ମାଧବୀ ପଟେଲ।
କଞ୍ଚନ ସପ୍ତମ ଶ୍ରେଣୀରେ ପଢେ।ନାଆଁ ଯେମିତି କଞ୍ଚନ
ରୂପ ବି କଞ୍ଚନବରନା।
ସୁଗଠିତ ମନଲୋଭା ଶରୀର ,ହସହସ ମୁହଁ,ନିରୀହ ଆଖି ଲାଜୁକି ହସ ସମସ୍ତଙ୍କୁ ଆକର୍ଷିତ କରେ ନିଜ ଆଡକୁ।ସ୍କୁଲରେ ପଢୁଥିବା ଛାତ୍ରମାନେ ତାକୁନେଇ ଅନେକ ସ୍ବପ୍ନଦେଖନ୍ତି।ତା ସହ କଥା ହେବାପାଇଁ ସୁଯୋଗ ଖୋଜିବୁଲୁଥାନ୍ତି।ହେଲେ ଏମିତି କିଛି କୁସ୍ତିତ ଭାବନାର ବ୍ୟକ୍ତି ବି ଥାଆନ୍ତି ଯିଏ ପୈଶାଚିକ ମନୋଭାବର ପୂର୍ତ୍ତିପାଇଁ ସବୁବେଳେ ଚେଷ୍ଟାରେ ଲାଗିଥାନ୍ତି।ପ୍ରତିଦିନ ସ୍କୁଲ ଗଲାବେଳେ ଏକ ଅସୁନ୍ଦର ଭୟଙ୍କର ଅଚିହ୍ନାବ୍ୟକ୍ତି ଅନେଇ ରହିଥାଏ ଏକ ଗଛ ଅଢୁଆଳରୁ।ଲୋକଟାର ଗାଲରେ ଏକ କଟାଦାଗ ତାକୁ ବହୁତ ବିକୃତ ବିଭତ୍ସ କରେ।ସେ ତାକୁ ଦେଖିଲେ ତରତର ହେଇ ଆଗକୁ ସ୍କୁଲ ଚାଲିଯାଏ।ସେ ତା ମାଆକୁ ଏ ଅଚିହ୍ନାଲୋକ ବିଷୟରେ ସବୁ ବତାଇଥିଲା।ମାଆ ସେଥିପାଇଁ ସବୁବେଳେ ଆସଙ୍କିତ ରହୁଥିଲା।ସେ ଖରାପ ଲୋକଟା ତା ଝିଅ ଉପରେ କୁନଜର ରଖିଛି କେତେବେଳେ କଣ କରିଦେଇପାରେ?ଟିକେ ଦେରି ହେଲେ ସେ ଘର ବାହାର ହେଉଥାଏ ।ପ୍ରତି ମାଆ ମନ ଏମିତି
ଝିଅପାଇଁ ଛଟପଟ ହେଉଥାଏ।ତାପାଇଁ ଯତ୍ନଶୀଳ ଥାଏ।ଯେମିତି ତା ଝିଅ ବିପଦ ମୁକ୍ତ ହେଇରହୁ।ସେ ଛୋଟବେଳୁ ଝିଅକୁ ଅଜଣାବ୍ୟକ୍ତିଙ୍କୁ କେବେ ବିଶ୍ବାସ କରିବୁନି ବୋଲି ଶିଖାଇଛି।କିଏ କିଛି ତା ପସନ୍ଦରଜିନିଷ ଚକଲେଟ୍ ପ୍ରଭୃତି ଖାଇବାକୁ ଦେଲେ ଖାଇବୁନି ବୋଲି ବାରମ୍ବାର କହୁଛି।କିଏ ତତେ ଛୁଇଁଲେ ଯଦି ସେ ଛୁଆଁ ତତେ ଖରାପ ଲାଗୁଛି ତେବେ ତାଠୁ ଦୂରେଇ ରହିବୁ।ମତେ କହିବୁ ତା ବିଶୟରେ।ସ୍କୁଲରେ ଥିଲେ ଶିକ୍ଷୟତ୍ରୀଙ୍କୁ ଜଣାଇବୁ।ଝିଅବି ବଡ ବୁଦ୍ଧିମାନ।ସିଏ କରାଟେର ପ୍ରଶିକ୍ଷଣ ବି ନେଇଛି।କେବେ କିଛି ବିପଦ ପଡିଲେ ନିଜକୁ ଯେମିତି ଲଢି ବଞ୍ଚାଇ ପାରିବ।
ଦିନେ ସ୍କୁଲରୁ ଫେରିଲାବେଳେ ତିନିଜଣ ଯୁବକ ଯେଉଁମାନେ ପାନ ଦୋକାନରେ ଥାଇ ତାକୁ ନିରିଖେଇ ଦେଖୁଥିଲେ ତାପଛେ ପଛେ ଅନୁଧାବନ କଲେ।ସେ ବିପଦର ଆସଙ୍କା କରି ତାର ପାଦଖୀପ୍ର କରିଦେଲା।ହେଲେ ସେ ଯୁବକ ଗୁଡାକ ଦଉଡି ତା ପାଖକୁ ପହଞ୍ଚିଗଲେ।ଯଦିଓ ସେ ଯୁବକ ମାନେ ଶିକ୍ଷିତ ଭଲ ଘରର ଜଣା ପଡୁଥିଲେ ହେଲେ ତାଙ୍କର ଭାବନା କୁସ୍ଚିତ ଥିଲା।ସେମାନେ ତାକୁ ଧରିନେବାରେ ସଫଳ ହେଇ ଯାଇଥିଲେ।ସେ ତାର କରାଟେର କୌଶଳ ପ୍ରୟୋଗ କରି ଲାତଟିଏ ମାରି ଧରିଥିବା ଲୋକଠୁ ଛଡାଇହେଇ ଦଉଡିବାକୁ ଲାଗିଲା।ଠିକ୍ ସେତିକି ବେଳେ ସେ ସେହିଗଛ ତଳକୁ ପହଞ୍ଚି ଯାଇଥାଏ।ସେଇ ଅପରିଚିତ ଭୟଙ୍କର ଲୋକଟି ଏବେ ତା ସମ୍ମୁଖରେ ଥିଲା।ସେ ଏବେ କିଂ କର୍ତ୍ତବ୍ୟ ବିମୁଢ ଅବସ୍ଥାରେ ପଡିଥିଲା।ପଛରେ ବିପଦ ଆଗରେ ବିପଦ।ହରିଣୀ ଯେମିତି ଚାରିକଡରୁ ବିପଦରେ ଘେରି ଭଗବାନଙ୍କୁ ସ୍ତୁତି କଲା।ଯାଫଳରେ ଯୋର୍ରେ ଝଡପବନ ବର୍ଷା ଆସି ପବନରେ ଜାଲ ଛିଣ୍ଡିଗଲା ବର୍ଷାରେ ନିଆଁ ଲିଭିଗଲା।ସାପ ଆସି ଶବରକୁ କାମୁଡିଦେଲା ଶିକାରୀର କୁକୁର ବଜ୍ରାଘାତରେ ମରଣ ହେଲା।ସେମିତିସେ ନିରୁପାୟ ହେଇ ଭଗବାନଙ୍କୁ ରକ୍ଷାକର ବୋଲି ଡାକିବାକୁ ଲାଗିଲ।ତାର ଚିନ୍ତାର ବାହାରେ ଏକ ଘଟଣା ଘଟିଥିଲା ସେତେବେଳେ।ସେଇ ଅଚିହ୍ନାବ୍ୟକ୍ତିଟି ଆସି ସେ ଯୁବକ ମାନଙ୍କ ମଧ୍ୟରୁ ଜଣକୁ ଧରି ଶୂନ୍ୟରେ ଉଠାଇ ତଳେ କଚାଡି ଦେଲା।ତାର ଏପରି ଦୂରାବସ୍ଥା ଦେଖି ଅନ୍ୟ ଦୁଇଜଣ ଯୁବକ ଡରି ଲାଙ୍ଗୁଡ ଜକା କୁକୁର ପରି ଚାଲି ଯାଇଥିଲେ।ତଳେ ପଢିଥିବା ଯୁବକଟି ଆଉ ଉଠି ପାଳିଲାନି।ଲୋକଟି ଯୁବକକୁ ଲକ୍ଷକରି କହୁଥାଏ।ତୁମପରି ଲମ୍ପଟ ମାନଙ୍କ ପାଇଁ ମୁଁମୋର ଝିଅକୁ ହରାଇ ବଞ୍ଚିଛି।ମୋ ଝିଅର ବଳତ୍କାର ହେଲାପରେ ସେ ଆତ୍ମହତ୍ୟା କରିଦେଲା।ତାର ମାଆ ଝିଅର ମରଣ ଦୁଃଖରେ ପାଗଳୀ ହେଇଗଲା।ଏବେ କଞ୍ଚନର ସେ ଅପରିଚିତ ଲୋକପ୍ରତି ଥିବା ଭୟ ଚାଲିଯାଇଥିଲା।ସେ ପାଖକୁ ଯାଇ କହିଲା ବାବା ତୁମେ କିଏ?ଏଠି ସବୁଦିନ ରହି କଣକର?ସେଲୋକଟି କହିଲା।ସ ଜଣେ ସୈନିକ ଥିଲା।ଘରେ ନିଜ ସ୍ତ୍ରୀଝିଅକୁ ଛାଡି ଦେଶ ସେବାରେ ସୀମାରେ ଯୁଦ୍ଧରେ ରତ ଥିଲା।ଚେହେରାର ଏ କ୍ଷତ ସେଇ ଯୁଦ୍ଧର ଚିହ୍ନ।ଯୁଦ୍ଧରୁ ଫେରି ଶୁଣିଲା ତା ଝିଅର ବଳତ୍କାର ହେଇଗଲା।ସେ ଆତ୍ମହତ୍ୟା କରିଦେଲା ଲୋକଙ୍କ ନିନ୍ଦା ସହିନ ପାରି। ଏ ସମାଜ ବି ବଡ ଅଜବ ବିନା ଦୋଷରେ ଝିଅଟେହିଁ ନିନ୍ଦିତ ହେଇଥାଏ।ଆଜି ଯଦି ମୁଁ ନଥାନ୍ତି ତୋର ବି ସେ ଅବସ୍ତା ହେଇଥାନ୍ତା।ମୋସ୍ତ୍ରୀ ଝିଅର ବିଛେଦର ଦୁଃଖରେ ପାଗଳୀ ହେଇଗଲା।ମୋ ଝିଅ ଦେଖିବାକୁ ଠିକ୍ ତୋପରି।ଏଇ ଦେଖ ତାର ଫଟୋ।ସତକୁସତ ଫଟୋଟି ଦେଖିବାକୁ ତାପରିଥିଲା।ମୁଁ ତୋ ଭିତରେ ନିଜ ଝିଅକୁ ଦେଖୁଥିଲି।ସେଥିପାଇଁ ତୋର ଝଲକଟେ ପାଇବାପାଇଁ ଏଠି ଜଗିଥାଏ ତୁ ସ୍କୁଲ ଗଲାଓ ଫେରିଲାବେଳେ।ସେଦିନ କଞ୍ଚନ ଭାବୁଥିଲା ଯାହାକୁସେ କଦର୍ଯ୍ୟ ଭୟଙ୍କର ଅପରିଚିତ ଭାବୁଥିଲା ସିଏ କେତେ ଭଲ।ଅଥଚ ଭଦ୍ରମୁଖା ପିନ୍ଧା ସେ ଯୁବକ ଗୁଡାକ କେତେ ଭୟଙ୍କର।
ଝାରସୁଗୁଡା।
No comments:
Post a Comment