Monday, January 4, 2021

ମାଗି ଖିଆ ପର ତରକାରିରେ ଘର

 ମାଗି ଖିଆ ପର ତରକାରିରେ ଘର 

ଚ଼ଳେଇବାକୁ କେତେ ଦିନ ତୁମ୍ଭ ମନ  

       🌹❤️ ❤️🌹

ଇଲେକସନ ବେଳେ ନେତାର ପ୍ରତିଶ୍ରୁତି ହାତୀ ଦେବି

ଘୋଡା ଦେବି ଭୋଅଟ ଦିଅରେ

ମଦ ଟିକେ ପିଇ ଦଳୀୟ କର୍ମୀ ବୋବାଲ କରଇ 

ପୋଷ୍ଟର ମାଇକ ବାନ୍ଧି ଭୋଅଟ ନିଶାରେ


ଭୋଅଟ ସରିଲା ଆଉ ଉଲୁସି ଉଠୁନି ସେହି 

ଇଲେକସନ ନିଶା

ଭୋଟର ସ୍ମୃତିରେ ଭରି ରହି ଅଛି ସେହି ରୂପେଲି

ଜୋଛନା ଆଶା


ଭୋଅଟ ପାଇ ଉଡି ଗଲେ ନେତା ଆଜି ଆଉ 

ଦଉଡିବା ନାହିଁ

ଭୋଟର ସ୍ମୃତିରେ ଆଉ ରଣଝଣ ମାଇକର ଧ୍ୱନି

ବାଜେନି କାହିଁ 


ଭୋଟର ଦେଖୁଛି ଜତିଥିବା ନେତାର ରାଜତ୍ୱ

କାଳରେ ଅତ୍ୟାଚାର

ପ୍ରତି ମୁହୂର୍ତ୍ତରେ ଜନତା ହେଉଛି ଦୁଃଖ ଜର୍ଜରିତ

ଶୋଷଣର


ଦୁର୍ଦ୍ଦଶାଗ୍ରସ୍ତ ଭଗ୍ନ ଅନ୍ତରରେ ମୂକ ହୋଇଛି ସେ 

ଦୁଃଖରେ ହୋଇ ପ୍ଳାବିତ

ଦୂର ହୋଇଛି ତାର ସବୁ ସୁଖ ସମୃଦ୍ଧି ଦୁଃଖର

ତରଙ୍ଗେ ହୋଇ ପ୍ରଭାବିତ


ପୁଂଜିପତିର ଚେଲା ସେ ନାଗର ବିଷର ଆଘାତେ

ଶ୍ରମିକ କୃଷକ ଜର୍ଜରିତ 

ବେଦନା ଭରା ମୃତ୍ୟୁର ସ୍ରୋତେ ଆଜ ହୋଇଛି ତାର

ଭବିଷ୍ୟତ ବିପର୍ଯ୍ୟସ୍ତ 


ଜୀବନ ବୃକ୍ଷର ଆଶା ନିରାଶାର ଦୁଇ ଡାଳେ 

କିଛି ଦୁଃଖ ଅନ୍ଧାରରେ 

କରି ଜପାମାଳି କେହି କେହି ଦୁଃଖ ଯାଉଛନ୍ତି ଭୁଲି

ତାଙ୍କ ବିଚାରଧାରାରେ


କେହି କେହି ଦୁଃଖ ଯାଉଛନ୍ତି ଭୁଲି ଭାବି

ହସ କାନ୍ଦ ଜୀବନର ଦୁଇଟି କାକଳି 

ନିଜକୁ ସମ୍ଭାଳିଛନ୍ତି ଭଲ ମନ୍ଦ ଭାଗ୍ୟ ଭଗବାନ

ଦୋଳିରେ ଝୁଲି 


ସେ କାହୁଁ ଜାଣିବ ଗର୍ବ ଅଂହକାରେ ଆଜିର ନେତା

କରେ ମିଛ ରାଜନୀତି

ଧନ ଦୈାଲତ ଦେଖି ଭୁଲିଗଲା ସିଏ ନେତା କରେ

ଧରମର ମିଛ ରାଜନୀତି


କୁହ ନୈରାଶ୍ୟବାଦୀ ହୋଇ ଭାଗ୍ୟ ଭଗବାନେ 

ଜୀବନ କାଟିଲେ 

କୁହ କିଏ ପାଇଛି ସଂକଟୁ ମୁକତି ଜୀବନରେ

ସଂଗ୍ରାମ ନକଲେ

 

ଶ୍ରମିକ ଭାଇଂକୁ ଏକାଠି ହୋଇ ଜବାବ 

ମାଗିବାକୁ ହେବ 

କଥା ଦେଇ କଥା ରଖିଲୁ ନାହିଁ ପୁଂଜିପତିର

ଗୋଟାପଣେ ହୋଇଗଲୁ କୁହ


ମାଗିବାକୁ ହେବ ଜବାବ ଶାସକକୁ କେମିତି 

କହ ତୋ ହୃଦୟ ସହିଲା 

ଶ୍ରମିକ କୃଷକଂକୁ ଦେଇଥିବା ପ୍ରତିଶ୍ରୁତି ଭୁଲି

କେମିତି ତୋ ମନ ବୁଝିଲା


ଟିକେ ଶୁଣ, ଟିକେଶୁଣ, ଟିକେ ଶୁଣ ଆହେ ମୋର

ଭୋଟର ଭାଇ ଭଉଣୀ ଗଣ

ମାଗି ଖିଆ ପର ତରକାରିରେ ଘର ଚ଼ଳେଇବାକୁ

କେତେ ଦିନ ତୁମ୍ଭ ମନ            

********

ଚିତ୍ତ ରଞ୍ଜନ ନନ୍ଦ
ଜଗତପୁର, କଟକ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy