Tuesday, January 19, 2021

ମୋ ଗାଁ କେଡେ ସୁନ୍ଦର

 ବାସନ୍ତୀ ଲତା ଜେନା 

  

ଗାଆଁଟି ମୋର କେଡେ ସୁନ୍ଦର 

ସବୁଜ ବନ ଭୂଇଁ 

ସକାଳ ସୂର୍ଯ୍ୟ ଉଇଁ ଆସଇ 

ମୁରୁଜ ବୁଣି ଦେଇ         l 1l 


ସେଇଠି ମୋର ଏନ୍ତୁଡ଼ି ଶାଳ 

ସେଇଠି ଷଠି ଘର 

ତା ଧୂଳି ମାଟି ପାଣି  ପବନ 

ଚନ୍ଦନ ହୁଏ ମୋର      l2l


ସଞ୍ଜ ସକାଳେ ଆଳତି ହୁଏ 

ଗାଁ ମନ୍ଦିର ଠାରେ 

ଶଙ୍ଖ ଘଣ୍ଟାର ଶବଦ ଶୁଭେ 

ଗାଁ ମୁଣ୍ଡ ସେପାରେ        l3l


ମୋ ଗାଁ ନଈ ବହି ଯାଉଛି 

କୁଳୁ ତlନର ସ୍ୱର 

ନଦୀ ପଠାରେ କାଶ ତଣ୍ଡିର 

ହୋଇଛି ଫୁଲ ଘର       l 4l


ଗାଆଁ ପୋଖରୀ କଇଁ ଫୁଲରେ 

ଦିଶୁଛି ଶୋଭା ବନ 

ମଲ୍ଲୀ ମାଳତୀ ଗୋଲାପ ରାଣୀ 

କିଣି ନେଉଛି ମନ       l 5l


ଭାଇ ଚାରରେ ମୋ ଗାଆଁ ପରା 

ସଭିଙ୍କୁ ବଳି ଯାନ୍ତି 

ଦୁଃଖ ସୁଖରେ ଦୁଆରେ ଆସି 

ସହାୟ ହୋଇ ଥାନ୍ତି        l 6l 


ମୋ ଗାଁ ଲୋକ ସରଳ ପରା 

ଛନ୍ଦ କପଟ ନାହିଁ 

ପୁନେଇ ପର୍ବ ପାଳିଣ ଥାନ୍ତି 

ଗୋଟିଏ ମନ ହୋଇ       l7l


ଗୋଧୂଳି ବେଳେ ଗୋପାଳ ଆସେ 

ଗୋରୁ ପଲ ଅଡେ଼ଇ 

ସୂର୍ଯ୍ୟ ଲୁଚିଲେ ତୁଳସୀ ମୂଳେ 

ମାଆ ସଞ୍ଜ ଦିଅଇ       l 8l


ଫୁଲ ଫଳରେ ପୂରି ରହିଛି 

 ଭଳି କି ଭଳି ଯେତେ 

ଜାମୁ ଖଜୁରୀ ତୋଳି କି ଖାଉ 

ଇଛା ଯାହାର ଯେତେ    l 9l


ବରଷା ଦିନେ ଗାଆଁ  ପିଲାଏ 

ପାଣିରେ ଖେଳି ଥାନ୍ତି 

ଝଡି ବରଷା ଆନନ୍ଦ ଦିଏ 

ଡ଼ଙ୍ଗା ଭାସଇ ଥାନ୍ତି    l10l


ଗାଆଁରେ ଚାଷ ଅଧିକ ହୁଏ 

କୃଷକ କୃଷି କରେ                    

ପିଠା ପଣା ତା ଘରେ ହୁଅଇ 

ହୃଦେ ପୁଲକ ଭରେ       l11l


ସ୍ୱର୍ଗ ସୁଷମା ମର୍ତ୍ତ୍ୟରେ ଅଛି        

ମୋ ଗାଆଁ ରୂପ ରେଖ 

ଯେତେ କହିଲେ ମନ ନ ପୁରେ 

ସୌନ୍ଦର୍ଯ୍ୟ ଆଭା ଦେଖ   l12l


ଗାନ୍ଧିନଗର, ନବରଙ୍ଗପୁର l

❤ ପ୍ରେମ ❤

ସୁକାନ୍ତ କୁମାର ନାୟକ 


ପ୍ରେମ ! 

କେବେ 

ଅମା ଅନ୍ଧାରର 

ଦୀପଟିଏ ପରି 

ଆଲୋକିତ କରେ ନିତି, 

ପ୍ରେମ ! 

କେବେ 

ଜଳନ୍ତା ଦୀପର 

ଶିଖାଟିଏ ପୁଣି 

ଜାଳି ଦେଇପାରେ ମତି |

ପ୍ରେମ ! 

କେବେ 

ଦଗ୍ଧ ସଳିତାର 

ପାଉଁଶରେ ଥିବା 

କାଳିମାର କଳା କୀର୍ତ୍ତି,  

ପ୍ରେମ ! 

କେବେ 

ନିସୃତ ଧ୍ଵନିର 

ତରଙ୍ଗେ କମ୍ପିତ 

ଥରାଇ ଦିଏ ସେ ଛାତି |

ପ୍ରେମ !

କେବେ 

ଅମାପ ଯନ୍ତ୍ରଣା 

ସହି ହସିପାରେ 

ଦୁଃଖକୁ କରିଣ ସାଥୀ, 

ପ୍ରେମ ! 

କେବେ 

ଅସମ୍ପୂର୍ଣ ସେହି 

ଭାବନାର ସୂତ୍ର  

ବାନ୍ଧିରଖେ ନିଜ କତି |

ପ୍ରେମ !

କେବେ 

ଅଥଳ ସାଗର 

ଶାମୁକା ଭିତରେ 

ଶୋଇଥିବା ଏକ ମୋତି, 

ପ୍ରେମ !

କେବେ 

ମହାଭାରତର 

ପଣ କରିଥିବା 

ପାଣ୍ଡବଙ୍କ ମା' କୁନ୍ତୀ |

ପ୍ରେମ !

କେବେ 

ବାସର ରାତିର 

ଲାଜେଇ ଝିଅଟେ  

ଦେହେ ଭରିଦିଏ ତାତି, 

ପ୍ରେମ ! 

କେବେ 

ପାହାନ୍ତି ରାତିର 

ଝରା ଶେଫାଳି ସେ 

କାନ୍ଦୁଥାଏ ଲୁହେ ତିନ୍ତି |

>>>>>>>>>>•<<<<<<<<<<<

ଶିକ୍ଷକ, ନୁଣିପଡା ଶାସନ, ଗଞ୍ଜାମ ✒️

ଟେଲିଭିଜନ

କବି ସୌରଭ ବୈଜୟନ୍ତୀମାଳା ମହାପାତ୍ର


ମନୋରଞ୍ଜନର ଭଲ ମାଧ୍ୟମ ଶିକ୍ଷାର ସାଧନ ସେହି,

ପିଲା ଠାରୁ ବୁଢ଼ା ସଭିଙ୍କ ପ୍ରିୟ

ଟେଲିଭିଜନ ନା ପାଇ ll


ପ୍ରାଞ୍ଜଳ ଭାବେ ଛବି ଓ କଥା

ସିଏଟି ଦେଖାଇ ଥାଏ,

ଜଗତ ଯାକର ଖବର ଦେଇ

ମନକୁ ଆମର ମୋହେ ll


ଯୋଗ ବ୍ୟାୟାମ ଚେତନା ବାଣୀ

ଆଧ୍ୟାତ୍ମିକ ନୀତିଶିକ୍ଷା,

ପୁରାଣ ଯଶ ଗୁଣ ସେ ଗାଇ

ଦିଅଇ  କେତେ ଦୀକ୍ଷା ll


ରଙ୍ଗ ବେରଙ୍ଗର କାର୍ଟୁନ୍ ଦେଖାଇ

କୁନା ମନକୁ ମୋହେ,

ଗଣିତ ବିଜ୍ଞାନ ଇତିହାସ ଜ୍ଞାନ 

ରିତା ଆମରି ପାଏ ll


କେତେ ଯେ ସିଏ ଶିକ୍ଷାକୁ ଦିଏ

ତାହାର କଳନା ନାହିଁ,

ଯାହାକୁ ଯାହା ଲୋଡା ଯୋଗାଏ

ଉପକାରୀଟି ହୋଇ ll


ନିର୍ଜୀବ ସିନା ଜୀବଠୁ ବଳି

ଯନ୍ତ୍ରଟି ଅଟେ ସେହି,

ଜନ୍ ଲୋଜି ବେୟଡ୍ ଯୋଗୁଁ

ତାହାକୁ ଆମେ ପାଇ ll


      ଫୁଲବାଣୀ,କନ୍ଧମାଳ

ଗରିବର ସ୍ବପ୍ନ

ଗରିବ ଆଖିରେ ସପନର ମାନେ

ପେଟପୁରା ଦିନେ ଭାତ

ରଙ୍ଗୀନ ଲୁଗାଟେ ଶୀତ ସହୁଥିବ

ମୁଣ୍ଡପରେ ଥିବ ଛାତ    ।।


ଖଟିବନି ତା'ର କଅଁଳ ପିଲାଟା

ହୋଟେଲ କାରଖାନାରେ 

ପାଠଶାଠ ପଢି ଶିକ୍ଷିତ ସମାଜେ

ଠିଆହେବ ସମ୍ମାନରେ    ।।


ଘର ଦି'ବଖରା ଛୋଟ ବାଡ଼ିଟିଏ

କରିବ ସେ ଉପବନ

ଅନେକ ରଙ୍ଗୀନ ବାସ ଗଛ ପୋତି

ହରଷ କରିବ ମନ         ।।


ଘରଣୀ କାନିରେ ବାନ୍ଧିଦେଉଥିବ

ସ୍ନେହ ମମତାର ଧନ

ଭୋକିଲା ପେଟରେ ଏହାକି ସମ୍ଭବ

ଗରିବ ଦେଖେ ସପନ         ।।


ନିଜ ପରିବାର ମୁଁହରେ ଫୁଟିଲେ

ହସର କୁସୁମ କଳି

ସୁନାର ରାଇଜେ ଅଭାବ ହେବନି

ଅପସରି ଯିବ କଳି           ।।


ପୂରି ଉଠୁ ସବୁ ହୃଦକନ୍ଦରରେ

ମମତା ଭରା ଆବେଗ 

ଅନ୍ୟର ଖୁସିରେ ଖୁସି ହେଉଥିଲେ

ସପନ ସତ ହୋଇବ          ।।


ଗରିବର ମନ ସିଲଟରେ ଲେଖେ

ସୁବର୍ଣ୍ଣମୟ ତା' ଭାଗ୍ୟ

ଦିନରେ ସନ୍ତୁଷ୍ଟ ଚିତ୍ତ ଅଭିନୟ

ରାତ୍ରିରେ ସ୍ବପ୍ନ ଦେଖିବ          ।।


ଦୀପ୍ତି ଦେବଦର୍ଶିନୀ ସୁତାର

ଓରାଳି ,ହାଟଡିହୀ,କେନ୍ଦୁଝର -758083

ମାନବ ସେବା

          ସନ୍ତୋଷ କୁମାର ସାହୁ


ମଣିଷ, ମଣିଷ ରକତ ତ ଏକ

ଏକୁ ଯେ ଆରେକ 

ନିରିଖେଇ ଦେଖ

ନୁହେଁଟି ଭିନ୍ନ କାହାରି l


ମାନବର ସେବା ମାଧବ ସେବା

ଲେଖା ଅଛି ପରା ଶାସ୍ତ୍ରେ  ଆମରି l

ସେବା କରି ଯେଉଁ ପୂଣ୍ୟ ଅରଜିବା

ପୂଣ୍ୟପ୍ରଦ ହେବ ସଦା ସବୁରି l


ଗୋପବନ୍ଧୁ ଆଉ ମଦର୍ ଟେରେସା

ସେବା ଆଚରିଣ ପାଇଲେ ପୂଜା l

ସେହି ଦେଶେ ଜନ୍ମି କିମ୍ପାଇ ହେ ଭାଇ

ମଣିଷ ଜନମେ ପାଇବା ଲଜ୍ଜା l


ଦରିଦ୍ର ନାରାୟଣେ କରିଲେ ସେବା

ବୈକୁଣ୍ଠପ୍ରାପ୍ତିର ଯୋଗ

ଦୁଃଖୀ ଜନ ଯେବେ ହୋଇବେ ତୃପତି

ମଣିଷ ଜୀବନ ହୋଇବ ସାର୍ଥକ

ମନରେ ନରଖ ଟିକିଏ ଦକ l


ଚିର୍ମା
ନବରଂଗପୁର

ଆହୁତି।

ଜଗଦୀଶ ଶତପଥୀ।

ସେ ଦିନ ସେ ଫେରିଲା, ଠିକ୍ ମୁହଁ ସଂଜ ବେଳେ।ଉଦାସ ଉଦାସ ଆଖି। ଲାଗୁଥିଲା ସତେ ଯେମିତି ଲକ୍ଷେ ମହଣ ଘିଅଢାଳି, କାହାକୁ ତିଳତର୍ପଣ କରି, କାହାକୁ ସମାଧି ଦେଇ ସେ ଫେରିଛି।ଆଖିଗୁଡାକ ସୁଖି ଯାଇଥିଲା,ସୁଖି ଯାଇଥିଲା ମନ। ପଚାରିଲେ, କିଛି ବି ନକହି ନଥ କରି ବେଡ଼ ଉପରେ ଶୋଇ ପଡିଲା ଅମରେଶ।

    କିରେ, କ'ଣ ହୋଇଛି। କିଛି କହୁନୁ କାହିଁକି।ମାଆ ପଚାରିଲେ। ମତେ କିଛି ପଚାରନା। ମୁଁ କିଛି ବି କହି ପାରିବି ନାହିଁ। ମତେ ଟିକିଏ ଶୋଇବାକୁ ଦେ।ମା ଗୋଡ଼ରୁ ଚପଲ କୁ କାଢି ଦେଲେ।ବେଡସିଟ ଟିକୁ ଘୋଡ଼ାଇ ଦେଲେ। ମହେଶ୍ବର ମହାନ୍ତି ଙ୍କ ପୁଅ ଏଇ ଅମରେଶ। କଟକ ରେ ରୁହେ। ଏମ୍ ଏ ସି ପାଶ୍ କଲାପରେ ଗୋଟିଏ ଘରୋଇ କଲେଜ ରେ ଶିକ୍ଷା ଦାନ କରେ ଓ ନିଜକୁ କମ୍ପିଟେଟିଭ ପାଇଁ ପ୍ରସ୍ତୁତ କରେ। ସେଇଠି ଦେଖା ହୁଏ ଆହୁତି ସହିତ। ଆହୁତି ଦେଖିବାକୁ ଖୁବ୍ ସୁନ୍ଦର, ଖାଲି ଦେଖିବାକୁ କାହିଁକି ଗୁଣରେ ମଧ୍ୟ।ଵହୁକଷ୍ଟରେ ଏମ୍ ଏ ସି ପାସ ପରେ ଅମରେଶ ଶିକ୍ଷା ଦାନ କରୁଥିବା କଲେଜ ରେ ଶିକ୍ଷା ଦାନ କରେ। ଉଭୟ ଙ୍କ ମଧ୍ୟରେ ବଂଧୁତା,ବଂଧୁତା ରୁ ପ୍ରେମ। ଆହୁତି ର ଘର କଟକ ରୁ ଦଶ କିଲୋମିଟର ଦୂର, ତେଣୁ ସବୁଦିନ ଯିବା ଆସିବା କରେ।ଘରେ ବାପା,ମାଆ ଓ ତିନି ଭଉଣୀ। ବାପା କିଛି ଦିନ ବେପାର ବଣିଜ କରୁଥିଲେ, ବେପାର ରେ ଖୁବ ଲସ୍ କଲେ, ଏବେ ଆହୁତି ବେକରେ ବଂଧା। ଆହୁରି ସାଂଘାତିକ ହେଉଛି ତାଙ୍କର ପୁରୁଣା ଅଭ୍ୟାସ।ମଦ ନ ପିଇଲେ ଦୁନିଆଁ ଦେଖି ପାରନ୍ତି ନାହିଁ। ତାଙ୍କ ପାଇଁ ନିହାତି ଦିନକୁ ଦୁଇ ଶହ ଦରକାର।ଏ ପଟରେ ଭଉଣୀ ମାନଙ୍କ ପାଠପଢ଼ା ପାଇଁ ପଇସା ଦରକାର। ତେଣୁ, ଏହି ଚାକିରି ହିଁ ସର୍ବସ୍ବ ଆହୁତି ପାଇଁ।ଘରେ ପାଞ୍ଚ ପ୍ରାଣୀ କୁଟୁମ୍ବ କୁ ସାହା ଭରଷା ଏହି ଚାକିରି ଖଣ୍ଡକ। ଯେଉଁ ବାର ହଜାର ଟଙ୍କା ଦରମା ପାଏ,ବାଟେ ବାଟେ ସଫା।ଆଜି ଏଟା ନାହିଁ, କାଲି ସେଟା ନାହିଁ, ଏଭଳି ଆହୁତି ର ସଂସାର। ଆହୁତି ତଳେ ଅହଲ୍ୟା।ଵିଏ ପଢେ ପାଖ କଲେଜ ରେ,ଆଉ ଏହାରି ଭିତରେ ସଂପଦ ସହିତ ସଂପର୍କ ହୁଏ ଓ ହୁଏ ପୁଣି ଅନ୍ତଃସତ୍ତ୍ୱ।ସଂପଦ ଏସବୁ ମାନିବାକୁ ନାରାଜ। ଉଭୟ ଙ୍କ ମଧ୍ୟରେ ବିବାହ କରିବାକୁ ଚେଷ୍ଟା କରନ୍ତି ଆହୁତି ଓ ଅମରେଶ। ହେଲେ ନିରାଶ ହୁଅନ୍ତି। ପୋଲିସ ର ଆଶ୍ରୟ ନିଅନ୍ତି, ହେଲେ ବିଫଳ ହୁଅନ୍ତି ସେମାନେ, ବରଂ ଅପବାଦ ର ବୋଉକୁ ମୁଣ୍ଡାଇବାକୁ ହୁଏ ଉଭୟ ଙ୍କୁ। ବିଚିତ୍ର ଏ ବିଶ୍ବ। ନାଁ ଖାଲି ଭଲ ପାଇବା। ବିଡମ୍ବନା ଏହାହିଁ ଆମ ସଂସ୍କୃତି। ଏହାରି ମଧ୍ୟରେ ଆତ୍ମହତ୍ୟା କରିଦିଏ ଅହଲ୍ୟା। ନାରୀ କେବଳ ଏ ସମାଜ ରେ ଏକ ପଣ୍ୟ।ନରମାଂଶଲୋଭୀ ଏ ପୁରୁଷ ସମାଜ। ସତରେ କି ସାଂଘାତିକ ଏମାନେ।

    କ'ଣ କରିବ ଆହୁତି,ଯିଏ ଯାହା ହୋଇଥାନ୍ତା,ସେ ବି ଗଲା। ବହୁତ ଆଶା ଥିଲା, ଆହୁତି ର ଏହି ଅହଲ୍ୟା ଉପରେ। ହେଲେ କ'ଣ ସବୁ ଘଟିଗଲା। ଏହାରି ଭିତରେ ଆହୁତି, କେବଳ ଆହୁତି ଦେଇ ଚାଲିଥିଲା।ଶଵ ପୋଷ୍ଟମର୍ଟମ ହୋଇ ଆସିଲା ପରେ, ଅମରେଶ ଓ ଆହୁତି ସଂସ୍କାର କରି ଫେରିଥିଲେ ଘରକୁ, ମୁହଁ ସଂଜ ବେଳେ। ମୁହଁ ରେ ନଥିଲା ହରଷ। ସେହିଦିନଠାରୁ ଆହୁତି ନିଜର ଆହୁତି ଢ଼ାଳି ଚାଲିଛି।

ଧର୍ମଶାଳା। ଯାଜପୁର।

Friday, January 15, 2021

ସାଧାରଣ ତନ୍ତ୍ର ଦିବସ

ଶକ୍ତିଦା ବିଷୋୟୀ

ଉଣିଶ ସତ ଚାଳିଶି ଅଗଷ୍ଟ
ପନ୍ଦର ତାରିଖଦିନ
ଭାରତ ଆମର ସ୍ବାଧୀନ ହୋଇଲା 
ବିଦେଶିଙ୍କ ପରାଧିନ ।।
ଭାରତ ଆମର ହାତକୁ ଆସିଲା
ଚଳାଇବାର ନିୟମ
ସୁଚାରୁ ରୁପରେ ନୟନ୍ତ୍ରଣ ବିଧି
ନିର୍ଦ୍ଧାରଣ ଅନୁଶାସନ।।
ସମ୍ବିଧାନ ଭରା ଅନୁଶାସନର
ଲାଗୁ ହେଲା ସେହି ଦିନ
ଉଣିଶ ପଚାଶ ଜାନୁଆରୀ ମାସ
ଛବିଶ ତାରିଖ ଦିନ।।
ଶ୍ରେଷ୍ଠ ରାଷ୍ଠ୍ର ଆମ ଭାରତ ମହାନ
ଗଣତନ୍ତ୍ର ରାଷ୍ଟ୍ର ଅମ
ଏକତାର ମନ୍ତ୍ର ସାର୍ବଭୌମ ତନ୍ତ୍ର
ସମବେଦନାରେ ପୂର୍ଣ୍ଣ।।
ଭେଦା ଭେଦ ନାହିଁ ଆତ୍ମୀୟତା ଭାବ
ଭାଇ ଭଗିନୀ ର ଭାବ
ଭାରତ ମାତାର ସଭିଏ ସନ୍ତାନ।    ସ୍ନେହେ ପ୍ରେମେ ବନ୍ଧା ସର୍ବ।।
ଆମ୍ବେଦକର ଙ୍କ ସମ୍ବିଧାନ ଲେଖା
ହେଲା ସମସ୍ତ ଙ୍କ ମତ
ସେ ନିତି ନିୟମ ଶରୋଧାର୍ଯ୍ଯ କରି
ବିଦେଶ ନିୟମ ଚ୍ଯୁତ ।।
ଭାରତ ବାସୀଏ ମନର ହରସେ
ମୁକ୍ତି ର ସଙ୍ଗୀତ ଗାଇ
ଶାନ୍ତିର ବାରତା ମୁକ୍ତିର ତ୍ରୀରଙ୍ଗା ଆକାଶେ ଉଡାଇ ଦେଇ।।
ତ୍ରୀରଙ୍ଗାର ଧ୍ବଜା ଫର ଫର ଉଡେ
ଧର୍ମ ଧୌର୍ଯ୍ଯ ବୀରତ୍ବରେ
ବୀର ପ୍ରଣୟନ ସାଧାରଣ ତନ୍ତ୍ର
ଗଣତନ୍ତ୍ର ପ୍ରୀତି ଭରେ।।
ଶାନ୍ତି ମୌତ୍ରୀ ଭରା ସମୃଦ୍ଧି ବିଶ୍ବାସ
ଏକତାର ସୁରେ ସୁରେ
ସଙ୍ଗଠନ ଶକ୍ତି ଏକତାର ମୁଷ୍ଠି
ଶତ୍ରୁ ଜୟ କରି ପାରେ।।
ଭାରତର ମାନେ ବୋହିପାରେ ଭାର
ବଳିଷ୍ଠ ସଂସ୍କୃତି ଆମ
ଦେଶର ମହାନ ଗୌରବ ଅକ୍ଷୁର୍ଣ୍ଣ
କରିବାରେ ଦବା ପ୍ରାଣ।।
ମାତୃଭୂମି ଆମ ଭାରତ ଜନନୀ
ଗାଏ ବିଜୟର ଗାଥା
ଦେଶର ସୁରକ୍ଷା ନାଗରିକ ଭାବେ
ନଇବନି ଆମ ମଥା।।
ରାଜ କୋଷ ଆମ ଲୁଟିବାନି କେବେ
ଅନ୍ଯୟେ ସଂଗ୍ରାମ କରି
ଦେଶ ଦୁର୍ନୀତିକୁ ହଟାଇବା ଲାଗି
ଦୃଢତା ସଂକଳ୍ପ କରି।।
ତ୍ରୀରଙ୍ଗା ପତକା ଆଣିଦିଏ ଚେତା
ଦୂର କରିଦିଏ ଭ୍ରାନ୍ତି
ନାରଙ୍ଗୀରେ ପ୍ରୀତି ସଫେଦରେ ବ୍ରତୀ
ସବୁଜରେ ଭରା ଶାନ୍ତି।।
ସଢ଼ଯନ୍ତ୍ର ନାଶି ସ୍ନେହେ ପ୍ରେମେ ଭାଷି
ଆସହେ ଭଉଣୀ ଭାଇ
ଏକତାର ବୀଜ ବପନ ବିସ୍ତାର
ସପଥ ଭାରତ ପାଇଁ।।
     ସୋରଡା, ଗଞ୍ଜାମ୍

ଦିବ୍ଯ ପୁରୁଷ ବିବେକାନନ୍ଦ

  ଶକ୍ତିଦା ବିଷୋୟୀ
ବିବେକ ପୁରୁଷ ବିବେକା ନନ୍ଦ ହେ
    ଦିବ୍ଯ ସୌନ୍ଦର୍ଯ୍ୟ ର କାନ୍ତି
ସ୍ବର୍ଣ୍ଣିବ କିରଣ ଜ୍ଯୋତି ବିରାଜଇ
    କନ୍ଦର୍ପ ହୋଇଲେ ନିନ୍ଦି ।।୧
ଶୌଶବ କାଳରୁ ଆଧ୍ୟାତ୍ମିକ ନିତୀ
  ପଦ୍ମାସନେ ଧ୍ଯାନ ମଗ୍ନ
ମୁଦ୍ରିତ ନୟନେ ଯୋଗାସନେ ବସି
   ଗୁରୁ ପାଦେ ରଖି ଧ୍ଯାନ।।୨
ତ୍ଯାଗ କରି ଗୃହ ସମାଜ କଲ୍ୟାଣେ
     ଉପାସେ ଭ୍ରମଣ କଲ
ରାମ କୃଷ୍ଣ ପରମହସଂଙ୍କ ନିକଟେ
      ଭାଗ୍ଯବଳେ ପହଞ୍ଚିଲ।।୩
ପ୍ରତିଭାର ପରାକାଷ୍ଠା ପରିଭାଷା
    ପାଇ ଗୁରୁ ରାମକୃଷ୍ଣ
ଶିଷ୍ୟ କରିନେଲେ ଶକ୍ତି ପାତ କଲେ
   କଲେ ଶିଷ୍ୟ ପଣେ ଶ୍ରେଷ୍ଠ ।।୪
ଗୁରୁଙ୍କ ନିର୍ଦ୍ଦେଶ କରି ଶିରୋଧାର୍ଯ୍ଯ
   ଅନୁଶାସନ ପାଳନ
ଯୁବ ସମାଜକୁ ସଙ୍ଗଠନ କରି                                   ବ୍ଯବସ୍ଥିତ ସଚେତନ।।୫
ଗୌରୀକ ବସ୍ତ୍ର କରି ପରିଧାନ
    ରୂପ କାନ୍ତି ତେଜିୟାନ
ଗୁଣ କର୍ମ ତୁମ ସ୍ବଭାବ ମହାନ
     ଚରିତ୍ରରେ ଗରିୟାନ।।୬
ଭାରତ ସଂସ୍କୃତି ପ୍ରଚାରକ ଥିଲ
       ବିଦେଶୀ ର ଚିକା ଗୋ ରେ
ଓଜଷ୍ପିତା ବାଣୀ ସଭା ସଦନରେ
  ପ୍ରାଣ ଫୁଙ୍କିଲ(ସଭିଙ୍କ)ମନରେ।୭
ସୁପ୍ତ ମନରେ ସଞ୍ଚରିଲ ପ୍ରାଣ
    ଜାଗ୍ରତ ହେଲେ ଜନତା
ଭାଇ ଭଉଣୀ ର ସମ୍ବୋଧନ ଦେଇ
   ସୃଷ୍ଟି କଲ ଆତ୍ମୀୟତା।।୮
ଗୁରୁ ରାମକୃଷ୍ଣ ବିବେକା ନନ୍ଦରେ
    ନାମିତ ନାମ କରଣ
ଅବତରି ଆସ ପୁଣି ଏ ଧରାରେ
     କର ଜଗତ କଲ୍ୟାଣ।।୯
ଚାହିଁଛି ଜଗତ ତୁମରି ପରଶ
    ସାନିଧ୍ଯ ତୁମରି ପାଇଁ
ଅନ୍ଯାୟ ଅନିତି କଷାୟ କଳୁଷ
    ପାପ ହୋଇ ଯିବ ଧୋଇ।।୧୦
ବତିଶି ବରଷେ ଏ ଧରା ଧାମରୁ
     ନେଲ ଅନ୍ତିମ ବିଦାୟ
ଅଳ୍ପ ଦିନେ ବହୁ ଚିର ସ୍ମରଣୀୟ
    ତୁମ ନାମ ଜୟ ଜୟ।।୧୧
ହେ ଦିବ୍ଯ ପୁରୁଷ ବିବେକର ନନ୍ଦ
   ଘେନ ଆମର ଆହ୍ବାନ
ଅବତରି ଯାଅ ଏ ମର୍ତ୍ତ୍ଯ ମଣ୍ଡଳେ
     କରୁଛୁ କୋଟି ପ୍ରଣାମ।।୧୨
🙏🌹🙏🌹🙏🌹🙏
   ସୋରଡା ,ଗଞ୍ଜାମ୍

ନିରବତା

ଅରୁଣ କୁମାର ମହାପାତ୍ର

ନିରବତା ସମାଧାନ
କିଛି ସମସ୍ୟାର
ନିରବତା ବୋହି ଆଣେ
ଶାନ୍ତି ଏ ମନର।
କିଛିଦିନ ନିରବତା
ବଢାଏ ସ୍ମରଣ
ନିରବତା ଭଙ୍ଗ କେବେ
ଅନିଷ୍ଟ କାରଣ।
ଝଡ ଆଣେ ନିରବତା
ଭାଙ୍ଗି ମହା ଦ୍ରୁମ
ସମୟରେ ନିରବତା
ବଢାଏ ସଞ୍ଜମ।
ନିରବତା କହନ୍ତି ଯେ
ସମ୍ମତି ଲକ୍ଷଣ
ଏ ଭଳି ସମ୍ମତି କେବେ
ଦୁଃଖର କାରଣ।
କଦାଚିତ୍ ନିରବତା
ଭଙ୍ଗ ଅଟେ ଭଲ
ହୋଇପାରେ ଏକ ବାକ୍ୟେ
ଜୀବନ ସଫଳ।

ମଣିଷ ପ୍ରକୃତି

*🌸🌻🌹ଓଡ଼ିଆ କବିତା🌹🌻🌸*
      
ବିଶ୍ବାସୀ ମଣିଷ କହେ ଅପ୍ରିୟ ସତ୍ୟ ବଚନ 
ବିଶ୍ବାସ ଘାତକ କହେ ଉପରେ ମଧୁର ବଚନ 

ନିନ୍ଦୁକ ସର୍ବଦା ସତ୍ୟକୁ ଜାଣି ଅସତ୍ୟ ମଣଇ
ଚୋର ମୁହଁ ତ ଟାଣ ଏହା ଜାଣ ଭଉଣୀ ଭାଇ

ଯଦି କାମ ହୋଇ ଯିବ ଭଲରେ ଭଲରେ 
ବାହାବା ନବାକୁ ଲୋକ ଧାଇଁ ଆସିବେରେ

ଯଦି କଛି ଭୁଲ ବଶତଃ ଅଘଟଣ ଘଟିଥାଏ
ଲୋକ ରହନ୍ତି ଚାହିଁ ଫଳରେ ରାଜନୀତି ହୁଏ 

ଭାତୃ ଭାବନାରେ ମିତ୍ର ଥିଲେ ଶତ୍ରୁର ସର୍ବନାଶ
ଭାତୃ ଶତ୍ରୁ ପଣେ କାର୍ଯ୍ୟ କରେ କୁମ୍ଭୀର ସଦୃଶ  

ମାତୃଭୂମିର ମମତାରେ ଯଦି ଗାଇବା ତାର ଗାଥା
ଦେଶର ସୁରକ୍ଷା ପାଇଁ କେବେ ନଇବନି ଆମ ମଥା
     *· · • • • • • • ✤ • • • • • • · ·*     
            ଚିତ୍ତ ରଞ୍ଜନ ନନ୍ଦ
            ଜଗତପୁର, କଟକ
       
*❀꧁❀꧂❀꧁❀꧂❀꧁❀꧂❀*
*______________________________________*
🌻☘️🌸🌼🌼🙏🌼🌼🌸☘️🌻

ସ୍ମୃତି ତୁମେ : ପ୍ରକାଶ

✍️ନିରଞ୍ଜନ ମହାରଣା 

ସ୍ବପ୍ନ ଦେଖୁ ଦେଖୁ 
ରାତି ପାହିଗଲା କି..... 
ନିଦ ଭାଙ୍ଗି ଗଲା 
କିଛି ନ କହି 
ଠକି ଦେଇଗଲ 
ଭୁଲିଗଲ ସେ କଅଁଳ ଆଖିକୁ    I
ସକାଳ ସୁରୁଜ ର 
କିରଣ ଫିକା ଲାଗେ 
ତୁମ ହସ ଆଗେ 
ତୁମ ପ୍ରକାଶରେ 
ଚମକକୁ ଥିଲା
 ବିକଳ ନିରୀହ ଚେହେରା 
ଅପେକ୍ଷା ରହିଲା 
ସେ ଗରମ କ୍ଷୀର ଗିଲାସକୁ   II
କର୍ମ ହିଁ ଧରମ ତୁମ 
କର୍ମ ହିଁ ଜୀବନ 
ସତ୍ୟ ଅହିଂସା ର ପୂଜାରୀ 
ସବୁ କିଛି ନେଇ ଗଲ 
ଅନାଥ  କରିଗଲ ସଭିଙ୍କୁ.... I
ମାଆ ର ପଣତ 
ବାପା ର ଆକଟ 
ସବୁ ନେଇଗଲ 
ଅଧା ରହିଗଲା 
ଶିକ୍ଷିତ କରାଇବାର ପଣ 
ବିଶ୍ୱାସ ହେଉନି 
ଅମର ହୋଇଲ କାଳ କାଳ 
କେବେ ନ ଭୁଲିବୁ ତୁମକୁ    II
ହେ..... ପ୍ରକାଶ 
ହେ..... ପ୍ରକାଶ

               🙏🙏🙏🙏🙏

........................................
ସହକାରୀ ଶିକ୍ଷକ 
ସରକାରୀ ଉଚ୍ଚ ବିଦ୍ୟାଳୟ
ପେଡାକୋଣ୍ଡା 
ମାଲକାନଗିରି 
........................................

ଦିବ୍ୟ ଦ୍ରଷ୍ଟା କବି

ନିର୍ମଳ ନାୟକ

ଭାଷା ସାଗର ର ଅତଳ ଶେଜ ରୁ.. 
ହୀରା, ନୀଳା, ମୋତି, ମାଣିକ ରୁ.. 
ଚୟନ କରେ  ମାତ୍ର  କବି  ଗୁରୁ.. 
ସାଧାରଣ ମାନବ ଚିନ୍ତନ ପୂର୍ବରୁ !! 

ସୁନ୍ଦର ଶବ୍ଦ ର ମାଳା ଗୁନ୍ଥିକରି... 
ଭାବ ର ନିରରାଶି ସିଞ୍ଚନ କରି... 
ହୃଦୟ ଛୁଇଁବାର ଅତର ମାରି... 
ସୁନ୍ଦର,ସାବଲୀଳ ବିନ୍ୟାସ କରି !! 

ପାଠକ ଙ୍କ କର କମଳେ ସମର୍ପି... 
ଆଶାୟୀ ତାଙ୍କ ହୃଦୟସ୍ପର୍ଶ ଲିପି .. 
ମନ ମୁଗ୍ଧକର ଖୋରାକ ସାଇତି .. 
ପ୍ରଫୁଲ୍ଲ ଚିତ୍ତ ର ଶୁଣାଏ  ଗୀତି !! 

ମା ଶାରଦା ଙ୍କ ଅଶେଷ ଅନୁକମ୍ପା.. 
ଦିବ୍ୟ ଦୃଷ୍ଟି ର ଅମୋଘ ଅସ୍ତ୍ର ଦାତା.. 
ଭାଷାବିନ୍ୟାସ ର  ମିନାର ପ୍ରଣେତା. 
ଭାବ ରାଇଜରେ ସେ ଜଗତଜିତା !! 

ଦିବ୍ୟଦୃଷ୍ଟି କବିଙ୍କ ଅକ୍ଷୟ ତୁଣୀରେ.. 
ଶବ୍ଦର ଅମୋଘ ଅସ୍ତ୍ରରାଜି ସମ୍ଭାରେ.. 
ସମୟ,ସମାଜର ବାର୍ତ୍ତାବହ ରୂପରେ.. 
ଶାରଦାଙ୍କ ଆଶିଷ ଲଭେ ସଂସାରେ!! 

151, ନାଗାର୍ଜୁନ କଲୋନୀ 
ନାରା ରୋଡ, ଜରିପଟକା 
ନାଗପୁର, ମହାରାଷ୍ଟ୍ର 
440014

ବ୍ୟାସକବିଫକିର ମୋହନ ସେନାପତି

ଓଡିଆ ସାହିତ୍ୟର କର୍ଣଧାର ସେନାପତି
ସମାଜ ସଂସ୍କାରକ କୁଟନୀତିଜ୍ଞ ସେବକ ଯାହା କହିବି।
ତାହା ତୁମପାଇଁ ସମୁଦ୍ରକୁ ଶଙ୍ଖେ
ଆହେ ମହନୀୟ କଥାକାର କବି।
ଉଣେଇଶ ତେୟାଳିଶ ମକର ସଂକ୍ରାନ୍ତିରେ
ହୋଇଥିଲା ତୁମ ଜନ୍ମ।
ବାଲେଶ୍ବର ଜିଲ୍ଲା ମଲ୍ଲିକାଶ ପୁର
ତୁମ ପୁଣ୍ୟ ଜନ୍ମସ୍ଥାନ।
ସାହିତ୍ୟ କ୍ଷେତ୍ରରେ ଉନ୍ନତିର ଲକ୍ଷ
ଥିଲା ତୁମ ଜୀବନର।
ଝଡ ଝଞ୍ଜାଥିଲା ତୁମ ଜୀବନେ ଅନେକ
ରୋଗ କଷ୍ଟେ ଭରପୁର।
ତଥାପି ରୁନ୍ଧିନି ତୁମରି ଯାତ୍ରା
ସାହିତ୍ୟର ସ୍ରୋତସ୍ବିନୀ
ସ୍ଥାପିଥିଲ ସମ୍ବାଦବାହିକା ପତ୍ରିକା
ତା ସଙ୍ଗେ ବୋଧଦାୟିନୀ।
ଶାନ୍ତି କାନନରେ ବସି ଲେଖୁଥିଲ
ଗଳ୍ପ କବିତା ତୁମରି।
ଛମାଣ ଆଠଗୁଣ୍ଠ ମାମୁଁ ଲଛମା
ପ୍ରାୟଶ୍ଚିତ ଏଇ ଚାରି।
ଧୂଳିଆବାବା ରେବତୀ ରାଣ୍ଡିପୁଅ ଅନନ୍ତା
ଡାକମୁନ୍ସୀ କାଳଜୟୀ।
ଏପରି ସୃଷ୍ଟିର ରଚୟିତା ତୁମେ
ଆହେ ସାହିତ୍ୟ ବିଜୟୀ।
ଉତ୍କଳ ଭ୍ରମଣକାହାଣୀ ଲେଖିଲ
ଲେଖି ଆତ୍ମଜୀବନ ଚରିତ।
ବୌଦ୍ଧବତାର କାବ୍ୟ ରଚନା କରିଲ
ଛାନ୍ଦେସ୍ୟ ଉପନିଷଦ ପ୍ରସ୍ତୁତ।
ପୁଷ୍ପମାଳ ଅବସର ବସରେ ପୁଜାଫୁଲ ଆଉ ଧୂଳି
ଏ ସବୁ କବିତାର ସମାହାର କରି ଗୁନ୍ଥି ଦେଇଗଲ ମାଳି।
ଶିଶୁ ସାହିତ୍ୟିକ ରମ୍ୟରଚନାକାରୀ ଅବା ଭ୍ରମଣକାହାଣୀ
ଅନୁବାଦକ୍ଷେତ୍ରେ ହାତ ତୁମ ଥିଲା ଲେଖିଛ ଆତ୍ମଜୀବନୀ।
ଶେଷ ଜୀବନରେ ରୋଗକଷ୍ଟ ସହି ଉଣେଇଶ ଅଠର ଜୁନ୍ ଚଉଦରେ।
ଉଜ୍ବଳନକ୍ଷତ୍ରଟି ଅସ୍ତମିତ ହେଲା ଆମ ସାହିତ୍ୟ କ୍ଷେତ୍ରରେ।
ମାଧବୀ ପଟେଲ।

ସେନାପତିଙ୍କ ଜନ୍ମଦିନ ଉପଲକ୍ଷେ ଲିଖିତ

ମକର

 ମକର ଆସିଲେ ମନେପଡେ ଗାଁ କଥା ।ପାଖ ଆଖ ଗାଁ ମାନଙ୍କରେ ବିଭିନ୍ନ ଦିନରେ ମକରମେଳା ହୁଏ।ଆମେ ସବୁ ପିଲାଦଳ ଏଥିପାଇଁ ଆଗରୁ ଟଙ୍କା ସଂଚୟ କରି ରଖୁଥାଉ।ମକରରେ ଭିଭିନ୍ନ ଜିନିଷ କିଣାହବ ଯେମିତି  ପଢା ପାଇଁ ରଙ୍ଗ ପେନ୍ସିଲ କମ୍ପାସ  ଖାଇବା ଜିନିଷ ଭିତରେ ରାଶିଲଡୁ ପେଡା ବଡା  ପକୁଡି ବିଶେଷକରି କେସେରକନ୍ଦା।ହେଲେ ମୁଁ ସବୁବେଳେ ଅଲଗାଥିଲି ସବୁସାଙ୍ଗ ନିଜ ବ୍ୟବହାର ଜିନିଷ କିଣିଲାବେଳେ ମୁଁ ଆମଘରେ କେଉଁ ଜିନିଷର ଅଭାବ ଅଛି ସେ କଥାଭାବେ।ସେତେବେଳେ ତ ସମସ୍ତଙ୍କ ଘରେ କଂସା ପିତଲ ଜିନିଷ ବ୍ୟବହାର ହେଉଥିଲା।ଆମଘରେ କାଚ ଗ୍ଲାସ କପ୍ ପ୍ଲେଟ ନ ଥାଏ ମୁଁ ମୋର ସଂଚିତ ଟଙ୍କାରୁ କିଛି ରେ ମାନେ ଦଶପଇସାର କେଶେର କନ୍ଦା ଓ ଦଶ ପଇସାର ରାଶିଲଡୁ କିଣି ଯାହାବଳେ ସେଥିରେ କୋଉଥର କପ୍ ପ୍ଲେଟ ତ କୋଉଥର କାଚଗ୍ଲାସ ନେଇଆସେ। ମାଆ ଖୁସି ହେଇଯାଏ ଅନ୍ୟ ମାନଙ୍କ ପାଖେ କୁହେ ମୁନୀ ଟା କେମିତିକା ଝିଅ ନିଜପାଇଁ କିଛି ନ କିଣି ଘରଜିନିଷ କିଣିଆଣିଛି।ସମସ୍ତେ କୁହନ୍ତି ଭଲ ଅଭ୍ୟାସ ଭଲ ଗୃହିଣୀ ହେବ।ଆମେ ଚାଷି ଘର ଟିକେ ଅଭାବି ପରିବାର।ଚାଷରେ ଯାହାହୁଏ ଖାଇବା ପିଇବା ଆରାମରେ ହେଇଯାଏ ହେଲେ ଟଙ୍କା ପଇସା ଆୟର କିଛିପନ୍ଥା ନ ଥାଏ।ଅନ୍ୟ ମାନେ ଧାନବିକ୍ରିକରି ନୂଆଡ୍ରେସ କିଣନ୍ତି ମକର ପାଇଁ ହେଲେ ମୋ ପାଇଁ କେବେ ନୂଆ ହୁଏନି ଗୋଟେ ଡ୍ରେସକୁ ବାହାରେ ପିନ୍ଧିବା ପାଇଁ ସମ୍ଭାଳିକି ରଖିଥାଏ ଆଇରନ୍ କରି ତାହା ଯାତରାର ପିନ୍ଧେ।ବାକିଦିନ  ନିତିପିନ୍ଧା ଗୁଡା ପିନ୍ଧେ ହେଲେ ମୋ ବଡ ଭଉଣୀ ଓ ଛୋଟପାଇଁ ଯେମିତିହେଲେ କିଣା ହୁଏ ସେମାନେ ମାନିବା ଯନ୍ତୁ ନଥିଲେ। ନହେଲେ ଘରେ ଅଶାନ୍ତି କରିଦେବେ।ଥରେ ମୋର ସଂଚିତ ଡ୍ରେସଟା ବି ନିତ୍ୟବ୍ୟବହାର କରିଦେଲି। ଆଉ ଅସୁବିଧା ହେତୁ ନୂଆ କିଣା ହେଇ ପାରିନ ଥାଏ। ମକର ଆସିଲା ସମସ୍ତେ ଖୁସି ହେଉଥାନ୍ତି ଯାତ୍ରା ଯିବାକୁ ହେଲେ ମୁଁ ମନମାରି ବସିଥାଏ। ଜାଣୁଥାଏ ଘରେ ନିଶ୍ଚିତ ବାପାମାଆ ଅସୁବିଧାରେ ଅଛନ୍ତି ନହେଲେ ତା ପାଇଁ ଡ୍ରେସଟେ ନିହାତି କିଣିଥାନ୍ତେ।ବାପା ଧାନ ବିକିବାକୁ ଚାହାଁନ୍ତି ନାହିଁ ।ଧାନରେ ହାତ ମାରିଲେ କାଳେ ବର୍ଷ ଶେଷକୁ ନିଅଣ୍ଟ ହେବ ପିଲାଏ ଭୋକକଷ୍ଟ ପାଇବେ।ହେଲେ ଗାଁର ଅନ୍ୟମାନେ ଧାନ ବିକି ନୂଆକପଡା କିଣୁଥିଲେଓ
ବର୍ଷ ଶେଷ ବେଳକୁ ଅମଳ ହେବା ଆଗରୁ ଚାଉଳ ସରିଯିବାରୁ ଖାଇବାର କଷ୍ଟ ଭୋଗୁଥିଲେ।ବାପା କୋଣସି ମତେ ଅନ୍ୟ କିଛି ବ୍ୟବସାୟ କରି ବା କୋଉଠି କଣ୍ଟାକ୍ଟ୍ରି ଟେ ପାଇଲେ ସେଇ କମାଣିରେ ସମସ୍ତଙ୍କ ପାଇଁ ଦରକାରି ଜିନିଷ କିଣୁଥିଲେ।ହେଲେ ସେଥର ସେ କାମକରିଥିବା ଜାଗାରୁ ଟଙ୍କା ମିଳିଲାନି।
ମୁଁ ଯାତ୍ରାଯିବା ପାଇଁ ମନା କରିଦେଲି ସାଙ୍ଗ ମାନଙ୍କୁ।ମୋର କାନ୍ଦୁରୁ ମାନ୍ଦୁରୁ ମୁହଁ ଦେଖି ମାଆ ମନବି ବହୁତ ଦୁଃଖ।ହେଲେ କଣ କରିପାରିବ ।ତା ପାଖରେ ବେଶିହେଲେ ସଂଚିତ କରିଥିବା ଟଙ୍କା ଆଠ ଦଶ ଥିବ ଯାହା ସେ ଆମକୁ ଯାତ୍ରଖର୍ଚ ଦେବାକୁ ଯୋଗାଡ କରିଥିବ ତାହାପୁଣି ବାଡିର ପରିବାଦରବ ବିକ୍ରିକରି ଯୋଗାଡିଥିବ।ନହେଲେ ସେ କୋଉଠୁ ଆଣିବ?ଆଜିକାଲି ସିନା ବୋହୁମାନେ ଚାକିରି କରୁଛନ୍ତି ବୋଲି ହାତରେ ପଇସା ରହୁଛି।ଆଗ ତ ସ୍ବାମୀ ହାତଟେକା ପଇସାର ସମସ୍ତେ ଚଳୁଥିଲେ।ମାଆର ସରାଗ ବି ମରିଯାଇଥାଏ ହେଲେ ଛୋଟ ଭଉଣୀ ପାଇଁ ତାକୁ ଯାତ୍ରା ଯିବାକୁ ପଡିବ।ସେ ଘରେ ଆମପାଇଁ ପକୁଡି ଓ ରାଶିଲଡୁ ତିଆରି କରିଦେଲା।ହେଲେ ସେଥିରେ ବି ମୋର ମନ ଖୁସି ହେଲାନି। ସାଙ୍ଗମାନେ ସମସ୍ତେ ଯାଉଛନ୍ତି ହେଲେ ସେ ଯାଇପାରୁନି। ସେଇଟା ଦୁଃଖର କାରଣ।ବଡ ଭଉଣୀ ସେତେବେଳେ ସହରରେ ରହି ପଢୁଥାଏ।ପ୍ରତିଥର ସେ ମକରରେ ଆସେ ହେଲେ ସେଥର ଆସି ନ ଥିଲା।
ହେଲେ ସେଦିନ ସକାଳ ବସରେ ସେ ପହଞ୍ଚିଲା ବାରଟାବେଳେ।ବସ୍ ଷ୍ଟେସନ ରୁ ଚାଲିକି ଆସିବାକୁ ହୁଏ ଗାଁକୁ ସେଥିପାଇଁ ସେ ପହଞ୍ଚିବା ବେଳକୁ ଏକ ବଜି ସାରିଥାଏ। ପିଲାମାନେ ସବୁ ପୂରାପ୍ରସ୍ତୁତ ହେଇ ସାରିଥାନ୍ତି ରଙ୍ଗ ବେରଙ୍ଗ ନୂଆଜାମା ପଟା ପିନ୍ଧି।ସ୍ତ୍ରୀମାନେବି ନୂଆ ଶାଢି ପିନ୍ଧି ନୂତନ ଉତ୍ସାହରେ ଯାତ୍ରାପାଇଁ ବାହାରିଥାନ୍ତି।
ମାଆବି ମନଦୁଃଖକରି ବାହାରୁଥାଏ ଏକ ସଂଚିତ ନୂଆଲୁଗା ପିନ୍ଧି।ମୁଁ ବାଡିପଟେ ଯାଇ ଲୁଚିଲୁଚି କାନ୍ଦୁଥାଏ।ସେତେବେଳେ କିଏଜଣେ ପଛଆଡୁ ମତେ ବୁଲାଇ ତା ଆଡେ ଆଗ କରିଦେଲା।ସେ ଆଉ କେହି ନ ଥିଲା ମୋର ବଡଭଉଣୀ ହିଁ ଥିଲା। ସେ ମୋ ମୁହଁକୁ ଟେକି କହିଲା କଣ ପାଇଁ ମୋ ଭଉଣୀ ର ମନ ଏତେ ଦୁଃଖ?ଏବେ ତୋର ବଡଭଉଣୀ ଆସିଯାଇଛି ତୁମ ଦୁଇଜଣଙ୍କ ପାଇଁ ନୂଆଡ୍ରେସ ବି ଆଣିଛି ।ଏଇ ନେ ଆଉ ପିନ୍ଧିକି ରେଡି ହେଇ ଯାଅ।ମୁଁ ଟିକେ ଗାଧୋଇକି ରେଡି ହୋଇଯାଏ ତାପରେ ସାଙ୍ଗରେ ସମସ୍ତେ ଯାତ୍ରାକୁ ଯିବା।
ମୋ ହାତରେ ମିଟୁ ରଙ୍ଗର ଏକ ହାତ ସିଲେଇ ଗାଉନ ଥିଲା ଯାହା ନାନୀ ନିଜ ଚଳିବା ଖର୍ଚରୁ ବଞ୍ଚାଇ ଆମ ଭଉଣୀ ମାନଙ୍କ ପାଇଁ ସିଲେଇଖରଚ୍ଚ ଆଡେଇବାକୁ ପଢାଟାଇମ ରେ ପାଠ ନ ପଢି ଆମପାଇଁ ସିଲେଇ କରି ଆଣିଥିଲା।ଆଉ ମୁଁ ବେଲୁନ୍ ର ପବନ ଢିଲିଦେଲେ ଯେମିତି ହାତରୁ ଉଡିଯାଏ ସେମିତି ଉଡିବୁଲୁଥିଲି ଏସାଙ୍ଗ ଘରୁ ସେ ସାଙ୍ଗ ଘରକୁ।ଅଭାବୀ ପରିବାରର ସେ ନିବିଡ ଭଲ ପାଇବା ପଇସା ହେଲେ କୁଆଡେ ଉଭାନ୍ ହେଇଯାଏ ନିଜ ନିଜର ଇଗୋ ପାଇଁ।ଆଜି ମକରରେ ମନେ ପଡିଗଲା ସେ ହୃଦୟ ତଳର ସ୍ମୃତି।ସମସ୍ତଙ୍କୁ ମୋର ମକର ସଂକ୍ରାନ୍ତିର ଅଭିନନ୍ଦନ।
ମାଧବୀ ପଟେଲ।।

