ସାନିଆଁ ବହୁ କଷ୍ଟରେ ପହଞ୍ଚିଥିଲା ଓଡିଶା ମାଟିରେ।ଭୂବନେଶ୍ବର ଏୟାରପୋର୍ଟରେ ଓହ୍ଲାଈ ସେ ମୁଣ୍ଡ ନୁଆଁଇ ମାଟିଟିକେ ଉଠାଇଲା ଓ ନିଜ ମୁଣ୍ଡରେ ଲଗାଇଲା।କେତେ ଶୁଗନ୍ଧ ଥିଲା ଏ ମାଟିରେ।ଏ ପରା ତା ଜନ୍ମମାଟି।କେତେ ଝୁରି ହେଉଥି୍ଲା ସେ ଏହି ମାଟିକୁ।
ଏ ମାଟିରେ ତାର କେତେ ସୃତି ବିଜଡିତ ହେଇରହିଛି।ଏଇମାଟିରେ ତାର ପୂର୍ବ ପୁରୁଷଙ୍କଅବଶେଷ ମିଶି ରହିଛି।ଏମାଟିରେ ସେ ପ୍ରଥମ ପାଦ ପକାଇ ଚାଲି ଶିଖିଛି।ଏଠି ସେ ବିଦ୍ୟାର୍ଜନ କରିଛି।କିଶୋରୀରୁ ଯୁବତୀ ହେଇଛି ।ୟାରି ଷଡ ଋତୁର ପ୍ରଭାବରେ ଆମୋଦିତ ପୁଲକିତ ହେଇଛି ତାର ତନୁ ଯୌବନ।ଅନେକ ସ୍ବପ୍ନ ଦେଖିବା ଶିଖେଇଛି ଏଇ ମାଟି ମାଆ।ତାର ସବୁଜ ପଣତ ତଳେ ବଣ୍ୟ ଝରଣାରଜଳ ପିଇ ନାନା ଜାତିର ପକ୍ଷୀଙ୍କ କଳରବ ଭିତରେ ସେ ଖୋଜି ନେଇଥି୍ଲା ସୁଖର ସଂସାରଟେ।ହେଲେ ଯୁବତୀ ହେବାପରେ ଘରପାଇଁ ବୋଝ ବନିଯାଇଛି।ବାପାମାଆ ମୁଣ୍ଡର ବୋଝ ଉତାରିଦେବାକୁ ବରପାତ୍ର ଖୋଜିଛନ୍ତି।ଜଣେ ଦଲାଲ ତା ମଦୁଆ ବାପାକୁ ମଦ ପିଆଇ ତାଝିଅ ପାଇ ଏକ ବିଦେଶୀ ଚାକିରିଆ ପୁଅଟେ ଯୋଗାଡ କରିଦେଇଛି କହି ଲୋଭ ବଢାଇଛି।ତାହାତରେ ଦଶହଜାର ଏଡଭାନ୍ସ ଗୁଞ୍ଜି ଦେଇଛି।ମଦୁଆ ବାପା
ତାର ଆକାଶକୁ ଛୁଇଁବାର ସ୍ବପ୍ନରେ ବିଭୋର।ବିଦେଶୀ ଯୋଇଁ କରିବ।ଗାଁରେ ସମ୍ମାନ ବଢିବ।ଝିଅ ତାର ସୁଖରେ ରାଜରାଣୀ ହେଇ ରହିବ ସେ ଖୁସିରେ ତାର
ମନ ଜୁଆରିଆ ନଈଟିଏ ପରି ଥଳକୂଳ ନମାନି ବହିଯାଉଛି।ଦଶ ହଜାର ଟଙ୍କା ଦେଖି ତା ମାଆର ଆଖିରେ ବି ଖୁସିର ଚମକ। ଅର୍ଥ ଆସିବାର ଏଇ ତ ଆରମ୍ଭ।ଝିଅ ବିଦେଶ ଗଲେ କେତେ ବଦେଶୀ ଜିନିଷ ପଠାଇବ ତାଙ୍କରି ପାଇଁ।ଛୋଟ ଭାଇଟା ବି ଖୁସିରେ ଡେଉଁଛି ନାନୀ ଦୁବେଇ ଯିବ କହି।ଆଉ ସମସ୍ତଙ୍କ ଖୁସି ଦେଖି ସାନିଆଁବି ନିଜର ଭାବି ସ୍ବାମୀକୁ ନେଇ ସ୍ବପ୍ନବିଭୋର ହେଇ ଉଠିଛି।
ଦାମି ଶାଢୀଗହଣା ଦେଇ ଇବ୍ରାହିମ ସହ ତାର ବାହାଘର ହେଇଗଲା।ପ୍ରଥମକରି ଉଡାଜାହାଜ ଦେଖିଲା ପାଖରୁ।ଭିତରେ ପଶି ବସିଲା।ଇବ୍ରହିମ ର କଥାଅନୁସାରେ ବେଲ୍ଟ ବାନ୍ଧିଲା।ଆକାଶକୁ ଉଠିଲା ବେଳେ ତାର ଛାତି ଚାଏଁକଲା।କାନସବୁ ଟାଣିହେଲାପରି ଲାଗିଲା।ଇବ୍ରାହିମ ତାକୁ ହାତରେ ଥାପୁଡାଇ ନଡରିବା ପାଇଁ ସାହସ ଦେଲା।ସେ ଇବ୍ରାହିମର ଏପରି
ଯତ୍ନଶୀଳ ମନୋଭାବ ଦେଖି ନିଜକୁ ବଡ ଭାଗ୍ୟବତୀ ଭାବିବାକୁ ଲାଗିଲା।ଭଲଭଲ ଜିନିଷ ଖାଇବାକୁ ମିଳିଲା।ଦୁବେଇରେ ପହଞ୍ଚିଲା ପରେ ଏକ ଭଲଘରେ ନେଇ ରଖିଲା।ନିଜ ଘର ଭାବି ଅଯତ୍ନରେ ପଡିଥିବା ଘରକୁ ସେ ଦିନସାରା ପୋଛାପୋଛି କରି ଚକ ଚକ କରିଦେଲା।ନୂଆବୋହୁ ପରି ଭଲ ଲୁଗା ପିନ୍ଧି ସେ ସଜହେଲା ରାତି ହନିମୁନ ପାଇଁ।ଆଜି ତାରପତିଦେବତାଙ୍କ ପୂଜାରେ ତା ଦେହକୁ ସମର୍ପଣ
କରିବାର ଅଛି।ହେଲେ ରାତିରେ ସେମିତି କିଛ ହେଲାନି।ବହୁତ କ୍ଲାନ୍ତ ହେଇପଡିଥିବାରୁ ଇବ୍ରାହିମ
ଶିଘ୍ର ଶୋଇପଡିଲା।ସକାଳୁ ଉଠି ପୁଣି ଘରକାମରେ ଲାଗିଗଲା ସାନିଆଁ।ରାତିରେ ତାକୁ ନୁଆବୋହୁ ପରି ସଜକରି ଇବ୍ରହିମ ସାଥିରେ ନେଇଆସିଲା ଏକ ହୋଟେଲକୁ।ସେଠି ଆଗରୁ ତାପରି କେତୋଟି ଝିଅ ବସିିଥିଲେ।ସେମାନେ ସବୁ ପାଶ୍ଚାତ୍ୟ କପଡା ପିନ୍ଧିଥିଲେ।ସେମାନେ ତାଆଡେ କରୁଣ ଦୃଷ୍ଟିରେ ଅନାଉଁ ଥାନ୍ତି ଯେମିତି ସେ ହଣାହେବାକୁ ଯାଉଥିବା ଛେଳିଟିଏ।ତାଙ୍କ ଭିତରେ ଫୁସ୍ଫାସ୍ କିଛି କଥା ହେଉଥାନ୍ତି ହେଲେ ସେ ସ୍ବଳ୍ପ ଶିକ୍ଷିତ ହେତୁ କିଛି ବୁଝି ପାରୁନ ଥାଏ।ରାତ୍ରୀ ବଢିବାକୁ ଲାଗିଥାଏ।ଇବ୍ରାହିମ ତାକୁ ଏକ ସଜ୍ଜିତ ବଖରାରେ ଛାଡି ବାହାରୁ ଆସୁଛି କହି ଚା୍ଲିଗଲା।ସାନିଆଁ ଗଦାବାଲା ଡନଲପ୍ ଖଟ ସୋଫା ଡ୍ରେସିଙ୍ଗଟେବୁଲ ଦେଖି ଖୁସି ହେଉଥାଏ।ତାର ଭାଗ୍ୟ ଏତେ ଯୋର ଥିଲା ବୋଲି ବିଶ୍ବାସ ହେଉନଥିଲା ତାକୁ।ମାଆ ଏସବୁ କଥା ଶୁଣିଲେ କେତେ ଖୁସିହେବ ସତେ।ଏପରି ଭାବି ଚାଲିଥିଲା ବେଳେ କବାଟ ଖଡ୍ କି ଶବ୍ଦହେ୍ଲା ଓ ଜଣେ କେହି ନୂଆ ଲୋକ ପଶିଆସିଲା ବଖରା ଭିତରକୁ।ସେ ଡରିଗଲା ,ଏ ତ ଇବ୍ରାହିମ ନୁହେଁ?ତେବେ ଇଏ କିଏ?
