ଆଠ ବର୍ଷର କୁନି ପିଲାଟିଏ | ନାଁ ତାହାର ଠୁଙ୍ଗା | ଠୁଙ୍ଗା ଛୋଟ ଥିଲା ବେଳେ ତା ବାପା ସାପ କାମୁଡ଼ାରେ ମରିଗଲା | ଗରିବ ଘର | ତା ମା' କାଗଜରେ ଠୁଙ୍ଗା ବନେଇ ତା ହାତରେ ଦୋକାନକୁ ପଠାଏ | ଦୋକାନୀ ମାନେ ଖୁସିରେ ଯାହା ଯେମିତି ଦିଅନ୍ତି ; ସେଇ ପଇସାରେ ଘର ଚଳେ | ଏଇ ଠୁଙ୍ଗା କାରବାର ପାଇଁ ଦୋକାନୀମାନେ ତାକୁ ଡାକୁଥିଲେ ଠୁଙ୍ଗା | ଶେଷରେ ସେଇ ନାଁ ଟା ହିଁ ତାର ରହିଗଲା |
ଠୁଙ୍ଗାକୁ ଯେତେବେଳେ ପାଞ୍ଚ ବରଷ , ତା ମା' ଆଉଥରେ ବାହା ହେଇଗଲା | ତାର ନୂଆ ବାପା ଡ୍ରାଇଭର - ପାରାଦୀପରେ ଟ୍ରକ ଚଲାଏ | ପ୍ରଥମେ ପ୍ରଥମେ ତା ନୂଆ ବାପା ତାକୁ ଖୁବ ଶରଧା କରୁଥିଲା | ଯଉଦିନ ମା' କୋଳକୁ ତାର ଭାଇଟିଏ ଆସିଲା ; ସେଇଦିନଠାରୁ ନୂଆ ବାପା ତାକୁ ଆଉ ଭଲ ପାଇଲା ନାହିଁ | ପ୍ରତି କଥାରେ ତାକୁ ଗାଳିମନ୍ଦ କଲା | ଏମିତିକି ଥରେ ଥରେ ତାକୁ ବାଡେଇ ଲହୁଲୁହାଣ କରିଦେଲା | ତା ଦେହରେ ହାତ ଦେଲେ ମା' ପ୍ରଥମେ ପ୍ରଥମେ ଝଗଡା କରୁଥିଲା | କିନ୍ତୁ ସବୁଦିନ ଦେଖି ଦେଖି ଦେହସୁହା ହେଇଗଲା ପରେ ମା' ବି ଆଉ କିଛି କହିଲା ନାହିଁ | ମାଡ ଭୟରେ ଠୁଙ୍ଗା ଦିନେ ଘରୁ ଲୁଚି ଟ୍ରେନ୍ ରେ କଟକ ପଳାଇ ଆସିଲା |
କଟକ ଏତେ ବଡ଼ ସହର | ଚିହ୍ନା ଲୋକଟିଏ ବି କେହି ନାହିଁ | ଠୁଙ୍ଗା ଦି' ଦିନ ରେଳ ପ୍ଲାଟଫର୍ମରେ ବୁଲି ୟାକୁ ତାକୁ ଖାଇବାକୁ ମାଗିଲା | ରାତି ହେଲେ ପ୍ଲାଟଫର୍ମ ଚଟାଣରେ ଶୋଇ ପଡେ | ଦିନେ ସକାଳେ ଗୋଟେ ପୁଲିସି ବାବୁ ତାକୁ ଧମକାଇ କହିଲା - ଏ ଟୋକା, ଏଠି କଣ କରୁଛୁ ? ଚାରିଆଡେ କରୋନା ମାଡି ଗଲାଣି | ତୋତେ ଡର ଲାଗୁନି ? ଯା, ଭାଗ ଏଠୁ |
ଠୁଙ୍ଗା ପୁଲିସି ବାବୁକୁ ଡରି ଷ୍ଟେସନ ବାହାରକୁ ଚାଲି ଆସିଲା | ରାସ୍ତାରେ ଏତେ ସଂଖ୍ୟାରେ ଗାଡି ମଟର ଯା' ଆସ କରୁଥିବା ଦେଖି ସେ ଛାନିଆଁ ହେଇଗଲା | ସେଥିରେ ପୁଣି ପ୍ରତି ଛକରେ ଖାକି ପୋଷାକ ପିନ୍ଧିଥିବା ପୁଲିସି ବାବୁମାନେ ପଇଁତରା ମାରୁଛନ୍ତି | ଦେଖିଲେ ଏଇନେ ବାଡେଇ ପକେଇବେ | ଠୁଙ୍ଗା ଛାନିଆଁରେ ଗୋଟେ ଗଳି ଭିତରକୁ ପଶିଗଲା | ପାଖରେ ଥିବା ରାଧାକୃଷ୍ଣ ମନ୍ଦିରରେ ହଠାତ ପୂଜା ଘଣ୍ଟି ଶୁଭିଲା | ମନ୍ଦିର ଜାଗାଟା ନିରାପଦ ହେବ ଭାବି ସେ ମନ୍ଦିର ପାଖକୁ ଚାଲି ଆସିଲା |
ଠୁଙ୍ଗା ଭାବିଥିଲା - ମନ୍ଦିରରେ ଭକ୍ତମାନେ ଭୋଗରାଗ କଲା ପରେ ନିଶ୍ଚୟ ତା ହାତରେ ଭୋଗ ଟିକେ ଟିକେ ଦେବେ | ତାର ଛୋଟ ପେଟ ସେଇଥିରେ ପୁରିଯିବ | କିନ୍ତୁ ସେ ଜାଣି ନ ଥିଲା କରୋନା ପାଇଁ ସହରରେ ଲକଡାଉନ ଚାଲିଛି | ଭକ୍ତଙ୍କୁ ମନ୍ଦିର ଆସିବା ମନା | ସେ ମନ ଦୁଃଖରେ ମନ୍ଦିର ବାରଣ୍ଡାରେ ଚୁପଚାପ ବସିଲା | ମନ୍ଦିର ନନା ପୂଜା ସାରି କବାଟରେ ଶିକୁଳୀ ଲଗେଇ ପଦାକୁ ଆସିଲେ | ହାତରେ ଭୋଗ ଥାଳି | ନଡ଼ିଆ, କଦଳୀ ,ଆମ୍ବ , ସପୁରୀ ଆଦି ଫଳରେ ଭୋଗ ଥାଳି ପୁରିକି ରହିଛି | ଫଳ ଦେଖି ଠୁଙ୍ଗାର ଭୋକ ବଢିଗଲା | ସେ ହାତ ପତେଇ ନନାଙ୍କୁ ଭୋଗ ମାଗିଲା | ନନା ଭୋଗ ଦେବେ କଣ ; ଓଲଟା ଠୁଙ୍ଗାକୁ ଗାଳି ଦେଇ କହିଲେ - ହଇରେ ହେ ବାତରା ଭିକମଗା ! ତୋତେ ଆଉ କେହି ମିଳିଳେନି; ସକାଳୁ ସକାଳୁ ଆସି ମୋ ମୁଣ୍ଡ ଚୋବଉଛୁ ? ସହଜେ ଲକ୍ ଡାଉନ , କୁଆଡେ କିଛି ମିଳୁନି | ତୋତେ ଯଦି ଭୋଗ ଦେବି, ମୋ ପିଲାଛୁଆ ଖାଇବେ କଣ ? ହାରାମଜାଦା - ଯାଉଛୁ ନା ଦେଖିବୁ ?
ନନା ଗାଳିଦେଇ ଚାଲିଗଲେ | ଅଥଚ ଠୁଙ୍ଗା ମନ୍ଦିର ଛାଡି ଆସିଲା ନାହିଁ | ସେ ମନ୍ଦିର ପାହାଚରେ ବସି ଭାବିଲା - ଯିଏ ଏତେ ବଡ ମନ୍ଦିର ତୋଳେଇଛନ୍ତି, ସିଏ ନିଶ୍ଚୟ ଜଣେ ବଡ଼ଲୋକ ହେଇଥିବେ | ରାଜା ଉଆସ ଭଳି ଘର ଥିବ ; ଗାଡି,ଘୋଡା, ଚାକର ଵାକର ଥିବେ | ଠାକୁରଙ୍କ ପାଇଁ ଭଲ ଭଲ ଭୋଗର ବ୍ୟବସ୍ଥା କରୁଥିବେ | ପଥର ଦେବତା ପାଇଁ ଏତେ ସୁନ୍ଦର ଆୟୋଜନ ; ମାତ୍ର ଗରିବ, ଭୋକିଲା ମଣିଷ ପାଇଁ କଣ ତାଙ୍କ ମନରେ ଟିକିଏ ବି ଦୟା ନାହିଁ ? ଅବଶ୍ୟ ତାଙ୍କର କିଛି ଦୋଷ ନାହିଁ | ସେ କଣ ଭୋଗ ବାଣ୍ଟିବାକୁ ମନା କରିଛନ୍ତି ? ସବୁ ଦୋଷ ମନ୍ଦିର ନନାଙ୍କର | ସେ ଜଣେ ଲୋଭୀ ମଣିଷ | ତା ଦୁଃଖ ବୁଝିଲେ ନାହିଁ | ତା ଛୋଟିଆ ଭୋକିଲା ପେଟ ପାଇଁ ଭୋଗ ଟିକେ ଦେଇଥିଲେ ନନାଙ୍କର ଏମିତି କଣ ସରିଯାଇଥାନ୍ତା ? ଠାକୁର କାହାକୁ କେତେ କଣ ଦେଉଛନ୍ତି | ତା ଭାଗ୍ୟରେ ମୁଠାଏ ଅନ୍ନ କଣ ଲେଖି ନାହାନ୍ତି ? ନା, ସେ ମନ୍ଦିର ଠାକୁରଙ୍କୁ ତା ଦୁଃଖ ଜଣେଇବ |
ଠୁଙ୍ଗା ଧୀର ପାଦରେ ଯାଇ ମନ୍ଦିର କବାଟ ଖୋଲିଲା | ସିଂହାସନ ଉପରେ ରାଧା କୃଷ୍ଣଙ୍କର ଯୁଗଳ ମୂର୍ତ୍ତି | ଅପୂର୍ବ ଠାଣୀରେ ଠିଆ ହେଇଛନ୍ତି ଠାକୁର | ମୁଣ୍ଡରେ ସୁନ୍ଦର ମୁକୁଟ, ହାତରେ ବଇଁଶୀ | ଦେହରେ ପୀତ ବସନ | ମୁହଁରେ ସ୍ମିତ ହସ | ଠାକୁରଙ୍କର ଏମିତି ମନୋହର ବେଶ ଠୁଙ୍ଗା ଆଗରୁ କେବେ ଦେଖି ନ ଥିଲା | ତାଙ୍କର ମନଲୋଭା ରୂପ ଦେଖି ତା ପେଟ ପୁରି ଗଲା | ତା ଭୋକ କୁଆଡେ ଉଭେଇ ଗଲା | ସେ ଦୁଇ ହାତ ଯୋଡି ଆଖି ବନ୍ଦ କରି ପ୍ରାର୍ଥନା କଲା - ହେ ପ୍ରଭୂ ! ତୁମେ ସବୁବେଳେ ମୋ ପାଖରେ ଥାଆନ୍ତ କି ? ତୁମକୁ ଦେଖିଲେ ମୋର ସବୁ ଦୁଃଖ ଦୂର ହେଇ ଯାଆନ୍ତା |
ହଠାତ ଗୋଟିଏ ଅଦ୍ଭୁତ ଘଟଣା ଘଟିଲା | ସିଂହାସନ ଉପରୁ ଓହ୍ଲେଇ ଆସିଲେ ଦୁଇଟି କୁନି କୁନି ପିଲା | ଗୋଟିଏ ପୁଅ, ଅନ୍ୟଟି ଝିଅ | ଦୁହେଁ ଆସି ଠୁଙ୍ଗା ସାମନାରେ ବସିଲେ | ଠୁଙ୍ଗା ଆଖି ଖୋଲି ଯେତେବେଳେ ସେମାନଙ୍କୁ ଦେଖିଲା - ଆଶ୍ଚର୍ଯ୍ୟ ହେଇଗଲା | ସେ ପଚାରିଲା - ତୁମେମାନେ କିଏ ? ତୁମେ କଣ ମୋ ଭଳିଆ ଭୋକ ସହି ନ ପାରି ଠାକୁରଙ୍କୁ ଦୁଃଖ ଜଣାଇବା ପାଇଁ ଆସିଛ ? ପୁଅ ପିଲାଟି କହିଲା - ମୁଁ କାହ୍ନା, ଇଏ ରାଧା | ଆମେ ଏଇ ମନ୍ଦିରରେ ରହୁ | ତୁମେ ଠୁଙ୍ଗା ନା ? ତୁମେ ଆମ ସାଙ୍ଗ ହେବ ? ଠୁଙ୍ଗା ନାଁ ଶୁଣି ରାଧା ବୋଲି ଯଉ ଝିଅଟି - ସେ ହସି ପକେଇଲା | କହିଲା - ଇଏ କେମିତିକା ନାଁ ? ତୁମ ନାଁ ଟା ବଦଳିବା ଦରକାର | ଠୁଙ୍ଗାକୁ ଭାରି ଲାଜ ଲାଗିଲା | ସେ ଉତ୍ତର ଦେଲା - ଏ ନାଁ ଟା ମୋ ବାପା ମା' ଦେଇ ନାହାନ୍ତି | ମୋ ମା' ଠୁଙ୍ଗା ବ୍ୟବସାୟ କରୁଥିଲା ବୋଲି ସମସ୍ତେ ମୋତେ ଏଇ ନାଁରେ ଡାକିଲେ | ମୋର ତ ଘରଦ୍ୱାର ନାହିଁ | ଏଣେତେଣେ ବୁଲି ମାଗିଯାଚି ଖାଉଛି | ମୁଁ କେମିତି ତୁମ ସାଙ୍ଗ ହେଇ ପାରିବି ? କାହ୍ନା କହିଲା - ସେଥିରେ କଣ ଅଛି ? ମନ୍ଦିର ନନା ଆମକୁ ବହୁତ ଭୋଗ ଦଉଛି | ତୁମେ ସବୁଦିନ ଆସି ଆମ ସହିତ ଖେଳିବ | ଆମେ ସାଙ୍ଗ ହୋଇ ବସି ଭୋଗ ଖାଇବା | ଏଇ ଟିକକ ଆଗରୁ ତୁମକୁ ଭୋକ ହେଉଥିଲା ନା ? ଦେଖ, ସେଇ କୋଣରେ ସିଂହାସନ ତଳେ କାନ୍ଦିଏ ପାଚିଲା କଦଳୀ ଥୁଆ ହୋଇଛି | ତୁମେ ଆଗ ଖାଇସାର | ତା ପରେ ବସି ଖେଳିବା | ରାଧା ଚାରୋଟି କଦଳୀ ଛିଣ୍ଡେଇ ଆଣି ଠୁଙ୍ଗା ହାତରେ ଧରେଇ ଦେଲା | ଏହି ସମୟରେ ଠୁଙ୍ଗାର ହାତ ବାଜି ସିଂହାସନ ଉପରେ ଥୁଆ ହେଇଥିବା ପୂଜା ଘଣ୍ଟିଟି ହଠାତ ତଳକୁ ଖସି ପଡିଲା | ମନ୍ଦିରକୁ ଲାଗି ନନାଙ୍କର ରହିବା ଘର | ଘଣ୍ଟି ପଡି ଯିବାର ଶବ୍ଦ ଯେମିତି ନନାଙ୍କ କାନରେ ପଡିଛି , ସେ ପାଟିକରି ଧାଇଁ ଆସିଲେ | କହିଲେ - କିଏରେ ? ଦେଉଳ ଭିତରେ କିଏରେ ? ନନାଙ୍କ ପାଟି ଶୁଣି ଠୁଙ୍ଗା ଛାନିଆଁ ହେଇଗଲା | ହାତକୁ ପଛକୁ କରି କହିଲା - ସତ କହୁଛି ନନା ; ମୁଁ କଦଳୀ ଖାଇନି |
ସାମନାରେ ଠୁଙ୍ଗାକୁ ଦେଖି ନନା ରାଗରେ ପାଚିଗଲେ | କହିଲେ - ହଇରେ ହେ ବାତରା ! ତୋତେ ବାହାରି ଯିବାକୁ କହିଥିଲି | ତୁ ନ ଯାଇ ଏଇଠି ମନ୍ଦିର ଭିତରେ ପଶି ଚୋରୀ କରୁଛୁ ? ମାଙ୍କଡ ! କୁଆଡେ ନାହିଁ କୁଆଡେ ବୁଲୁଛୁ, ଶେଷରେ ମୋ ଠାକୁରଙ୍କୁ ମାରା କଲୁ | ତୋ ବେଳ ଖରାପ ପଡିଛି | ଏଇନେ ତୋ ପିଠିରୁ ଛାଲ ଉତ୍ତାରି ଦେବି | କଣ ଧରିଛୁ ତୋ ହାତରେ - ଦେଖା ? ଠୁଙ୍ଗା ହାତ ସାମନାକୁ ଆଣିଲା | ତା ହାତରେ କଦଳୀ ଦେଖି ନନାଙ୍କ ମୁଣ୍ଡ ଗରମ ହେଇଗଲା | ସେ ଚିତ୍କାର କଲେ - ହଇରେ ହେ ପେଟ ବିକଳିଆ ବାଳୁଙ୍ଗା ! ତୁ ସେ କାନ୍ଦିରୁ କଦଳୀ ଆଣିଛୁ ଟି ? ତୋତେ ଧରମ ଛାଡ଼ିଲାଣି ଦେଖୁଛି | ତୁ ଜାଣିଛୁ ଏ ମନ୍ଦିର କାହାର ? ମଧୁପୁର ଜମିଦାର ବଂଶର ଦାୟାଦ ରୁଦ୍ରପ୍ରତାପ ଚମ୍ପତ୍ତିରାୟ ଏ ମନ୍ଦିର ତୋଳେଇଛନ୍ତି | ସହରରେ ତାଙ୍କର ଦୁଇ ଦୁଇଟା ସୁନା ଦୋକାନ | ତାଙ୍କ ଭଳି ଧନୀ ଲୋକ ଏ ଖଣ୍ଡ ମଣ୍ଡଳରେ ବିରଳ | ଖାଲି ପୁଅଟିଏ ନାହିଁ ବୋଲି ବାବୁ ଆଉ ମା' ସାଆନ୍ତାଣୀ - ଦୁହିଁଙ୍କ ମନ ଦୁଃଖ | ଅପୁତ୍ରିକ ଦୋଷ କାଟିବା ପାଇଁ ପ୍ରତି ପୂର୍ଣ୍ଣିମାରେ ସେ ଦୁହେଁ ଏଇ ରାଧାକୃଷ୍ଣ ମନ୍ଦିରରେ ବଡ ପୂଜା କରାନ୍ତି | ପୂଜା ପାଇଁ ଆସିଥିବା କଦଳୀ କାନ୍ଦିରୁ ତୁ କଦଳୀ ଚୋରୀ କରିଛୁ | ରୁଦ୍ରବାବୁ ଯେମିତି ରାଗୀ ଲୋକ ; ଏଇନେ ପୁଲିସି ଡାକି ତୋତେ ବାନ୍ଧି ନେଇ ଜେଲ ରେ ପୂରେଇ ଦେବେ | ମଜା ବାହାରି ଯିବରେ ଟୋକା |
ଠୁଙ୍ଗା କାନ୍ଦ କାନ୍ଦ ହୋଇଗଲା | ନନାଙ୍କ ପାଦ ତଳେ ପଡି ଯାଇ କହିଲା - ମୁଁ ଚୋରୀ କରିନି ନନା | ମୋ ସାଙ୍ଗ କାହ୍ନା ମୋତେ ଦେଇଛି | ମୁଁ ଯଦି ମିଛ କହୁଛି , ତାକୁ ପଚାର | ନନା କହିଲେ - କଉ କାହ୍ନାବେ ? ତା ମାନେ ତୋ ସାଙ୍ଗରେ ଆଉ ଗୋଟେ ଚୋର ବି ଅଛି ? କାହିଁ କଉଠି ଅଛି - ଦେଖେଇଲୁ ? ଠୁଙ୍ଗା ନନାଙ୍କୁ ମନ୍ଦିର ଭିତରକୁ ନେଇଗଲା | ହେଲେ ନା କାହ୍ନା ଥିଲା ନା ରାଧା | ଠୁଙ୍ଗା ଚାରିଆଡେ ଖୋଜିଲା | କହିଲା - ସେମାନେ ତ ଏଇନେ ଏଇଠି ଥିଲେ | ମୋ ସାଙ୍ଗରେ ଖେଳିବା ପାଇଁ କହୁଥିଲେ | ନନା ଠୁଙ୍ଗାର କାନ ମୋଡି ଦେଇ କହିଲେ - ଏଡ଼ିକି ବକଟେ ମେଞ୍ଚଡ଼ ଟୋକା | ଗାଲ ଚିପିଦେଲେ କ୍ଷୀର ବାହାରିବ | ସେଥିରେ ପୁଣି ତୁ ମୋ ସାଙ୍ଗରେ ଫାଜିଲାମି କରୁଛୁ ? ରହ ବେଟା , ତୋତେ ପାଠ ପଢ଼ଉଛି | ନନା ଠୁଙ୍ଗାକୁ ଠାକୁର ଘରେ ପୂରେଇ ବାହାରୁ ଶିକୁଳି ଲଗେଇ ଦେଲେ ଏବଂ ରୁଦ୍ର ଚମ୍ପତ୍ତିରାୟଙ୍କୁ ଫୋନ କରି ଘଟଣା ବିଷୟରେ ଜଣେଇଲେ |
ଠୁଙ୍ଗା ରାହା ଛାଡି ବିକଳରେ କାନ୍ଦୁଥାଏ | ତାକୁ ଛାଡି ଦେବା ପାଇଁ କବାଟ ବାଡେଇ ନନାଙ୍କୁ କାକୁତି ମିନତି କରୁଥାଏ | ହଠାତ କାହାର ହାତର ସ୍ପର୍ଶ ପାଇଁ ଠୁଙ୍ଗା ପଛକୁ ବୁଲି ଦେଖିଲା - କାହ୍ନା ଆଉ ରାଧା ଠିଆ ହେଇଛନ୍ତି | କାହ୍ନା କହିଲା - ତୁ ଡରନା ସାଙ୍ଗ | ତୋର କିଛି ହବନି | ତୁ ଆଗକୁ ଦେଖି ଚାଲ - କଣ ଘଟୁଛି | ଠୁଙ୍ଗା ଆଖିରୁ ଲୁହ ପୋଛି କହିଲା - କଣ ହେବ , ମୋତେ ସେମାନେ ମାଡ଼ ମାରି ଜେଲଖାନାରେ ପୂରେଇଦେବେ | ସେଇଠି ମୁଁ ନ ଖାଇ ନ ପିଇ ମରିଯିବି | ରାଧା ଠୁଙ୍ଗାକୁ ସାନ୍ତ୍ୱନା ଦେଇ କହିଲା - ସେମିତି କିଛି ବି ହବନି | ଆମେ ଅଛୁ ନା ?
ରୁଦ୍ର ବାବୁଙ୍କୁ ଫୋନ କଲା ପରେ ନନା କବାଟ ପାଖରେ ଠିଆ ହୋଇ କାନେଇଲେ | ନା, ଭିତରୁ ଠୁଙ୍ଗାର କାନ୍ଦଣା ଆଉ ଶୁଭୁନି | କିନ୍ତୁ ଠୁଙ୍ଗା କାହା ସାଙ୍ଗରେ କଥା ହେଲା ଭଳି ଶୁଭୁଛି | ସତରେ କଣ ଠୁଙ୍ଗା ସାଙ୍ଗରେ ଆଉ ଗୋଟେ ଚୋର ଅଛି ? ଠୁଙ୍ଗା କହୁଥିଲା ତା ନାଁ କାହ୍ନା | କଥାଟା ପରଖିବାକୁ ହେବ | ଆଜିକାଲି ଦିନ କାଳ ଯାହା ହେଲାଣି , ମଉକା ପାଇଲେ ଚୋର ସର୍ବସ୍ବ ଉଡେଇ ନେବେ | ଠାକୁର ଫାକୁର କିଛି ମାନିବେ ନାହିଁ | ନନା ପୂର୍ବ କୋଣରେ ଥିବା ଛୋଟ ଝରକା ପାଖକୁ ଆସି ଝରକା ଫାଙ୍କରେ ଭିତରକୁ ଚାହିଁଲେ | ସେ ଯାହା ଦେଖିଲେ ; ସେଥିରେ ତାଙ୍କ ହୋସ ଉଡ଼ିଗଲା | ଗୋଟିଏ ଚରଖୀ ଭଳି ଜିନିଷ ହଠାତ ତାଙ୍କ ଆଡକୁ ମାଡି ଆସିଲା | ଦେଖିବାକୁ ତାହା ନାରାୟଣଙ୍କ ହାତରେ ଶୋଭା ପାଉଥିବା ସୁଦର୍ଶନ ଚକ୍ର ଭଳି | ନନା ଭୟରେ ଚିତ୍କାର କରି ବେହୋସ ହୋଇଗଲେ | ନନାଙ୍କ ପାଟି ଶୁଣି ଘର ଲୋକେ ଧାଇଁ ଆସିଲେ | ପାଣି ଛାଟି ନନାଙ୍କୁ ଚେତା କଲେ | ନନା କଥା କହି ପାରୁ ନ ଥାନ୍ତି | ପଚାରିଲେ ଖାଲି ମନ୍ଦିର ଭିତରକୁ ଆଙ୍ଗୁଳି ଦେଖାଉଥାନ୍ତି |
ଚାହୁଁ ଚାହୁଁ କଥାଟା ଚାରିଆଡେ ରାଷ୍ଟ୍ର ହେଇଗଲା | ଯିଏ ଯେମିତି ପାରିଲା ଘଟଣାଟାକୁ ବର୍ଣ୍ଣନା କଲା | କିଏ କହିଲା - ମନ୍ଦିର ଭିତରେ ଗୋଟେ ବଡ ଚୋର ପଶିଛି | ନନା ଦେଖି ଦେଲାରୁ ତାଙ୍କୁ ଖଣ୍ଡା ଦେଖେଇ ହାଣିବାକୁ ଗୋଡେଇଲା | ଆଉ କିଏ କହିଲା - ମନ୍ଦିର ଭିତରେ ଗୋଟେ ବଡ଼ ସାପ ପଶିଛି | ଚୋଟ ମାରିଥାନ୍ତା ; ନନା ଅଳ୍ପକେ ବର୍ତ୍ତିଗଲେ | ଯାହାହେଉ ; ନନା ବୁଦ୍ଧିଆ ଥିବାରୁ ବାହାରୁ ଶିକୁଳି ଲଗେଇ ଦେଇଛନ୍ତି | ଚୋର ହେଉ କି ସାପ ହେଉ , ମନ୍ଦିର ଭିତରେ ରହିଛି | ପୁଲିସି ଆସିଲେ ସତ ଘଟଣାଟା ଜଣା ପଡିବ |
କିଛି ସମୟ ପରେ ଗୋଟେ ଦାମୀକା କାର ଆସି ମନ୍ଦିର ଗେଟ ସାମନାରେ ଠିଆ ହେଲା | ଗାଡ଼ିରୁ ଓହ୍ଲେଇଲେ ରୁଦ୍ରପ୍ରତାପ ଚମ୍ପତ୍ତିରାୟ ଓ ତାଙ୍କ ସ୍ତ୍ରୀ ସୁଭଦ୍ରା ଦେବୀ | ଠିକ ତା ପରେ ପରେ ପୁଲିସି ଗାଡି ବି ଆସି ପହଞ୍ଚିଲା | ଦି' ଚାରିଟା ଖବରକାଗଜଵାଲା ବି କ୍ୟାମେରା ଧରି ପହଞ୍ଚି ଗଲେ | ସମସ୍ତଙ୍କ ମନରେ ଉତ୍କଣ୍ଠା | ଆଗକୁ ଘଟଣା କଣ ଘଟିବାକୁ ଯାଉଛି | ପୁଲିସି ବାବୁ ରୁଦ୍ର ବାବୁଙ୍କ ସାମନାରେ ନନାଙ୍କୁ ଜେରା କଲେ | ନନା ଥଙ୍ଗେଇ ଥଙ୍ଗେଇ କହିଲେ - ମୋ ଆଖି ଫିଟିଲା ଦିନୁ ଯାହା ଦେଖି ନ ଥିଲି , ଆଜି ଦେଖି ଦେଇଛି | ମୋତେ କିଛି ପଚାର ନା | ମନ୍ଦିର ଭିତରେ ଯିଏ ପଶିଛି ; ସିଏ ଆଜି ମୋ ଜୀବନ ଧନ୍ୟ କରି ଦେଇଛି | ସାତ ପୁରୁଷ ବିତିଗଲେ ବି ମୁଁ ଏମିତି ଦୃଶ୍ୟ ଦେଖି ପାରିବି ନାହିଁ | ତା ଯୋଗୁ ମୁଁ ଠାକୁରଙ୍କ ଆୟୁଧ ସ୍ୱଚକ୍ଷୁରେ ଦେଖି ପାରିଲି | ନନାଙ୍କ କଥା କିଛି ବୁଝି ହେଉ ନ ଥିଲା | ଲାଗୁଥିଲା - ସତେ ଯେମିତି ଭୟରେ ସେ ଏଣୁତେଣୁ ବିଳି ବିଳଉଛନ୍ତି | ପୁଲିସି ବାବୁ ଡେରି ନ କରି ସାବଧାନ ସହକାରେ ମନ୍ଦିର କବାଟ ଖୋଲିଲେ | କବାଟ ଖୋଲା ହେବା ଦେଖି ଠୁଙ୍ଗା ବାହାରକୁ ଚାଲି ଆସିଲା | ସାମନାରେ ପୁଲିସି ଆଉ ଏତେ ଲୋକଙ୍କୁ ଦେଖି ଠୁଙ୍ଗା ଭୟରେ ଗୋଟାପୁଣି ଥରିଲା | କାନ୍ଦି କାନ୍ଦି କହିଲା - ମୁଁ କିଛି କରିନି | ମୋତେ ଛାଡିଦିଅ | ଭୋକ ସହି ନ ପାରି ମୁଁ ଠାକୁରଙ୍କୁ ଦୁଃଖ ଜଣେଇବା ପାଇଁ ଆସିଥିଲି | ହେଲେ ଠାକୁର ମୋତେ ଚୋର ସଜେଇଦେଲେ | ସତ କହୁଛି - ମୁଁ କଦଳୀ କାନ୍ଦି ପାଖକୁ ଯାଇନି କି କଦଳୀ ଖାଇନି | ପୁଲିସି ବାବୁ ପଚାରିଲେ - ଆଉ ତୋ ହାତରେ ଯଉ କଦଳୀ ଧରିଛୁ ; ସେଇଟା କଉଠୁ ଆଣିଲୁ ? ଠୁଙ୍ଗା କହିଲା - ସେଇଟା ମୋ ସାଙ୍ଗ କାହ୍ନା ଦେଇଛି | ପୁଲିସି ବାବୁ କଦଳୀ କାନ୍ଦି ପାଖକୁ ଯାଇ ପରୀକ୍ଷା କଲେ | ସତରେ କାନ୍ଦିରୁ ଗୋଟିଏ ବି କଦଳୀ ଛିଣ୍ଡା ହୋଇନି |
ଏହା ଭିତରେ ରୁଦ୍ରବାବୁ ନନାଙ୍କୁ ପଚାରି ସବୁ କଥା ବୁଝି ସାରିଥିଲେ | ସେ ଧୀର ପାଦରେ ଆସି ଠୁଙ୍ଗା ପାଖରେ ଠିଆ ହେଲେ | ତା ପରେ ହଠାତ ଆଣ୍ଠେଇ ପଡି ଦୁଇ ହାତରେ ଠୁଙ୍ଗାକୁ ଜାବୁଡି ଧରିଲେ | ଲୁହ ଛଳଛଳ ଆଖିରେ କହିଲେ - ଏତେ ଦିନେ ଠାକୁର ଆମ ଉପରେ ଦୟା କଲେ | ପୁଅଟିଏ ପାଇବା ପାଇଁ ଆମେ ଦୁଇ ପ୍ରାଣୀ କେତେ ପୂଜାପାଠ, ଉପାସ ବ୍ରତ କରିଛୁ ; କେତେ ଆକୁଳ ନିବେଦନ କରିଛୁ | ଏତେ ଦିନେ ଯାଇ ଠାକୁର ଆମ ଗୁହାରୀ ଶୁଣିଲେ | ତୋତେ ଆମ ପାଖକୁ ପଠେଇଲେ |
ଠୁଙ୍ଗା ସେମିତି କାନ୍ଦୁଥାଏ | କାନ୍ଦିକାନ୍ଦି ଆଖି ଦିଇଟା ଲାଲ ପଡି ଗଲାଣି | ଦେହ ମୁଣ୍ଡ ଝାଳ ସରସର | ସେ ବିକଳ ଆଖିରେ ରୁଦ୍ର ବାବୁଙ୍କୁ ଚାହିଁ କହିଲା - ମୋତେ ପୁଲିସି ହାତରେ ଦିଅ ନାହିଁ | ଦୟାକରି ମୋତେ ଛାଡି ଦିଅ | ମୁଁ ଆଜିରେ ଏ ସହର ଛାଡି ପଳେଇବି | ଏ ସହର ଜମା ଭଲ ନୁହଁ | ଏ ସହର ଲୋକ ଭାରି ନିଷ୍ଠୁର | କାହାରି ଭୋକିଲା ପେଟକୁ ଦେଖିଲେ ଏମାନଙ୍କୁ ଦୁଃଖ ଲାଗେ ନା | ତା ଅପେକ୍ଷା ଆମ ଗାଁ ଭାରି ଭଲ | କେହି କିଛି ନ ଦେଲେ ବି ଗାଁ ର ବରକୋଳି ଗଛ, ଜାମୁ ଗଛ, ଆମ୍ବ ଆଉ ପିଜୁଳି ଗଛ ଆପଣା ଛାଏଁ ଫଳ ଦିଅନ୍ତି | ସେଇଠି କେହି ଭୋକିଲା ରହେ ନା | ଗାଁ ର ପୂଜାରୀ ନନା ପୂଜା ସାରି ଭୋଗ ଘରକୁ ବୋହି ନିଏ ନା | ଦୁଃଖୀ, ରଙ୍କୀ , ପିଲା ମାନଙ୍କ ହାତରେ ଭୋଗ ବାଣ୍ଟି ଦିଏ | ମୁଁ ନେହୁରା ହେଉଛି - ମୋତେ ଗାଁକୁ ଯିବାକୁ ଦିଅ |
ସୁଭଦ୍ରା ଦେବୀ ଏଯାଏଁ ଠିଆ ହୋଇ ସବୁ ଶୁଣୁଥିଲେ | ତାଙ୍କ ଆଖି ଲୁହରେ ଭିଜିଗଲା | ସେ ଆଗେଇ ଆସି ଠୁଙ୍ଗାକୁ କୋଳେଇ ନେଲେ | ତା ଆଖିରୁ ଲୁହ ପୋଛି ଦେଲେ | ନିଜ ପଣତ କାନିରେ ତା ଦେହରୁ ଝାଳ ପୋଛି ଦେଲେ | କହିଲେ - ତୋର କୁଆଡେ ଯିବା ଦରକାର ନାହିଁ | ତୁ ପରା ମୋ ପୁଅ | ମୋ ପାଖରେ ରହିବୁ | ଏତେ ଦିନେ ମୋ ହଜିଲା ମାଣିକକୁ ମୁଁ ପାଇଛି ଯେତେବେଳେ ତାକୁ ମୁଁ କାନିରେ ସାଇତି ରଖିବି | ତୋ ନାଁ କଣ ?
ଠୁଙ୍ଗା ମା' ର ସ୍ନେହ ପାଇ ସରଳ ହୋଇଗଲା | ତାକୁ ଆଉ ଡର ଲାଗିଲା ନାହିଁ | ମା' ପାଖରେ ଥିଲେ ପିଲାଙ୍କୁ କଣ ଡର ଲାଗେ ? ତା ଓଠରେ ଏଥର ହସ ଫୁଟି ଉଠିଲା | ସେ ଉତ୍ତର ଦେଲା - ମୋ ନାଁ ଠୁଙ୍ଗା | ସୁଭଦ୍ରା ଦେବୀ ତା ଗାଲକୁ ଆଉଁସି ଦେଇ କହିଲେ - ନାଇଁ ; ଆଜିଠାରୁ ତୋ ନାଁ ଆଉ ଠୁଙ୍ଗା ନୁହେଁ - ଗଙ୍ଗା | ଗଙ୍ଗାଧର ଚମ୍ପତ୍ତିରାୟ | ସହରରେ ଆମର ଯେଉଁ ନୂଆ ଅଳଙ୍କାର ଦୋକାନ ଖୋଲିବାକୁ ଯାଉଛି ; ସେଇଟା ତୋ ନାଁ ରେ ରହିବ | ଦୋକାନ ଆଗରେ ଲେଖା ହେବ - ଗଙ୍ଗାଧର ଜୁଏଲର୍ସ | ଚାଲ୍ , ଏବେ ଆମେ ଘରକୁ ଯିବା | ସୁଭଦ୍ରା ଦେବୀ ଗଙ୍ଗାର ହାତ ଧରି ଗାଡି ପାଖକୁ ଆଗେଇ ଚାଲିଲେ | ଖବରକାଗଜ ଵାଲା, ଟି. ଭି. ବାଲା କ୍ୟାମେରାରେ ଏହି ଦୃଶ୍ୟକୁ ଶୁଟ କରିବାରେ ଲାଗି ପଡିଲେ | ମନ୍ଦିର ଗେଟ୍ ପାଖରେ ପହଞ୍ଚି ଗଙ୍ଗା ପଛକୁ ବୁଲି ଚାହିଁଲା | ତାକୁ ଦେଖାଗଲା - ମନ୍ଦିର ଭିତରୁ ବାହାରି କାହ୍ନା ଆଉ ରାଧା ବାରଣ୍ଡାରେ ଠିଆ ହେଇଛନ୍ତି | ଦୁହିଁଙ୍କ ମୁହଁରେ ଫୁଟି ଉଠୁଛି ତୃପ୍ତିର ହସ | କାହ୍ନା କହିଲା - ତୋ ଭାଗ୍ୟ ଏବେଠାରୁ ବଦଳି ଗଲାରେ ସାଙ୍ଗ | ତୋତେ ଆଉ ଭୋକିଲା ରହିବାକୁ ପଡିବ ନାହିଁ | ଅନ୍ୟ ଗରୀବ ଲୋକଙ୍କ ପାଇଁ ତୁ ହେବୁ ଆଜିଠାରୁ ଅନ୍ନଦାତା | ଯା, ସୁଖରେ ରହ | ହେଲେ ଗୋଟିଏ କଥା ; ଆମକୁ ଭୁଲି ଯିବୁନି | କାହ୍ନା ଆଉ ରାଧା ହାତ ହଲେଇ ସାଙ୍ଗକୁ ବିଦାୟ ଜଣାଉଥିଲେ | ଗଙ୍ଗା ମୁହଁରେ ବି ହସ ଚହଟି ଗଲା | ସେ ବି ମୃଦୁ ହସି ତାର ନୂଆ ସାଙ୍ଗଙ୍କୁ ହାତ ହଲେଇ ବିଦାୟ ମାଗିଲା | ମନ୍ଦିର ଉପରେ ଠାକୁରଙ୍କ ନେତ ଫର ଫର ଉଡି ସମସ୍ତଙ୍କୁ ଆଶୀଷ ବର୍ଷଣ କରୁଥିଲା |
******

No comments:
Post a Comment