(କାବ୍ୟ ରୂପ )
ରଙ୍ଗ ହୀନ, ବାସ୍ନା ହୀନ, ଦୃଷ୍ଟି ହୀନ..
ହେ ମରୁତ ଦେବ ତଵ ଉପାଖ୍ୟାନ...
ସୃଷ୍ଟି ସର୍ଜନା ଅସମ୍ଭବ ତଵକୃପା ବିନା..
ହେ ବାୟୁଦେବ କୋଟି କୋଟି ନମନ !!
ତଵ କୃପାରୁ ସୁଗନ୍ଧ ଗତିଶୀଳ ସଂସାରେ..
ବାସ୍ନା ର ପରିଚୟ ମିଳେ ସାରା ଜଗତରେ..
ମନ ମୋହେ ସଭିଙ୍କ ସ୍ଥାନ ହୃଦୟ କନ୍ଦରେ..
ପ୍ରଶଂସନୀୟ ର ପାତ୍ର ହୁଏ ଏ ଦୁନିଆରେ !!
ନାସିକା ର ପ୍ରିୟମିତ୍ର ଆଗୋ ବାସ୍ନା ରାଣୀ..
ସୁଗନ୍ଧ ତଵ ବୟାନ କରେ ସଭି କାହାଣୀ..
ପ୍ରଫୁଲୀତ ଜୀବନରେ ତୁମେ ହିଁ ଓଁ ବାଣୀ...
ସଂସାରେ ପ୍ରଶଂସା ପାତ୍ର ଏହି ତୁମ କାହାଣୀ !!
ବିନ ଆଉ ରାତି, ଭଲ ଆଉ ମନ୍ଦ, ସଂସାରେ..
ଗନ୍ଧ ଆଉ ଦୁର୍ଗନ୍ଧ ସାଥି ଏହି ମହୀ ମଣ୍ଡଳରେ..
ମାନ ଅପମାନ ସହ ଚାଲେ ବାସ୍ନା ଦୁନିଆରେ
ଦୁର୍ଗନ୍ଧ ମନେ ଘୃଣା ଭାବନା ହିଁ ସୃଷ୍ଟିକରେ !!
ତେଲ ଲୁଣ ର ସଂସାରେ ବାସ୍ନାର ପରିଚୟ...
କିଛି ଲୁହ, କିଛି ହସ, ଦୁଃଖ ସୁଖ ର ବିଷୟ..
ଆଦର, ହତାଦର ଲେଖା ଯୋଖା ଅଭିନୟ..
ବାସ୍ନା ରାଣୀ ତୁମେ ସଦା ସର୍ବଦା ବନ୍ଦନୀୟ !!
151, ନାଗା ର୍ଜୁନ କଲୋନୀ
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର
440014
No comments:
Post a Comment