ହରିହର ଭୂକ୍ତା
ଦୁର ତାଳବଣେ ବାଇଆ ବସା
ଝଡ, ବତାସକୁ ନାହିଁରେ ଆଶା
କ୍ଷଣପ୍ରଭା ନା' କୁଳିଶା
ଯେହ୍ନେ ବାରିବାହ ତପନ ମୟୂଖ
ଗ୍ରାସଇ ଚଷା ବେଉଷା ।
ଗଙ୍ଗ ଶିଉଳିର ସମ ତୋର ତନୁ
ଶେଷ ଠିକଣା ତୋ' ମାଟି ମା' କୋଳ
ବରଷା ଓଳି ସଲିଳ
ବୁଦ୍ ବୁଦ୍ ଫୋଟକା କ୍ଷଣେ ହେବ ଶେଷ
ପବନର ଅଣଚାଷ ।
ନିଶିଥିନୀ ଶେଷେ ପ୍ରାତଃ ପ୍ରବେଶ
ପ୍ରଦୋଷ ଶେଷରେ ଘସ୍ର ପ୍ରବେଶ
ମତ ଗରବରେ ବସ
ଦୁଇ ଦିନ ଏଇ ମଣିଷ ଜୀବନ
ଧନ ଗର୍ବେ ପୌଷ ମାସ ।
କ୍ଷଣ ଭଙ୍ଗୁର ଏ' କ୍ଷଣିକ ଶରୀର
ଧନ,ଯୌଉବନ କ୍ଷଣ ଭୁବନ
ଲୋଭ କିମ୍ପାଇ କାଞ୍ଚନ
ବୈକୁଣ୍ଠ ପତିଙ୍କ ଚରଣେ ଶରଣ
ନିଅ ଆରେ ମୁଢ ମନ ।
(ସମାପ୍ତ)
ତାଳଚେର,ରାକସ,ଅନୁଗୋଳ
ତାଳଚେର,ରାକସ,ଅନୁଗୋଳ
No comments:
Post a Comment