରଖିଲେ ଶଞ୍ଚୟ କରି ।
ସଦୁପଯୋଗ କରିଲେ ସେହି ଜଳକୁ
ହୋଇବା ଉପଚାରି ।।
ଅତୀତ ଘଟଣା ଆସେ ନାହିଁ ଫେରି
ହୁଅଇ ଇତିହାସ ।
ଉତ୍ତମ କାର୍ଯ୍ୟ କଳାପ ସ୍ତୁତି ହୋଇ ରୁହେ
ଖରାପରେ ପରିହାସ ।।
ଯାଏ ଯିଏ ଚାଲି ଆସେ ନାହିଁ ଫେରି
ଏ ଭବ ସଂସାର ରେ।
ଅଫେରା ହୋଇକି ରହିଯାଏ ସିଏ
ମାନବ ଜୀବନରେ ।।
ବାଲ୍ୟ, ଶୈଶବ, ଯୌବନ ଓ ବୃଦ୍ଧ
କେହି ଆସିବନି ଫେରି ।
ଯେତେ ଦିନ ପର୍ଯ୍ୟନ୍ତ ଥିବ ଏ ସଂସାରେ
ଭଜୁ ଥାଅ ହରି ହରି ।।
'"""""""""""""""""""""""""""""
ସଂଖୁଆ ଗଡରୁପାସ ଗୋପ ପୁରୀ
No comments:
Post a Comment