ଲୋକଟି ଭିତରପଟୁ କବାଟ ବନ୍ଦ କରିଦେଲା।ତାପରେ ତା ଖଟରେ ଆସି ବସିଲା।ତାକୁ ଟାଣି ତା ଛାତିରେ ଜାକି ଧରିଲା।ସେ ଭୟରେ ଥରୁଥାଏ।କୁକୁଡା ଚିଆଁ ଛଞ୍ଚାଣ କବ୍ଜାରେ ପଡିଲା ପରି ତା ଅବସ୍ଥା ସାଂଘାତିକ।ଲୋକଟି ମଦ ପିଇ ଆସିଥିଲା।ସେ ତାଠୁ ଛଡେଇ ହେବାକୁ ଅନେକ ଚେଷ୍ଟାକଲା ହେଲେ ପାରିଲାନି।ଧିରେଧିରେ ସେ ନିୟନ୍ତ୍ରଣ ହରାଇଲା।ଏବେ ସେ ଲୋକ ଗୋଟିଗୋଟି କରି ଥା ଅନ୍ତ୍ରବସ୍ତ୍ର ଖୋଲି ସାରିଥିଲା।ସେ ଲାଜରେ ଦୁଇହାତରେ ନିଜ ଆଖିଦୁଇଟାକୁ ବନ୍ଦ କରିଥାଏ।ତାପରେ ଲୋକଟା ତାରଉତ୍ତେଜକ ଅଙ୍ଗ ମାନଙ୍କରେ ହାତ ଓ ଜିଭର ପ୍ରୟୋଗ କରୁଥିଲା।ଏମିତି ସ୍ପର୍ଶ ସେ ଆଗରୁ କେବେ ଜାଣିନଥିଲା।ଭୟରେ ଓ ଉତ୍ତଜନାରେ ସେ ପାଣି ପାଣି ହେଇ ଯାଉଥିଲା।ଏବେ ତାକୁ ବାହାରେ ଭେଟିଥିବା ଝିଅ ମାନଙ୍କର କରୁଣ ଚାହାଣୀର ମାନେ ବୁଝା ପଡୁଥିଲା।ବୋଧହୁଏ ତାସହ କଣ ହେବାକୁ ଯାଉଛି ସେମାନେ ଜାଣି ଥିଲେ।ସେଥିପାଇଁ ତାକୁ ଏମିତି କରୁଣ ନଜରରେ ଚାହୁଁଥିଲେ।ବୋଧହୁଏ ସେମାନେ ବି ତାପରି ଶିକାର ହେଇ ସାରିଛନ୍ତି ଆଗରୁ।ଲୋକଟା ରାତିସାରା ତାକୁ ଦଳିମକଚି ତାର ଦେଇଥିବା ଟଙ୍କାତକ ଅସୁଲ କଲା।ସେ କହୁଥାଏ ଭର୍ଜିନ ମାଲ ବହୁତ କଷ୍ଟଲି।ଏବେ ଇବ୍ରାହିମ ପ୍ରତି ତାର ବଡ ଘୃଣା ହେଉଥାଏ।ସକାଳେ ଆସି ଇବ୍ରାହିମ ତା ଘରକୁ ନେଇ ଆସିଲା।ଏବେ କିନ୍ତୁ ସେ ଘରପ୍ରତି ସାନିଆଁର ମୋହ ତୁଟି ଯାଇଥିଲା।ସଜେଇବାକୁ କି କିଛି କାମ କରିବାକୁ ମନ ହେଉନଥିଲା।ଘରକୁ ଫୋନ କରିବାକୁ ଚାହିଁଲେ କିଛି ସୁବିଧା ନଥିଲା।ଇବ୍ରାହିମ ତା ଫୋନ ଦେଉ ନଥିଲା।
ପରେ ଇବ୍ରହିମ ବିଷୟରେ ସେ ଜାଣିବାକୁ ପାଇଲା
ସେ ବିଦେଶୀ ଚାକିରିଆ କହି ଝିଅଙ୍କୁ ବାହାହେଇ ଆଣି ଏଠି ଧନ୍ଧା କରାଏ।ଯିଏ ଥରେ ଏଠିକୁ ଆସିଗଲା ତା ଜୀବନ ନର୍କ ପାଲଟିଯାଏ।ଝିଅର ମାଆବାପାଙ୍କ କିଛି କିଛିଟଙ୍କା ପଠାଇ ଦିଅନ୍ତି ଚୁପ୍ ରହିବେ ବୋଲି। ସେମାନେ ଭାବନ୍ତି ଝିଅ ଭଲରେ ଅଛି।ଦିନେ ଏକ ଓଡିଆ ଲୋକ ତା ଗ୍ରାହକ ହେଇ ଆସିଥିଲେ।ତାଙ୍କରି ଫୋନ ରେ ସେ ଭିଡିଓ କରି ନିଜ ଦୁଃଖ ଜଣେଇ ଥିଲା
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ।ଭିଡିଓଟି ଭାଏରାଲହେଇ ପ୍ରଧାନମନ୍ତ୍ରୀଙ୍କ ଯାଏ ପହଞ୍ଚିଲା।ତାପରେ ଗୁପ୍ତଚର ଦ୍ବାର ଠାବ ହେଲା ଇବ୍ରାହିମ।ସାନିଆ ସହ ଆହୁରି କେତେଜଣ ଭାରତୀୟ ଯୁବତୀ ଫେରିଥିଲେ ବିଦେଶରୁ।ଦୁବେଇଯିବା ଚାକିରିଆ ଯୋଇଁପାଇବାର ମୋହ ଏବେ ସମସ୍ତେ ଛାଡିବାକୁଲାଗିଲେ ଯେତେବେଳେ ସାନିଆଁର କାହାଣୀ ଶୁଣିଲେ।
ମାଧବୀପଟେଲ ଝାରସୁଗୁଡା ।
No comments:
Post a Comment