ସୁକୁମାରୀ ତନୁ ବସିଛୁ
ଗଙ୍ଗ ଶି ଉଳି ତୁହି
ଅପୂର୍ବ ଲାବଣ୍ୟ ରୂପରେ
ତୋତେ ଗଢିଛି ବିହି।
ପ୍ରବାଳ ବୃନ୍ତରେ ଖଞ୍ଜା ଇ
ସଜ ସ୍ଫଟିକ ଦଳେ
ଶରତର ଶୋଭା ବଢାଉ
ନିଜ ସୁଗୁଣ ବଳେ।
ପ୍ରତ୍ୟୁଷର ଉଷା ଆଗମେ
ଦେଇ ଭକ୍ତି ନୈବେଦ୍ୟ
ମୁକୁଳା ସମୀର ସାଥୀରେ
ବିତରୁ ତୁ ସୁଗନ୍ଧ।
ଚାନ୍ଦିନୀ ରାତିର ଜୋଛନା
ବୋଳି ହେଉ ତୁ ସଜ
କୋମଳ କୁସୁମ ନ ସହୁ
କିବା! ଖରାର ତେଜ।
ସୁକୁମାରୀ କରି ଗଢିଲା
ପୁର୍ବ କି ଅଭିଶାପେ
ଧରାଶାୟୀ ହେଉ ଭୂମି ରେ
ସୂର୍ଯ୍ୟଙ୍କ ର ଉତ୍ତାପେ।
ଅଳ୍ପ ଦିନର କାହାଣୀ ରଖି
ସବୁରି ମନେ
ଗଛ ଡାଳେ ଫୁଟି ମହକି
ଯାଉ ଅଳ୍ପ କ୍ଷଣେ।
ଭବତରୁ ଡାଳେ ମାନବ ରୂପେ
ରହିଛି ଫୁଟି
ଅଳୀକ ଜୀବନ କାହାଣୀ
ରଖି ଯିବି ଲେଉଟି।
ଅନିତ୍ୟ ଜୀବନ ଯଶ ହିଁ
ହୁଏ ଜଗତେ ସାର
ଯଶ ହିଁ ଜଗତେ ପାଥେୟ
ଅନ୍ୟ ସବୁ ଅସାର।
No comments:
Post a Comment