✍ଡମ୍ବରୁଧର ବେହେରା (ଶିକ୍ଷକ)
ପନ୍ଦର ବର୍ଷ ପୂର୍ବରୁ ଏଏସଆଇର ଅଯୋଧ୍ୟାର ଏହି ବିବାଦୀୟ ସ୍ଥଳକୁ ଖୋଲି ଏହାର ଭୂତତ୍ତ୍ଵବିତ ମାନେ ପରୀକ୍ଷା କରିଥିଲା | ପରୀକ୍ଷା ରିପୋର୍ଟ ଅନୁଯାୟୀ ଏହି ବିବାଦୀୟ ସ୍ଥଳର ମାଟିତଳେ ପୁରାତନ ମନ୍ଦିରର ଅବଶେଷ ଥିବା ଦାବି ହୋଇଥିଲା | ମନ୍ଦିର ସପକ୍ଷରେ ମିଳିଥିବା ଫଟୋଗୁଡିକୁ ଏଏସଆଇ କୋର୍ଟରେ ଦାଖଲ କରିଥିଲା | ହାଇକୋର୍ଟ ନିର୍ଦେଶ ଅନୁସାରେ ଏଏସଆଇ ଏହି ରିପୋର୍ଟ ପ୍ରସ୍ତୁତ କରିଥିଲା | ସୂଚନାଯୋଗ୍ୟ ଯେ, ବୈଜ୍ଞାନିକ ତଥ୍ୟ ଉପରେ ଆଧାରିତ ଏହି ରିପୋର୍ଟକୁ ସୁପ୍ରିମକୋର୍ଟ ମଧ୍ୟ ଖାରଜ କରିପାରି ନ ଥିଲା | ଏଏସଆଇ ରିପୋର୍ଟରେ ସ୍ପଷ୍ଟ ସୂଚନା ଅଛି ଯେ, ଏହି ବିବାଦୀୟ ଢାଞ୍ଚା ତଳେ ଏକ ବଡ ସାଂଗରଚନା ରହିଛି | ଖୋଳତାଡ଼ରେ ଯେଉଁ ଅବଶେଷ ମିଳିଥିଲା ତାହା ଉତ୍ତର ଭାରତର ମନ୍ଦିର ଥିବା ସୂଚନା ଦେଇଥିଲା | କେବଳ ସେତିକି ନୁହେଁ ବରଂ ଦଶନ୍ଧି ପୂର୍ବରୁ ଉତ୍ତର ବୈଦିକ କାଳର ମୂର୍ତ୍ତି ଏବଂ ଅନ୍ୟ ବସ୍ତୁଗୁଡିକର ଅବଶେଷ ମିଳିଥିବା ସୂଚନା ମିଳିଛି | ଶୃଙ୍ଗ କାଳର ଚୁନା ପଥରରେ ତିଆରି କାନ୍ଥର ଅବଶେଷ ମିଳିଥିଲା |
ଇଲାହାବାଦ ହାଇକୋର୍ଟ ପ୍ରତିପକ୍ଷର ବିରୋଧ ସତ୍ୱେ ୨୦୦୨ ମସିହା ଅଗଷ୍ଟ ୧ ତାରିଖ ଏବଂ ସେହି ବର୍ଷ ଅକ୍ଟୋବର ୨୩ ତାରିଖରେ ଜମି ତଳେ ଜିଓ ରେଡିଓଲୋଜିକାଲ ସର୍ଭେର ନିର୍ଦେଶ ଦେଇଥିଲେ | ତୋଜୋ ବିକାଶ ଇନ୍ଟରନ୍ୟାଶନାଲ ପ୍ରାଇଭେଟ ଲିମିଟେଡ଼ ଏହି ସର୍ଭେ କରିଥିଲା ଏବଂ ୨୦୦୩ ମସିହାରେ ଫେବୃଆରୀ ୧୭ ତାରିଖରେ ରିପୋର୍ଟ ପ୍ରଦାନ କରିଥିଲେ | ୨୦୦୩ ମସିହା ଅଗଷ୍ଟ ୨୫ ତାରିଖରେ ଏଏସଆଇ ହାଇକୋର୍ଟରେ ଖନନ ରିପୋର୍ଟ ଦାଖଲ କରିଥିଲା | ତେବେ ହାଇକୋର୍ଟ ପ୍ରଶ୍ନ କରିଥିଲା ଯେ, ଏହି ବିବାଦୀୟ ସ୍ଥଳରେ ମନ୍ଦିରର ଏମିତି କିଛି ଅଂଶର ସନ୍ଧାନ ମିଳିଛି କି ଯାହାକୁ ଭାଙ୍ଗି ଏଠାରେ ମସଜିଦ ନିର୍ମାଣ କରାଯାଇଥିଲା
ଏଏସଆଇ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ବିବାଦୀୟ ସ୍ଥଳର ମାଟିତଳୁ ବିଶାଳ ସଂରଚନା ଇଟା, ଦେବତାଙ୍କ ଖଣ୍ଡ ବିଖଣ୍ଡିତ ଯୁଗଳ ମୂର୍ତ୍ତି, ଖନନ ହୋଇଥିବା ବାସ୍ତୁଶିଳ୍ପ, କବାଟଗୁଡିକର ଅଂଶ, ପୂଜା ସ୍ଥଳ ଭଳି ସାମଗ୍ରୀ ମିଳିଥିବା ଏବଂ ଉତ୍ତର ଆଡକୁ ଏକ ନାଳ ମଧ୍ୟ ଥିବା ଦର୍ଶାଇଯାଇଥିଲା ଯାହାକୁ ଭଗବାନ ଶିବଙ୍କ ମନ୍ଦିର ସହ ଯୋଡ଼ା ଯାଇ ଯାଞ୍ଚ କରାଗଲା | ମାଟିତଳୁ ୫୦ଟି ବଡ ବଡ ଖମ୍ବର ଅବଶେଷ ମଧ୍ୟ ମିଳିଲା | ଏହି ଅବଶେଷ ଗୁଡିକ ଉତ୍ତର ଭାରତର ମନ୍ଦିରଗୁଡିକ ସହ ମେଳା ଖାଉଥିବା ରିପୋର୍ଟରେ ଦର୍ଶାଯାଇଥିଲା |
୧୯୯୩ ମସିହାରେ ଏଏସଆଇ ଏହି ରିପୋର୍ଟ ରାଷ୍ଟ୍ରପତିଙ୍କ ଦ୍ୱାରା ସୁପ୍ରିମକୋର୍ଟ ପଠାଇଥିଲେ | ତତ୍କାଳୀନ ରାଷ୍ଟ୍ରପତି ପ୍ରଶ୍ନ କରିଥିଲେ ଯେ, ସେଠାରେ ହିନ୍ଦୁ ମନ୍ଦିର କିମ୍ବା ଧର୍ମ ସ୍ଥଳ ଥିଲା କି ? ତେବେ ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ରାଷ୍ଟ୍ରପତିଙ୍କ ଏହି ପ୍ରଶ୍ନକୁ ବେକାର ଏବଂ ଅନାବଶ୍ୟକ କହି ଏଡେଇ ଦେଇଥିଲେ | ମାଟିତଳେ ଏକ ଗୋଲାକାର ପୂଜାସ୍ଥଳର ଢାଞ୍ଚା ମଧ୍ୟ ମିଳିଥିଲା ସେଠାରୁ ଗୁପ୍ତ ଏବଂ ଉତ୍ତର ଗୁପ୍ତ ଏବଂ କୁଶାଣ କାଳର ଅବଶେଷ ମଧ୍ୟ ମିଳିଥିଲା |
ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା, ରାମ ମନ୍ଦିର ନିର୍ମାଣ ପାଇଁ ଶିଳ୍ୟାନାସ ହେଲା।
ଅଯୋଧ୍ୟା: ଦୀର୍ଘ ଦଶନ୍ଧି ଧରି ହିନ୍ଦୁ ଧର୍ମର ଲୋକମାନେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଦେଖିଥିବା ସ୍ୱପ୍ନ ଶେଷରେ ସାକାର ହେବାକୁ ଯାଉଛି। ରାମ ଜନ୍ମ ଭୂମିରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳାନ୍ୟାସ କାର୍ଯ୍ୟ ଶେଷ କରିଥିଲେ।
ଏଥିପାଇଁ ସ୍ୱତନ୍ତ୍ର ଭୂମି ପୂଜନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଭୂମି ପୂଜନ ରୀତି ନୀତିରେ ମୋଦି ଉପସ୍ଥିତ ରହିଥିଲେ। ଏହାପରେ ପୁଷ୍ପାଞ୍ଜଳୀ ଦେଇ ସେ ମନ୍ଦିର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଶିଳାନ୍ୟାସ ପାଇଁ ସ୍ୱତନ୍ତ୍ର ରୁପାର ଇଟା ବ୍ୟବହାର କରାଯାଇଥିଲା। ରାମ ଜନ୍ମ ଭୂମି ସ୍ଥଳରେ ମନ୍ଦିର ନିର୍ମାଣ ପାଇଁ ରୁପା ଇଟା ସ୍ଥାପନ ମଧ୍ୟ କରାଯାଇଥିଲା। ଶିଳାନ୍ୟାସ ବେଳେ ସ୍ୱତନ୍ତ୍ର ନାମ କୀର୍ତ୍ତନର ଆୟୋଜନ ଏହାକୁ ଉତ୍ସବ ମୁଖର କରି ପାରିଥିଲା।
ଭୂମି ପୂଜନ ବେଳେ ୯ଟି ଇଟା ମଣ୍ଡପରେ ରଖାଯାଇଥିଲା। ୧୯୮୯ରେ ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ରାମ ଭକ୍ତମାନେ ଏହି ଇଟା ପଠାଇଥିଲେ। ପ୍ରାୟ ୨ ଲକ୍ଷ ୭୫ ହଜାର ଇଟା ଖଣ୍ଡ ମଧ୍ୟରୁ ୧୦୦ଟି ଇଟାରେ ଜୟ ଶ୍ରୀରାମ ଲେଖା ଯାଇଥିଲା। ଏହାକୁ ମଧ୍ୟ ପୂଜା ମଣ୍ଡପରେ ରଖାଯାଇଥିଲା।
ଭୂମି ପୂଜନ ଶିଳାନ୍ୟାସ ପରେ ମୋଦି ସ୍ୱତନ୍ତ୍ର ପୂଜା ମଧ୍ୟ କରିଥିଲେ। ଏହାପରେ ସେ ସଭାସ୍ଥଳରେ ଉପସ୍ଥିତ ଥିବା ସାଧୁସନ୍ଥଙ୍କ ଗହଣରେ ଉଦବୋଧନ ଦେଇଥିଲେ।
ଅଯୋଧ୍ୟାରେ ଏହି ରାମ ମନ୍ଦିର ଶିଳ୍ୟାନ୍ୟାସ: ୩୨ ସେକେଣ୍ଡର ଶୁଭ ମୁହୁର୍ତ୍ତ, ୧୨.୪୦ରେ ଶିଳାନ୍ୟାସ ! ହେବ ବୋଲି ସମୟ ନିର୍ଦ୍ଧାରଣ କରା ଯାଇଥିଲା।
ଆଉ କିଛି ସମୟର ଅପେକ୍ଷା. ତା ପରେ ଆରମ୍ଭ ହେଲା, ରାମ ଯୁଗ. ଅଯୋଧ୍ୟାରେ ରାମମନ୍ଦିରର ଭୂମିପୂଜନ ପାଇଁ ସମଗ୍ର ଦେଶ ଏକ ପ୍ରକାର ଉତ୍ସବମୁଖର ହୋଇ ପଡ଼ିଥିଲା।ସମଗ୍ର ଭାରତ ବର୍ଷର ଲୋକେ ହର୍ଷ ଉଲ୍ଲାସର ଖୁସିରେ ପ୍ରଭୁ ରାମଚନ୍ଦ୍ରଙ୍କର ଜୟ ଜୟକାର କରି ଖୁସିରେ ବିଭୋର ହୋଇ ସେମାନଙ୍କ ପାଦ ମାଟି ତଳେ ଲାଗୁ ନ ଥିଲା ,କହିଲେ ଅତ୍ୟୁକ୍ତି ହେବ ନାହିଁ । ସେ ଯାହାହେଉ ଭୂମିପୁଜନ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଯୋଧ୍ୟା ଅଭିମୁଖେ ବାହାରି ସାରିଥିଲେ ।
ଓ ଅଯୋଧ୍ୟାରେ ରାମମନ୍ଦିରର ଭୂମିପୂଜନ ପାଇଁ ସମଗ୍ର ଦେଶ ଏକ ପ୍ରକାର ଉତ୍ସବମୁଖର ହୋଇ ପଡ଼ିଥିଲା। ଭୂମିପୁଜନ ବେଳେ ଏହି ଉତ୍ସବରେ ମୋଦିଙ୍କ ସହିତ ପ୍ରାୟ ୧୭୮ ଜଣ ବିଶିଷ୍ଟ ଅତିଥି ସାମିଲ ହେବାର କାର୍ଯ୍ୟକ୍ରମ ରହିଥିଲା।
ତେବେ ରାମ ଜନ୍ମ ଭୂମି ବୋର୍ଡର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବଗିରି ମହାରାଜ ସୂଚନା ଦେଇ କହିଥିଲେ କି, ଆଜି ଦିନ ୧୧।୪୦ ମିନିଟ ପରେ ମନ୍ଦିର ନିର୍ମାଣର ଭିତ୍ତି ଭୂମି ସ୍ଥାପନ କରାଯିବ। ଏହି ସମୟ ପରେ ମାତ୍ର ୩୨ ସେକେଣ୍ଡ ପାଇଁ ଶୁଭ ସମୟ ରହିବ। ଏହି ଶୁଭ ବେଳାରେ ତଦନରୁପ ମନ୍ଦିରର ଶୁଭ କାର୍ଯ୍ୟ ସମାପନ ହୋଇଥିଲା।
ଭୁମିପୂଜନ ପୂର୍ବରୁ ୮ଜଣ ବ୍ରାହ୍ମଣ ରୀତିନୀତି ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟା ପାଇଁ ଦିଲ୍ଲୀରୁ ବାହାରି ସକାଳ ସାଢେ ୧୧ଟାରେ ଅଯୋଧ୍ୟାରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଦିନ ପ୍ରାୟ ୧୨।୪୦ରେ ରାମ ଜନ୍ମଭୂମିରେ ରାମ ମନ୍ଦିରର ମୂଳଦୁଆ ପକାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମ ପୂର୍ବରୁ ହନୁମାନନଗରୀ ପରିଦର୍ଶନ କରିଥିଲେ। ଭୂମି ପୂଜନ ପୂର୍ବରୁ ଗଣେଶ ବନ୍ଦନା କରିବାର କାର୍ଯ୍ୟ କ୍ରମ ରହିଥିଲା।
ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସଙ୍ଗେ ସଙ୍ଗେ ସେଠାରେ ଏକ ପାରିଜାତ ଗଛ ମଧ୍ୟ ଲଗାଇବାର କାର୍ଯ୍ୟକ୍ରମ ରହିଥିଲା। ଏହି ଉଦ୍ଭିଦ ଲଗାଇବାରେ ଏକ ନୂତନ ପଦ୍ଧତି ବ୍ୟବହାର କରାଯାଇଥିଲା। ଏହି ଧାରଣା ଗୁଜୁରାଟର ଜଣେ ଶିକ୍ଷକ ତାଙ୍କ ଟ୍ୱିଟର ଆକାଉଣ୍ଟରେ ପିଏମ ମୋଦିଙ୍କୁ ସେୟାର କରିଥିଲେ। ପିଏମ ମୋଦି ଏହାକୁ ତାଙ୍କ ନମୋ ଆପରେ ସେୟାର କରିଥିଲେ। ପିଏମ ମୋଦି ନମୋ ଆପରେ ଲେଖିଥିଲେ ଯେ ଘରେ ପିଲା ଜନ୍ମ ସମୟରେ ଏକ ଚାରାରୋପଣ କରିବାର କଳ୍ପନା ତାଙ୍କୁ ପସନ୍ଦ ଆସିଛି। ଏଠାରେ ଜଳ ସଂରକ୍ଷଣ ପାଇଁ କୃଷି କିମ୍ବା ବଗିଚା କରୁଥିବାବେଳେ ଜଳ ସଞ୍ଚୟ କରିବା ପାଇଁ ସେ ଏକ ଟିପ୍ସ ମଧ୍ୟ ସେୟାର କରିଥିଲେ।
ଏହି ପରମ୍ପରା ଅନୁଯାୟୀ ବଡ଼ କିମ୍ବା ଛୋଟ ଗଛର ଚେର ନିକଟରେ ଥିବା ଏକ ମାଟି ପାତ୍ରକୁ ଭୂମିରେ ପୋତି ଦିଆଯାଏ । ଏହା ପାଣିରେ ଭର୍ତ୍ତି ହୋଇ ଏକ ଢାଙ୍କୁଣୀରେ ଘୋଡ଼ାଇ ରଖାଯିବ । ଏକ ସପ୍ତାହ ପରେ, ଆପଣଙ୍କୁ ଉଦ୍ଭିଦକୁ ପୁନଃ ଜଳ ଦେବା ଆବଶ୍ୟକ ନାହିଁ । ଏହି ମାଟିପାତ୍ର ସ୍ୱାଭାବିକ ଭାବେ ବୁନ୍ଦା ଜଳସେଚନ ଭଳି କାର୍ଯ୍ୟ କରିବ । କିନ୍ତୁ ଉକ୍ତ ମାଟିପାତ୍ରରେ କଣା ଯେପରି ନହୁଏ, ସେଥିପ୍ରତି ଧ୍ୟାନ ରଖିବାକୁ ହେବ ।
ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ଗପଟିକୁ ସେୟାର କରିଛନ୍ତି ଯେଉଁଥିରେ ସେ ଏହି ପଦ୍ଧତି ବିଷୟରେ ଜାଣିଥିଲେ। ଏହି ପଦ୍ଧତି ପ୍ରଥମେ ସୌରାଷ୍ଟ୍ରର ଭେରାଭାଲ ଅଞ୍ଚଳର ଏକ ଗ୍ରାମରେ ବ୍ୟବହୃତ ହୋଇଥିଲା । ସେଠାରେ ଏକ ସ୍କୁଲ ଶିକ୍ଷକ ଚାରାରୋପଣ ପାଇଁ ଏହି ଅନନ୍ୟ ପରୀକ୍ଷଣ କରିଥିଲେ । ଏହି ଅଞ୍ଚଳରେ ଜଳାଭାବ ଥିବାରୁ ଗଛଗୁଡ଼ିକ ପାଇଁ ପାଣି ପାଇବା ବହୁତ କଷ୍ଟସାଧ୍ୟ ଥିଲା ।
ରାମ ଜନ୍ମଭୂମି ମାମଲା ବା ରାମ ଜନ୍ମଭୂମି-ବାବ୍ରି ମସଜିଦ ମାମଲାର ମୂଳ କାରଣ ହେଉଛି ଉତ୍ତରପ୍ରଦେଶର ଅଯୋଧ୍ୟାରେ ସ୍ଥିତ ୨ ଏକର ୭୭ ଡେସିମିଲ ଜମି ଉପରେ ମାଲିକାନାକୁ ନେଇ ବିବାଦ । ଏହି ବିବାଦିତ ଜମିକୁ ନେଇ ହିନ୍ଦୁ, ମୁସଲିମ ଏବଂ ନିର୍ମୋହି ଆଖାଡା ତରଫରୁ ବିବାଦ ଦେଖାଦେଇଥିଲା । ବିବାଦିତ ସ୍ଥଳକୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଏବଂ ସେଠାରେ ଥିବା ରାମ ମନ୍ଦିରକୁ ଭାଙ୍ଗି ମସଜିଦ କରାଯାଇଛି ବୋଲି ହିନ୍ଦୁମାନେ ଦାବୀ କରିବା ସହ ତଥା କଥିତ ଭଗ୍ନ ରାମ ମନ୍ଦିର ସ୍ଥଳରେ ଏକ ନୂତନ ରାମ ମନ୍ଦିର ଗଢିବାକୁ ଏକଧିକ ଆନ୍ଦୋଳନର ସୂତ୍ରପାତ ହୋଇଥିଲା । ତେବେ ସେଠାରେ ଏକ ମସଜିଦ ଥିବାରୁ ମୁସଲମାନ ଗୋଷ୍ଠୀ ଏହି ନୂତନ ରାମ ମନ୍ଦିର ନିର୍ମାଣକୁ ବିରୋଧ କରୁଥିଲେ । ବିଭିନ୍ନ ସମୟରେ ଏହି ବିବାଦ ଅଦାଲତରେ ପହଞ୍ଚିଥିଲେ ମଧ୍ୟ ତନ୍ମଧ୍ୟରୁ ଏ ସଂପର୍କିତ ଆଲାହାବାଦ ଉଚ୍ଚ ନ୍ୟାୟାଳୟଙ୍କ ରାୟ ଏବଂ ପରିଶେଷରେ ଉଚ୍ଚତମ ନ୍ୟାୟାଳୟଙ୍କ ରାୟ ମହତ୍ତ୍ୱପୂର୍ଣ୍ନ ଥିଲା ।
ଆଲାହବାଦ ଉଚ୍ଚ ନ୍ୟାୟାଳୟଙ୍କ ରାୟ-
ମାମଲାର ପୃଷ୍ଠଭୂମି ସମ୍ପାଦନ ପରେ ହିନ୍ଦୁମାନଙ୍କର ବିଶ୍ୱାସ ଯେ ଉକ୍ତ ବିବାଦିତ ସ୍ଥଳ ହିଁ ପ୍ରଭୁ ରାମଙ୍କର ଜନ୍ମ ଭୂମି ଏବଂ ଏଠାକାର ଏକ ପୂରାତନ ରାମ ମନ୍ଦିରକୁ ଭାଙ୍ଗି ସେଠାରେ ମସଜିଦ ତିଆରି କରାଗଲା । ବିବାଦ ମାମଲାଟି ଅଦାଲତରେ ପହଞ୍ଚିବା ପୂର୍ବରୁ ସେହି ବିବାଦିତ ସ୍ଥଳରେ ମୁସଲମାନ ମାନେ ମସଜିଦର କେନ୍ଦ୍ରିୟ-କୋଠରୀରେ ପୂଜା କରୁଥିବା ବେଳେ ହିନ୍ଦୁ ମାନେ ମସଜିଦର ବାହାର ଭାଗ ଅଧିକାର କରି ରଖିଥିଲେ । ୧୯୪୯ ମସିହାରେ ଉଭୟ ପକ୍ଷ ମଧ୍ୟରେ ବିବାଦ ଉପୁଜିବାରୁ ସଂପ୍ରଦାୟୀକ ହିଂସା ଆଶଙ୍କା କରି ଉକ୍ତ ବିବାଦିତ ସ୍ଥଳକୁ ସିଲ କରିଦିଆଯାଇଥିଲା । ତେବେ ୧୯୮୬ ମସିହାରେ ଏକ ଅଦାଲତି ଆଦେଶ ବଳରେ ସେହି ସ୍ଥାନରେ ସିଲ ଖୋଲାଯାଇ ହିନ୍ଦୁ ମାନଙ୍କୁ ପୂଜା କରିବାଅକୁ ଅନୁମତି ଦିଆଗଲା । ପରବର୍ତ୍ତୀ ସମୟରେ ଏହି ବିବାଦ ବୃଦ୍ଧି ପାଇ ୧୯୯୨ ମସିହାରେ ଉଗ୍ରରୂପ ଧାରଣ କରିଥିଲା । ୧୯୯୨ ମସିହା ଡିସେମ୍ବର ୬ ତାରିଖ ଦିନ କିଛି ହିନ୍ଦୁଙ୍କଦ୍ୱାରା ବାବ୍ରୀ ମସଜିଦ ଭାଙ୍ଗି ଦିଆଯିବାପରେ ବିବାଦିତ ରାମଜନ୍ମଭୂମିର ମାଲିକାନାକୁ ନେଇ ସେତେବେଳେ ଉତ୍ତର ପ୍ରଦେଶର ଆଲାହାବାଦ ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ଦାୟର କରାଯାଇଥିଲା । ନ୍ୟାୟାଳୟର ଏକ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରି ୨୦୧୦ ମସିହା ସେପ୍ଟେମ୍ବର ୩୦ ତାରିଖ ଦିନ ଫଇସଲା ପ୍ରଦାନ କରିଥିଲେ । ଉଚ୍ଚ ନ୍ୟାୟାଳୟଙ୍କ ଏହି ରାୟରେ ୧୯୫୦ରୁ ୧୯୮୯ ମଧ୍ୟରେ ଦାୟର ହୋଇଥିବା ପାଞ୍ଚୋଟି ଦେୱାନୀ ମାମଲାକୁ ନେଇ ଏହି ଶୁଣାଣି ହୋଇଥିଲା ।
ଉଚ୍ଚ ନ୍ୟାୟାଳୟଙ୍କ ରାୟ ସମ୍ପାଦନ
ମାମଲାର ଶୁଣାଣୀ କରୁଥିବା ତିନିଜଣିଆ ଖଣ୍ଡପୀଠରେ ଥିଲେ ଜଷ୍ଟିସ ଏସ୍ ୟୁ ଖାନ୍, ଜଷ୍ଟିସ ସୁଧୀର ଅଗ୍ରୱାଲା ଏବଂ ଜଷ୍ଟିସ ଧରମବୀର ଶର୍ମା । ମାମଲାଟିର ମୂଳ ରାୟ ପ୍ରକାଶ ବେଳେ ପ୍ରତ୍ୟେକ ନ୍ୟାୟାଧୀଶ ନିଜର ସ୍ୱତନ୍ତ୍ର ରାୟ ଲେଖିଥିଲେ ଯାହାକି ସମୁଦାୟ ୮୦୦୦ ପୃଷ୍ଠାରୁ ଅଧିକ ଥିଲା । ଅନେକ ବିଷୟରେ ବିଶେଷ ଭାବେ ବିବାଦିତ ଜମିକୁ ଭାଗ ଭାଗ କରିଦେବା ବିଷୟରେ ସମସ୍ତ ନ୍ୟାୟାଧୀଶ ନିଜର ଏକମତ ପ୍ରଦାନ କରିଥିଲେ ହେଁ ଅନ୍ୟ କିଛି ବିଷୟରେ ସେମାନଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଥିଲା । ତେବେ ନ୍ୟାୟାଳୟ ଏହି ଫଇସଲାରେ ସ୍ପଷ୍ଟଭାବେ ଉଲ୍ଲେଖ କରିଥିଲେ କି ହିନ୍ଦୁ ମାନଙ୍କର ବିଶ୍ୱାସ ଅନୁଯାୟୀ ସେହି ବିବାଦିତ ସ୍ଥଳ ରାମଲାଲାଙ୍କ ଜନ୍ମଭୂମି ଏବଂ ଏହି ବିବାଦିତ ସ୍ଥଳରେ ଏକ ହିନ୍ଦୁ ମନ୍ଦିର ଭଙ୍ଗାଯାଇ ବାବ୍ରୀ ମସଜିଦ ଗଢାଯାଇଛି ।
ବିବାଦିର ଜମିର ମାଲିକାନା ସଂପର୍କରେ ଉଚ୍ଚ ନ୍ୟାୟାଳୟ ଏହି ନିଷ୍ପତ୍ତିରେ ପହଞ୍ଚିଥିଲେ କି ଉକ୍ତ ବିବାଦିତ ଜମିରେ ତିନି ପକ୍ଷ ଯଥା ହିନ୍ଦୁ, ସୁସଲିମ ଏବଂ ନିର୍ମୋହି ଆଖାଡା ମିଳିତଭାବେ ମାଲିକାନାର ହକଦାର । ଅତଏବ ବିବାଦିତ ଜମି ତିନି ଭାଗ ହୋଇ ପ୍ରତି ଆବେଦନକାରୀଙ୍କୁ ମୋଟ ଜମିର ଏକ- ତୃତୀୟାଂଶ ପ୍ରଦାନ କରାଯିବ । ତେବେ ହିନ୍ଦୁଙ୍କ ଭାଗରେ କେନ୍ଦ୍ରୀୟ ମସଜିଦର ସମ୍ମୁଖଭାଗ ଯେଉଁଠାରେ ରାମଲାଲାଙ୍କର ପୂଜା ଅର୍ଚନା କରାଯାଉଥିଲା, ସେହି ଅଂଶ, ମୁସଲିମଙ୍କୁ ମସଜିଦ ରହିଥିବା ଅଂଶ ଏବଂ ନିର୍ମୋହି ଆଖାଡାକୁ ମସଜିଦର ବାହାର ଅଂଶରେ ଥିବା ବାକି ଏକ-ତୃତୀୟାଂଶ ଦିଆଯିବା ପାଇଁ ରାୟରେ ଉଲ୍ଲେଖ ରହିଲା । ଏଥିସହ ପ୍ରତ୍ୟେକ ପକ୍ଷ, ଅନ୍ୟ ପକ୍ଷ ପାଇଁ ଯିବା ଆସିବାରେ ଯେପରି କାହାରି ଅଧିକାର ବ୍ୟାଘାତ ନ ହୁଏ, ତାହା ବଜାୟ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।
ଉଚ୍ଚ ନ୍ୟାୟାଳୟଙ୍କ ଏହି ରାୟରେ ଏହା ମଧ୍ୟ ଉଲ୍ଲେଖ ଥିଲା କି ବିବାଦିତ ଜମିର ବିଷମ ପରିମାଣ ଦୃଷ୍ଟିରୁ ସମ ଆବଣ୍ଟନ ବେଳେ ଯଦି କୌଣସି ପକ୍ଷ ନିଜର ନ୍ୟାଯ୍ୟ ଅଂଶ ପାଇବାରୁ ବଞ୍ଚିତ ହୁଅନ୍ତି, ତେବେ ସେହି ପକ୍ଷକୁ ସରକାର ଏହି ଜମି ସହ ଲାଗି ରହିଥିବା ସରକାରୀ ଜମିରୁ କିଛି ଅଂଶ ଦେଇ ଛୋଟମୋଟ ସମାୟୋଜନ କରିପାରିବେ ।
ତେବେ ବିବାଦିତ ଜମିରେ ବାସ୍ତବରେ ଏକ ହିନ୍ଦୁ ମନ୍ଦିର ଥିଲା କି ନାହିଁ ସେହି ବିଷୟରେ ତିନିଜଣ ନ୍ୟାୟାଧୀଶଙ୍କ ମଧ୍ୟରେ ସହମତି ନ ଥିଲା । ଏହାଛଡା ବାବ୍ରୀ ମସଜିଦ ପ୍ରକୃତରେ କିଏ ନିର୍ମାଣ କରିଥିଲେ, ଏହି ବିଷୟରେ ମଧ୍ୟ ତିନିଜଣ ନ୍ୟାୟାଧୀଶ ସହମତ ହୋଇପାରି ନ ଥିଲେ ।
ଜଷ୍ଟିସ ଶର୍ମାଙ୍କ ମତ ଏ ସଂକ୍ରାନ୍ତରେ ବେଶ ପ୍ରଣିଧାନ ଯୋଗ୍ୟ । ତାଙ୍କ ମତରେ, "ଯଦିଓ ବାବ୍ରୀ ମସଜିଦ ବାବରଙ୍କ ଅମଳରେ ନିର୍ମାଣ ହେବାର ପ୍ରମାଣ ରହିଛି, ତଥାପି ଏହା ଇସଲାମ ଧର୍ମର ମୌଳିକ ଭାବନା ବିରୁଦ୍ଧରେ ଗଢାଯାଇଥିବାରୁ ଏହା ମସଜିଦ ପଦବାଚ୍ୟ ହୋଇ ନ ପାରେ" ( The structure was constructed against the tenets of Islam, and therefore, it could not be viewed as a mosque)[୩]
ଉକ୍ତ ମାମଲାର ସମସ୍ତ ପକ୍ଷ ଉଚ୍ଚତମ ନ୍ୟାୟାଳୟରେ ଏହି ରାୟ ବିରୁଦ୍ଧରେ ଅପିଲ କରିବା ପରେ ଉଚ୍ଚତମ ନ୍ୟାୟାଲୟ ଆଲାହାବାଦ ଉଚ୍ଚ ନ୍ୟାୟାଳୟଙ୍କ ଏହି ରାୟ ଉପରେ ୨୦୧୧ ମସିହାରେ ରହିତାଦେଶ ଜାରି କରିଥିଲେ ।
ଉଚ୍ଚତମ ନ୍ୟାୟାଳୟଙ୍କ ରାୟ -
ଭାରତର ଉଚ୍ଚତମ ନ୍ୟାୟାଳୟରେ ଏହି ବିଶେଷ ମାମଲାର (Civil Appeal Nos 10866-10867 of 2010 M Siddiq (D) Thr Lrs Versus Mahant Suresh Das & Ors )ଶୁଣାଣୀ ୨୦୧୯ ମସିହା ଅକ୍ଟୋବର ମାସ ୧୬ ତାରିଖରେ ସମାପ୍ତ ହେବା ପରେ ରାୟ ସୁରକ୍ଷିତ ରହିଲା । ତେବେ ମାମଲାର ଏକ ଆପୋଷ ସମାଧାନ ପାଇଁ ନ୍ୟାୟାଳୟଦ୍ୱାରା କରାଯାଇଥିବା ପ୍ରଚେଷ୍ଟା ବିଫଳ ହେବା ପରେ ହିଁ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ଶୁଣାଣୀ ଶେଷରେ ମଧ୍ୟ ନ୍ୟାୟାଳୟ ଉଭୟ ପକ୍ଷଙ୍କୁ ମାମଲାରେ ବିବାଦିତ ବିଷୟର ପରିସର ସଂକୁଚିତ କରିବା ପାଇଁ ତିନିଦିନ ସମୟ ପ୍ରଦାନ କରିଥିଲେ ।
ପରିଶେଷରେ ୨୦୧୯ ନଭେମ୍ବର ୯ ତାରିଖଦିନ ଉଚ୍ଚତମ ନ୍ୟାୟାଳୟଙ୍କ ରାୟ ପ୍ରକାଶ ପାଇଲା । ରାୟ ମୁତାବକ ଏହି ବିବାଦିତ ସ୍ଥଳ ସରକାରଙ୍କଦ୍ୱାରା ଗଠିତ ଏକ ଟ୍ରଷ୍ଟକୁ ହସ୍ତାନ୍ତର କରାଯିବ ଏବଂ ଏହି ଟ୍ରଷ୍ଟଦ୍ୱାରା ସେଠାରେ ଏକ ରାମ ମନ୍ଦିର ନିର୍ମାଣ କରାଯିବ । ଏହାସହ ସୁନ୍ନୀ ୱାକଫ୍ ବୋର୍ଡକୁ ସରକାର ଅଯୋଧ୍ୟାର ଏକ ଉନ୍ନତ ସ୍ଥାନରେ ମସଜିଦ ନିର୍ମାନ ଲାଗି ୫ ଏକର ଯାଗା ପ୍ରଦନ କରିବେ । ଉକ୍ତ ରାୟରେ ଉଚ୍ଚତମ ନ୍ୟାୟାଳୟ ସ୍ପଷ୍ଟ କଲେ କି, ନିର୍ମୋହୀ ଆଖାଡା ରାମଲାଲାଙ୍କ ସେବାୟତ ନୁହେଁ ଏବଂ ତାଙ୍କର ମାମଲା ଆଇନତଃ ସମୟସୀମା ମଧ୍ୟରେ କରାଯାଇନ ଥିବାରୁ ତାଙ୍କର ଦାବୀ ଗ୍ରହଣ ଯୋଗ୍ୟ ନୁହେଁ ।
ଓଡ଼ିଶା ସଂଦର୍ଭ ସମ୍ପାଦନ କରନ୍ତୁ କୁହାଗଲା।ଉଚ୍ଚତମ ନ୍ୟୟାଲୟଙ୍କ ୧୦୪୫ ପୃଷ୍ଠା ବିଶିଷ୍ଟ ରାୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦୁଇଟି ରାୟର ସଂଦର୍ଭ ଉଲ୍ଲେଖ ରହିଛି । ପ୍ରଥମ ମାମଲା ହେଉଛି ୧୯୬୬ ମସିହାର ମହନ୍ତ ଶ୍ରୀନିବାସ ରାମାନୁଜ ବନାମ ସୁର୍ଯ୍ୟନାରାୟନ ଦାସ ଏବଂ ଦ୍ୱୀତୀୟ ମାମଲାଟି ହେଉଛି ରାଧାକୃଷ୍ଣ୍ଣ ଦାସ ବନାମ ରାଧାରମଣ ସ୍ୱାମୀ ।
ରାମ ଜନ୍ମଭୂମି ବିବାଦ-
ବା ରାମ ଜନ୍ମଭୂମି-ବାବ୍ରି ମସଜିଦ ବିବାଦ ହେଉଛି ଭାରତର ଏକ ରାଜନୈତିକ, ଐତିହାସିକ ତଥା ସାମାଜିକ-ଧାର୍ମିକ ବିବାଦ । ଏହି ବିବାଦର ମୂଳ କାରଣ ହେଉଛି ଉତ୍ତରପ୍ରଦେଶର ଅଯୋଧ୍ୟାରେ ସ୍ଥିତ ୨ ଏକର ୭୭ ଡେସିମିଲ ଜମି ଉପରେ ମାଲିକାନାକୁ ନେଇ ବିବାଦ । ଏହି ବିବାଦିତ ଜମିକୁ ନେଇଁ ହିନ୍ଦୁ, ମୁସଲିମ ଏବଂ ନିର୍ମୋହି ଆଖାଡା ତରଫରୁ ବିବାଦ ଦେଖାଦେଇଥିଲା । ବିବାଦିତ ସ୍ଥଳକୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଏବଂ ରାମ ମନ୍ଦିରକୁ ଭାଙ୍ଗି ମସଜିଦ କରାଯାଇଛି ବୋଲି ହିନ୍ଦୁମାନେ ଦାବୀ କରିବା ସହ ତଥା କଥିତ ଭଗ୍ନ ରାମ ମନ୍ଦିର ସ୍ଥଳରେ ଏକ ନୂତନ ରାମ ମନ୍ଦିର ଗଢିବାକୁ ଅଡିବସିଥିଲା ବେଳେ ବର୍ତ୍ତମାନ ସେଠାରେ ଏକ ମସଜିଦ ଥିବାରୁ ମୁସଲମାନ ଗୋଷ୍ଠୀ ଏହି ନୂତନ ରାମ ମନ୍ଦିର ନିର୍ମାଣକୁ ବିରୋଧ କରୁଥିଲେ ।
ବିବାଦର ଅୟମାରମ୍ଭ ତଥା ପୃଷ୍ଠଭୂମି ବିଷୟରେ ଇତିହାସରୁ ଯାହା ଜଣାଯାଏ, ରାମ ଜନ୍ମଭୂମିକୁ ନେଇ ପ୍ରଥମ ବିବାଦ ୧୮୫୦ ମସିହାରେ ହୋଇଥିଲା । ହନୁମାନ ଗର୍ହି ନିକଟରେ ଥିବା ଏକ ମସଜିଦକୁ ନେଇ ଏଇ ବିବାଦ ତୀବ୍ର ହେବାପରେ ବାବ୍ରୀ ମସଜିଦକୁ କିଛି ହିନ୍ଦୁ ଆକ୍ରମଣ କରିଥିଲେ । ତେବେ ଇତିହାସରେ ମିଳିଥିବା ପ୍ରମାଣ ଅନୁସାରେ ଅନ୍ତତଃପକ୍ଷେ ସେହି ଦିନ ଠାରୁ ହିନ୍ଦୁମାନେ ରାମଜନ୍ମଭୂମିର ମାଲିକାନ ଦାବୀ କରିବା ସହ ସେଠାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ କରିବାକୁ ଦାବୀ କରିଆସୁଥିଲେ । ବ୍ରିଟିଶ ଶାସନ କାଳରେ ତତକାଳୀନ ସରକାରଙ୍କଦ୍ୱାରା ଏହି ଅନୁମତି ଦିଆଯାଇନ ଥିଲା । ତେବେ ୧୯୪୬ ମସିହାରେ ହିନ୍ଦୁ ମହାସଭାର ଏକ ବିଭାଜିତ ଗୋଷ୍ଠୀ ଅଖିଳ ଭାରତୀୟ ରାମାୟଣ ମହାସଭା(ABRM)ଦ୍ୱାରା ଏକ ଆନ୍ଦୋଳନ ଆରମ୍ଭ କରାଯାଇଥିଲା ।
ସ୍ୱାଧୀନୋତ୍ତର ବିବାଦ ସମ୍ପାଦନ କରନ୍ତୁ କୁହାଯାଇଥିଲା।
୧୯୪୯ ମସିହାରେ ଗୋରଖନାଥ ମଠର ସନ୍ଥ ଦିଗ୍ବିଜୟ ନାଥ ଏହି ଗୋଷ୍ଠୀରେ (ABRM) ଯୋଗଦେଇ ଏହି ଉପଲକ୍ଷ୍ୟେ ଏକ ଧାର୍ମିକ ଅନୁଷ୍ଠାନ ଯଥା ନବ ଦିନାତ୍ମକ "ଅହରହ ରାମଚରିତ ମାନସ ପଠନ"ର ଆଯୋଜନ କରିଥିଲେ । ଏହି କାର୍ଯ୍ୟକ୍ରମ ଶେଷରେ ହିନ୍ଦୁ କର୍ମୀମାନେ ମସଜିଦ ମଧ୍ୟକୁ ଧସେଇ ପସି ସେଠାରେ ରାମସୀତାଙ୍କର ମୂର୍ତ୍ତୀ ସ୍ଥାପନ କରିଥିଲେ । ତେବେ କିଛି ହିନ୍ଦୁ ଅଦ୍ୟାପି ବିଶ୍ୱାସ କରନ୍ତ୍ରି ଯେ ସେତେବେଲେ ସେଠାରେ ଅଲୌକିକ ଭାବେ ରାମ ଓ ସୀତାଙ୍କର ମୂର୍ତ୍ତୀ ଆବିର୍ଭାବ ହୋଇଥିଲା । ଏହି ଘଟଣା ଥିଲା ୧୯୪୯ ମସିହା ଡିସେମ୍ବର ୨୨ ତାରିଖର ।
ଜବାହରଲାଲ ନେହେରୁ ଚାହୁଁଥିଲେ ଯେ ମସଜିଦ ମଧ୍ୟରୁ ରାମସୀତାଙ୍କର ମୂର୍ତ୍ତୀ ହଟାଇ ଦିଆଯାଉ । ତେବେ ସ୍ଥାନୀୟ ଇଂରେଜ ଅଫିସର (K. K. K. Nair) ତାଙ୍କର ହିନ୍ଦୁ ଜାତୀୟତାବାଦୀ ଗୋଷ୍ଠୀ ସହ ରହିଥିବା ସମବେଦନା ଯୋଗୁଁ ନେହେରୁଙ୍କ ଏହି ଆଦେଶ କାର୍ଯ୍ୟକାରୀ କଲେ ନାହିଁ । ଏପରି କଲେ ପୁଣି ସଂପ୍ରଦାୟୀକ ଦଂଗା ହୋଇପାରେ କହି ସେ ଏହି ଆଦେଶକୁ ଏଡାଇ ଯାଇଥିଲେ । ଯାହାହେଉ, ଏହା ପରେ ଏହାର ମୁଖ୍ୟଦ୍ୱାରକୁ ପୋଲିସଦ୍ୱାରା ବନ୍ଦ କରିଦିଆଗଲା ଏବଂ ଏହା ମଧ୍ୟକୁ ହିନ୍ଦୁ କିମ୍ବା ମୁସଲିମ ସର୍ବସାଧାରଣ ପ୍ରବେଶକୁ ବାରଣ କରାଗଲା । କିନ୍ତୁ ଦୈନିକ ପୂଜା ନିମିତ୍ତ ପୁଜାରୀଙ୍କୁ ଯିବାପାଇଁ ଅନୁମତି ମିଳିଲା । ଫଳରେ ଏହି ସ୍ଥଳ ଏକ ବିବାଦିତ ସ୍ଥଳ ହେବା ସହ ଉଭୟ ସୁନ୍ନୀ ୱାକଫ ବୋର୍ଡ ଓ ଅଖିଳ ଭାରତୀୟ ରାମାୟଣ ମହାସଭା(ABRM) ସ୍ଥାନୀୟ ଅଦାଲତରେ ଦେୱାନୀ ମାମଲା ରୁଜୁକରି ନିଜ ନିଜ ମାଲିକାନା ଦାବୀ କରିବାକୁ ଲାଗିଲେ । ବିବାଦିତ ସ୍ଥଳରେ ସର୍ବସାଧାରଣ ପ୍ରବେଶ ନିଷେଧ ହେଲା ।
ଆଲାହବାଦ ଉଚ୍ଚ ନ୍ୟାୟାଳୟଙ୍କ ରାୟ ସମ୍ପାଦନ କରାଗଲା।୧୯୯୨ ମସିହା ଡିସେମ୍ବର ୬ ତାରିଖ ଦିନ କିଛି ହିନ୍ଦୁଙ୍କଦ୍ୱାରା ବାବ୍ରୀ ମସଜିଦ ଭାଙ୍ଗି ଦିଆଯାଇଥିଲା । ଏହି ଘଟଣାକୁ ନେଇ ପରେ ପରେ ସାରା ଦେଶରେ ସଂପ୍ରଦାୟୀକ ହିଂସା ଦେଖାଦେଇଥିଲା । ବିବାଦିତ ରାମଜନ୍ମଭୂମିର ମାଲିକାନାକୁ ନେଇ ସେତେବେଳେ ଉତ୍ତର ପ୍ରଦେଶର ଆଲାହାବାଦ ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ଦାୟର କରାଯାଇଥିଲା । ନ୍ୟାୟାଳୟର ଏକ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରି ୨୦୧୦ ମସିହା ସେପ୍ଟେମ୍ବର ୩୦ ତାରିଖ ଦିନ ଫଇସଲା ପ୍ରଦାନ କରିଥିଲେ । ଏହି ଫଇସଲା ଅନୁଯାୟୀ ସେହି ବିବାଦିତ ୨ ଏକର ୭୭ ଡେସିମିଲ ଜମିକୁ ତିନି ଆବେଦନକାରୀ ଯଥା, ରାମ ଲାଲା ତରଫେ ହିନ୍ଦୁ ମହାସଭା, ସୁନ୍ନୀ ୱାକଫ ବୋର୍ଡ ଓ ନିର୍ମୋହୀ ଆଖାଡାକୁ ଏକ ତୃତୀୟାଂଶ ହିସାବରେ ମାଲିକାନା ପାଇବେ । ତେବେ ନ୍ୟାୟାଳୟ ଏହି ଫଇସଲାରେ ସ୍ପଷ୍ଟଭାବେ ଉଲ୍ଲେଖ କରିଥିଲେ କି ହିନ୍ଦୁ ମାନଙ୍କର ବିଶ୍ୱାସ ଅନୁଯାୟୀ ସେହି ବିବାଦିତ ସ୍ଥଳ ରାମଲାଲାଙ୍କ ଜନ୍ମଭୂମି ଏବଂ ଏହି ବିବାଦିତ ସ୍ଥଳରେ ଏକ ହିନ୍ଦୁ ମନ୍ଦିର ଭଙ୍ଗାଯାଇ ବାବ୍ରୀ ମସଜିଦ ଗଢାଯାଇଛି
ଉଚ୍ଚତମ ନ୍ୟାୟାଳୟଙ୍କ ରାୟ ସମ୍ପାଦନ କରନ୍ତୁ
ଭାରତର ଉଚ୍ଚତମ ନ୍ୟାୟାଳୟରେ ଏହି ବିଶେଷ ମାମଲାର ଶୁଣାଣୀ ୨୦୧୯ ମସିହା ଅକ୍ଟୋବର ମାସ ୧୬ ତାରିଖରେ ସମାପ୍ତ ହେବା ପରେ ରାୟ ସୁରକ୍ଷିତ ରହିଲା । ତେବେ ମାମଲାର ଏକ ଆପୋଷ ସମାଧାନ ପାଇଁ ନ୍ୟାୟାଳୟଦ୍ୱାରା କରାଯାଇଥିବା ପ୍ରଚେଷ୍ଟା ବିଫଳ ହେବା ପରେ ହିଁ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ଶୁଣାଣୀ ଶେଷରେ ମଧ୍ୟ ନ୍ୟାୟାଳୟ ଉଭୟ ପକ୍ଷଙ୍କୁ ମାମଲାରେ ବିବାଦିତ ବିଷୟର ପରିସର ସଂକୁଚିତ କରିବା ପାଇଁ ତିନିଦିନ ସମୟ ପ୍ରଦାନ କରିଥିଲେ ।
ପରିଶେଷରେ ୨୦୧୯ ନଭେମ୍ବର ୯ ତାରିଖଦିନ ଉଚ୍ଚତମ ନ୍ୟାୟାଳୟଙ୍କ ରାୟ ପ୍ରକାଶ ପାଇଲା । ର୍ରାୟ ମୁତାବକ ଏହି ବିବାଦିତ ସ୍ଥଳ ସରକାରଙ୍କଦ୍ୱାରା ଗଠିତ ଏକ ଟ୍ରଷ୍ଟକୁ ହସ୍ତାନ୍ତର କରାଯିବ ଏବଂ ଏହି ଟ୍ରଷ୍ଟଦ୍ୱାରା ସେଠାରେ ଏକ ରାମ ମନ୍ଦିର ନିର୍ମାଣ କରାଯିବ । ଏହାସହ ସୁନ୍ନୀ ୱାକଫ୍ ବୋର୍ଡକୁ ସରକାର ଅଯୋଧ୍ୟାର ଏକ ଉନ୍ନତ ସ୍ଥାନରେ ମସଜିଦ ନିର୍ମାନ ଲାଗି ୫ ଏକର ଯାଗା ପ୍ରଦନ କରିବେ । ଉକ୍ତ ରାୟରେ ଉଚ୍ଚତମ ନ୍ୟାୟାଳୟ ସ୍ପଷ୍ଟ କଲେ କି, ନିର୍ମୋହୀ ଆଖାଡା ରାମଲାଲାଙ୍କ ସେବାୟତ ନୁହେଁ ଏବଂ ତାଙ୍କର ମାମଲା ଆଇନତଃ ସମୟସୀମା ମଧ୍ୟରେ କରାଯାଇନ ଥିବାରୁ ତାଙ୍କର ଦାବୀ ଗ୍ରହଣ ଯୋଗ୍ୟ ନୁହେଁ ।
ସର୍ବୋପରି ଉପର୍ଯୋକ୍ତ ବାଦ,ବିବାଦ,ବିଚାର,ବିମର୍ଷ ତଥା ଆଲୋଚନା,ପର୍ଯ୍ୟାଲୋଚନର ଅନ୍ତ ଘଟି ଶେଷରେ ଆମ ଭାରତର ପ୍ରଧାନ ମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦିଙ୍କ କର କଲମରେ ଆଯ୍ୟୋଧ୍ୟା ଠାରେ ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିବାର ଭିତ୍ତି ପ୍ରସ୍ଥର ସ୍ଥାପନ ହୋଇ ପାରି ଅଛି କହିଲେ ଅସିମଚୀନ ହେବ ନାହିଁ ।

💐ବାଃ ବାଃ ଲେଖାଟି ଉଚ୍ଚକୋଟୀର ର 💐
ReplyDelete🌷 🙏🙏🙏 🌷
ଆଶା କରୁଛି ପୁଣି ଥରେ ରାମରାଜ୍ଯ,,,,ହୋଇପାରିବ
��...ଲେଖାଟି ଉଚ୍ଚକୋଟୀର ... ��
ReplyDelete�� ���������� ��
��ଆଶା କରୁଛି ପୁଣି ଥରେ ରାମରାଜ୍ଯ ହୋଇପାରିବ ��
🙏
ReplyDelete