Monday, January 4, 2021

ସତ୍ୟ

ନଳିନୀ ପ୍ରଭା ମିଶ୍ର


ସତ୍ୟର ପଥ ବହୁତ ମଧୁର

  ହେଲେ ହେଁ କଣ୍ଟକମୟ

ଜୟ ଜୟ ଧ୍ୱନି କରେ ବିଘୋଷିତ

  ଅସତ୍ୟ କୁ କରି କ୍ଷୟ।

ସତ୍ୟର ପୂଜାରୁ ସତ୍ୟ ଉଚ୍ଚାରି

 ଅସତ୍ୟର ପଥେ ଚାଲେ

ଫାଶୀ ଦଣ୍ଡ ଅବା କାରାଗାର ସଜା

  ଲେଖାଥାଉ ତା'ର ଭାଲେ।

ସମାଜକୁ ଦିଏ ନୂତନ ତଥ୍ୟ

  ନୂତନ ଚିନ୍ତା ଶକ୍ତି

କବି ରଚିଯାଏ ଅସଂଖ୍ୟ କବିତା

  ନରଖି ମନରେ ଭ୍ରାନ୍ତି।

ଲୁଣ୍ଠନ,ଶୋଷଣ,କଷଣ,ଦୂଷଣ

  ଦେଖି ହୁଏ ହାହାକାର

ଅମା ଅନ୍ଧକାରେ ଆଲୋକ ଦେଖାଇ

  ସତ୍ୟ ହିଁ ଦିଏ ହୁଙ୍କାର।

ଅଳୀକ ଜୀବନେ ସତ୍ୟ ହିଁ ସଖା

  ହୃଦ ଆଲୋକିତ କରେ

ବର୍ତ୍ତିକା ରୂପେ ଜନ ସମାଜରେ

  ନୀତିକଥା କୁ ପ୍ରଚାରେ।

ସନ୍ଧାନୀ ନର ସୁଖ କରି ଦୂର

  ଖୋଜେ ତପସ୍ୟାର ସ୍ଥଳ

ସତ୍ୟ ଲବ୍ଧଧରେ ନିଜ କୁ ଉତ୍ସ ର୍ଗୀ

  କଟିଯାଏ ନିଜ କାଳ।

ସତ୍ୟ ପୂଜାରୀ ବୁଦ୍ଧ, ଯୀଶୁଙ୍କ ର

  ବାଣୀ ହୋଇ ଅଭିଲେଖ

ସତ୍ୟ ପଥର ପୂଜାରୀ ଆମେରେ

  ରଖିବା ତାହାରି ଟେକ।

ସତ୍ୟ ରାମଚନ୍ଦ୍ର ସତ୍ୟ ର ପୁଜାରୀ

   ହରିଶ୍ଚନ୍ଦ୍ର ଙ୍କର ଗାଥା

ସତ୍ୟ ର ସେହି ଚିରନ୍ତନ ପଥେ

   ରଖିଯିବା ତା'ର ଗାଥା।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy