✍କଳ୍ପନା ରାୟ
ପିଲାବେଳୁ ଆମେ ଶୁଣି ଆସୁଛୁ, "ଵୁଝୁ ନ ବୁଝୁ ପଢିଵୁ ଗୀତା" ଗୀତାକୁ ପଢିଲେ ହିଁ ଆପେ ଆପେ ସେଥିରେ ଥିବା ଗୂଢ ରହସ୍ଯକୁ ବୁଝିବାକୁ ଧିରେ ଧିରେ ସମର୍ଥ ହୋଇଯିବ ।
ଗୀତାର ମହିମା ଅସୀମ ଓ ଅଗାଧ । ପାଠକେ ପ୍ରାୟ ସମସ୍ତେ ଜାଣନ୍ତି ଯେ ଯୁଦ୍ଧକ୍ଷେତ୍ରରେ ଅର୍ଜୁନ ସମ୍ମୁଖରେ ଭାଇ, ବନ୍ଧୁ, ଗୁରୁ ଓ ଗୁରୁଜନଙ୍କୁ ଦେଖି ଯୁଦ୍ଧ ଵିମୁଖ ହେବାରୁ ଶ୍ରୀ କୃଷ୍ଣ ତାଙ୍କୁ ଵୁଝାଇବାକୁ ଯାଇ ଯାହା ଵାଖ୍ୟା କରିଥିଲେ ତାହା ହିଁ ଗୀତା ନାମରେ ଵିଖ୍ୟାତ ।
ଶ୍ରୀମଦ୍ ଭଗବତ୍ ଗୀତା ଏକ ଅଲୌକିକ ଗ୍ରନ୍ଥ । ଯାହାକୁ ପିଲାଠୁ ଵୁଢା ପାଠ କରି ଜ୍ଞାନ ଲାଭ କରିଥାନ୍ତି । ସାଧକ ସମ୍ମୁଖକୁ ଯେ କୌଣସି ପରିସ୍ଥିତି ଆସିଲେ ତାର ସଦୁପଯୋଗ କରିବା ଆବଶ୍ୟକ । ସଦୁପଯୋଗ କରିଵାର ଅର୍ଥ ଦୁଃଖଦାୟୀ ପରିସ୍ଥିତି ଆସିଲେ ସୁଖେଚ୍ଛା ତ୍ୟାଗ କରିଵା, ସୁଖଦାୟୀ ପରିସ୍ଥିତି ଆସିଲେ ସୁଖ ଭୋଗର ଇଛା ଓ ତାକୁ ସ୍ଥାୟୀ କରିବା ଇଛା ତ୍ୟାଗ କରିବା ।
ଗୀତାରେ କେବଳ ଜ୍ଞାନ, ଭକ୍ତି, କର୍ମଯୋଗର ବର୍ଣ୍ଣନା ହୋଇଛି ତା ନୁହେଁ, ଯଜ୍ଞ, ଦାନ, ତପ, ପ୍ରାଣାୟାମ, ଧ୍ୟାନଯୋଗ, ହଠଯୋଗ, ଲୟଯୋଗ ଆଦି ସାଧନାର ବର୍ଣ୍ଣନା ଵି ହୋଇଛି ।
ଅର୍ଜୁନ ନିଜର ନିଶ୍ଚିତ କଲ୍ୟାଣ ଚାହୁଁ ଥିଲେ, ସେଥିପାଇଁ କଲ୍ୟାଣକାରକ ସାଧନାଗୁଡିକର ବିଶଦ ବର୍ଣ୍ଣନା ଗୀତାରେ ସଂକ୍ଷେପ ରୂପେ ଦେଖିବାକୁ ମିଳେ । ଗୀତୋକ୍ତ କର୍ମଯୋଗ, ଜ୍ଞାନଯୋଗ ଓ ଭକ୍ତିଯୋଗ, ତିନୋଟି ଯାକ ସାଧନା କରଣନିରପେକ୍ଷ ଅର୍ଥାତ୍ ତାହା ସ୍ବୟଂ ଦ୍ବାରା ହିଁ ହୁଏ ।
ଗୀତାକୁ ପୂର୍ଣ୍ଣ ରୂପେ ଵୁଝିବାର ଶକ୍ତି ଏପର୍ଯ୍ୟନ୍ତ କାହାରି ହୋଇ ନାହିଁ । ଵିଭିନ୍ନ ସମୟରେ ଵିଭିନ୍ନ ଭାଷ୍ୟକାର ଏହାର ଟିକା କରିଛନ୍ତି, କିନ୍ତୁ ଏହା ଶ୍ରୀ କୃଷ୍ଣ,ଅର୍ଥାତ୍ ସ୍ବୟଂ ଭଗବାନଙ୍କ ମୁଖ ନିଃସୃତ ବାଣୀ । ଏହାର ପୁରା ଅର୍ଥ ପ୍ରକାଶ କରିବା ଯଦିଓ ସମ୍ଭବ ନୁହେଁ, ତେବେ ମନୁଷ୍ୟ ସଦାସର୍ବଦା ଚେଷ୍ଟା କରି ଚାଲିଛି ।
ଶ୍ରୀମଦ୍ ଭଗବତ୍ ଗୀତାର ଅର୍ଥ ଅତ୍ୟନ୍ତ ରହସ୍ୟମୟ । ଏହାକୁ ପଠନ-ପାଠନ, ଶ୍ରବଣ-ମନନ-ଚିନ୍ତନ ଓ ବିଚାର କଲେ ଅତ୍ୟନ୍ତ ବିଚିତ୍ର ଓ ନୂତନ ନୂତନ ଭାସମାନ ସ୍ଫୁରିତ ହୁଏ ।
କିଛି ଲୋକ ଭାବନ୍ତି, ଇୟେ ଏକ ଧାର୍ମିକ ଗ୍ରନ୍ଥ, ତେଣୁ ବୟସ ଵେଶୀ ହେଲେ ଏହା ପଢିବା କଥା । ଭାବନ୍ତୁ ତ, ଆମେ କେତେ ବର୍ଷ ବଞ୍ଚିବା କିଏ କହିପାରିବ ?? ତେଣୁ ବେଳ ଥାଉଁ ଥାଉଁ ବନ୍ଧ ଵାନ୍ଧିଵା ନ୍ୟାୟରେ ଆମକୁ ଆଜିଠୁ ହିଁ ଗୀତା ପଢିବା ଆରମ୍ଭ କରିଵା କଥା । ଏହାକୁ ପଠନ ଓ ମନନ କରିଵା ଦ୍ବାରା ଅନ୍ତଃକରଣ ଶୁଦ୍ଧି ସହ ଭଗବାନଙ୍କଠାରେ ଏକାତ୍ମ ଭାବ ସୃଷ୍ଟି କରି କର୍ମଯୋଗରେ ଭଗବତ୍ ପ୍ରାପ୍ତିର ସନ୍ଧାନ କରିବା। ।
ଅର୍ଜୁନ ଯୁଦ୍ଧ କରିଵାର ଥିଲା, ଆମକୁ ଯୁଦ୍ଧ କରିଵାର, ତେଣୁ ଆମେ କାହିଁକି ଗୀତା ପଢିବୁ ଵୋଲି କେତେ ଲୋକ କହିବାର ଶୁଣିଛି । କିନ୍ତୁ ଏଠାରେ ମଣିଷର କେଉଁ ପରିସ୍ଥିତିରେ କଣ କରିବା ଉଚିତ, ତାହା ହିଁ ବିସ୍ତୃତ ଭାବେ ଦିଆଯାଇଛି । ଏହା ଏକ ଧର୍ମ ଗ୍ରନ୍ଥ କେବଳ ନୁଋ ଏହା ମଧ୍ୟ ଏକ ଜ୍ଞାନ ଗ୍ରନ୍ଥ ।
ଆମେ ବାପାମାଆ ପାଶ୍ଚାତ୍ୟ ଶିକ୍ଷା ଶୈଳୀରେ ପିଲାଙ୍କୁ ଦୌଡାଇ ଏସବୁର ଵିଚ୍ୟୁତ କରିବା ଫଳରେ ଆଜିର ପିଲାମାନେ ଗୁରୁ, ଗୁରୁ ଗୁରୁଜନଙ୍କ ପ୍ରତି କର୍ତ୍ତବ୍ୟରୁ ଦୂରେଇ ଯାଉଥିବା ଦେଖାଯାଏ । ପିଲାକୁ ଛୋଟଵେଳୁ ଧ୍ୟାନ, ଯୋଗ, ପ୍ରାଣାୟାମ ସହ ଶ୍ଳୋକ ଆବୃତ୍ତି ଶିକ୍ଷା ଦେଲେ ଶାରିରୀକ ଓ ମାନସିକ ଦକ୍ଷତା ବୃଦ୍ଧି ପାଇବ । ପିଲାବେଳୁ ଗୀତା ଅଧ୍ୟୟନ ଆରମ୍ଭ କରିଥିବା ଶିଶୁ ବଡ ହେଲେ ନିଶ୍ଚିତ ଭଗଵତ୍ ପ୍ରେମୀ ହେଵା ସହିତ ନିତ୍ୟ ନୈମିତିକ କାର୍ଯ୍ୟଧାରା ଠିକ୍ ରଖିବାକୁ ସମର୍ଥ ହେବ। ।
ଆସନ୍ତୁ ବୟସ ନିର୍ବିଶେଷରେ ଆଜିଠାରୁ ଗୀତା ଅଧ୍ୟୟନ କରିବା ।
କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା, ସମ୍ବଲପୁର ।

No comments:
Post a Comment