Sunday, January 10, 2021

ବାର୍ଦ୍ଧକ୍ୟ ର ପରିଭାଷା

ନିର୍ମଳ ନାୟକ 

ବୟସର ସୀମା ବାନ୍ଧି ପାରେନି 
ହୃଦେ ଉମଂଗ, ମନେ ଜଵାନୀ.. 
ଅସୁମାରୀ ଆଶା ର ଓଜସ୍ବିନୀ.. 
ସମୟାନୁବର୍ତ୍ତୀତା ର  ସାରଣୀ !! 

ଶିରେ ଶୋଭା ଧବଳ କେଶ ରାଜି.. 
କୁଞ୍ଚିତ  ଚର୍ମାବରଣ  ଶୋଭା ଆଜି.. 
ଦୃଷ୍ଟି ବର୍ଦ୍ଧନ ହେତୁ ଏନକ କୁ ଖୋଜି 
ଅଙ୍ଗ ଅବୟବ କମ୍ପନ  ଶଙ୍କା ହେଜି !! 

ଏ ତତ୍ ବ୍ୟତୀତ କାର୍ଯ୍ୟ ଇଚ୍ଛା ଶକ୍ତି... 
ବ୍ୟୟାମ, ପ୍ରାଣାୟାମ  ସ୍ବୀକାରୋକ୍ତି... 
କିଛି  କର୍ତଵ୍ୟ ଏ ବେବି  ବାକି ପୂର୍ତ୍ତି.. 
କେମିତି ଦେବି ଜୀବନ ପୂର୍ଣ୍ଣାହୁତି ? 

ଅଧୁନା କର୍ମକ୍ଷେତ୍ରେ ନାହିଁ ଆଶଙ୍କା.. 
ଆସୁ କେତେ ଝଡ଼ ଝଞ୍ଜା ର  ଶଙ୍କା.. 
ଭ୍ରାମ୍ୟମାଣ କର୍ମପନ୍ଥାରେ ମନରଙ୍କା 
ଚାଲୁଛି, ଚାଲୁଥିବ,ହୃଦେ ମମ ଅଙ୍କା !! 

ବାର୍ଦ୍ଧକ୍ୟତା ଏକ ମାନସିକ ସ୍ୱୀକୃତି... 
ପରିବର୍ତନ ସମାଜେ ସ୍ୱଇଚ୍ଛା ପ୍ରକୃତି... 
ମନେ ଦୃଢଶକ୍ତି  ଧ୍ୟାୟୀ  ଆଦି ଶକ୍ତି... 
ବାର୍ଦ୍ଧକ୍ୟ  ବନ୍ଧନୁ ମୁକ୍ତି କର ସ୍ଥିତି !! 

151, ନାଗାର୍ଜୁନ କଲୋନୀ 
ନାରା ରୋଡ, ଜରିପଟକା 
ନାଗପୁର, ମହାରାଷ୍ଟ୍ର 
440014

1 comment:

  1. ସତରେ ଲେଖା ଟି ବେଶ୍ ହୃଦୟସ୍ପର୍ଶୀ ସହ ଶିକ୍ଷଣୀୟ ମଧ୍ୟ

    ReplyDelete

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy