ମନୋଜ କୁମାର ଦାସ
ସମୟ ବୁଝିଲାନି
ଜୀବନର ଅକୁହା କଥା
ଦୋଷ ନକରି ଦୋଷୀ ହେବା
ଅନ୍ଧଗଳିରେ ଅନ୍ଧାରିଶାସନ
ରକତ ଚିହ୍ନୁନି ରକତକୁ
ପାରିବାରିକ ସମସ୍ୟାରେ
ଅସହାୟ ଜୀବନକାଟିବାକୁ
ତାଡନାର ବାହୁବଳୟରେ
ନିଜରଭିଟାମାଟି ଛାଡି
ଶୀତକାକରରେ ଜୀବନ
ଗଛମୂଳେ, ହୋମପାଇପ ରେ
ଦହନୀୟ ଅବସ୍ଥାରେ
ଗୁଣିଗାରେଡି କରି
ପରିବାରର ନିରୀହଜୀବନକୁ
କଣ ମାରିପାରେ ଏ ଜୀବନ
କଦାପି ନୁହେଁ
ରାଣନିୟମ କରୁଛି
ଭଗବାନ ସବୁ ଦେଖୁଛି
ଅନ୍ଧବିଶ୍ୱାସ ରେ ଅନ୍ଧହୋଇ
ଘରଠୁ ଗାଁ ଲୋକମିଶି
ଏପରି ନିର୍ଯ୍ୟାତନା ର ଶିକାର
ଭାଇହେଲା ଭଗାରୀ
ନ୍ୟାୟଅପେକ୍ଷାରେ ପରିବାର
ଆଖିରୁ ଲୁହଶୁଖିବାର ନାହିଁ
ହେ ଭଗବାନ ଦୁଃଖ ବୁଝ ଆଇନ ତା ବାଟରେ ଯାଉ
ସମାଜରୁ କୁ ସଂସ୍କାର
ହେଉ ଦୂର l
********
ଆଳିଜଙ୍ଗl, କେନ୍ଦ୍ରାପଡ଼ା
No comments:
Post a Comment