Monday, January 4, 2021

ସ୍ୱାର୍ଥପର

ସ୍ୱେଚ୍ଛାସେବୀ ଆଜି ମୁଁ ବି ସ୍ୱାର୍ଥପର

କଅଣ ଘଟିଲା ଜୀବନରେ ମୋର

ଛଳ ସମୟକୁ ଟିକେ ଅପେକ୍ଷା କର

ମିଳିଯିବ ସବୁ ପ୍ରଶ୍ନର ଉତ୍ତର।


କଳୁଷିତ ଏଠି ପ୍ରେମ ଆକାଶ ଯେ

ବୁଡି ବୁଡି ଯାଏ ବିଶ୍ୱାସ ଡଙ୍ଗା

ନୂଆ ସମାଜ ର ନୂଆ ଅନୁଚିନ୍ତା

ସତ ଶସ୍ତା ଏଠି ମିଛ ମହଙ୍ଗା।


ବାସୁ ନାହିଁ ଏଠି ପ୍ରେମ ର ମହକ

ଜଳୁଅଛି ଏଠି ଈର୍ଷାର ନିଆଁ

ଛଳନା ବାହାନା ପୁଣି ପ୍ରବାଞ୍ଛାନା

ସତେ ଚାଲୁଅଛି ସ୍ୱାର୍ଥୀ ଦୁନିଆ।


ସମାଜ ସାଜିଛି ସ୍ୱାର୍ଥପର ଏଠି

କହୁଛି ସେ ସ୍ୱାର୍ଥବାଦୀ କାହାଣୀ

ସ୍ୱାର୍ଥହାଣ୍ଡି ଥରେ ହେଲେ ପୁରଣ ଯେ

ତୁମେ କିଏ ମୁଁ ଜମା ଜାଣେନି।


ବିଶ୍ୱାସର ମୂଲ୍ୟ କମି କମି ଯାଏ

ମିଛ ହସ ମୁହେଁ କଟେ ଜୀବନ

ବିରହ ତ ମିଳେ କୋଣେ ଅନୁକୋଣେ

ସତ ପ୍ରେମ ସାଜେ ସାତ ସପନ।


ଧନ୍ୟବାଦ
ପପୁ ପରିଡା
ରାଳବ,ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy