ସରସ୍ବତୀ ନାୟକ
ସୁରଭି ଭର୍ତ୍ତି ମୋ ଦେହେ
ସୁନ୍ଦରେ ନିପୁଣା
ବଣ ମୁଲକରେ ବାସ
ଜଗତରେ ଜଣା ।।
କରେନାହିଁ ଅଭିମାନ
ମାନ କା' ଉପରେ
ଅନ୍ଧାରିରାଇଜେ ରହି
ନିନ୍ଦେ ମୋ ଭାଗ୍ୟରେ ।।
ଅଟବୀରେ ହୋଇ ଜନ୍ମ
ସୁବାସ ବିତରେ
ଉଚ୍ଚନୀଚ ଭେଦଭାବ
ନାହିଁ ମୋ ହୃଦରେ ।।
ଗୁଣ ଥାଇ ଅସମ୍ମାନ
ଦୁର୍ଗୁଣେ ପ୍ରଶଂସା
ସତେ ଜନ୍ମ ଅପରାଧ
ହୁଏ ଲୋକହସା ।।
ମୋର ସମ ହତାଦର
ଗାଁଆର ପ୍ରତିଭା
ତା' ଗୁଣକୀର୍ତ୍ତନ କିଏ
କରିବ କାହୁଁବା ।।
ପୁରୀ
No comments:
Post a Comment