ସ୍ବାମୀ ବିବେକାନନ୍ଦଂକ ସ୍ମରଣେ ମୋ କଲମରୁ କିଛି

💖💖
ଜ୍ଞାନୀ, ତ୍ୟାଗୀ, ସନ୍ୟାସୀ , ଋଷି
                   ସାଧନାମାର୍ଗରେ ,
ହୁଅନ୍ତି ସର୍ବଦା ପଥ ପ୍ରଦର୍ଶକ
               ପ୍ରତ୍ୟେକ ସମାଜରେ ।

ସେମାନଂକୁ ସମାଜେ ଦାର୍ଶନିକ ଅବା
                       ବିଜ୍ଞାନୀ କୁହନ୍ତି ,
ଇତିହାସ ଯାଏ ଲେଖି ବିଶ୍ଵ ବିଜୟୀ
                         ମୃତ୍ୟୁକୁ ଜିଣନ୍ତି ।

ସେହି ବାଣୀ ରହେ ଉଚ୍ଚ ସ୍ଥାନେ ତାହା
                       ଧାରା ସଂସ୍କୃତିରେ ,
ପାର୍ଥକ୍ୟ ଦେଖି ପାରେନା ପ୍ରାଚ୍ୟ ଓ
                    ପାଶ୍ଚାତ୍ୟ ମଧ୍ୟରେ ।  

ଈଶ୍ୱର ନାହାନ୍ତି ମନ୍ଦିର ମଠରେ
             ମଣିଷ ଦେହରେ ବ୍ରହ୍ମ ,
ଅଜ୍ଞ ଭାବନାରେ ସ୍ବାର୍ଥ ସାଧନରେ
              ହରେଇଛେ ଏହି ମର୍ମ ।

ଅଭାବରେ ଦାର୍ଶନିକ ଅବା ବିଜ୍ଞାନୀ
            ସାଧନା ଛାଡିନି କେବେ ,
ମନ ହୃଦୟରୁ ସ୍ୱାଭିମାନ ଫି
           ଦେଇନାହିଁ ସେ ତ କେବେ ।

ପରାଧୀନ ପୂର୍ଣ୍ଣ କୁସଂସ୍କାରଛନ୍ନ 
           ଆମ ଭାରତ ଦେଶ ଥିଲା,
ମହାନ ସନ୍ତାନର ବାଣୀ ସମଗ୍ର
        ବିଶ୍ବର ପଥ ପ୍ରଦର୍ଶକ ହେଲା ।

ମାଆ ଭୁବନେଶ୍ଵରୀ ପିତା ବିଶ୍ଵନାଥ
             ଜନ୍ମ ସ୍ଥାନ କଲିକତା ,
ଗୁରୁ ରାମକୃଷ୍ଣ ସ୍ବାମୀ ବିବେକାନନ୍ଦ
                 ତାଙ୍କ ଜୀବନର ଗାଥା ।

ଅଠର ଶହ ତେଶଠି ମସିହାର
             ଜାନୁୟାରୀ ବାର ଦିନ ,
ଜନମ ଲଭିଲେ ଭାରତ ଦେଶରେ
            ବିବେକାନନ୍ଦ ମହାନ  ।

ଜନମି ଥିଲେ ସେହି ବିଶ୍ୱ ପ୍ରସିଦ୍ଧ
       ଦାର୍ଶନିକ ଆଜିର ଦିନରେ ,
ସାଧନା ବଳରେ ସତ୍ୟ ଧର୍ମ ବାଣୀ
          ବାଣ୍ଟିଲେ ଗୁରୁଙ୍କ ବାଣୀରେ ।

ଭୋକିଲା ମୁହଁରେ ଆହାର ପ୍ରଦାନ
                 ପ୍ରକୃତ ମାନବ ଧର୍ମ ,
ନର ରୂପୀ ନାରାୟଣ ସେବା
       ଜୀବନର ଅଟେ ଶ୍ରେଷ୍ଠ କର୍ମ । 

ତୁମେ ନବ ଜୀବନର ପଥ ଦେଖାଇ
      ମାନବର ଧର୍ମ ଯାଇଚ ଶିଖାଇ ,
ଜ୍ଞାନ ସୁଗୁଣ ବୈଜ୍ଞାନିକ ପାଇଁ ଆମେ
     ଗର୍ବିତ ମୋରହେ ଭଉଣୀ ଭାଇ ।

ନାରୀଙ୍କୁ ସଭିଏଁ ସମ୍ମାନ ଦେଲେ ଯାଇ
         ଫେରିବ ଆମର ଖୁସିର ଦିନ, ହଜିଯିବ ସବୁଦୁଃଖ ଦିନ ଭାବନାରେ
               ହୋଇଗଲେ ସଚେତନ ।

ଜାତି ଭେଦ ଭାବ ମନରେ ରଖିଛେ
             ଦୂରାଇବା ଏ ଭାବନାକୁ ,
ମନେ ଉଚ୍ଚ ନୀଚ ଭାବନା ରଖି
       ଆମେ ଭୂଲିଯିବା ସେ ସବୁକୁ ।

ବଦଳିଲେ ଘୃଣ୍ଯ ଭାବନା ଆମେ
      ତାଙ୍କର ଦାୟାଦ ବୋଲାଇବା,
ସେଦିନ ଯାଇଁ ସେ ଦେଖାଇଛନ୍ତି
     ଆଇନା ବୋଲି ଆମେ କହିବା ।
🌷🌷🌷🌷🌷🌷🌷
 ଚିତ୍ତ ରଞ୍ଜନ ନନ୍ଦ
ଜଗତପୁର, କଟକ
💖💖#######💖💖

ମକର ସଂକ୍ରାନ୍ତି ଦିନେ

ସୁକାନ୍ତ ଖଣ୍ଡା
ମକର ଲୋ ତୁମେ ଆସିବ ନାହିଁକି
ମକର ସଂକ୍ରାନ୍ତି ଦିନେ
କେନ୍ଦୁଆ ତୁମକୁ ଆବାହନ କରେ
ଖୋଲିକି ହୃଦୟ କୋଣେ।୧
ଆମ ଆଡେ଼ ଆଜି ପତଙ୍ଗ ଉଡା଼ଇ
କେତେ ହେଉଅଛୁ ଖୁସି 
ତୁମେ ଆସିଥିଲେ ସାଙ୍ଗ ହୋଇଯାନ୍ତେ
ମନ ନ ଯାଆନ୍ତା ଋଷି।୨
ମକର ଲୋ ମୁହିଁ ରାତି ପାହାନ୍ତାରୁ
କୁମୁଟିଆ ନଦୀ ଜଳେ
ଗାଧୋଇ ପବିତ୍ର ମନରେ ଆସିଛି
ଏ ନୀଳକଣ୍ଠ ଦେଉଳେ।୩ 
ମକର ଲୋ ଆଜି ତୁମରି ନାମରେ
ଶହେ ବେଲପତ୍ର ନେଇ
ଏ ଶୁଭ ମକର ସଂକ୍ରାନ୍ତି ଦିନରେ
ଶୁଭାଶିଷ ମାଗୁଥାଇ।୪
ମୋହର ପାଖକୁ ଆସିବନି ଜାଣି
ରାତିରେ ଦେଖି ସପନ
ସେ ପାଇଁ ତ ଚାହେଁ ସୁଖ ଓ ସମୃଦ୍ଧି
ତୁମର ହେଲେ ମୁଁ ଧନ୍ଯ।୫ 
ବାରହାଟିପୁରାରେ ହେବନି ଏ ବର୍ଷ
ମକର ଯାତରା ବୋଲି
ଆସବନି ତୁମେ ଲେଖିଦେଇ ଥିଲ
ଚିଠିଟା ଏବେ ପଢି଼ଲି।୬
କଅଣ କରିବା କରୋନା ଖାଇବ
ବୋଲି ସରକାର ନୀତି
ପ୍ରଣୟନ କରି ଶାସନ କରନ୍ତି
ହୃଦୟରେ ଥୋଇ ଭିତି।୭
ମକର ଏ ବର୍ଷ ମାନ୍ଦା ହୋଇଯିବ
ଯାତରା ହେବନି ଆଉ
ଭଲ ହେଲା ଏଠି ନ ହେଉ ଯାତରା
କରୋନା ମରିଲେ ହେଉ।୮
ମକର ଲୋ ତୁମେ ନ ଆସିଲ ନାହିଁ
ଭଲରେ ଥାଅ ସେଠାରେ
ଏ କେନ୍ଦୁଆ ସଦା ମନେ ରଖିଥିବ
ହୃଦୟେ ଥୋଇଛି ବାରେ।୯
ମୋର ପାଇଁ ମୋଟେ ଭୁଲ ବୁଝିବନି
ଡାକି ପାରୁନାହିଁ ଯମା
କରୋନାକୁ ଡରି ଲୁଚି ରହିଥାଅ
ଏତିକି କରେ କାମନା।୧୦
                    ***
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮

ମକର ସଂକ୍ରାନ୍ତି

ବାସନ୍ତୀ ଲତା ଜେନା

ଶୀତ ସକାଳରେ ମକର ଆସିଛି   
ଶୀତକୁ ବିଦାୟ ଦେବ 
ସୂର୍ଯ୍ୟଙ୍କର ଗତି ଉତ୍ତରାୟଣ ଯେ
 ଆଜି ଠାରୁ ହୋଇ ଯିବ   l୧l

ସଂକ୍ରାନ୍ତି ହେଉଛି ସୂର୍ଯ୍ୟ ସଂକ୍ରମଣ
ଅନ୍ୟ ରାଶିକୁ ଚଳନ 
ଧନୁ ରାଶିରୁ ଯେ ମକର ରାଶିକୁ
କରି ଥାନ୍ତି ପଦାର୍ପଣ       l୨l

ମକର ସଂକ୍ରାନ୍ତି ହିନ୍ଦୁ ପର୍ବ ଏକ
ଘରେ ଘରେ ପାଳା ଯାଏ
ଚାଷିର ଅମଳ ଶେଷ ହୋଇ ଥାଏ
ଆନନ୍ଦେ ବିଭୋର ହୁଏ      l୩l

ନଡ଼ିଆ କଦଳୀ ଛେନା ଗୁଡ଼ ଘିଅ
ନୂଆ ଅରୁଆ ଚାଉଳ
କ୍ଷୀର ଅଳେଇଚ ମିଶାଇଣ ଦେଲେ
ହୁଏ ମକର ଚାଉଳ        l୪l

ଲଷ୍ମୀ ସୁରୁଜଙ୍କୁ ପୂଜା କରା ଯାଏ
ନୈବେଦ୍ୟ ଅର୍ପଣ କରି
ମକର ଚାଉଳ ପୂଜା କରା ଯାଏ
ବନ୍ଧୁତ୍ୱରେ ପ୍ରେମ ଭରି       l୫l

ଦିନ ବଡ଼ ହୁଏ ଏହି ଦିନ ଠାରୁ
ରାତି ଛୋଟିଆ ହୁଅଇ 
ଶୀତର ପରଶ କମି କମି ଯାଏ
ସୂର୍ଯ୍ୟଙ୍କର ତେଜ ପାଇଁ      l୬l

ଦ୍ୱାଦଶ ଯାତରା ମକର ସଂକ୍ରାନ୍ତି
ଶ୍ରୀମନ୍ଦିରେ ପଳା ଯାଏ
ମହୋଦଧି ଠାରେ ପ୍ରତ୍ୟୁଷର ସ୍ନାନ
ଶୁଭ ଫଳ ମିଳି ଥାଏ          l୭l

ଏହି ଦିନ ଲୋକେ ଗଙ୍ଗା ସାଗରରେ
ବୁଡ ପକାଇଣ ଥାନ୍ତି
ମକର ସଂକ୍ରାନ୍ତି ଗୁଡ଼ି ଉଡ଼ା ପର୍ବ
ଆନନ୍ଦେ ମାର୍ଜି ରହନ୍ତି        l୮l

ସ୍ନେହ ପ୍ରେମ ମୈତ୍ରୀ ସଦ୍ଭାବନା ଜାଗେ                                   ପର ଆପଣlଙ୍କୁ ଭୁଲି
ଦକ୍ଷିଣ ଭାରତେ ବଡ଼ ପର୍ବ ଏହା
କହନ୍ତି ପୋଙ୍ଗଲ ବୋଲି      l୯l

ଗାନ୍ଧିନଗର, ନବରଙ୍ଗପୁର

ମକର ସଂକ୍ରାନ୍ତି

ଵାରମାସେ ବାର ରାଶି
ମନରେ ଥିଲା ଘୋଷି ଘୋଷି
ସୂର୍ଯ୍ୟ ରହନ୍ତି ଏକ ଘରେ
ଏକ ରାଶିରେ ବାରେ ବାରେ
ମକର ସଂକରାନ୍ତି ଦିନ
ସୂର୍ଯ୍ୟଙ୍କର ଉତ୍ତରାୟଣ
ଧିରେ ଧିରେ ବଢିବ ଦିନ 
ଶୀତ କାକରର ପ୍ରସ୍ଥାନ
ଚାଷୀ ପାଳିବ ଏ ପରବ
ଅରୁଆ ଚାଉଳ ର ଭୋଗ
ତା ସାଥେ ଆଖୁ ଗୁଡ ଛେନା
ସୁସ୍ୱାଦୁ ମିଷ୍ଠାନ ବର୍ଣ୍ଣନା
ଗୁଡ଼ି ଉଡାର ମଜା ନେଇ
ହୁଅନ୍ତି ସବୁ ଭାଇ ଭାଇ
ମକର ମେଳା ଏହି ଦିନ
ଆନନ୍ଦେ କରନ୍ତି ପାଳନ
ଗଙ୍ଗାରେ ଦେଇ ଶୁଭ ବୁଡ
ମୁକ୍ତି ବିଶ୍ୱାସ ଯେ ପ୍ରଗାଢ଼
ସାରା ଭାରତର ପରବ
ନାନା ନାମରେ ନାନା ଭାବ
ସମସ୍ତେ କରନ୍ତି ପାଳନ
ଉତ୍ସବେ ଆନନ୍ଦିତ ମନ।

ଅରୁଣ କୁମାର ମହାପାତ୍ର

ମକର ସ°କ୍ରାନ୍ତି

କବିସୌରଭ କୈଳାଶଚନ୍ଦ୍ର ବେହେରା

ମକର ସ°କ୍ରାନ୍ତି ଭାରତ ବାସୀଙ୍କ
              ଅଟଇ ଯେ ଗଣପର୍ବ ,
ଆନନ୍ଦ ମନରେ ପାଳନ୍ତି ସଭିଏଁ
              ଆମର ଗର୍ବ ଗୌରବ ।
ଅରୁଆ ଚାଉଳ କ୍ଷୀର ଗୁଡ଼ ଅଦା
             ପକାଇ କରନ୍ତି ଏହା ,
ମନ୍ଦିର ଭିତରେ ଠାକୁର ନିକଟେ
             ପୂଜା କରାଯାଏ ତାହା ।
ପୂଜା କରିସାରି ପ୍ରସାଦ ରୂପରେ 
             ସଭିଙ୍କୁ ବାଣ୍ଟି ଦିଅନ୍ତି ,
ପରିବାର ମଧ୍ୟେ ସମସ୍ତ ସଭ୍ୟଙ୍କ 
             ମଙ୍ଗଳ ମନାସି ଥାନ୍ତି ।
ଝିଅ ସାଥେ ଝିଅ ପୁଅ ସାଥେ ପୁଅ
             ବସି ଥାଆନ୍ତି ମକର ,
ଏକ ଆରେକକୁ ଖୁଆଇ ଚାଉଳ 
             ହୁଅନ୍ତି ଖୁସି ଅପାର ।
ବାଦ୍ୟ ତାଳେ ତାଳେ ନାଚ ଗୀତ କରି
             ହସି ହସି କଟେ ଦିନ ,
ନୂଆଲୁଗା ପିନ୍ଧି ପିଠାପଣା ଖାଇ
            ସଭିଙ୍କ ଆନନ୍ଦ ମନ ।
କାଠଗଣ୍ଡି ମଧ୍ୟେ ନିଆଁ ଲଗାଇଣ
            ଶୀତକୁ ଦ୍ୟନ୍ତି ବିଦାୟ ,
ଋତୁମାନଙ୍କର ରାଜା ବସନ୍ତର 
           କରିଥାନ୍ତି ଜୟ ଜୟ ।
ବରଷକେ ଥରେ ମକର ସ°କ୍ରାନ୍ତି
           ଏହି ଶୀତକାଳେ ଆସେ ,
ବନ୍ଧୁ ବାନ୍ଧବଙ୍କ ମେଳରେ କଟଇ 
            କେତେ ଅଭିନବ ବେଶେ ।
---------------------------------------
ବାଲିଗୁଡ଼ା  , କନ୍ଧମାଳ

ସନ୍ଧ୍ୟା ତୁମ ଆଗମନେ

ହରିହର ଭୂକ୍ତା

ଦୂରରୁ କଣ୍ଣ ଗୋଚର ହୁଏ ଅଶ୍ବ ଟାପୁର ଧ୍ବନି
  ପଶ୍ଚିମ ଗଗନ ପୃଷ୍ଠ ଦେଶରୁ ସୂର୍ଯ୍ୟଙ୍କ ମେଲାଣି ।
  ବିହଙ୍ଗମଙ୍କ ନୀଡକୁ ପତ୍ୟାବର୍ତନର ସମୟ
  ଗୋଧୂଳି ବାସ୍ନାରେ ଗ୍ରାମ ପରିବେଶ ଉହ୍ଲାସମୟ ।

   ଦେବାଳୟ ଶଙ୍ଖ,ଘଣ୍ଟ,କିର୍ତ୍ତନ ଶଦ୍ଧରେ ମୁଖରିତ
   ଭବନର ଚଉରା ମୂଳରେ ସଞ୍ଜବତୀ  ଶୋଭିତ ।
   କର୍ମଠ କୃଷକ ସନ୍ଧ୍ୟା ଆଗମନେ ବିଶ୍ରାମ ରତ 
   ସନ୍ଧ୍ୟାର ଶୋଭା ମଣ୍ଡନ କରେ ଆଲୋକିତ ଖଦ୍ୟୋତ।

   କିଆ ଗହିର ମାଳରୁ କୋକିଶିଆଳି ହୁକେ ହୁ ସ୍ବର 
   ଭାଗବତ ଟୁଙ୍ଗୀରେ ଗୋବିନ୍ଦ ,ଗୋବିନ୍ଦ ଭକ୍ତି ସ୍ବର ।
  ନିକଟ ବର୍ତୀ ଗ୍ରାମରୁ ଭାଷିଆସେ ଖଞ୍ଜଣୀର ଶଦ୍ଧ
  ଆଲୋକରେ ଆଲୋକିତ ସମସ୍ତ ଗୃହ ଓ ପ୍ରାସାଦ ।

ଧରା ପୃଷ୍ଠକୁ ଘୋଟିଆସେ ଘୋର ତମସା କାଳିମା
ମହା ଗଗନ ପୃଷ୍ଠରେ ଇନ୍ଦୁଙ୍କ ଦୃଶ୍ୟ ମନରୋମା ।
ଗଗନ ବକ୍ଷ ଭେଦକରି ଶୋଭା ପାଏ ଟିକି ତାରା
ସୃଷ୍ଟି କର୍ତାଙ୍କ ସୃଷ୍ଟିରେ  ସୌନ୍ଦର୍ଯ୍ୟରେ ପୂର୍ଣ୍ଣଏ' ଧରା ।

    ହରିହର ଭୂକ୍ତା ,ରାକସ,ତାଳଚେର,ଅନୁଗୋଳ
    

   

କଣ୍ଟକିତ ପଥ

କଳ୍ପନା ରାୟ

ଜୀବନ ଜୀବିକା କଣ୍ଟକିତ ହୁଏ
ସବୁ ବିପରୀତ ହେଲେ
ବେଳେବେଳେ ଏହା ହଠାତ୍ ବି ଆସେ
ସମୟ କଷ୍ଟ ଆସିଲେ
ବିପଦ ଭିତରେ ଗଲେ
ଅସମ୍ଭବ କାର୍ଯ୍ୟ ହୁଏ ସମ୍ଭବ ବି
ଗର୍ଜନ ତର୍ଜନ କଲେ

ସମୟ କେବେ ବି ଏକା ଯାଏ ନାହିଁ
କଣ୍ଟା ଫୁଲ ମିଶିଥାଏ
କା' ସମୟ ଭରା କଣ୍ଟାରେ ତ ଭର୍ତ୍ତି
କଣ୍ଟକିତ ପଥ ସିଏ
ମଣିଷ ସଜେଇ ଦିଏ
ଭାଗ୍ୟର ପଥକୁ ସାଉଁଟି ସାଉଁଟି
ମଣିଷ ତ ସିଝିଯାଏ

କଣ୍ଟକିତ ପଥେ ସାଥି ଯଦି ଥାନ୍ତି
ପରିବାର ସାଙ୍ଗସାଥି
କଣ୍ଟା ସବୁ ଫୁଲ ପରି ଲାଗୁଥାନ୍ତି
ନ ଥାଏ କାହାରି ଭୀତି
କଷ୍ଟ ହେଲେ ବି ତରନ୍ତି
ଖରା ବର୍ଷା ଶୀତ ଡରେଇ ପାରନ୍ତି
ନା ପରିଶ୍ରମରେ ଶାସ୍ତି

କଷ୍ଟଭରା ଦିନ କଣ୍ଟକିତ ହୁଏ
କେହି ସାଥିରେ ନ ଥିଲେ
ନିଜ ଅଶ୍ରୁଜଳ ନିଜେ ଗଣୁଥାଏ
ଦୁଃଖ ଝରଣା ବି ସହେ
କ୍ଷତଭରା ଦିନ ସିଏ
ଯାତନା ଭରା ଜୀବନ ଜଞ୍ଜାଳରେ
ଦିନ ଫେରି ଫେରି ଯାଏ

କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର

ଭାଷା କୁ ଦେଲ ଭରସା

ହେ ସର୍ଜନଶୀଳତାର ସମ୍ରାଟ
କେମିତି ହୋଇପାରିଲ ତୁମେ ଅଦ୍ଵିତୀୟ
ବିବେକ ଶିଳ୍ପୀ ଟିଏ  
ପିତୃମାତୃ ହରା  ଜୀବନ ତୁମର
କିପରି ତୋଳିପାରିଲା ସମ୍ଭାବନାର
ଚୁନା ଚୁନା ସ୍ବପ୍ନ କୁ ....
କିପରି ଆଙ୍କିଦେଲ ନିଖୁଣ ଭାବେ
ଅନ୍ଧବିଶ୍ୱାସର ଦଲିଲ ରେ 
ବିଶ୍ୱାସର ଚିତ୍ରପଟ ।
ନିଃସର୍ତ୍ତ ସମର୍ପିତ ହୃଦୟ ତୁମର
କିପରି ହୋଇପାରିଲା ଧୈର୍ଯ୍ୟ,ସହନଶୀଳତାର
ଗନ୍ତାଘର ,ଜେଜେମା 'ର ସ୍ନେହ ପାଇ
କିପରି ହୋଇଉଠିଲ ତୁମେ 
ରକ୍ତ ମାଂସ ଧାରୀ ମଣିଷରୁ
ଅସାଧାରଣ ମହାଦର୍ଶର  
ଏକ ଶାଣିତ ସତ୍ୟ....   ।
ଏବେ ବି ଭୁଲିନାହିଁ ଆଉ 
ଭୁଲିପାରିବ ବି ନାହିଁ ଏ ସମାଜ 
ସେଇ ନିଛକ ଚରିତ୍ର ରେବତୀ କୁ
ଝିଅଟିଏ ଘାତ ପ୍ରତିଘାତ ଭିତରେ
ଆଗକୁ ପାଦ ବଢାଇବା ବେଳେ 
ସହୁଥିବା ନିନ୍ଦା ପ୍ରତିବାଦର 
ତୀକ୍ଷଣ ଆଘାତ କୁ 
ଆଜି ବି ନିଜକୁ ରାଜରାଜେଶ୍ୱର
ଭାବୁଛି  ଗାଁ ଦାଣ୍ଡ ଧୂଳି ମାଟିର
ଭାଷା ...ତୁମ ଗଳ୍ପ ଆଉ ଉପନ୍ୟାସରେ
ଜୀବନ୍ତ କଠୋର ସତ୍ୟରେ ଏବେ ବି 
ତରଙ୍ଗାୟିତ ଜନ ଜୀବନର କଥା ।
ନୈରାଶ୍ୟ ଭିତରେ ତୁମେ ଦେଖାଇଥିଲ
ଆଶାର କଳ୍ପବଟ ତୁମ କଳ୍ପନାରେ
ଜୀବିତ ହୋଇଉଠିଥିଲା ପ୍ରେମ ପ୍ରକୃତି
ଜୀବନ ବୋଧର ଚିତ୍ର ।
ଜାତିପ୍ରେମର ବହ୍ନି ଭିତରେ
କାଟୁଥିଲ ବର୍ଷ ,ମାସ ,ଦିନ ଦଣ୍ଡ
ଆଉ ତୁମ ଚିନ୍ତା ଚେତନାରେ  ଗଢ଼ା
ଜାତି ସୌଧ ର ପାହାଚରେ 
ଲିଭି ଯାଇଥିଲା ଆୟୁଷର  ଦୀପ
ହେ ଯୁଗ ସ୍ରଷ୍ଟା 
ଫକୀର ମୋହନ
ତୁମ ପାଦ ତଳେ କରେ ଶତ ଶତ 
ପ୍ରଣାମ ନିବେଦନ     ।

ଦୀପ୍ତି  ଦେବଦର୍ଶିନୀ ସୁତାର
ଓରାଳି,ହାଟଡିହୀ,କେନ୍ଦୁଝର --758083

ବ୍ୟାସକବି ସ୍ମରଣେ

କବିସୌରଭ କୈଳାଶଚନ୍ଦ୍ର ବେହେରା

ଆହେ ବ୍ୟାସକବି ଫକୀରମୋହନ ,
      ଆଜିପରା ତୁମ୍ଭ ଶୁଭ ଜନ୍ମଦିନ ।
ଅଠରଶ ତେୟାଳିଶି ମସିହାରେ,
    ଜାନୁୟାରୀ ଚତୁର୍ଦ୍ଦଶ ତାରିଖରେ ।
ବାଲେଶ୍ୱର ଜିଲ୍ଲା ମଲ୍ଲିକାଶପୁରେ ,
      ମକରସ°କ୍ରାନ୍ତି ଶୁଭ ଅବସରେ ।
ଲକ୍ଷ୍ମୀଚରଣ ଥିଲେ ତୁମ୍ଭ ପିତା ,
ତୂଳସୀଦେବୀ ତ ଥିଲେ ତୁମ୍ଭ ମାତା ।
ବାଲ୍ୟନାମ ଥିଲା ବ୍ରଜମୋହନ ,
   ବୁଢ଼ୀ ମା' ନିକଟେ କଟିଥିଲା ଦିନ ।
ମାତାଙ୍କ ଦେହାନ୍ତ ପରେ ବିଳମ୍ବରେ ,
     ବିଦ୍ୟାରମ୍ଭି ନଅ ବର୍ଷ ବୟସରେ ।
କୃତୀଛାତ୍ରରୂପେ ହୋଇଲ ବିଦିତ ,
      ଓଡ଼ିଆ ଭାଷାର ରଖିଲ ମହତ।
ଶିକ୍ଷକତା ଆଉ ଦେଓ୍ବାନ ବୃତ୍ତିକୁ ,    
ଆପଣାଇ ନେଲ ପେଟ ପୋଷିବାକୁ ।
ଓଡ଼ିଆ ଭାଷାର ସମୃଦ୍ଧି ପାଇଁକା ,
     ପ୍ରକାଶ କରିଲ ଦୁଇଟି ପତ୍ରିକା ।
ସମ୍ବାଦବାହିକା ଓ ବୋଧ ଦାୟିନୀ ,
    ଓଡ଼ିଆ ଭାଷାକୁ କଲା ଓଜସ୍ବିନୀ ।
ନୂଆ ଗଦ୍ୟଶୈଳୀ ଉପନ୍ୟାସ ସ୍ରଷ୍ଟା ,
      ଭାଷାର ଜନକ ଥିଲ ଦୂରଦ୍ରଷ୍ଟା ।
ରେବତୀ, ଛମାଣ ଆଠଗୁଣ୍ଠ , ମାମୁ ,
      ପ୍ରାୟଶ୍ଚିତ ଆଦି ଝରିଲା କଲମୁ ।
ଭାରତବର୍ଷର ଇତିହାସ ଲେଖି ,
    ଯୁଗାନ୍ତରେ ରଖିଗଲ ମୂକ ସାକ୍ଷୀ ।
ବାମଣ୍ଡାର ରାଜା ପ୍ରତିଭାକୁ ଦେଖି ,
ଚକିତରେ ଖୋଷି ହୋଇଗଲା ଆଖି ।
ସନ ଉଣେଇଶ ଷୋଳ ମସିହାରେ ,
    ବିଭୂଷିଲେ ସରସ୍ବତୀ ଉପାଧିରେ ।
ସାହିତ୍ୟ ଓ ହାସ୍ୟ ବିଦ୍ରୁପ କଟାକ୍ଷ ,
     ଲେଖି ଓଡ଼ିଆର ସ୍ଫିତ କଲ ବକ୍ଷ ।
ଉଣେଇଶ ଅଷ୍ଟାଦଶ ମସିହାରେ ,
      ଜୁନ୍ ଚଉଦ ରଜ ସ°କ୍ରାନ୍ତିରେ ।
ଇହଲୀଳା ତୁମ୍ଭେ ସମ୍ବରଣ କଲ ,  
ଓଡ଼ିଶାବାସୀଙ୍କୁ ଶୋକେ ଭସାଇଲ ।
ଛତୁଆ ଶ୍ମଶାନେ ହୋଇଲ ଦହନ ,
     ଅଟକିଲା ତୁମ୍ଭ ଅମ୍ଳାନ ଲିଖନ ।
ସାହିତ୍ୟଆକାଶଠାରୁ ଚିରଦିନ ,
  ବ୍ୟାସକବି ତାରା ହେଲା ଅବସାନ ।
ଏ ଶୁଭ ଦିନରେ ହେ ଭାଷା ଦର୍ପଣ ,
     ସମସ୍ତ ଓଡ଼ିଆ କରୁଛୁ ସ୍ମରଣ ।
ପରଲୋକୁ କର ଆଶିଷ ପ୍ରଦାନ ,   
ଦେଶଭାଷା ସେବି ଯାଉ ଏ ଜୀବନ ।
 ----------------------------------------
ବାଲିଗୁଡ଼ା , କନ୍ଧମାଳ ।

ମକର ସଂକ୍ରାନ୍ତି

କବୟିତ୍ରୀ ସୁଷମା ତ୍ରିପାଠୀ

ଶୀତୁଆ ସକାଳ ମକର ସଂକ୍ରାନ୍ତି
ଆସିଛି ଆନନ୍ଦ ମନେ,
ଶୀତ ଚାଲିଯିବ ଗ୍ରୀଷମ ଆସିବ
ସୂର୍ଯ୍ୟ ର ଉତ୍ତରାୟଣେ ।

ଧନୁ ରାଶି ଛାଡ଼ି ମକର ରାଶିରେ
ଧିରେଧିରେ ଯିବେ ଚାଲି,
ଶୀତ ଋତୁ ଯିବ ବସନ୍ତ ଆସିବ
ପ୍ରକୃତି ହସିବ ବୋଲି ।

ଚାଷୀର ଫସଲ ହୋଇଲା ଅମଳ
ପାଳିବ ଏପରି ପର୍ବ,
ନୂଆଁ ଚାଉଳକୁ ବତୁରାଇ ବାଟି
ଆଖୁ ଗୁଡ଼ ମିଶାଇବ ।

ଖିର ଛେନା ଘିଅ ନଡ଼ିଆ କଦଳୀ
ଲବଙ୍ଗ ଯେ ଅଳାଇଚ,
ଆମ୍ବ ବଉଳର ବାସ୍ନା ବାସୁଥିବ
ମକର ଦିଶିବ ସ୍ବଚ୍ଛ ।

ଠାକୁରଙ୍କ ପାଶେ ଭୋଗ ଲଗାଇଣ
ମିଳିମିଶି ଯେ ଖାଇବେ,
ସାହି ପଡିଶାଙ୍କୁ ଆନନ୍ଦରେ ଦେଇ
ମକର ସାଙ୍ଗ ହୋଇବେ ।

ସ୍ନେହ ପ୍ରେମ ଶ୍ରଦ୍ଧା ଭାବନା ଆସିବ
ବନ୍ଧୁ ଭାବ ଏଠି ଆସେ,
କିଏ କେଉଁ ନାମେ ପାଳନ କରନ୍ତି
ମକର ସଂକ୍ରାନ୍ତି ବଶେ ।

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ
ଏହି ପର୍ବ ପାଲିଥାନ୍ତି,
ମକର ଚାଉଳ ଖୁଆଇ ସଭିଙ୍କୁ
ବନ୍ଧୁତ୍ବ ଭାବ ରଖନ୍ତି ।

ଖାଣ୍ଟି ଓଡିଆ ହୋଟେଲ ସାମ୍ନା
ଟାଟା ବେଞ୍ଜ ପରିସର
ବ୍ରହ୍ମପୁର, ଗଞ୍ଜାମ-୭୬୦୦୦୧

ଫକୀର ମୋହନ ଙ୍କ ଜୟନ୍ତୀ ଉପଲକ୍ଷେ

ପରୀ ମୋ ଜୀବନ ଯାଉଅଛି ବହି
   ହସି କାନ୍ଦି କୁଳୁ କୁଳୁ କଥା କହି କହି 
   କେତେ ରୂପେ ବସି ହୃଦୟ ରେ ତରଙ୍ଗ।।
   ପ୍ରଲଭନ ବିବିଧ ତରଙ୍ଗ ସୁଖ ସାନ୍ତି 
  ପ୍ରେମ ମୋହ ଲାଳସା ନୀତୟ ଘୋନ 
  କୁଞ  ପାଉଛନ୍ତି ଲୟ କାମ କ୍ରଧ ଲୋଭ।।
  ମୋହ କୁମ୍ଭି ପୁଞ ପାଉଛନ୍ତି ।
   ନିଜ ନିଜ ଅଙ୍ଗ ବେଳେ ବେଳେ ଘୃରେ  ଶ୍ରତ ଜଞ୍ଜାଳ 
  ଭୁରୁଳି କେତେ ଦୂର ଯାଏ।।
   ଛାଡି ଯାଉଛନ୍ତି ପୁଣି ଚାଲୁ ଛିମି ମତ ଶ୍ରତ ଜାଣିପାରୁନାହିଁ
   କେଉଁ ଆକର୍ଷଣ ଶକ୍ତି ନେଉ ଅଛି ।।
  ଟାଣି ମିଶି ଯିବ ଦିନେ ଗାଇ ଅନନ୍ତ ।
  ସାଗରରେ ହେମାନବ ତତଚିନ୍ତା 
  ନିଅ ଚିନ୍ତା ଗାନବରେ ।
  ନଦୀ ପରି ମୋ ଜୀବନର ଯାଉଅଛି ବହି
  ହସି କାନ୍ଦି କୁଳୁ କୁଳୁ କଥା କହି।

      ସନ୍ତୋଷ ପରିଡ଼ା
     ଯାଜପୁର ,ପାଣିକୋଇଲି

ବ୍ୟାସ କବି ଫକିର ମୋହନ ସେନାପତି ସ୍ମରଣେ

ଉଣେଇଶ ତେୟାଳିଶ ଜାନୁଆରୀ ତେର 
ମକର ସଂକ୍ରାନ୍ତିରେ
ଜନ୍ନ ନେଲ ଓଡିଶାର ବାଲେଶ୍ବର ଜିଲ୍ଲା
ମଲ୍ଲିକାଶ ପୁରେ

ଲକ୍ଷ୍ମଣ ଚରଣ ତୁଳସୀ ଦେବୀଙ୍କ କୋଳ 
କରିଲ ମଣ୍ଡନ
5 ମାସେ ମାତା 19 ମାସେ ପିତା କଲେ 
ସ୍ୱର୍ଗାରୋହଣ

ଓଡ଼ିଆ ଜାତିର ପ୍ରିୟ ମାତୃଭାଷା ଅନ୍ଧକାରେ
 ଥିଲା ସମ୍ମୁଖୀନ 
ଭାଷା ଆନ୍ଦୋଳନ ସଂକ୍ରାନ୍ତି ପୁରୁଷ ନାମ 
ଫକୀର ମୋହନ 

ଅସ୍ତମିତ ହେଲ ଉଣେଇଶ ଅଠର 
ଜୁନ୍ ଚଉଦରେ
ହରାଇଲା ଉଜ୍ବଳ ନକ୍ଷତ୍ରଟି ଆମ
 ସାହିତ୍ୟ କ୍ଷେତ୍ରରେ

ହେ ମହାନ୍ ଲେଖକ ସମାଜର କଥା 
ଲେଖି ଯାଇଛ ଭାବି
ଲେଖା ପଢିଲେ ଆଖି ଆଗରେ ନାଚି 
ଯାଏ ସମାଜର ଛବି

ବ୍ୟାସ କବି ଫକିର ମୋହନ ସେନାପତି
 ଭାଷା ଯାଦୁକର
ସାହିତ୍ୟ ମାଧ୍ୟମେ ହେ କବି ଆଣି ପାରିଲ 
ସମାଜେ ସଂସ୍କାର

ତୁମ ମାମୁଁ , ପ୍ରାୟଶ୍ଚିତ, ଲଛମା ସହିତ 
ଛଅ ମାଣ ଆଠ ଗୁଣ୍ଠ 
ଦର୍ଶାଏ ଜମିଦାର ଲୁଟ ଶାରୀଆ ଭଗିଆ
 ଶୋଷଣ କଷଣର ଚିତ୍ର

 ରେବତୀ ସାଜିଲା ମାର୍ଗ ଦର୍ଶକ ସମାଜରେ 
ନାରୀ ଶିକ୍ଷା ପାଇଁ
ଡାକ ମୁନିସି ଚେତେଇଲା ବିଦେଶୀ ଶିକ୍ଷା ବ୍ୟବସ୍ଥାର
 ପରିବର୍ତ୍ତନ ପାଇଁ

ସୁଲୋଚନା ଚନ୍ଦ୍ରମଣିଂକୁ ଛାଞ୍ଚୁଣୀରେ ଦେଲା
 କଷି ମନ ଭରି 
ନାରୀକୁ ଶିକ୍ଷା ଦେଲା ଅନ୍ୟାୟକୁ ଲଢ଼ିବାକୁ 
କେବେ ନଡରି

ଧୂଳିଆ ବାବା ରାଣ୍ଡି ପୁଅ ଅନନ୍ତା ଉତ୍କଳ ଭ୍ରମଣ 
କାହାଣୀ ଲେଖା କାଳଜୟୀ
ବୌଦ୍ଧବତାର କାବ୍ୟ ଆତ୍ମଜୀବନ ଚରିତ ରଚନା 
କରି ହୋଇଛ ସାହିତ୍ୟ ବିଜୟୀ

ବୀର ପ୍ରସବୀନି ଏ ମାଟି ତୁମକୁ ପରା 
ଜନ୍ମ ଦେଇଛି
ଆହେ ସେନାପତି ତୁମ କୀର୍ତ୍ତିରେ ଗର୍ବିତ
 ବି ହୋଇଛି

ଓଡିଆର ଯୁଗ ଯୁଗର ସ୍ୱପ୍ନକୁ ପୂର୍ଣ୍ଣ କରିଛି 
ତୁମ ପରାକାଷ୍ଠା
ତୁମ ଲେଖା କାବ୍ୟ କବିତା ଦେଖାଏ ମାଟି ପାଇଁ
ତୁମ୍ଭର ନିଷ୍ଠା
            
ତୁମେ ଆଣିଥିଲ ବୋହି ଛାପାକଳ ଟିଏ 
ଶଗଡ଼ ଗାଡ଼ିରେ
ବହୁ ଲେଖା ଛାପା ହେଲା ଓଡ଼ିଆଙ୍କ ପାଇଁ
 ଓଡ଼ିଆ ଭାଷାରେ

ଗର୍ବିତ ଆମ ଜାତି ଆହେ ସେନାପତି 
ଅଭୂଲା ଅଟେ ତୁମ କୀର୍ତ୍ତି
ସ୍ମରଣେ ତୁମରି ଯାତ୍ରା ଅମର ହେ ତୁମେ 
ସଦା ଝୁରୁଥିବ ଏ ଜାତି 
---------+-+-+--------+++----------
ଚିତ୍ତ ରଞ୍ଜନ ନନ୍ଦ
ଜଗତପୁର, କଟକ
---------+-+-+--------+++----------

ଅନ୍ଧକାର

ନିର୍ମଳ ନାୟକ 
***********
(କବିତା)
******** 

ହଁ ସେ ଅମା ଅନ୍ଧାର ରୁ  ଗାଢ଼... 
ଦୀପ ତଳ ଅନ୍ଧାର ଠୁଁ ବି  ଗୁଢ... 
ବୁଝି ପାରେନା ବାଇଆ ମତିମୁଢ.. 
ଅଜ୍ଞାନତା  ମାନବ ଜାତିର ଜଡ !! 

ତମସା, ତିମିର ଘୋର ଅନ୍ଧକାରେ... 
ଜୀବନ ତରି ଭବ ସାଗର ମଧ୍ୟରେ... 
କୁଳ କିନାରା ରୁ  ଅନେକ ଦୂରରେ... 
ବ୍ରହ୍ମ ନାମ  ତୁଣ୍ଡରେ  ମାତ୍ର ଉଚାରେ !! 

ମୋହ,ମାୟା,ଲୋଭ,କ୍ରୋଧ ସାଙ୍ଗରେ.. 
ପ୍ରୀତି ଭିଆଇଲୁ  ଦିବସ ଓ ରଜନୀରେ..
ଭୁଲି ଗଲୁ ସୃଷ୍ଟିକର୍ତ୍ତାର ନିୟମପୃଷ୍ଠା ରେ.. 
ଅନ୍ଧାରେ ରହିବା ଜୀବନ ବ୍ରତ ମନରେ !! 

ମନର ମଶୃଣ ପଥରୁ ଫେରିଆସ ବାରେ.. 
ଘାଣ୍ଟି ଚକଟି କାହିଁ ହେଉ ଅମା  ଅନ୍ଧାରେ.. 
ଭୁଲିଲୁ ତୁ ହରିନାମ  ତୁଣ୍ଡରେ  ଉଚ୍ଚାରେ.. 
ସେହିଏକା ସାହା ତୋତେ ଅମା ଅନ୍ଧାରେ !! 

ସମୟ ବ୍ୟତୀତ କଲୁ ସୁରା ଓ  ସାକୀ ରେ 
ଆଲୋକ ରୁ ଦୂର ହେଲୁ  ଅନ୍ଧାର ପ୍ରୀତିରେ.. 
ଭଲ ମନ୍ଦ ବୁଝିଲୁନି  ଅନ୍ଧାକାର ର ଭ୍ରମରେ.. 
ପ୍ରଭୁ ନାମ ମୁଖେ ଉଚ୍ଚାରଣ କରିଲୁନି ଥରେ !! 

ଜୟ ଜଗନ୍ନାଥ 

151, ନାଗାର୍ଜୁନ କଲୋନୀ 
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର 
440014

ଜୀବନ ଜଳୁଛି ଯନ୍ତ୍ରଣା ଯୁଇରେ

   🌿🌿🌿🌿
ଜୀବନ ଜଳୁଛି
     ଯନ୍ତ୍ରଣା ଯୁଇ ରେ
ପ୍ରାଣ କାନ୍ଦେ କଇଁ କଇଁ
 
ତୁମ ପରି ଦେବ
  ଥାଉଁ ଥାଉଁ ପରା
ଏ ସବୁ କାହିଁ ଘଟ ଇ।

ତୁମ ବିଚାର ରେ
   ସଭିଏଁ ସମାନ
ନୁହେଁ କେହି ବଡ଼ ସାନ
କ୍ଷୀରି ଖେଚୁଡ଼ି ରେ
    କାହା ପେଟ ଭରେ
କାହାକୁ ନ ମିଳେ ଅନ୍ନ।
ଖଟ ପଲ୍ୟଙ୍କ ରେ
    କା ରାତି ବିତ ଇ
କାହା ରାତି ଉଜାଗ ରେ
ଏମିତି କାହିଁକି
    କରୁଛ ଗୋସାଇଁ
ତୁମ ଗଢା ଏ ସଂସାରେ ?

ଏହି ଅନୁରୋଧ 
   ତୁମ ପାଶେ ପ୍ରଭୁ
ଭେଦଭାବ ଦୂର କର
ସବୁରି ପ୍ରାଣୀଙ୍କୁ
     ସମ ଭାବେ ଚାହିଁ
ସଂସାର ପାଳନ କର।
      🍁🍁🍁🍁
ବିଜୟ କୁମାର ସ୍ବାଇଁ ପ୍ରଧାନ ପଡା କଟକ।
      

ଫକୀର ମୋହନ ଙ୍କ ଜୟନ୍ତୀ ଉପଲକ୍ଷେ

    ନଦୀ ପରୀ ମୋ ଜୀବନ ଯାଉଅଛି ବହି
   ହସି କାନ୍ଦି କୁଳୁ କୁଳୁ କଥା କହି କହି 
   କେତେ ରୂପେ ବସି ହୃଦୟ ରେ ତରଙ୍ଗ।।
   ପ୍ରଲଭନ ବିବିଧ ତରଙ୍ଗ ସୁଖ ସାନ୍ତି 
  ପ୍ରେମ ମୋହ ଲାଳସା ନୀତୟ ଘୋନ 
  କୁଞ  ପାଉଛନ୍ତି ଲୟ କାମ କ୍ରଧ ଲୋଭ।।
  ମୋହ କୁମ୍ଭି ପୁଞ ପାଉଛନ୍ତି ।
   ନିଜ ନିଜ ଅଙ୍ଗ ବେଳେ ବେଳେ ଘୃରେ  ଶ୍ରତ ଜଞ୍ଜାଳ 
  ଭୁରୁଳି କେତେ ଦୂର ଯାଏ।।
   ଛାଡି ଯାଉଛନ୍ତି ପୁଣି ଚାଲୁ ଛିମି ମତ ଶ୍ରତ ଜାଣିପାରୁନାହିଁ
   କେଉଁ ଆକର୍ଷଣ ଶକ୍ତି ନେଉ ଅଛି ।।
  ଟାଣି ମିଶି ଯିବ ଦିନେ ଗାଇ ଅନନ୍ତ ।
  ସାଗରରେ ହେମାନବ ତତଚିନ୍ତା 
  ନିଅ ଚିନ୍ତା ଗାନବରେ ।
  ନଦୀ ପରି ମୋ ଜୀବନର ଯାଉଅଛି ବହି
  ହସି କାନ୍ଦି କୁଳୁ କୁଳୁ କଥା କହି।

      ସନ୍ତୋଷ ପରିଡ଼ା
     ଯାଜପୁର ,ପାଣିକୋଇଲି
   

ଜୀବନଗୀତି

ଡ. ପ୍ରିୟମ୍ବଦା ସାମଲ
ଏ ସୁନ୍ଦର ପ୍ରାଚୁର୍ଯ୍ୟ ଭରା ଜୀବନ
ଏ ସୁନ୍ଦର ସୁଗଠିତ ଶରୀର
ଏ ଅତର ବୋଳା ବ୍ଯସନ ଭୂଷଣ
ବସ୍ତ୍ର ଅଳଙ୍କାର, 
ମୋର ନୁହେଁ । 
ଉଚ୍ଚ ପଦସ୍ଥ ସ୍ବାମୀ
ପ୍ରତିଭାବାନ୍ ପୁଅଝିଅ
ଏ ସୁନ୍ଦର ଘରବାଡି
ଏ ମନ ପସନ୍ଦର ପ୍ରାସାଦ
ଲୋଭିଲା ଦାମୀ ଗାଡି
କେହିବି ମୋର କିଛି ନୁହେଁ
ଏ ଜିଇଁବାଟା ମୋର ନୁହେଁ
ମରିବା ବି ନୁହେଁ। 
ଆସିଛି ଲଂଗଳା ହୋଇ
ଯିବି ଶୂନ୍ଯ ହୋଇ
ଅଢେଇ ଦିନିଆ ହୋଇ
ବଢେଇବା ଶୋଭା
ପାଏ ନାହିଁ। 
ଜବାହର ନବୋଦୟ ବିଦ୍ଯାଳୟ ଗଜପତି।

ଡ଼ିସେମ୍ବର ଫୁଲ

_*👉ଆସନ୍ତୁ ପଢ଼ିବା ଆଜିର ରାତ୍ରୀ କାହାଣୀ 👈*_

                 *🌹"  "🌹*
             *· · • • • • • • ✤ • • • 
*❀꧁❀꧂❀꧁❀꧂❀꧁❀꧂❀*
*______________________________________*
🌻☘️🌸🌼🌼🙏🌼🌼🌸☘️🌻

ଫୁଲମାନେ କଥା କୁହନ୍ତି,ଗୀତ ବୋଲନ୍ତି......ସବୁ ଫୁଲ ଗୋଟେ ଗୋଟେ ଗପ ନହେଲେ କବିତା.....

   ଚମକି ପଡିଲା ବନାନୀ।କିଏ କହିଥିଲା ଏ କଥା ପଦକ ???
ଅଷ୍ଟ୍ରେଲିଆନ ଗାୟିକା କାଇଲି ମିନୋଗଙ୍କ"ଫ୍ଲାୱାର "ଗୀତକୁ ଇୟର ଫୋନ ଲଗାଇ ଶୁଣୁ ଶୁଣୁ ଏକ ବିମୁଗ୍ଧ ଚାହାଣୀରେ,ବନାନୀ ଅନାଇଥିଲା ନିଜ ବଗିଚାକୁ ।
ଡିସେମ୍ବର ମାସ ର ଶୀତୁଆ ସକାଳ।
ଆଉ ଡିସେମ୍ବର ମାସ ତ ହେଉଛି ଫୁଲଙ୍କ ମାସ...
ରଙ୍ଗ ବେରଙ୍ଗ  ଫୁଲଙ୍କ ସମାରୋହରେ ଲାଗୁଛି ସତେ ଯେମିତି ପୁଷ୍ପ ପ୍ରଦର୍ଶନୀ ହେଉଛି ବଗିଚାରେ।
ଗେଣ୍ଡୁ,ସେବତୀ,ଡାଲିଆ, ଜିନିଆ,ପିଟୁନିଆ,
ଆଷ୍ଟର,ପାନସି, ଆଣ୍ଟିରହିନମ,ଆନ୍ଥୁରିଅମ...ତା ସହିତ ଗୋଲାପ,ସୂର୍ଯ୍ୟମୁଖୀ,ମନ୍ଦାର....ଓହୋ ଭଳିକି ଭଳି ଫୁଲ....
ବିନା ମେଘରେ,ମାଟି ଉପରେ ଇନ୍ଦ୍ରଧନୁ ପଡିଛି ବୋଲି କହିହେବ।
ନା ନା ବରଂ ବର୍ଣ୍ଣ ର ମହୋତ୍ସବ....  
ତୁଳୀ ଧରି କେଉଁ ଚିତ୍ରକର ଯେମିତି ଆଙ୍କିଦେଇଛି ସୁନ୍ଦର ଏକ ଚିତ୍ର....
ଛୋଟବେଳୁ ବଗିଚା ଓ ଫୁଲ ପ୍ରିୟ ବନାନୀ।ବାପା,ବୋଉ ବହୁତ ଗଛ ଲଗାଇ ଯତ୍ନ ନେଉଥିଲେ।ସେଇଠୁ ଆଗ୍ରହ ବନାନୀର।ବାହାହେଲା ପରେ ଯେଉଠିକୁ ବଦଳି ହେଉ ପଛେ ବଗିଚା ନହେଲେ ବାଲକୋନି କିମ୍ବା ଛାତ ଉପରେ କୁଣ୍ଡରେ ଫୁଲ ଗଛ ଲଗାଏ ବନାନୀ।ନିଜ ସୁଖଦୁଃଖ ବାଣ୍ଟେ ଫୁଲଙ୍କ ସହ।ଫୁଲମାନେ ସବୁବେଳେ ପ୍ରାଣବନ୍ତ....
ଆଜିକାଲି ଦୋକାନରେ ଲାଗୁଥିବା ସେଲ  ଯେମିତି ଆଗକୁ ଆସୁଥିବା କୌଣସି ପର୍ବପର୍ବାଣୀ'ର ପୂର୍ବ ସୂଚନା ଦିଏ; ଠିକ ଏଇ ଫୁଲଙ୍କ ମହୋତ୍ସବ ଆଗୁଆ ସୂଚନା ଦେଉଛି ବସନ୍ତ ର ଆଗମନ....
ସତରେ କଣ ସବୁ ଫୁଲଙ୍କ କିଛି ଅଭିବ୍ୟକ୍ତି ଥାଏ !ତାକୁ ତ ଲାଗେ।ହେଲେ କାହିଁକି କେଜାଣି ସ୍ୱାମୀ ଓ ପିଲାମାନେ ଜମା ତାକଥା ବିଶ୍ବାସ କରନ୍ତିନି.....
ଦୀର୍ଘନିଶ୍ବାସ ନେଲା ବନାନୀ।
ପ୍ରଥମେ ଠିଆ ହେଲା ଗେଣ୍ଡୁଫୁଲ ପାଖରେ।ହଳଦିଆ,କମଳା ରଙ୍ଗର ଥୋପା ଗେଣ୍ଡୁ।ଆରପାଖକୁ ପଟାଳୀ ରେ ଲାଗିଛି ଖାଇରିଆ ରଙ୍ଗର କୁସୁମଗେଣ୍ଡୁ।
ଗେଣ୍ଡୁ....ଗେଣ୍ଡୁ....ଗେଣ୍ଡୁମାଳ ଶ୍ୟାମକୁ ଦେବି.... ଚୁଟି କାଟିବି.....
ମନକୁ ମନ ଫେଁ କିନା ହସିଦେଲା ବନାନୀ।
ସ୍କୁଲରେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ଶ୍ୟାମାଚରଣ ଓରଫ ଶ୍ୟାମକୁ କ୍ଳାସ ସାଙ୍ଗମାନେ ନାଁ ଦେଇଥିଲେ  ଗେଣ୍ଡୁ। 
ଶ୍ୟାମ ର ଗୋଟେ ଚୈତନ ଚୁଟି ଥିଲା।ମାନସିକ ରଖି ମୁଣ୍ଡର ପଛପଟକୁ ଚୁଟି ଅରାକ ଗୋଟେ ଗଣ୍ଠି ପଡି ଝୁଲିଥାଏ।ତା ଜେଜେମା କାଳେ ରଖିଥିଲା ମାନସିକ।ସେଇ ଚୁଟି ରେ ବେଳେବେଳେ ଗୋଟେ ଗେଣ୍ଡୁଫୁଲ ଖୋସି ସ୍କୁଲ ଆସୁଥିଲା ବୋଲି ତା ନାଁ ରଖାଯାଇଥିଲା ଗେଣ୍ଡୁ।
ବନାନୀ ପାଖରେ ବସୁଥିଲା ଶ୍ୟାମ।ସାଙ୍ଗ ଝିଅମାନଙ୍କ ସହ ବନାନୀ ବି ଗୀତ ବୋଲି ଚିଡାଉ ଥିଲା ଶ୍ୟାମକୁ....
ଗେଣ୍ଡୁମାଳ ଶ୍ୟାମକୁ ଦେବି, ମନ ତୋଷିବି....
ଶ୍ୟାମ କିନ୍ତୁ ଚିଡେନା, ହସେ।ଥରେ ସ୍କୁଲରୁ ଫେରିଲା ବେଳେ ବନାନୀ ଶ୍ୟାମକୁ କହିଥିଲା,
- ତୁ ଏ ଚଇତନ ଚୁଟି ରେ ଗେଣ୍ଡୁଫୁଲ କାହିଁକି ଲଗାଉଛୁ ?ଚୁଟି କାଟି ଦେଉନୁ ?"
ଧୀର ସ୍ୱରରେ ଶ୍ୟାମ କହିଥିଲା,
- ଜେଜେମା ମନା କରିଛି।ମୋ ଛାତିରେ କାଳେ ଗୋଟେ ଛୋଟ କଣା ଅଛି।ମୁଁ ଆଉ ଟିକେ ବଡ଼ ହେଲାପରେ ମୋର ଅପରେସନ ହେବ ଓ ମୁଁ ପୁରା ଭଲ ହୋଇଗଲେ ଏଇ ଚୁଟି ଠାକୁରଙ୍କ ପାଖରେ ପଡିବ ବୋଲି ମାନସିକ କରିଛି ଜେଜେମା।"
ଆବାକାବା ହୋଇ ବନାନୀ କହିଥିଲା
- ଦେଖା ତୋ ଛାତି,କେଉଁଠି କଣା ହୋଇଛି।"
- ବୋକୀ  କେଉଁଠିକାର।ଛାତି ଭିତର କଣା ,ଉପରେ ନୁହଁ।ସେ କଣା କେମିତି ଦେଖାଇବି ?"

   ସେଇବର୍ଷ ଶ୍ୟାମାଚରଣ ବାପାଙ୍କ ଅନ୍ୟ ସହରକୁ ବଦଳି ହୋଇଗଲା।ତା ଛାତି ର କଣା ବନ୍ଦ ହେଲାକି ନାହିଁ କେଜାଣି !!ଗେଣ୍ଡୁଫୁଲ କଣ ଆଉ ଖୋସୁଥିବ ଶ୍ୟାମଚରଣ ?ଯେଉଁଠିଥାଉ ଭଲରେ ଥାଉ ସେ...ଗେଣ୍ଡୁଫୁଲ ଗୁଡାଙ୍କୁ ଆଉଁଷି ବନାନୀ ଆସି ଠିଆ ହେଲା ସେବତୀ ଫୁଲଙ୍କ ପାଖରେ।ଅନେକ ରଙ୍ଗର ସେବତୀ।
ସେବତୀ ସାହୁ...ସପ୍ତମ ଶ୍ରେଣୀରୁ ସାଙ୍ଗ।ସେବତୀ ନିଜ ମୁଣ୍ଡରେ କ୍ଲିପ ମାରି ବେଳେବେଳେ ଫୁଲ ଖୋସେ।ଭାରି ହସକୁରି ଥିଲା ସେବତୀ।ତାଙ୍କର ଗୋଟେ ଜଳଖିଆ ଦୋକାନ ଥିଲା।ବରା,ପିଆଜି ସହ ମୁଆଁ ବି ଆଣୁଥିଲା ସେବତୀ।
ମୁଢି,ଖଇ,ଚୁଡା ମୁଆଁ,ଧନୁମୁଆଁ।ସେ ବି କାଳେ ନିଜ ହାତରେ ମୁଆଁ ବନାଇବା ଶିଖି ଯାଇଥିଲା।ପାଠ ତାର ଭଲ ହେଉ ନଥିଲା।ଦୁଇ ତିନି ଥର ଫେଲ ବି ହୋଇଥିଲା।
ନିଜ ବୟସ ତୁଳନାରେ ସେବତୀ ବହୁତ ମ୍ୟାଚୁଅର,ଅଭିଜ୍ଞ,ଅନୁଭବୀ ଥିଲା।ସବୁବେଳେ ବଡ଼ଙ୍କ ଭଳି କଥା।କ୍ଳାସର ସବୁ ଝିଅଙ୍କ ଅପେକ୍ଷା ସତରେ ସେ ବଡ଼ ହୋଇଯାଇଥିଲା।
ଦୁଇଦିନ ସ୍କୁଲ ଆସିନଥିଲା ସେବତୀ।ବାନ୍ଧବୀ ଝିନୁ ଚୁପ କିନା ବନାନୀ କାନରେ କହିଥିଲା,
- ସେବତୀ ମାଚୁଆର ହୋଇଛି,ତାର ପିରିଅଡ ମାନେ ଋତୁସ୍ରାଵ ହୋଇଛି।ସେ ବଡ଼ ଝିଅ ହୋଇଗଲା।"
ସେଦିନ ଚମକି ପଡିଥିଲା ବନାନୀ।ଘରେ ବୋଉକୁ ଏବିଷୟରେ ପଚାରିଥିଲା।ବୋଉ ଆଖି ଦେଖାଇ କହିଥିଲା,
- ଏସବୁ କଥା ଆଉ କାହାକୁ ପଚାରିବୁନି।ସବୁ ଝିଅ ବଡ ହୁଅନ୍ତି।ତୁ ବି ହେବୁ...."
ସ୍କୁଲ ଆସିଲାପରେ ସମସ୍ତେ ଅନାଉଥିଲେ ସେବତୀକୁ।ସତରେ କଣ ଋତୁସ୍ରାଵ ହେଲେ ଝିଅମାନେ ବଡ ହୋଇଯାଆନ୍ତି ?
ସେବତୀ ହିଁ ସେମାନଙ୍କ ବ୍ୟାଚରେ ଆଗେ ବାହା ହୋଇଯାଇଥିଲା,ଦଶମ ଶ୍ରେଣୀ ପରୀକ୍ଷା ଦେଲାର ଠିକ ପରେ ପରେ ।ହସିଦେଇ ସେବତୀ କହିଥିଲା,
- ମୋ ଦେଇ ପାଠ କଣ ଆଉ ହେବ ?ମେଟ୍ରିକ ଯଦି ପାସ କରେ ତେବେ ଶାଶୁଘରେ କଲେଜ ଛାଡିବେ କି ନାହିଁ କେଜାଣି ?"
ଶାଶୁଘରକୁ ବିଦା ହେଲା ବେଳେ ସାଙ୍ଗମାନଙ୍କୁ ଧରି ବହୁତ କାନ୍ଦିଥିଲା ସେବତୀ।ମେଟ୍ରିକ ରେ ଫେଲ ହୋଇଥିଲା ସେବତୀ।ସପ୍ଲିମେଣ୍ଟାରୀ ଦେଲାକି ନାହିଁ କେଜାଣି ?କିଏ ଥରେ କହୁଥିଲା ପାଞ୍ଚଟା ଛୁଆ ର ମା ହୋଇ ବିନ୍ଦାସ ଅଛି।ସେବତୀ, ଠିକ ଏଇ ସେବତୀ ଫୁଲ ଭଳି,ହସ ହସ।......
  ଭଲ ହୋଇଛି ସେବତୀ ବାହାହୋଇଗଲା।କିନ୍ତୁ ଗୋଲାପ ?ସେମାନଙ୍କ କ୍ଳାସମେଟ ଗୋଲାପ ମଞ୍ଜରୀ ସ୍ୱାଇଁ।ସବୁ ଝିଅଙ୍କ ଭିତରେ ସୁନ୍ଦରୀ।ସ୍କୁଲ କୁଇନ ବୋଲି ଖ୍ୟାତି ଥିଲା ତାର।
କୁଣ୍ଡରେ ଲାଗିଥିବା ଗାଢ଼ ଲାଲ ରଙ୍ଗ ର ଗୋଲାପ ଫୁଲ ଉପରେ ଆଖି ପଡିଲା ବନାନୀ ର।ଅନେକ ରଙ୍ଗର ଗୋଲାପ ଲଗାଇଛି ସେ।ଗୋଟେ ଭଅଁର ଉଡୁଛି ଗୋଲାପ ଫୁଲ ଉପରେ।
ଫୁଲ ବାସ୍ନାରେ ମହୁମାଛି,ଭଅଁର,ପ୍ରଜାପତି ସମସ୍ତେ ଆସନ୍ତି।ସ୍କୁଲ ସାଙ୍ଗ ଗୋଲାପ ମଞ୍ଜରୀ ପଛରେ ବି ଗୁଡାଏ ବଦମାସ ଗୁଣ୍ଡା ଶ୍ରେଣୀର ଟୋକା ପଡିଥଲେ।
  ହଠାତ ଦିନେ ଉଭାନ ହୋଇ ଯାଇଥଲା ଗୋଲାପ।କିଏ କହିଲା ତାର ଅପହରଣ ହୋଇଛି, କିଏ କହିଲା ରେପ କରି ତାକୁ ମର୍ଡର କରି ଗୁଣ୍ଡାମାନେ ତାକୁ ପୋତି ଦେଇଛନ୍ତି।ଗୋଲାପ ଅଦୃଶ୍ୟ ହୋଇଯାଇଥଲା।ତା ବାପା,ମା କାନ୍ଦୁଥଲେ।ବନାନୀ'ର ମନେପଡୁଥିଲା,କ୍ଲାସରେ କିଏ ଗୋଟେ କହୁଥିଲା, ଗୋଲାପ ପାଇଁ ଶୋକ ସଭା କରିବାକୁ।
ହେଲେ ପରେ  ଜଣାପଡିଲା  ଗୋଲାପ ତା ଟିଉସନ ସାର ସହିତ ଲୁଚି କରି ପଳେଇଛି।ପୋଲିସ ଆରେଷ୍ଟ କରିଥିଲା ଟିଉସନ ସାରଙ୍କୁ ଅପହରଣ ଅଭିଯୋଗରେ।ଗୋଲାପ କିନ୍ତୁ କହୁ ଥିଲା ସେ ଭଲପାଇ ନିଜ ଇଚ୍ଛାରେ ଯାଇଥିଲା ବୋଲି।ଦୁଇଦିନ ପରେ ଗୋଲାପର ଦେହ ଝୁଲୁଥିଲା ଆମ୍ବ ଗଛରେ।ଗୋଲାପ ଫୁଲକୁ ଛିଣ୍ଡାଇ ଦିଅନ୍ତି ଲୋକ।
- ମା,କଫି।"
କଫି କପ ଆଣି ଧରାଇଦେଲା କାମବାଲୀ।।ନିଜ ଫୁଲ ବଗିଚାରେ ବସି କଫି ନହେଲେ ଚା ପିଇବାର ମଜା ନିଏ ସେ।ଏକଥା ସେ ଶିଖିଥିଲା ଜିନୁ ଠାରୁ।କଲେଜ ବେଳ ବାନ୍ଧବୀ।ଗୋଟେ ବଡ଼ ଅଫିସର କୁ ବାହା ହୋଇଥିଲା।ତା ର ବିରାଟ ଏକ ବଗିଚା,ତାରି ବଗିଚାରୁ ଗତବର୍ଷ ଆଣିଥିଲା ଜିନିଆ ତଳି।

ସାମ୍ନାରେ ପଟାଳି ରେ ଲାଗିଛି ସେଇ ଜିନିଆ ଫୁଲ ଗଛ।ଏକଦମ ସୁନ୍ଦର ,କିନ୍ତୁ ବାସ୍ନାହୀନ ଫୁଲ।ଜିନୁ ନିଜକୁ ଜିନିଆ ଫୁଲ ସହ ତୁଳନା କରୁଥିଲା।

- ଏଇ ଜିନିଆ ଫୁଲର ବାସ୍ନା ନାହିଁ, ଠାକୁର ପୂଜାରେ ଲାଗେନା,କିଏ ତାକୁ ମାଳ କରି ମୁଣ୍ଡରେ ଲଗାନ୍ତିନି;  ଖାଲି ବଗିଚାର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ବଗିଚାରେ ଲଗାଯାଏ।ଯେମିତି ସୋ ପିସ ଥାଏ କପ ବୋର୍ଡ଼ରେ।ମୁଁ ବି ଗୋଟେ ଜିନିଆ ଫୁଲ ଲୋ...
ଚମକି ପଡି ବନାନୀ ପଚାରିଥଲା,
- କଣ ଏମିତି କହୁଛୁ ?"
- ବାହାଘର ପୁର୍ବରୁ ଓ ପରେ ବି ମୋ ସ୍ବାମୀଙ୍କ ର ଅନ୍ୟ ମହିଳାଙ୍କ ସହ ଆଫେଆର ଥିଲା ଓ ଅଛି।ମୁଁ ଗୋଟେ ଜିନିଆ ଫୁଲ ଭଳି କେବଳ ସଜେଇ ହୋଇଛି।ଡାଇଭର୍ସ ନେବାକୁ ଚିନ୍ତା କଲିଣି, ହେଲେ ଘରେ କହୁଛନ୍ତି ଟିକେ ଆଡ଼ଜଷ୍ଟ କରିନେ।ସେ ବଦଳିବ।"

  ନିଜକୁ ସେଦିନ ବହୁତ ଭାଗ୍ୟବତୀ ଭଳି ଲାଗିଥିଲା ବନାନୀ କୁ।ସ୍ନେହୀ ସ୍ୱାମୀ,ଦୁଇଟା ସୁନ୍ଦର ପିଲାଙ୍କୁ ନେଇ ତାର ହସ ଖୁସି ଭରା ସଂସାର।

   ମନଦୁଃଖରେ ସେଦିନ ବନାନୀ ଘରକୁ ଫେରିଲା ବେଳେ ତାର ମନେ ପଡୁଥିଲା ମିସେସ ମ୍ୟାଥୁସ ଙ୍କ କଥା।ଇଂରାଜୀ ରିଡର।କେରଳୀ ଭଦ୍ରମହିଳା।ବହୁତ ବଗିଚା ସୌକିନ।ଭଳିକି ଭଳି ଡାଲିଆ ଓ ସେବତୀ ଗଛ ଚାରା କରି ଲଗାନ୍ତି।ତାଙ୍କଠୁ ଡାଲିଆ ଗଛ ଆଣି ସବୁ ବର୍ଷ ଲଗାଏ ବନାନୀ।ପ୍ରତି ବର୍ଷ ତାଙ୍କ ବଗିଚା ପ୍ରଥମ ପୁରସ୍କାର ପାଏ।
- ଆପଣଙ୍କ ଡାଲିଆ ଫୁଲ ଦେଖି ମୋତେ ଆପଣଙ୍କ ଉପରେ ଇର୍ଷା ହୁଏ।ଫୁଲ ସବୁ ସେମିତି ରହୁଛି।ମୋ ପୁଅ ଝିଅ ଅଧେ ଛିଣ୍ଡାଇ ଦେଉଛନ୍ତି।"

ସେଦିନ ମୁହଁ ଶୁଖାଇ ମିସେସ ମ୍ୟାଥୁସ କହିଥିଲେ,
- ଫୁଲ ଛିଣ୍ଡାଇବାକୁ ମୋ ଘରେ କିଏ ଅଛି ?ପଚିଶ ବର୍ଷ ହୋଇଗଲା ବିବାହକୁ, ୟୁଟ୍ରସ ରିମୁଭ ବି ହୋଇଗଲା।ଆଡ଼ପ୍ତ ପାଇଁ ମିଷ୍ଟର ରାଜି ନୁହଁନ୍ତି।ଏଇ ଫୁଲ ମାନଙ୍କୁ ଅନାଇ ଖୁସି ହୁଏ।ଏଇମାନେ ମୋ ପିଲା,ଛୁଆ।"
ଭାବନା ରାଜ୍ୟରୁ ଫେରିଆସିଲା ବନାନୀ।ବଡ଼ ବଡ଼ ଡାଲିଆ ଫୁଲ ସବୁ ଚୁପଚାପ ଠିଆ ହୋଇଛନ୍ତି,ମିସେସ ମ୍ୟାଥୁସ ଙ୍କ ଭଳି।

  ପାହାଚ ପାଖକୁ ମନ୍ଦାର ଫୁଲ ସବୁ ଫୁଟିଛି।ବୋଉ ନାଁ ମନ୍ଦାର।ଛିଃ, ଭାରି ବିରକ୍ତ ହୁଏ ବନାନୀ।
- ମା ତାରିଣୀ ଙ୍କୁ ମାନସିକ କରି ଚାରି ପୁଅ ପରେ ମୋତେ ପାଇଥିଲା ବୋଲି,ତୋ ଆଈ ମନ୍ଦାରମାଳା ନାଁ ଦେଇଥିଲା।"
ବାପା ଚିଡାନ୍ତି ବୋଉକୁ ଏଇ ନାଁ ପାଇଁ।ବୋଉ ରଙ୍ଗୀନ ଶାଢ଼ୀ ପିନ୍ଧି ନାଲି ସିନ୍ଦୁର ମୁଣ୍ଡରେ ମାରି ମନ୍ଦାର ଫୁଲ ଭଳି ସୁନ୍ଦର ଦିଶେ।ହେଲେ ବାପା ଚାଲିଗଲା ପରେ ବୋଉ କୁ ଯେତେ ବାଧ୍ୟ କଲେବି ରଙ୍ଗୀନ ଶାଢ଼ୀ ବଦଳରେ ଅଳ୍ପ ଧଡି ଵାଲା ଫିକା ରଙ୍ଗର ଶାଢୀ ପିନ୍ଧୁଛି।ଆଖି ଜକେଇ ଆସିଲା ବନାନୀ ର।

  ବାପାଙ୍କ କଥା ମନେପଡ଼ିଗଲା।ସୂର୍ଯ୍ୟକାନ୍ତ ବାବୁ...ରାଜା ଚେହେରା ଓ ମୁହଁର କାନ୍ତି ଠିକ ସୂର୍ଯ୍ୟ କିରଣ ଭଳି। ବଡ଼ ବଡ଼ ସୂର୍ଯ୍ୟମୁଖୀ ଗଛରେ ପତଳା ବାଉଁଶ କାଠି ସବୁ ଢ଼ିରା ଦେଇ ବାନ୍ଧିଛି ମାଳୀ।ଉଞ୍ଚା ଗଛ ଗୁଡାକ ବାପାଙ୍କ ଭଳି ଡେଙ୍ଗା।ସୂର୍ଯ୍ୟମୁଖୀ ଫୁଲ ସବୁ ବାପାଙ୍କ ମୁହଁ ଭଳି ଦିଶେ।କେତେ ଗେଲ୍ହା କରୁଥିଲେ ତାକୁ ବାପା !!ଆଖି ଲୁହ ପୋଛିଲା ବନାନୀ।ଓଃ,ଏ ଫୁଲ ସବୁ କେତେ ଭାବନା ଭରି ଦିଅନ୍ତି ମନରେ ??

   ଉଠି ଠିଆ ହେଲା ବନାନୀ।କୁଣ୍ଡରେ ଲଗାଇଛି ପିଟୁନିଆ ଏବଂ ପାନସି ଫୁଲ।ବିଦେଶୀ ଫୁଲ,ବହୁତ ସୁନ୍ଦର ବିଭିନ୍ନ ରଙ୍ଗର।କୁନି କୁନି ଫୁଲ ସବୁ ପବନରେ ମୁଣ୍ଡ ହଲାଇ ନାଚୁଛନ୍ତି।

କାହା ହସ ଶୁଭିଲାକି ?କିଏ!!!ପିଣ୍ଟୁ ,ପିହୁ !!! ଦୁହେଁ ତ ଚାକିରୀ କରି ବିଦେଶରେ।ମୋବାଇଲରେ ସେମାନଙ୍କ ଫଟ ପଠାଉଛନ୍ତି।ଘରେ ସେମାନେ ମିଆଁ ବିବି ଦୁଇ ଜଣ।ପୁଣି କାନ୍ଦ ମାଡ଼ିଲା ବନାନୀ କୁ।
ମୁହଁ ବୁଲାଇ ଚାଲି ଆସିଲା ବେଳକୁ ,ଆଖି ପଡିଗଲା ଛାଇରେ ଥୁଆ ହୋଇଥିବା  କ୍ରିସଆନ୍ଥେମମ ଫୁଲ ଉପରେ।ଏଇ ଡିସେମ୍ବରରେ ଫୁଟେ।ସେବତୀ ର ହାଇବ୍ରିଡ଼ ଭେରାଇଟି।
କ୍ରିସ....କୃଷ୍ଣମୋହନ ର ଡାକ ନାଁ ଥିଲା।ବନାନୀ ଓ କୃଷ୍ଣ ଦୁହେଁ ଦୁହିଁଙ୍କୁ ପସନ୍ଦ କରୁଥିଲେ।ପ୍ରଥମ ଥର ଫୁଲ ପ୍ରଦର୍ଶନୀରେ କ୍ରିସଆନ୍ଥେମମ ଫୁଲ ଦେଖାଇ ବନାନୀ କୁ କହିଥିଲା,
-ଏଇଟା ମୋ ଫୁଲ।ମୁଁ ପାଖରେ ନଥିଲେ ୟାକୁ ଦେଖି ମୋତେ ମନେ ପକାଇବ।"
- ସେମିତି ଖରାପ କଥା କାହିଁକି ମୁହଁରେ ଧରୁଛ ?"କହିଥିଲା ବନାନୀ।
ଦୁହେଁ ବାହା ହେବାକୁ ବି ମନେମନେ ସ୍ଥିର କରିଥିଲେ।ଓ ଏଏସ ରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କ ଲିଷ୍ଟରେ କ୍ରିସ ର ନାଁ ଥିଲା।ହେଲେ ସେ ନଥିଲା।ମଟର ସାଇକେଲ ଆକ୍ସିଡେଣ୍ଟରେ....  
- କ୍ରିସଆନ୍ଥେମମ ଫୁଲ ଦେଖି ମୋ କଥା ନା ପିଲାଙ୍କ କଥା ମନେ ପଡୁଛି  ?"
ପଛପଟୁ ସ୍ବାମୀଙ୍କ ସ୍ୱର ଶୁଣି ଚମକି ପଡି,
ଚୁପ କିନା ଆଖି ପୋଛି ବନାନୀ କହିଲା,
- ଗଦାଧର ନାଁ କେଉଁ ଫୁଲର ଅଛି କହିଲ ?ଡିସେମ୍ବରରେ ଫୁଟୁଥିବା ଗୋଟେ ଭଲ ଫୁଲ ସାଙ୍ଗରେ ମ୍ୟାଚ କରି ତମ ନାଁ ବଦଳାଇ କୋର୍ଟରେ ଆଫିଡେବିଡ଼ କରିଦିଅ।ଜାଣିଛ ,ସବୁ ଫୁଲରେ କିଛି କଥା,ଗପ,କବିତା ଲୁଚିକି ଥାଏ।"
ସ୍ତ୍ରୀ କୁ କୁଣ୍ଢାଇ ଗଦାଧର ବାବୁ କହିଲେ,
- ମୁଁ ଏଇ ସିଜିନାଲ ଫୁଲ ନୁହଁ,ବରଂ ମୁଁ ହେଉଛି ତମେ ଫୁଲ ଚାଙ୍ଗୁଡା ରେ ତୋଳି ଆଣୁଥିବା ସବୁଦିନିଆ ଟଗର ଫୁଲ।ଏକଦମ ସଦାସିଧା।ମୋ ପାଇଁ କିଛି ଗପ,କବିତା ଅଛି ନା ଲେଖିବ ?"

   ସ୍ୱାମୀର ଛାତିରେ ଲୋଟିଗଲା ବନାନୀ ଗୋଟେ ଶକ୍ତ ଗଛ ଗଣ୍ଡି ରେ ଫୁଲ ଲଟା ଲୋଟିଲା ଭଳି।ତାକୁ ଲାଗିଲା ସବୁ ଫୁଲ ମାନେ ଯେମିତି ହସୁଛନ୍ତି...

     *ମୋ କଥାଟି ସରିଲା,ଫୁଲ ଗଛଟି ମରିଲା ।*

*=============================*
*☘️🌸🌼🙏ଶୁଭ ରାତ୍ରୀ🙏🌼🌸☘️*
*=============================*

💕ସହରରେ ପାଗଳର ପ୍ରଳାପ 💕

କୋଳାହଳ ପୂର୍ଣ୍ଣ ସହର. ପ୍ରତାରଣା ପୂର୍ଣ ମାୟା ନଗରୀ. ଗାଡିଘୋଡା ପେଁଏ ପାଆଁକୁ କଳ କାରଖାନା ପ୍ରଦ୍ୟୁଷଣ ବହୁତ ଚାକଚକ୍ୟ ଭରା ମଅଲ ଭର୍ତ୍ତି. ସୁଖ ଦୁଃଖ ଭରା ସମୟର ଚକ୍ରରେ ଗଡିଚାଲେ ପ୍ରତିଦିନ. ସହରର ଭିତରେ ଗୋଟେ ଛୋଟ ପାର୍କ. ପ୍ରତ୍ୟେକ ଦିନ ପିଲାମାନଂକୁ ଧରି ଖେଳେଇବା ପାଇଁ ସହରର ବୁଦ୍ଧିଜୀବି ମାନେ ଆସନ୍ତି. ଅନ୍ୟ ଆଡେ ଜାଗା ନାହିଁ. ଥରେ ତାଙ୍କୁ ଖେଳେଇବା ପାଇଁ ଆଣି ଥିବା ମାଆ ମାନେ ଗୋଟେ ଜାଗାରେ ବସି କଥା ବାର୍ତ୍ତା ରେ ଲାଗି ପଡ଼ିଥାନ୍ତି. ସେମାନଙ୍କ ଭିତରୁ ଜଣ ଙ୍କ ଛୁଆ ବାହାରି ଆସିଛି ପାର୍କରୁ କୋଳାହଳ ପୂର୍ଣ୍ଣ ରାସ୍ତା ଉପରକୁ. ମୁଁ ବସିଥିବା ଗାଡି ଆଗକୁ ଚାଲି ଆସିଥିଲା. ଏଇ ପାଗେଳା ଜଣଙ୍କ ତାକୁ ବଂଚେଇବାକୁ ଯାଇ ଖଣ୍ଡିଆ ଖାବରା ହୋଇ ଗଲା. ଛୁଆଟା କୁ ଧରି ତାର ବାପ ମାଆଂକୁ ଖୋଜୁ ଥାଏ.

ପାର୍କରେ ପିଲାଟିକୁ ନପାଇ ବ୍ୟସ୍ତ ହୋଇ ଖୋଜାଖୋଜି କରୁଥାନ୍ତି ଓ   ଜଣେ ଦେଖିଲା ଗୋଟେ ପାଗେଳୀ ଛୁଆଟା କୁ ଧରିଛି. ସମସ୍ତେ କିଛି ସତ ମିଛ ନଜାଣି ତାଠୁ ଛୁଆ ଟିକୁ ଟାଣି ନେଲେ ଆଉ ପିଲା ଚୋର କହି ବାଡ଼େଇବାକୁ ଲାଗିଲେ. ପାଗଳଟିକୁ ବାଡେଇ ତାକୁ ଦରମରା କରିବା ସମୟରେ, ମୁଁ ସେମାନଂକୁ ସତ କଥା କହିବା ପୁର୍ବରୁ ପାଗଳଟିକୁ ବାଡେଇବାରେ ଲାଗିଥିଲେ. ବହୁ ସମୟ ପରେ ଜଣେ ଦୁଇ ଜଣ ଶୁଣିଲେ ଓ ଦେଖିଲେ ତାକୁ ବଂଚେଇବାକୁ ଯାଇ ସେ ଖଣ୍ଡିଆ ଖାବରା ହୋଇ ଯାଇଛି. ମୁଣ୍ଡରେ ଆଉ ଶରୀରର ବିଭିନ୍ନ ଅଂଶରେ ରକ୍ତ ବାହାରୁଛି. ଲୋକ ମାନଙ୍କ ମୁଣ୍ଡ ଲାଜରେ ନୁଆଇଁ ଯାଉଥିଲା. କିନ୍ତୁ ପାଗେଳାଟି କଣ କହି କହି ସେଠୁ ଚାଲି ଆସୁଥିଲା. ମୁଁ ଭାବୁଥିଲି କଅଣ ବା କହୁଥିବ?
   ବୋଧେ କହୁଥିବ ଚାଲ୍ ଫେରି ଯିବା ଗାଆଁକୁ କୋଳାହଳ ପୂର୍ଣ୍ଣ ସହରକୁ ଛାଡି. ଏ ପ୍ରତାରଣା ପୂର୍ଣ ମାୟା ନଗରୀରେ ସମସ୍ତେ ଅନ୍ଧ ହୋଇଛନ୍ତି ପ୍ରତାରଣାରେ. ଆଖି ଝଲସିଆ ଏଲ୍ଇଡି ବଲ୍ ଜୀବନରୁ ଭଲ ଡିବିରି ବତୀର ଆଲୁଅ. ରଙ୍ଗୀନ ଆଲୋକ ପବ୍ କ୍ଲବ୍ ଛାଡି ଗାଆଁ ଭାଗବତ ଟୁଙ୍ଗି କେତେ ସୁନ୍ଦର. ସହରୀ ମଟନ ଚିଲି ଚିକେନ ଠାରୁ ପଖାଳ ଓ ଶାଗଭଜା କେତେ ଭଲ. ମଣିଷକୁ ଭଲ ପାଇବା କୁଆଡେ ଗଲା. ଚାରିଆଡେ ସନ୍ଦେହର ଚକ୍ଷୁ କାହିଁକିସ୍ନେହ ସମ୍ମାନ ସମ୍ପର୍କ ମର୍ଯ୍ୟାଦା ବିହୀନ ଜୀବନ ମୂଲ୍ୟହୀନ.
   ମୁଁ ଏକ ପାଗଳ, ତେଣୁ ବାରମ୍ବାର ଲାଞ୍ଛିତ, ଅବହେଳିତ, ନିଷ୍ପେସିତ
ହାହାକାର ମୋର ଏକାନ୍ତ ଜୀବନ. ତଥାପି ବଞ୍ଚିଛି ମୁଁ ମରୁଭୂମି ମରୁବାଲି ପରେ. ସହି ପାରୁନି ଅସହ୍ୟ ଯନ୍ତ୍ରଣା ଦେଖି ମୋର ଏ ଅବସ୍ଥା, ମୋର ଅସ୍ତବ୍ୟସ୍ତ ଜୀବନରେ ବ୍ୟତିବ୍ୟସ୍ତ ମୋ ମନକୁ. ତଥାପି ବଂଚି ରହିଛି. ଏଇତ ଜୀବନ ଏଇତ ଜୀବନ.

!!!!!!!!!!!!!!!!!!!!!!!!!!!!!!!
ଚିତ୍ତ ରଞ୍ଜନ ନନ୍ଦ
ଜଗତପୁର, କଟକ
!!!!!!!!!!!!!!!!!!!!!!!!!!!!!!!!!

ମକର ସଂକ୍ରାନ୍ତି

ଆମ ଦେଶେ ଆମେ ପାଳୁ ବାର ମାସେ 
ତେର ପରବ 
ସେଥି ମଧ୍ୟରୁ ପଉଷ ମାସେ ଏଇ ମକର 
ପରବ

ସୂର୍ଯ୍ୟଦେବଙ୍କର ଗତି ହୁଏ ଏହି ଦିନ 
ଉତ୍ତରାୟନ 
ତାକୁ ମକର ସଂକ୍ରାନ୍ତି ପାଳନ୍ତି ସର୍ବ 
ଓଡିଆ ଜନ

ସର୍ବ ଭାରତୀୟ କୃଷି ଭିତ୍ତିକ ପର୍ବ 
ଅଟେ ଏହା
ନୂତନ ଫସଲ ଧନ ଖୁସିରେ ପର୍ବ 
ପାଳନ୍ତି ତାହା

ଭିନ୍ନ ସ୍ଥାନେ ଭିନ୍ନ ନାମେ ପାଳିତ ହୁଏ 
ଏ ମେଳା
ଦକ୍ଷିଣେ ପୋଙ୍ଗଲ ଆସାମେ ବିହୁ 
ଉତ୍କଳେ ମକର ମେଳା 

କରି ନାଚ ଗୀତ ଟୁସୁ ପର୍ବ ରୂପେ ପାଳନ୍ତି
 ଆଦିବାସୀ
ପଞ୍ଜାବେ ଲୋହାରି ପର୍ବ ରୂପେ ପାଳନ୍ତି
 ପଞ୍ଜାବୀ ବାସୀ

ଗୁଡ ଘିଅ ଛେନା ନଡ଼ିଆ କଦଳୀ ଅରୁଆ 
ଚାଉଳ 
କ୍ଷୀର ଅଳେଇଚ ଗୋଳେଇଲେ ହୁଏ ମକର
ଚାଉଳ

ମକର ଚାଉଳ ଖାଇ ଶାନ୍ତି, ମୈତ୍ରୀ 
ଭାବନା ନେଇ
ଲୋକ ମାନେ ମକର ବସନ୍ତି ବନ୍ଧୁ 
ବାନ୍ଧବ ହୋଇ

ନଟେଇରୁ ଗୁଡି ଉଡାଇ ଅପରାଜୟ 
ରଖନ୍ତି ମନରେ
ଉଡା ଗୁଡି ଆକାଶ ଛୁଇଁଲେ ଖୁସି ଆସେ
 ତ ମନରେ

ଶାନ୍ତି ମୈତ୍ରୀ ସାଥେ ବଢଇ ସମ୍ପର୍କ 
ମିଳଇ ଖୁସି
ମକର ଚାଉଳରେ ବନ୍ଧା ହୋଇ ଚଳନ୍ତି 
ମିଳିମିଶି 

ଆଖୁ ଗୁଡ ଚିନି କ୍ଷୀର ମହୁ ସାଥେ
 ଅରୁଆ ଚାଉଳ
ଦେବାଦେବୀ ଠାରେ ନୈବେଦ୍ୟେ 
ବଣ୍ଟା ଯାଏ ଘର ଘର 

ସ୍ନେହ,ପ୍ରେମ ଆଉ ଭାବନାର ପର୍ବ
ଏ ଭାରତୀୟ ସଂସ୍କୃତି 
ସଦ୍ଭାବ ବୃଦ୍ଧି ପାଇଁ ଏଇ ସଂସ୍କୃତି
ଜୟ ଜୟ ମକର ସଂକ୍ରାନ୍ତି
*******************
ଚିତ୍ତ ରଞ୍ଜନ ନନ୍ଦ
ଜଗତପୁର, କଟକ
 *******************

ଫକିର ମୋହନ ସେନାପତି

*ବାସନ୍ତୀ ଲତା ଜେନା* 

ଅଠର ତେୟାଲିଶି ଜାନୁଆରୀ ତେର 
      ଫକିରଙ୍କ ଜନ୍ମ ଦିନ 
ପିତା ଯେ  ଲକ୍ଷ୍ମଣ ମାତା ତୁଳସୀଙ୍କ 
      ଜନ୍ମିଲେ କୁଳ ନନ୍ଦନ      l 1l 
 ଜନ୍ମ ଏକ ବର୍ଷେ  ପିତାଙ୍କର ହେଲା 
      ସ୍ବର୍ଗାଲୋକ ଆରୋହଣ 
ଜନନୀ  ତୁଳସୀ ଚଉଦ ମାସ ରହି 
      ଛାଡି ଚାଲିଗଲେ ଜାଣ      l 2l 
ଅନାଥ ହୋଇଲେ ଫକିର ମୋହନ 
      ପିତୃ ମାତୃ ହରା ହୋଇ 
 ବୁଢୀମା କୁଚିଲା ପାଳିଲେ  ତାହାକୁ 
        ମାତା ପିତା ସ୍ନେହ ଦେଇ    l3l 
ଫକିର ମୋହନ ପିଲା ଦିନ ନାମ 
      ବ୍ରଜ ମୋହନ ଯେ  ରହି 
ଅସୁସ୍ଥତା ଯୋଗୁଁ ମାତା ପିତା ତାଙ୍କୁ 
     ଫକୀରଙ୍କୁ ଥିଲେ ଦେଇ     l 4l 
 ବ୍ରଜ ମୋହନ ଯେ  ଫକିର ମୋହନ 
        ମଲ୍ଲୀକାଶ ପୁରେ ଜାଣ 
 ବାଲେଶ୍ୱର ଜିଲ୍ଲା ତାଙ୍କ ନାମେ ଧନ୍ୟ 
       ତାଙ୍କ ଲେଖନୀର ମୁନ     l 5l 
 ଗରୀବ ଘରରେ  ଜନ୍ମ ହୋଇଥିଲେ 
       ବହୁ କଷ୍ଟେ ପଢା ପାଠ 
 ନଅ ବର୍ଷରେ ଚାଟଶାଳୀ ଯାଇ 
        ହୋଇଥିଲେ ଭଲ ଚାଟ  l 6l 
 ପଚିଶି ପଇସା ପାଠ ପଢା ଫିସ 
       ଦେଇ ପାରିତ ନ ଥିଲେ 
ସେଥିପାଇଁ ସେଯେ  ପାଠ ପଢା ଛାଡି 
       ଚାକିରୀ କରିଣ ଥିଲେ    l 7l 
ନିଯୁକ୍ତି ଦେଲେ ତ ଶିବ ଚନ୍ଦ୍ର ସୋମ 
      କରିବାକୁ ଶିକ୍ଷକତା 
ସେତେବେଳେସେଯେ ଚିନ୍ତା କରିଥିଲେ 
       ଓଡ଼ିଆ ଭାଷାର କଥା     l 8l 
ତାଙ୍କ ସମୟରେ ବହି ଲେଖା ଥିଲା 
       ବଙ୍ଗାଳି ସଂସ୍କୃତ ଭାଷା 
ଓଡ଼ିଆ ଭାଷାର ଉନ୍ନତି ପାଇଁ ସେ 
        ଲେଖିଲେ ଓଡ଼ିଆ ଭାଷା   l 9l 
ଓଡ଼ିଆ ଭାଷାର ଉନ୍ନତି ପାଇଁ ସେ 
        ଗଳ୍ପ କବିତା ଲେଖିଲେ 
ଗାଉଁଲି ଭାଷାରେ ଓଡ଼ିଆ ଭାଷାକୁ 
       ପ୍ରଗତି ପଥରେ ନେଲେ   l10l 
ମାମୁଁ ଓ ଲଛମା ପ୍ରାୟଶ୍ଚିତ ସଙ୍ଗେ 
       ଛଅ ମାଣ ଆଠ ଗୁଣ୍ଠ 
ଏ ଭଳି ବହି ଓଡ଼ିଆ ଭାଷାକୁ 
         କରି ଥିଲା ପରା ଶ୍ରେଷ୍ଠ   l11l 
ଓଡ଼ିଆ ଭାଷାର ଅଗ୍ରଗତି ପାଇଁ 
       ଓଡ଼ିଆ ଚାଲି ଚଳଣି 
ସମାଜର ଛବି ତାଙ୍କ ଲେଖନୀରେ 
      ଫୁଟି ଉଠୁ ଥିଲା ପୁଣି       l12l 
ଇତିହାସ ଭୋଗଳ ଅଙ୍କ ବହି ସଙ୍ଗେ 
      ବ୍ୟାକରଣ ଲେଖି ଥିଲେ 
ନାରୀର  ଶିକ୍ଷାକୁ ମାନ୍ୟତା ଦେଇଣ 
      ବହି କେତେ ଲେଖି ଗଲେ  l13l 
ବିଭିନ୍ନ ସ୍ଥାନରେ ଦେୱାନୀ ଭାବରେ 
        ବହୁ କାମ କରି ଥିଲେ 
 ନୀଳଗିରିଠାରେ ରାଣୀଙ୍କ ନାମରେ 
       ନିର୍ମଳା ହାଟ କରିଲେ    l14l 
ସମାଜ ସଂସ୍କାର ସୁଲେଖକ ଥିଲେ 
      ଦକ୍ଷ ପ୍ରଶାସକ  ଜଣେ 
ପ୍ରଜା ଆନ୍ଦୋଳନ ସମାଧାନ କଲେ 
     ତୀକ୍ଷ୍ଣ ବୁଦ୍ଧି ଟାଣ ପଣେ    l 15l 
ଯୁଗ ଦ୍ରଷ୍ଟାଥିଲେ  ଫକିର ମୋହନ 
    କର୍ମ କଲେ ପୂଜା ଭଳି 
ଶହେ ଅଠସ୍ତରୀ  ଜନମ  ଦିବସେ 
      ଆରପୁଛୁ ଶ୍ରଦ୍ଧାଞ୍ଜଳି     l 16l 
              ------- * ------
    ବାସନ୍ତୀ ଲତା ଜେନା 
   ଗାନ୍ଧିନଗର, ପୋଷ୍ଟ  / ଜିଲ୍ଲା  : 
           ନବରଙ୍ଗପୁର 

ମୋ ଜନ୍ମଦିନ ରେ...

ନିର୍ମଳ ନାୟକ 
(କବିତା ) 

ସବୁଠୁ ସୁନ୍ଦର, ସବୁଠୁ ସରସ.. 
ମଧୁର ସମ୍ବୋଧନ ପରସ.. 
ସ୍ୱତନ୍ତ୍ର ଦିବସ ଆସେ ପ୍ରତି ବରଷ.. 
ଜୀବନେ ଜନ୍ମଦିନ ଦିବସ !! 

ସାଙ୍ଗ ସାଥି ମାନଙ୍କ ଅଭିନନ୍ଦନ... 
ଲୁଚିଯାଏ ମନର କ୍ଳେଶ.. 
ଜୀବନ ର  କୋଣ  ଅନୁକୋଣ... 
ଭରିଦିଏ ମୁଠାଏ ଉଲ୍ଲାସ !! 

କେହିଯଦି ସମ୍ବୋଧନ କରିଥାଏ.. 
ଜନ୍ମଦିନ ର  ଶୁଭେଚ୍ଛା... 
ଆନନ୍ଦିତ ହୋଇଯାଏ  ମନ ଓ ପ୍ରାଣ... 
ପୂର୍ଣ୍ଣତା ଲଭେସଭି ଇଛା !! 

ଅସୁମାରୀ  ଖୁସିର ଫୁଆର ଛୁଟିଯାଏ.. 
ମନ ର ସୁପ୍ତ ଝରଣା ରେ.. 
ଚଳଚଞ୍ଚଳ ହୋଇଉଠେ ଦୁଖୀ ଜୀବନ 
ପ୍ରଫୁଲ୍ଲିତ ନବ ଉନ୍ମାଦନା ରେ !! 

ଏକ ବର୍ଷ ଆୟୁ ହ୍ରାସ ହୁଏ ପରମାୟୁ ରୁ.. 
ତଥାପି ଖୁସିରେ  ଅଧୀର... 
ଅନ୍ତ ସମୟ ସନ୍ନିକଟ ହେଲେବି ସମୀପ.. 
ଚିନ୍ତାନାହିଁ ଖୁସିରେ ଆତୁର !! 

ଜନ୍ମଦିନର ଶୁଭଘଡି ହୃଦୟେ ଭରିଦେଉ.. 
ଅଶେଷ ସୁଖ, ଶାନ୍ତି ପ୍ରେମ... 
ଅଭୟ ମିଳୁ ଚଉବାହା ଟେକି କାଳିଆ ର 
ଶେଷ କାଳ ହଉ ଅନୁପମ !! 

151, ନାଗାର୍ଜୁନ କଲୋନୀ 
ନାରା ରୋଡ, ଜରିପଟକା 
ନାଗପୁର, ମହାରାଷ୍ଟ୍ର 
440014

ଭଗ୍ନସ୍ତୁପ

ମାଧବୀ ପଟେଲ।
ରେଣୁକା ଏକ ପେଡିଏଟ୍ରିକ କନ୍ଫରେନ୍ସ ପାଇଁ ସ୍ବାମୀସହ କଟକ ଯାଇଥାଏ।ତିନି ଦିନର କାର୍ଯ୍ୟକ୍ରମରେ ସେମାନେ ଯାଇଥିଲେ।ପ୍ରଥମ ଦୁଇଦିନ ସେ ବହୁତ ବୋର୍ ହେଲା।ଡାକ୍ତର ମାନଙ୍କ ଆଲୋଚନାରେ ସେ କଣ ବୁଝିବ।ମିଟିଂରେ ବସି ବିରକ୍ତି ଲାଗିଲେ ଛୋଟ ପୁଅଝିଅଙ୍କୁ ନେଇ ବାହାର ପାର୍କକୁ ପଳେଇ ଆସେ।ସେଠି ସବୁଜଘାସରେ ସଜ୍ଜିତ ଲନରେ ବସି ବଗିଚାର ସୁନ୍ଦରତାରେ ବୁଡିଯାଏ।
ଅନେକ ରକମ ଗୋଲାପ ଡାଲିଆ ଗେଣ୍ଡୁ ଓ ଆହୁରି କେତେ ଦେଶୀ ବିଦେଶୀ ଫୁଲରେ ବଗିଚା ଭରିପଡିଥାଏ।ପ୍ରଜାପତିମାନେ ଏଠିସେଠି ଉଡି ମଧୁ ସଂଗ୍ରହରେ ଲାଗିଥାନ୍ତି।ପାର୍କ ମଝିରେ ଏକ କୁତ୍ରିମ ଝରଣା ବହିଆସୁଥିଲା ଯାଫଳରେ ଛୋଟଛୋଟ ଜଳକଣା ସବୁ ଛିଟିକି ଚାରିଆଡକୁ ଶୀତଳତା ପ୍ରଦାନ କରୁଥାଏ।କେତୋଟି ଦୋଳିଓ ସ୍ଲାଇଡିଂ ଲାଗିଥାଏ।ପାଞ୍ଚ ବର୍ଷର ଝିଅ ସ୍ବରୁପା ଓ ଦୁଇବର୍ଷର ପୁଅ ସୌଭାଗ୍ୟ ସେଠି ଯାଇ ଦୋଳି ଖେଳୁଥାନ୍ତି।ଲଞ୍ଚ ଟାଇମ୍ ହେଲେ ତା ସ୍ବାମୀ ଫୋନ କରନ୍ତି।ସେମାନେ ଯାଇ ଯୋଉଠି ଖାଇବାର ବ୍ୟବସ୍ଥା ହେଇଥାଏ ଖାଇ ଆସନ୍ତି।ବହୁତ ପ୍ରକାର ଖାଦ୍ୟ ପ୍ରସ୍ତୁତ ହେଇଥାଏ ଭୋଜିଭଳି।ନିଜ ନିଜ ପସନ୍ଦର କିଛି ଖାଇ ପୁଣି ପାର୍କକୁ ଚାଲି ଆସନ୍ତି ସେମାନେ।ପୁଣି ରାତିଯାଏ ଡାକ୍ତରଙ୍କର ମିଟିଙ୍ଗ ଚାଲେ।ଏପରିଦିନଟେ ବୋର ହେବାପରେ ଦ୍ବିତୀୟ ଦିନ ଲଞ୍ଚସାରି ସେମାନେ କୋଣାର୍କ ଓ କାଳିଯାଇ ବୁଲି ଆସିବା ପାଇଁ ବାହାରିଲେ।ଉପରବେଳା କୋଣାର୍କ ଦେଖି ହୋଟେଲ ଫେରି ପୁଣି ଅନ୍ୟଦିନ ସକାଳୁ କାଳିଯାଇ ଯିବାର ଯୋଜନା ବନେଇଲେ।ଦୁଇଟା ବେଳେ ସେମାନେ କୋଣାର୍କ ବାହାରିଗଲେ ଗାଡିଟେ ଭଡାକରି।ଚାରିଟାବେଳକୁ ପହଞ୍ଚିଗଲେ କୋଣାର୍କରେ।ଖରା ଚାଲିଯାଇଥାଏ ସୁଲୁସୁଲିଆ ପବନ ବହୁଥାଏ।ବହୁତ ମନମୋହିଲାଭଳି ପରିବେଶ ହେଇଥାଏ।ମନ୍ଦିରକୁ ମୁଖଶାଳାରେ ପଶୁପଶୁ ଗୋଟିଏ ପଟେ ନବଗ୍ରହଙ୍କ ମୂର୍ତ୍ତ ସବୁକୁ ରଖାହେଇଥିବା ଦେଖିଲେ।ମନ୍ଦିର ଗାତ୍ରରେ ଆଶ୍ଚର୍ଯ୍ୟ ଚକିତ କଲାଭଳି ଭାଷ୍କର୍ଯ୍ୟର ଜୀବନ୍ତ ଉଦାହରଣ ଧରି ଠିଆ ହେଇଥିଲେ ଅନେକ ମୂର୍ତ୍ତୀ।ନଟନଟୀ ମୂର୍ତ୍ତୀ ରତିକ୍ରୀଡାରତ ଦମ୍ପତିଙ୍କ ପ୍ରତିମୂର୍ତ୍ତୀ ସବୁ ସୁସଜ୍ଜିତ ହେଇଛି ଚାରିଆଡେ।ହାତୀ ଘୋଡା ଯୁଦ୍ଧର ଦୃଶ୍ୟ ପଶୁ ପକ୍ଷୀ କେହି ବାଦ ପଡି ନାହାନ୍ତି।ରଥ ଆକାରରେ ନିର୍ମିତ ହେଇଥିବା ମନ୍ଦିରର ଚକ ମାନେ  ହୃତ ଗୌରବର ମୁକ ସାକ୍ଷୀ ପାଲଟି ଦଣ୍ଡାୟମାନ ହେଇଛନ୍ତି।ଉପର ଅଂଶ ଭଗ୍ନ ହେଇ ସାରିଛି କାଳର କରାଳ ଗ୍ରାସରେ।ଯେଉଁ କିଛି ଅଂଶ ବଞ୍ଚିଛି ତାକୁ ଦେଖି ଅନୁମାନ କରିହୁଏ ଦିନେ କୋଣାର୍କ ର ସୋନ୍ଦର୍ଯ୍ୟ କେତେ ଭବ୍ୟ ଥିବ।
ରେଣୁକା ଅତୀତ ଭିତରକୁ ଚାଲିଗଲା।କେମିତି ଦିସୁଥିବ କୋଣାର୍କ।କୋଣାର୍କକୁ ଲାଗି ଥିବ ଚନ୍ଦ୍ରଭାଗା।ଯୋଉଠି ଧର୍ମପଦ ଡେଇଁ ଆତ୍ମବିସର୍ଜନ ଦେଇଥିଲା।ତରଙ୍ଗାୟିତ ଜଳରାଶିରେ ପଡୁଥିବ ମନ୍ଦିରର ଛାଇ।ବାଳସୂର୍ଯ୍ୟ ସାଗରର ନୀଳଜଳରେ ସ୍ନାନ ସାରି ଡିଆଁ ମାରୁଥିବେ କୋଣାର୍କ ଭିତରକୁ।ଅଦୂରରେ ଝାଉଁ ବଣର ସାଇଁସାଇଁ ଶବ୍ଦ ଶୁଭୁ ଥିବ। ଆଉ ଯେତେ ବେଳେ ମନ୍ଦିରର କାମ ଚାଲିଥିବ କେମିତି ଥିବ ସେଠାର ଦୃଶ୍ୟ। ଶୁଖଲା ବାଲୁକା ପ୍ରାନ୍ତରରେ ଖରା ଗରମ ଶୀତ ବର୍ଷା ଖାଇ ଶ୍ରମିକ ମାନେ ଅହରହ କାମ କରୁଥିବେ।ଟିକେ ସୁସ୍ତାଇଲେ ପିଠିରେ ଚାବୁକର ପ୍ରହାର ସହିବାକୁ ପଡୁଥିବ।ସାମାନ୍ୟ କିଛି ଡାଲିଚଉଳ ଫୁଟାଇ ଖାଉଥିବେ ଆଉ ଏତେ ବଡ ବଡ ହାତୀଠୁ ବଡ ପଥର ସବୁକୁ କେମିତି ଉପରକୁ ଟେକି ଉଠାଉ ଥିବେ।ସେତେବେଳେ ତ କ୍ରେନ ବା କିଛି ଯନ୍ତ୍ରର ସୁବିଧା ନଥିଲା ଏସବୁ ଉପରକୁ ଉଠାଇବା ପାଇଁ।ପଥର ସବୁ ନିହାଣରେ ଖୋଦେଇ କରି ଚିତ୍ରିତ କରିବାକୁ ପଡୁଥିଲା ଜୀବନ୍ତ କରି।ଠିକ ସମୟରେ କାମ ନସରିଲେ ମୁଣ୍ଡ କାଟ ର ଭୟ।
ନିଜ ପରିବାର ବର୍ଗଙ୍କୁ ଛାଡି ବର୍ଷବର୍ଷ ରାଜାଙ୍କ କାମରେ ଖଟୁଥିଲେ ସେମାନେ।ଏମିତି ଏକ କାହାଣୀ ଧର୍ମପଦ ।ସମସ୍ତେ ଉଣା ଅଧିକେ ଜାଣିଛନ୍ତି ଏ କାହାଣୀ।ବିଶୁ ମହାରଣା କୋଣାର୍କ ମନ୍ଦିର ତିଆରିପାଇଁ ଡକାହେଇ ଆସିଥିଲେ। ନିଜ ଗର୍ଭବତୀ ସ୍ତ୍ରୀକୁ ଘରେ ଛାଡି ସେ ଦୀର୍ଘ ବାରବର୍ଷ ଦୂରେ ରହିଥିଲେ।ମନ୍ଦିରରେ କାମ କରୁଥିବା ଶ୍ରମିକ ମାନେ ଦିନରାତି ଖଟୁଥିଲେ।ଖାଇବାଓ ସୌଚଛଡା ଆଉ କିଛିପାଇଁ ସମୟ ନଥିଲା।ଏପରିକି ଖିଅରବି ହେଇ ପାରୁନଥିଲେ।ଠିକେ ଭୂଲହେଲେ କଡାଦଣ୍ଡ ମିଳୁଥିଲା।ବିଶୁଙ୍କ ପୁଅଟିଏ ଜନ୍ମନେଲା।ସେ ସ୍କୁଲ ଗଲାପରେ ଦିନେ ସାଙ୍ଗମାନେ ତାକୁ ଅଣବାପୁଆ କହି ଚିଡାଇଲେ।ସେ ସହି ପାରିଲାନି ଏକଥା ନିଜ ବାପାରଖୋଜ ପାଇଁ ବାହାରିଲା।ମାଆ ପୁଅର ଜିଦି ପାଖେ ହାରିତାହାତରେ ବାଡି ବଅଁର କୋଳି ଦେଇ ପଠାଇଲେ।ସାଙ୍ଗରେ ପୋଷାକୁକୁର କାଲୁକୁ ନେବାକୁ ନିର୍ଦେଶ ଦେଲେ।କାରଣ କାଲୁକୁ ବିଶୁ ଚିହ୍ନି ପାରିବେ।ଆଉ କାଲୁବି ବିଶୁପାଖରେ ଧର୍ମପଦକୁ ପହଞ୍ଚେଇବ।ସେମାନେ କାମରେ ସଫଳ ହେଲେ।ପିତାପୁତ୍ରର ମିଳନ ହେଲା।
ପ୍ରଥମ ମିଳନ ହେଉଥିଲା ପିତାପୁତ୍ରର ବହୁତ ଖୁସିଥିଲେ ଦୁଇଜଣ।ସେତେବେଳେ ଖବର ଆସିଲା ସାତଦିନ ଭିତରେ ମନ୍ଦିର ମୁଣ୍ଡି ମରାନଗଲେ ବାରଶହ ବଢେଇଙ୍କ ମୁଣ୍ଡକାଟ ହେବ।ସମସ୍ତ ବଢେଇ ଦୁଃଖିତ ଭୟଭିତ ଥିଲେ।ଧରମା ସେକଥାଜାଣି ନିଜେ ଘରେ ମାଆ ପାଖରୁ ଶିଖିଥିବା ଜ୍ଞାନରେ ମନ୍ଦିରର ମୁଣ୍ଡି ମାରିଦେଲା।ହେଲେ ଏବେ ଆଉ ଏକ ସମସ୍ୟା ଦେଖାଦେଲା ରାଜା ଯେବେ ଜାଣିବେ ମାତ୍ର ବାରବର୍ଷ ଯୁବକ ମୁଣ୍ଡି ମାରିଦେଲା ଆଉ ବଢେଇ ମାନେ ଅକୃତକାର୍ଯ୍ୟ ହେଲେ ତେବେ ରାଜା ପିଲାକୁ ପୁରସ୍କାର ଦେବେ ଓ ତାଙ୍କୁ ମୃତ୍ୟୁଦଣ୍ଡ।ସେତେବେଳେ ବଢେଇ କୁଳ ବିଶୁଉପରେ ଯୋର ଦେଲେ ବଢେଇ କୁଳର ଦାୟ
ବା ପୁଅଳ ଦାୟ।ବାପା କିଂ କର୍ତ୍ତବ୍ୟ ବିମୁଢ ହେଇପଡିଲେ।ସେତେବେଳେ ପୁଅ ନିଜ ପୁତ୍ରଧର୍ମ ପାଳନ କଲା।ମନ୍ଦିର ଶିଖରକୁ ଚଢି ନିଜ ଜୀବନକୁ ଆତ୍ମହୁତି ଦେଇଦେଲା ଅନ୍ଧାର ରାତିରେ।ଏକ ତେଜଦୀପ୍ତ ପ୍ରତିଭା ଅକାଳରେ ଚନ୍ଦ୍ରଭାଗାଗର୍ଭରେ ବିଳୀନ ହେଇ ଯାଇଥିଲା।
ଏଇ ଭଗ୍ନସ୍ତୁପ କୋଣାର୍କ ମାଟିରେ ଏମିତି କେତେ ଯେ କରୁଣ କାହାଣୀ ଲୁଚି ରହିଛି କିଏ ଜାଣେ।ଶହଶହ କାରିଗରଙ୍କର ଲୁହ ଲହୁରେ ଭିଜି ଏହାର ସିମେଣ୍ଟ
ଗୋଡିମାଟି ମଜବୁତ ହେଇଛି।ଏହାର କାନ୍ଥରେ କାନ ଲଗାଇ ଶୁଣିଲେ।କେତେ ଗରିବଙ୍କ କରୁଣ କ୍ରନ୍ଦନ ଶୁଣିପାରିବ।।କେତେ ଗରିବ ବାପାମାଆ ପୁତ୍ରଠାରୁ ଅଲଗା ରହି ଲୁହ ଗଡାଇ ମୃତ୍ୟୁପଥର ଯାତ୍ରୀ ହେଇଛନ୍ତି।କେତେ ପତ୍ନୀ ପତି ସୁଖରୁ ବଞ୍ଚିତ ହେଇ ଅନିଦ୍ର ରଜନୀ ବିତେଇଛନ୍ତି ଅଶ୍ରୁସିକ୍ତ ନୟନରେ।
ରେଣୁକା ସେଇ ଅତୀତର ଦୃଶ୍ୟପଟରେ ହଜି ଯାଇଥିଲା ଏତେ ସମୟ।ପିଲାମାନେ ସବୁ ବୁଲିବୁଲି ମନ୍ଦିରର କାରୁକାର୍ଯ୍ୟ ଦେଖୁଥିଲେ ତାଙ୍କ ବାପାସହ।ସୂର୍ଯ୍ୟ ଅସ୍ତମିତ ହେବା ଉପକ୍ରମରେ ଥିଲେ।ଘରବାହୁଡା ପକ୍ଷୀଙ୍କର କିଚିରିମିଚିରି ଶବ୍ଦ ଭାସି ଆସୁଥିଲା ପାଖ ଗଛ ମାନଙ୍କରୁ।ସମସ୍ତେ ନିଜ ନିଜ ଆଶ୍ରୟ ସ୍ଥଳକୁ ଫେରି ଆସିଥିଲେ। ଆଉ ସିଏ ନିଜ ପରିବାର ନେଇ ନିଜ ଆଶ୍ରୟସ୍ଥଳ ହୋଟେଲ ଅଭିମୁଖେ ଫେରିଆସିଥିଲା।କାଲିକି ପୁଣି ତାଙ୍କୁ କାଳିଯାଇ ଯିବାର ଅଛି।ରାତିରେ ବିଶ୍ରାମ ଦରକାର ସେମାନଙ୍କୁ।
ଝାରସୁଗୁଡା।

ଶୀତ

ଶୀତ
କେବେ ଏକା ଆସେନି
ଆଣେ କାକର ଫୁଲଋତୁ......
ମହମହ ବାସ୍ନାରେ ହସେ ଧରା
ତାର ଚାରିଦିଗ,
ମାଟିର ଶୁଷ୍କତ୍ବଚାକୁ ଓଦାକରେ
କାକରର ଭିଜାଟୋପା.......
ଧୂଳିବୋଳା ପତ୍ରକୁ ଧୋଇ
ସତେଜ କରେ
ତାର ତୋଫାପଣ......।
ସୂରୁଜର ତେଜ କମିଲେ
ବଉଳ ହସେ.....
କୋଇଲିର କୁହୂତାନରେ ଖେଳେ
ଚଞ୍ଚଳତା ଶିହରଣ,
ସେଇଥିରେ
 ଫୁଲଝଡି ଫଳଧରେ ଡାଳରେ
ପ୍ରକୃତିରୁ ସାଉଁଟେ ତାର 
 ପୂର୍ଣ୍ଣତା ପରିପକ୍ବତା.......।
ଋତୁରାଣୀର ଏଇ ତ ଅମଳଋତୁ
ଧାନ କୋଳଥ ମୁଗର.....
ଜାତି ଜାତିକା ପରିବା ଆଉ 
ସୋରିଷ ସୂର୍ଯ୍ୟମୁଖୀର
ମନୋଲୋଭା ରୂପ।
ସେ ବି ଲୋଡେ
 ଉଷ୍ମତା......
ରେଜେଇ କମଳ କନ୍ଥାର,
ନୂଆ ହେଉ କି ପୁରୁଣା
ସେ ଆଦୋରେ........
ଲୋମଟାଙ୍କୁରା ମନୁଷ୍ୟର ଦେହରେ
ଛପିଛପି ଖୋଜେ
ତାର ମୁକୁଳିବାର ପଥ......।

ସରୋଜ କୁମାର ସାହୁ
ଆଠଗଡ,କଟକ

ଅଭିମାନ ପତ୍ରଟିଏ ‌ଜଗାକୁ

କଳ୍ପନା ରାୟ

ଦୁଃଖିକୁ ଆହୁରି ଦୁଃଖ ସାଗରକୁ ଠେଲିଦେଇ
ତୁ ଖୁସିରେ ମହୋଦଧି ଦର୍ଶନ କରୁ ନା !!
ଭୋକିଲାକୁ ଖାଦ୍ୟ ମୁଠେ ନ ଦେଇ
ତୁ ମହା ଆରାମରେ ଷାଠିଏ ପୋଉଟି ଖାଉ ନା !!
ହଁ, ତୋର ବା କି ଅଭାବ କହିଲୁ ??
ବଡ଼ଦାଣ୍ଡ, ତା ପାଖରେ ମେଘନାଦ ପାଚେରୀ
ଛତିଶା ନିଯୋଗର ସେବା, ସେଥିରେ  ଭକ୍ତ ତୋତେ ଥିବେ ଘେରି
କି ମୁଚୁକୁନ୍ଦିଆ ନାଲି ହସ !! ଆ..ହା..

ମଣିଷଟିଏ ପିନ୍ଧିବାକୁ ନ ପାଇ କେତେ ବିକଳ ହୁଏ୬
ତୋ କିନ୍ତୁ ପାଟ ପିତାମ୍ଵରୀ ପିନ୍ଧି ବେଶ ପରେ ବେଶ ଥାଏ
ଟିକିଏ ଆଶ୍ରୟ ପାଇଁ ମଣିଷ ବାର ଦୁଆର ଶୁଣ୍ଢୀପିଣ୍ଢା ହୁଏ
ତୋର କିନ୍ତୁ ମାଉସୀ ଘରକୁ ଯିବାକୁ ରଥଯାତ୍ରା ହୁଏ
ଏତେ ଲୋକ ଗହଣରେ କି ରାସ ନ ଦେଖାଉ ତୁ !!!
ଭକ୍ତ ବିନା ରଥଯାତ୍ରା କରି ପାରୁ ମନ୍ଦିର ବନ୍ଦ କରୁ
କିନ୍ତୁ ଗହଳ ଲଗାଇ ରଥକୁ ଝୁଲି ଝୂଲି ଆସୁ 
କି ଅସମ୍ଭବ ସମ୍ମୋହନୀ ଶକ୍ତି ତୋର !!!

ସୁଖିକୁ ସୁଖ ଦେବାରେ ବେଶୀ ଆଗ୍ରହ
କାହିଁକି ତୋ ନାମକୁ ତାଙ୍କଠୁ ଦୂରରେ ରଖିବା ଇଛା ନା କ'ଣ ??
ମଲ୍ଲୀଫୁଲ ବାସ୍ନାରେ ମୁଁ ବିଭୋର
ମାତ୍ର ଗରୀବର ଭାକୁନିଆ ଗନ୍ଧଟି
ଦେଖିଛୁ 
ତୁ ତ ଭାଇ ଭଉଣୀ ଧରି ବସିଛୁ 
ତୋ ଭକ୍ତ ର ଭାଇଭଉଣୀ ରହୁ କି ନ ରହୁ ଚିନ୍ତା କ'ଣ ??

କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର

😭 ମକର ଆଖିରେ ଲୁହ 😭

°°°°°°°°°°°°°°°°°°°°°°°°°°°°°°°°°
         ସୁକାନ୍ତ କୁମାର ନାୟକ (ଶିକ୍ଷକ )
*****************************
ବରଷକୁ ଥରେ 
ଆସଇ ମକର 
ପର୍ବ ମଧ୍ୟେ ହୋଇ ସାର, 
ଆସୁଛି ବୋଲିସେ 
ମନା କରନ୍ତି ନି 
ହେୟ କରନ୍ତି ଅପାର |
ମକର ମନରେ 
ଦୁଃଖର ଯନ୍ତ୍ରଣା 
କାହାକୁ ଅବା ସେ କହିବ, 
ସ୍ନେହ ପ୍ରେମ ଠାରୁ 
ବହୁତ ଦୂରରେ 
ସୁଖ ଶ୍ରଦ୍ଧା କିଏ ଦେବ |
ଭାବିଥିଲା ତହିଁ 
ଆସିଛି ସେ ଧାଇଁ 
ଖାଇବ ମକର ଭୋଗ, 
ଭୋଗ କି ଖାଇବ 
ଭୋଗ ମିଳେନାହିଁ 
ତାକୁହିଁ କରନ୍ତି ତ୍ୟାଗ |
ପୂଜାରୀ ଦେଉନି 
ଆଗ ଭଳି ପୁଣି 
ହାତେ ଆଉ କ୍ଷୀର ଖୁଆ, 
ମକର ବସିବା 
ସପନ ହେଲାଣି 
ହଜିଲାଣି ଆଖୁ ମୁଆଁ |
ମକର କାନ୍ଦୁଛି 
ମୁହଁକୁ ଲୁଚାଇ 
ଭାବି ତାର ପିଲାଦିନ,  
ଏ ମଣିଷ ଆଜି 
ଧୂନି ଭୁଲିଲାଣି 
ଦେଇ ଖାଲି ଅପମାନ |
ଗୁଡ଼ି ଉଡାଇବା 
ସାଙ୍ଗରେ ଖେଳିବା 
ହେଲାଣି ସାତ ସପନ, 
ମଳୟ ପରଶ 
ଶିଶିରର ସ୍ପର୍ଶ 
ହଜିଲାଣି ତାର ଦିନ |
ଖାଇ ପିଠା ପୁଳି 
ଖେଳି ଲୁଚ କାଳି 
ଢାଳି ଦେଇ ଯିବ ସ୍ନେହ, 
ବରଷକ ପାଇଁ 
ଆସି ନ ପାରିବ 
ମକର ଆଖିରେ ଲୁହ |
>>>>>>>>>>>•<<<<<<<<<<<<
ନୁଣିପଡା ଶାସନ, ଗଞ୍ଜାମ

Monday, January 11, 2021

ଜଳକ୍ରୀଡା ଏକାଦଶୀ

**************************
     ଶୀର୍ଷକ:-ଜଳକ୍ରୀଡା ଏକାଦଶୀ 
****************************
           --ସରସ୍ବତୀ ନାୟକ 
ନିଦାଘ ଦାରୁଣୁ  ନିସ୍ତରିବା ଲାଗି
      କମଳାକାନ୍ତ ଶ୍ରୀହରି
ମଦନମୋହନ   ରୂପେ ପ୍ରକଟିତ
      ଅନ୍ୟ ଦେବାଦେବୀ ଧରି  ।।୧।।
ଲଭିବେ ପ୍ରଶାନ୍ତି  କରି ଜଳକ୍ରୀଡା 
         ନରେନ୍ଦ୍ର ପୋଖରୀ ମଧ୍ୟ 
ଜ୍ୟେଷ୍ଠ ମାସ କୃଷ୍ଣ  ପକ୍ଷରେ ପାଳନ
         ଅପରା ନାମରେ ବିଦ୍ୟ  ।।୨।।
ଅଚଳା ନାମରେ   କେ ଜନ ବୋଲନ୍ତି 
       ବିଷ୍ଣୁ ଲକ୍ଷ୍ମୀ  ପୂଜା କରି
ଶତ ଗିରି ସମ   ପାପରୁ ମୁକତି
       କରିବେ ବୋଲି ଶ୍ରୀହରି  ।।୩।।
ସଂସାରେ ପ୍ରସିଦ୍ଧି  ଅପାର ସମ୍ପତ୍ତି
         ପାଳି ଏ ଦିବସେ ମିଳେ
ବ୍ରହ୍ମହତ୍ୟା  ଭୂତଯୋନୀ ପରାନିନ୍ଦା 
         ପାପନାଶ ବ୍ରତବଳେ   ।।୪।।
ଗଙ୍ଗାତଟେ  ପିଣ୍ଡଦାନ  ସମଧର୍ମ
         ଶିବରାତ୍ରି  ପୁଣ୍ୟରାଜି 
କୁନ୍ଦନ ଗୋଦାନ  ଗୋମତୀରେ ସ୍ନାନ 
         ସୁକୃତ ଥାଉ ଅରଜି   ।।୫।।
ପ୍ରାଚୀନେ କଥିତ  ମହୀଧ୍ୱଜ ରାଜା
          ଧର୍ମାତ୍ମା ପୁଣ୍ୟାତ୍ମା ଜନ
ନିହତ ଅଧର୍ମ   ଅନ୍ୟାୟୀ ଅନୁଜେ 
          ବଜ୍ରଧ୍ଵଜ ନାମ୍ନୀ ଜାଣ  ।।୬।।
ହତ୍ୟାନ୍ତେ ପ୍ରେତାତ୍ମା  ସାଜି ଯେ ରାଜନ 
          ନିବସି  ଅଶ୍ୱତ୍ଥ ବୃକ୍ଷ
 ଧୌମ୍ୟ ଋଷି ଜଳ  କ୍ରୀଡା ଏକାଦଶୀ 
           ପାଳନେ ପ୍ରାପ୍ତିଲେ ମୋକ୍ଷ ।।୭।।
ପାପରୂପୀ ବୃକ୍ଷ  ଛେଦନେ କୁରାଢ଼ୀ
           ଅଗ୍ନି ଇନ୍ଧନର ଲାଗି
ପାପ ଅନ୍ଧକାର  ନାଶ ଲାଗି ସୂର୍ଯ୍ୟ 
           ବ୍ରତେ ହୃଦେ ଉଠେ ଜାଗି  ।।୮।।
ପଞ୍ଚ ମହାଭୂତେ    ପଞ୍ଚ ତନମାତ୍ର 
           ଅହଂକାର ମହତତ୍ତ୍ୱ 
ବେଦାଙ୍ଗ ମୀମାଂସା  ଧର୍ମଶାସ୍ତ୍ର ବେଦ
           ନ୍ୟାୟଶାସ୍ତ୍ର ଆୟୁର୍ବେଦ  ।।୯।।
ଅପରା ପ୍ରକୃତି  ହୋଇଥାଏ ଶୁଦ୍ଧ 
            ଏକାଦଶୀ ପାଳନରେ 
ପାପାଚାର ଦୂର  ପ୍ରଭୁ ଶତାଶ୍ଲେଷ
            ସ୍ଥାନିତ ପ୍ରଭୁ ପୟରେ  ।।୧୦।।
ସାରା ଜଗତରେ  ଦିବ୍ୟଧାମ ପୁରୀ 
            ଦିବ୍ୟ ତା' ବିଧିବିଧାନ
ସାରା ଜନତାରେ  ପୁଣ୍ୟ ଭାଵୋଦ୍ରକ
            କ୍ଷଣେ ହୁଏ ସାନ୍ନିଧ୍ୟନ  ।।୧୧।।
ଜଗତ ନିୟନ୍ତା   କୃପା ବାରି ବର୍ଷି
            ଏ ଅଧମ ଜନତାରେ
ପାପ ହେଉ ନାଶ   ମିଳୁ ତବାଶିଷ 
            ଜାଗୁ ଧର୍ମ ହୃଦୟରେ ।।୧୨।।
******************************
                      ପୁରୀ
             

ମାଟି

ମାଟି ନୁହେଁ ଆମ ମା ' ପରା ସିଏ
         ସହୁଛି କେତେ ଯାତନା
ତା' କୋଳେ ଖେଳୁଛୁ ଗୋଡ଼ କଚା ଡୁଛୁ
         ନ କରୁଛି କେବେ ମନା    l୧l

ମାଟି ସର୍ବଂସହl ଜନନୀ ସେ ଆମ
      ନାମ ଧରିତ୍ରୀ ଯେ ଜାଣ
ନଦୀ ନାଳ ବନ ପାହାଡ଼ ଶୋଭୀତ 
      କରୁଅଛୁ ଜଳ ପାନ          l୨l
ଖାଦ୍ୟ ଜଳ ଫଳ ଯୋଗାଏ ଆମକୁ
       ପ୍ରାଣୀଙ୍କର ଖୁସି ପାଇଁ
ସବୁ ଅରଦଳୀ ଆମର ସହିଛି
     ଗାଳି କେବେ କରେ ନାହିଁ      l୩l
ତା' ବକ୍ଷକୁ ଚିରି ହଳ କରୁଅଛୁ
       ଲଗାଉଛୁ ଗଛ ଲତା
ଚାଷ କରୁଅଛୁ ଫସଲ କରୁଛୁ
       ନୀରବେ ସହୁଛି  ବ୍ୟଥା    l୪ l
ମାଟିରେ ଗଢ଼ୁଛୁ ହାଣ୍ଡି ମାଠିଆ ଯେ
       ମାଟିରେ କରୁଛୁ ଘର
ମାଟିରେ ଗଢ଼ୁଛୁ ଦେବା ଦେବୀ ମୂର୍ତ୍ତି
       କି ସୁନ୍ଦର ମନୋହର        l୫l
ଖେଳନା କଣ୍ଢେଇ ମାଟିରେ ତିଆରି
       ଶିଶୁ ଧରି ଖେଳୁ ଥାନ୍ତି     
ଉତଫୁଲୀତ ମନ ଶିଶୁ ଗଣଙ୍କର
      ଖୁସିରେ ଦିନ କାଟନ୍ତି         l୬l
ମାଟିତଳେ ସୁନା ରୁପା ମାଙ୍ଗାନିଜ
      ରହିଛି ହୀରା ପଥର
କୋଇଲା ରହିଛି ଧାତୁ ବି ରହିଛି
      ସାଇତିଛି ମାଟି ମୋର      l୭l
ବର୍ଷା ଋତେ ମାଟି ହସେ ଖିଲି ଖିଲି
      ବେଶ ଧରି ସବୁଜିମା
ଗ୍ରୀଷ୍ମ ରୌଦ୍ର ତାପେ ମାଟି ଶୁଷ୍କ ହୁଏ
       ଶୀତ ଋତୁ ଅନୁପମl       l୮l
ମାଟିରେ ଜନମ ମାଟିରେ ମରଣ
      ମାଟି ଆମ ପୂଣ୍ୟ ତୀର୍ଥ
ସେ ମାଟିକୁ ଆମେ ନିଜର କରିବା
      ରଖିବା ତାର ମହତ        l୯l

ଗାନ୍ଧିନଗର, ନବରଙ୍ଗପୁର    l

ସକାଳ ଜଣାଣ

      ଗୋଦାବରୀଶ ଦାସ
ବାଇସି ପାହାଚେ  ଗଡାଇ ଦିଏରେ
ଯାଉଥିବି ଗଡିଗଡି
ଭକ୍ତପାଦ ଧୂଳି  ମୁଣ୍ଡରେ ମୁଁ ବୋଳି
 ଜୀବନ ଯାଆନ୍ତା ଛାଡି।,,,,,
ରଥ ଯାତରାରେ  ରଥ ଟାଣୁଟାଣୁ
ଯାଆନ୍ତି ମୁଁ ତଳେ ପଡି
ତୋର ନନ୍ଦିଘୋଷ  ଷୋଳଚକା ସବୁ
 ଯାଆନ୍ତା ଉପରେ ମାଡି।
ବାଇସି ପାହାଚେ  ଗଡାଇ ଦିଏରେ
ଯାଉଥିବି ଗଡିଗଡି,,,,,,,,
ହରିବୋଲ ସୁରେ ବଡ ଭକ୍ତି ଭରେ
ରଥ ଦଉଡିକୁ ଭିଡି
ନନ୍ଦିଘୋଷ ରଥ ଟାଣିବେ ଭକତ
ଆଗକୁ ଆଗକୁ ମାଡି।
ବାଇସି ପାହାଚେ ଗଡେଇ ଦିଏରେ
ଯାଉଥିବି ଗଡିଗଡି,,,,,,,,
ତୁହିରେ କାଳିଆ  ବଡ ଆନନ୍ଦରେ
ଯାଉଥିବୁ ରଥ ଚଢି
ତୋର ବଡଦାଣ୍ଡେ  ମୋଶରୀର ରଥ
ରହିଥିବ ଭଲା ପଡି।
ବାଇସି ପାହାଚେ ଗଡେଇ ଦିଏରେ
ଯାଉଥିବି ଗଡିଗଡି,,,,,,
ରଥ ମୋର ଯିବ ସ୍ବର୍ଗ ଦୁଆରକୁ
ସେହିଠାରେ ଦେବେ ପୋଡି
ମୋହାଡ ମାଉଁସ  ହୋଇବ ପାଉଁଶ
ପବନରେ ଯିବ ଉଡି।
ବାଇସି ପାହାଚେ ଗଡେଇ ଦିଏରେ
 ଯାଉଥିବି ଗଡିଗଡି,,,,,,,
===============
ଶଙ୍ଖମୂଳ, ରଣପୁର
ନୟାଗଡ଼

ରଘୁଆ ମଶାଣୀ

ନିରଞ୍ଜନ ସାହୁ

ପାହାଡ଼ ତଳେ ଗାଁ ଟିଏ     
ନାମ ପାହାଡ଼ିଗୁଡା
ରାସ୍ତା ଘାଟ ର ସେତେ ସୁବିଧା ନାହିଁ
ତିନିଶହ ପରିବାର କୁ ନେଇ ଗାଁ
ସେ ଗାଁ ରେ ବାସ କରେ
ରଘୁଆ ପରଜା
ସାଧାରଣ ଲୋକ ଟିଏ
ପଞ୍ଚମ ଯାଏଁ ଗାଁ ସ୍କୁଲ ରେ ପଢ଼ିଥିଲା
ଲେଖାପଢ଼ା ଅଳ୍ପ ବହୁତ ଜାଣେ
ସ୍ୱାମୀ ସ୍ତ୍ରୀ ଦୁଇଜଣ
ଭଗବାନ ତା କୋଳରେ ସନ୍ତାନ ଟିଏ ଦେଇନାହାନ୍ତି
ହଠାତ ମେଲେରିଆ ରେ ସ୍ତ୍ରୀ ଛାଡି ଚାଲିଗଲା
ଦୁନିଆରେ ଏକା ହୋଇଗଲା ରଘୁଆ,,
ଏକାନ୍ତ ଜୀବନ କାଟିବାକୁ ବାଧ୍ୟ ହେଲା
ଆ ଭିତରେ ରଘୁଆ ବୁଢ଼ା ବି ହେଇଗଲାଣି

ଗାଁର ମଝିରେ ରଘୁଆ ର ଘର
 ଝାଟି ମାଟି ରେ ତିନିବଖରା ଘର
ଗାଁ ରେ ଜାହାକାମ ମିଳେ କରେ

ପ୍ରତିଦିନ ଗାଁ ର ମନ୍ଦିର କୁ ଯାଇ ଝାଡୁକରିଦିଏ
ଗାଁ ପୋଖରୀ କୁ ଯାଇ ତୁଠ ଗୁଡିକ ପାଖ ସଫା କରିଦିଏ
ଫଡା ଫଡା ଦାନ୍ତ କାଠି ଗୁଡିକ ଏକାଠି କରି ନିଆଁ ଲଗାଏ

କାହାର ଭୋଜି ଭାତ ପଡିଲେ ରଘୁଆ କୁ ଖୋଜା ପଡେ
ଦିନଯାକ କାମ କରେ ଖାଏ କିଛି ଟଙ୍କା ଆଣି ସଞ୍ଚୟ କରେ
ବଡ଼ କଞ୍ଜୁସ ଟିଏ ,,,
କୃପଣ ଟିଏ,,,
ଗାଁ ଲୋକଙ୍କ ଭାଷାରେ

କାମଧାମ କରି ଯାହା ଟଙ୍କା ମିଳେ
ସବୁ ସଞ୍ଚୟ କରେ
ଗୋଟେ ଧଳା ଧୋତି ଆଣ୍ଠୁ ପର୍ଯ୍ୟନ୍ତ
କାନ୍ଧରେ ଖଣ୍ଡେ ଗାମୁଛା ଥାଏ
କିଏ ଲୁଗା ଖଣ୍ଡେ ଦେଲେ ନିଏନି
କହେ ମୋର କଣ ହେବ
ବେଳେ ବେଳେ ଲୋକେ କୁହନ୍ତି 
ଆରେ ରଘୁଆ ଭଲକରି ଖଣ୍ଡେ ପିନ୍ଧେ ଭଲକରି ଗଣ୍ଡେ ଖାଉନୁ
ଏତେ ଟଙ୍କା ରଖିଛୁ କଣ କରିବୁ
ରଘୁଆ କହେ ମହାତ୍ମା ଗାନ୍ଧୀ ଆଣ୍ଠୁ ପର୍ଯ୍ୟନ୍ତ ପିନ୍ଧି ସ୍ୱାଧୀନ ଆଣିପାରିଲେ 
ତମେ ସବୁ ଏତେ ଭଲ ଭଲ ପିନ୍ଧି କଣ କରିଛ କହିଲ?
ଆଉ ରହିଲା ଟଙ୍କା କଥା
ଆଉ ଯେତିକି ଟଙ୍କା ରଖିଛି ସବୁ ମଶାଣି କୁ ଫିଙ୍ଗିଦେବୀ,,
ଗାଁ ସରପଞ୍ଚ BPL କାର୍ଡ ଟିଏ କରିଦେଲେ
ରଘୁଆ କିନ୍ତୁ ନେବାକୁ ନାରାଜ
କୁହେ ମୋର କଣ ହେବ କାମ କରିବି ବଞ୍ଚିବି
ଏହା ତ ଗରିବ ଲୋକଙ୍କ ପାଇଁ
ମୋର ଘର ଅଛି କାମ କରିପାରୁଛି,
କେବେ ଟଙ୍କିକିଆ ଚାଉଳ ଧାଡିରେ ଛିଡ଼ା ହେବାର  ରଘୁଆ କୁ କିଏ ଦେଖିନାହାନ୍ତି,,
ବାର୍ଦ୍ଧକ୍ୟ ଭତ୍ତା ବି ସରପଞ୍ଚ ଯୋଗାଡ଼ କରିଦେଲେ
ତାକୁ ବି ପ୍ରତ୍ୟାଖାନ କରିଦିଲା ରଘୁଆ
ଏକା ଉତ୍ତର ଗରିବ ଦିନ ହୀନ ବୁଢ଼ା ବୁଢ଼ୀ ପାଇଁ
ସରକାର ଦେଉଛି ମୁଁ କାହିଁକି ନେବି,,
କିନ୍ତୁ ଗାଁର ବହୁତ ଥିବା ଵାଲା ଲୋକ ଚାଉଳ ଓ ଭତ୍ତା ଆଣିବାକୁ ସଂଗ୍ରାମ କରନ୍ତି,,
ଏପଟେ ରଘୁଆ ଗୋଟେ କୃପଣ କଞ୍ଜୁସ ବୋଲି କୁହନ୍ତି,
 କଞ୍ଜୁସ ରଘୁଆ ବୋଲି ଡାକନ୍ତି,,
ଏତେ ଟଙ୍କା ରଖିଛୁ କଣ କରିବୁ
ରଘୁଆ କହେ ମଶାଣି କୁ ଫିଙ୍ଗିଦେବି
ଗାଁ ଲୋକେ  ରଘୁଆ କୁ ଚିଡ଼େଇ କୁହନ୍ତି ଆରେ ରଘୁଆ ମଶାଣି 
ରଘୁଆ ବି କୁହେ ହଁ ହଁ ମୁଁ ରଘୁଆ ମଶାଣି
ସେଇ ମଶାଣି ଯେଉଁଠିକୁ ତୁମେ ବି ଯିବ,,
ରଘୁଆ ହଠାତ ଘର ବିକିଦେଵ କହିଲା
ଗାଁ ମଝିରେ ଘର ,କିଣି ବାକୁ ଗରାଖ ବି ବାହାରିଲେ
ଘରଟି କୁ 2 ଲକ୍ଷ ରେ ବିକ୍ରିକରିଦେଲା
କିଣିବା ଲୋକ କୁ କହିଲା
ମୁଁ ଛ ମାସ ଏ ଘରେ ରହିବି ଓ ଭଡା ଦେବି
ଛ ମାସ ପରେ ତୁମେ ଘର ନିଜ କବଳ କୁ ନେବ
କିଣିବା ଲୋକ ବି ରାଜି ହେଲା
ସମସ୍ତେ ପଚାରିଲେ ଘର ବିକି ଟଙ୍କା କଣ କରିବୁ
ରଘୁଆ ସେଇ ଗୋଟିଏ ଉତ୍ତର ମଶାଣି କୁ ଫିଙ୍ଗି ଦେବି,
ଲୋକେ ବି ତାର ଉତ୍ତର ଶୁଣି ଶୁଣି ବିରକ୍ତି ହୋଇ
କିଏ ପଚାରନ୍ତି ନାହିଁ,,
ରଘୁଆ ର ଗାଁ ର ଶେଷ ମୁଣ୍ଡରେ ଗୋଟେ ଏକର  ଜମି ଥିଲା
ସେ ଜମିରେ ଘର ଆରମ୍ଭ କଲା,,
ନଳକୂପ ଟିଏ କଲା,,
ଦୁଇ ଚାରିଟା ଘର କଲା 
ଫୁଲ ଗଛ ଲଗେଇ ବଗିଚା ଟିଏ କଲା
ଚାରିପଟେ ପାଚେରୀ କଲା
ଲୋକେ କଥା ହେଲା ଗାଁ ମଝିରୁ ଘର ବିକି 
ମଶାଣି ଜାଗାରେ ଘର କରୁଛି
ରଘୁଆ ପାଗଳ ହେଇ ଗଲାଣି,,
କିନ୍ତୁ ରଘୁଆ କୁ କିଏ କିଛି କୁହନ୍ତି ନାହିଁ,,
ଆଭିତରେ ଛ ମାସ ହେଇଗଲାଣି
ଆଉ ପନ୍ଦର ଦିନ ବାକିଥାଏ
ହଠାତ ଲୋକେ ଦେଖିଲେ 
ରଘୁଆ କରିଥିବା ଘର  ପାଚେରୀ ରେ ବୋର୍ଡ ଟିଏ ମରାହେଇଛି
ରଘୁଆ ମଶାଣି,,,
ଲୋକେ କିଛି ବୁଝି ପାରିଲେନି,,
କାରଣ ବୁଝିବାକୁ ରଘୁଆ ପାଖକୁ ଗଲେ
ଘରେ ଯାଇ କବାଟ କୁ ମାରିଲେ
ଭିତରୁ ଉତ୍ତର ନାହିଁ
କବାଟ ଭାଙ୍ଗି ଭିତରେ ପଶିଲେ
ଦେଖିଲେ ରଘୁଆ ଆଉ ନାହିଁ
ପାଖରେ ଗୋଟିଏ ଚିଠି ଅଛି,,ଲେଖାଥିଲା,,
ମୁଁ କହୁଥିଲି ନା ସବୁ ମଶାଣି କୁ ଫିଙ୍ଗିଦେବି
ମୋ ଗାଁ ରେ ମଶାଣି ଟିଏ ନାହିଁ 
ମୋ ସ୍ତ୍ରୀ କୁ ଦାହ କଲାଦିନ ବର୍ଷା ପ୍ରବଳ
ମଶାଣି ରେ ଦୁଇଦିନ ପଡ଼ିରହିଲା ନଡାଛପର ଘୋଡେଇ
ସେଇ ଦିନ ମୋ ସ୍ତ୍ରୀ ର ଶବ କୁ କଥାଦେଇଥିଲି
ମୋ ଗାଁ ରେ ମଶାଣି ଟିଏ କରିବି
ଯେମିତି ମୋ ଗାଁର କିଏ ମୋ ଭଳି ଅସୁବିଧା ନପାଉ
ସେଥିପାଇଁ ବହୁତ ଟଙ୍କା ଦରକାର ,
ତେଣୁ ମୁଁ ଦିନରାତି କାମ କରେ ସଞ୍ଚୟ କରେ
କଞ୍ଜୁସ ପରି ଚଳେ
ସତ ଉପାୟରେ ଟଙ୍କା କମେଇ ନିଜ ଟଙ୍କା ରେ କରିବି ବୋଲି
ଶପଥ କରିଥିଲି
ତେଣୁ ମୁଁ ଭତ୍ତା କି BPL ସୁବିଧା ନେଉ ନଥିଲି
ଦେଖିଲି ବୟସ ହେଇଗଲାଣି
ଆଉ ବେସିଦିନ ବଞ୍ଚିବି ନାହିଁ
ମଶାଣି ପାଇଁ ଯେତିକି ଟଙ୍କା ଆବଶ୍ୟକ ସଞ୍ଚୟ କରିପାରିଲି ନାହିଁ,,
ତେଣୁ ଘର ବିକ୍ରି କରିବାକୁ ବାଧ୍ୟ ହେଲି
କାରଣ ମୋ ସ୍ତ୍ରୀ କୁ କଥାଦେଇଛି,
ମୋର ସମସ୍ତ ସମ୍ବଳ କୁ ନେଇ ମଶାଣି ଟିଏ କରିଛି
ମୋର ଅନୁରୋଧ ମଶାଣି କୁ ମୋ ଗାଁ କିମ୍ବା ଆଖପାଖ ଗାଁ ଲୋକ ମାନେ ସମସ୍ତେ ବ୍ୟବହାର କଲେ ମୋ ଆତ୍ମା ଶାନ୍ତି ପାଇବ
ହଁ ଆଉଗୋଟେ କଥା ମୋ ଶବ କୁ,,ଆମ ଗାଁ ର
ପୁରୁଣା ତେନ୍ତୁଳି ଗଛ ମୂଳରେ ଥିବା ଗାଁ ମଶାଣି ରେ ଦାହ କରିବ,,କାରଣ
ମୋତେ ମୋ ସ୍ତ୍ରୀ ସେଠାରେ ଜଗିବସିଥିବ,,,
ଚିଠି ପଢି ଗାଁ ଲୋକମାନେ ସମସ୍ତେ କାନ୍ଦି ଉଠିଲେ
ଆଉ କହିଲେ ଆରେ ରଘୁଆ ତୋ ମନରେ ଏୟାଥିଲା
ଆମେ ସମସ୍ତେ ଯାହା କରି ପାରିଲୁ ନାହିଁ
ତୁ ଏକା କରିଦେଲୁ,,
ତୁ ମରିନୁ ରେ ରଘୁଆ 
ସବୁଦିନ ପାଇଁ ରଘୁଆ ମଶାଣି ହୋଇ ରହିଗଲୁ
ଧନ୍ୟ ତୋ ଚିନ୍ତାଧାରା,,
ମରିଗଲୁ ସିନା ସ୍ୱାଭିମାନ ରେ ବଞ୍ଚିଲୁ
କେବେ କାହାପାଖରେ ହାତ ପାତିନୁ,,
ଗାଁ ଲୋକେ ମିଶି କ୍ରିୟାକର୍ମ କଲେ
ତାର ସ୍ତ୍ରୀ କୁ ଯେଉଁଠି ଦାହ କରାଯାଇଥିଲା
ସେଠାରେ ହିଁ ରଘୁଆ କୁ ଦାହ କଲେ,,,
ରଘୁଆ କରିଥିବା ମଶାଣି କୁ ଯାଇ ଦେଖିଲେ
ଶବ ଦାହ କରିବାକୁ ସମସ୍ତ ସୁବିଧା ଅଛି
ଗାଁ ଲୋକେ ମିଶି ସେ ମଶାଣି ରେ
ରଘୁଆ ର ପ୍ରତିମୂର୍ତ୍ତି ଟିଏ କରି ସ୍ଥାପନ କଲେ,,

ସେଇଦିନ ଠୁଁ ଆଖପାଖ ଗାଁରେ  କିଏ ବର୍ଷାଦିନେ ମରିଗଲେ
ଶବ ଦାହ ପାଇଁ ଅସୁବିଧା ଭୋଗି ନାହାନ୍ତି 
କାରଣ ରଘୁଆ ମଶାଣି ଆଜି ବି ଛିଡା ହେଇଛି,,,
*ଜୟପୁର, କୋରାପୁଟ........*

ଚାଲ୍ ଫେରିଯିବା ଗାଆଁକୁ

   *ସତ୍ୟବ୍ରତ ଧଳ*

କୋଳାହଳ ପୂର୍ଣ୍ଣ   
ସହରକୁ ଛାଡି
   ଚାଲ୍ ଫେରିଯିବା ଗାଆଁକୁ
ମାୟା ନଗରୀର   
ପ୍ରତାରଣା ଭୁଲି
   ଗାଆଁ ଆମ୍ବତୋଟା ବାଆକୁ 

କଳ କାରଖାନା   
ପ୍ରଦ୍ୟୁଷଣ ସବୁ
    ଗାଡିଘୋଡା ପେଁଏ ପାଆଁକୁ
ଏହାଠୁ ଦୂରେଇ  
ଫେରିଯିବା ଆମେ
     ଶଗଡ଼ର କେଏଁ କାଆଁକୁ

ସୁଉଚ୍ଚ ପ୍ରସାରୀ   
ଅଟ୍ଟାଳିକା ଛାଡି
      ନଡା ଛପରର ଛାୟାକୁ
ଯେଉଁଠି ଜନମି   
ଜୀବନ ସାର୍ଥକ
      ରଖିଯିବା ତାର ନାଆଁକୁ

ନିଦ୍ରାହୀନ ଆଖି   
ଆଜି ବି ଝୁରୁଛି
      ଜେଜେମା'ର ସେଇ କୋଳକୁ
କର୍ଣ୍ଣ ଫଟା ଡିଜେ   
ସାଉଣ୍ଡଠୁଁ ଦୂରେ
       ଧୋଓରେ ବାୟା ଧୋ ଗୀତକୁ 

ଆଖି ଝଲସିଆ    
ଏଲ୍ଇଡି ବଲ୍ ରୁ
        ଡିବିରି ବତୀ ଆଲୁଅକୁ
ଆକର୍ଷଣ ପୂର୍ଣ୍ଣ   
ପାଆର୍କକୁ ଛାଡି
        ଗାଁ ସାଙ୍ଗ ଖେଳ ପଡିଆକୁ

ସାମ୍ପୁ ଫେଣଭରା   
ଗାଧୁଆ ଟବ୍ ରୁ
        ପଙ୍କ ପୋଖରୀର ପାଣିକୁ
ଆରାମ ଦାୟକ   
ଡ଼ନଲପ ଗଦିରୁ 
         କନ୍ଥା-ଦଉଡ଼ିଆ ଖଟକୁ 

ଚାକଚକ୍ୟ ଭରା   
ମଅଲ ଭିଡରୁ
          ସାପ୍ତାହିକ ଗାଆଁ ହାଟକୁ 
ଅଦର ଦରରେ   
ନିତି ନକିଣି କି
          ଚାଲ ଚଷିଯିବା କ୍ଷେତକୁ

ରଙ୍ଗୀନ ଆଲୋକ   
ପବ୍ କ୍ଲବ୍ ଛାଡି
          ଗାଆଁ ଭାଗବତ ଟୁଙ୍ଗିକୁ
କୋଳାହଳ ପୂର୍ଣ୍ଣ     
ସିଇ ବିଚ୍ ଭୁଲି
          ଖରସ୍ରୋତା ନଇ କୂଳକୁ

ହୋଟେଲର ତେଲ   
ମସଲା ଖାଦ୍ୟରୁ
          ପଖାଳ ଓ ଶାଗଭଜାକୁ
ସହରୀ ମଟନ   
ଚିଲି ଚିକେନରୁ
          ଗଡିଆ କେରାଣ୍ଡି ମାଛକୁ

ମିଷ୍ଟର ମିଷ୍ଟ୍ରେସ୍
ମିଇସିକୁ ଭୂଲି
          ଶ୍ରୀମାନ୍ ଶ୍ରୀମତୀ ନାଆଁକୁ
ପ୍ରେମ ନାମେ ଏଠି  
ପ୍ରତାରଣା ମିଳେ
          ଚାଲ୍ ଫେରିଯିବା ଗାଅାଁକୁ


*ମଧୁସୂବନପୁର, ବିଂଝାରପୁର, ଯାଜପୁର, ୭୫୫୦୦୪*

ଅଭୁଲା ସ୍ମୃତି


ତୁମ ଓଠ ଧାରେ ଚେନାଏ ହସ ରେ
ମୋତି ର ଚମକ ଲାଜେଇ ଯାଏ
ତୁମ ନୟନର କଜ୍ବଳ ଗାରରେ
ଅଭୁଲା ସ୍ମୃତି ମୋ ହୃଦୟ ଛୁଏଁ     ।।

ଝଲସାଇ ତା'ର ଶବ୍ଦ ର ଆଲୋକ
ଅଳିକ  ସପନେ ଗଭୀର ଧ୍ୟାନେ
ତୁମ ସେ  ପହିଲି ପ୍ରେମ ର ପୁଲକ
କାହାଣୀ ଲେଖେ ମୋ ସାରା ଜୀବନେ   ।।

ଋଷି ଗଲେ ତୁମେ ତାରା ଫୁଲ ମେଳେ
ଅଭିମାନେ ଚାହେଁ ଚାନ୍ଦର ଆଖି  
ତୁମ ମଉନତା ଭାଙ୍ଗିବା ପାଇଁ କି
କଇଁ ର ପ୍ରେମ ଯେ ରହିଛି ସାକ୍ଷୀ        ।।

ଫଗୁଣ ମାସର  ସାତ ରଙ୍ଗ ଛିଟା
ଦେଇଥିଲି ତୁମ  ଦେହରେ ମାଖୀ
ସମୟ ସ୍ରୋତରେ ସବୁ ନିରୁଦ୍ଧିଷ୍ଟ
ଖୋଜେ ଲୁହ ଭରା ମୋ ଦୁଇ ଆଖି     ।।

ଦୀପ୍ତି ଦେବଦର୍ଶିନୀ ସୁତାର 
ଓରାଳି ,ହାଟଡିହୀ, କେନ୍ଦୁଝର --758083

ସକାଳର ଆଶା

କବିତା - ସକାଳର ଆଶା
                   କଳ୍ପନା ରାୟ

ସବୁରି ମଙ୍ଗଳ କରନ୍ତ ପ୍ରଭୁହେ
ସକାଳର ଏହି ଆଶା
ଶାନ୍ତି ସୌହାର୍ଦ୍ଦ୍ୟରେ ରୁହନ୍ତୁ ସମସ୍ତେ
ପୂର୍ଣ୍ଣ ହେଉ ମନବାଞ୍ଛା
ମାନବ ଭେଟୁ ଅଭିପ୍ସା
ଦୁଃଖ ରୋଗ ଶୋକ ନ ଆସୁ କେବେହେଁ
ଦୃଢ଼ ହେଉ ତ ଭରସା

ନିଜ ପର ଭାଵ ନ ରହୁ ମନରେ
ମଳିନ ନ ରହୁ ମନ
ସମାଜର ଚିତ୍ର ସୁଖ ଦର୍ଶନରେ
ଵିତିଯାଉ ଭଗବାନ
ଅକର୍ମେ ନ କରୁ ଧ୍ୟାନ
ଭାରତୀୟ ବୋଲି କହୁଛୁ ଗର୍ଵରେ
ଚିନ୍ତା ସଂସ୍କୃତି ସମ୍ପନ୍ନ

ସମୟ ବିଶ୍ଵାସ ଆଉ ସନମାନ
କେବେ ବି କ୍ଷୟ ନ ହେଉ
ପରମ୍ପରା, ସଂସ୍କୃତି ଆଉ ସଂସ୍କାର
ସମ୍ମାନ ଆମର ଥାଉ
କେହି ନ ଦେଖାଉ ଭାଉ
ଦିନଦୁ଼ଃଖି ଦେଖି ରହୁ ଲାଖି ମନ
ମାତୃଭୂମି ପୂଜୁଥାଉ

ସୂର୍ଯ୍ୟୋଦୟ ହେଉ ଯଥାର୍ଥ ସମୟେ
ନ ଭୋଗୁ ପ୍ରାଣୀ ରୋଗକୁ
ଚନ୍ଦ୍ରକିରଣ ହେଉ ବୃନ୍ଦାବନ ପ୍ରାୟେ
ଶୁଭ୍ରତା ଦେଉ ମନକୁ
ଏଡାଉ ଦୁର୍ଘଟଣା କୁ
ମାନବ ବି ଦିନେ ମହାପ୍ରଭୁ ହୁଏ
ସ୍ବଛ କରି ତା ମନକୁ

କଳ୍ପନା ରାୟ,ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର

ସଂଜ୍ଞା ନଥିବା ନୂଆ ଏକ ସମ୍ପର୍କ

🌻☘️🌸🌼🌼🙏🌼🌼🌸☘️🌻

ତକିଆଟିକୁ ଜାବୁଡି ଧରି କେଉଁ ଏକ ଭାବନାରେ ହଜି ଯାଇଛି ମୀରା । ମନରେ ବହୁତ୍ ସାରା ପ୍ରଶ୍ନ ଯାହାକି ଆନ୍ଦୋଳିତ କରି ଦୋହଲେଇ ଦେଉଛି ହୃଦୟକୁ ।ଯନ୍ତ୍ରଣାରେ ଆଚ୍ଛାଦିତ କରି ବିଦାରି ଦେଉଛି ମନକୁ ।ନା, ଏ ଯନ୍ତ୍ରଣା ର ଉପଶମ ନାହିଁ ।ଅଜାଗା ଘା ଦେଖି ହୁଏନି କି କାହାକୁ ଦେଖେଇ ବି ହୁଏନି ।ହଜାରେ ପ୍ରଶ୍ନକୁ ହଜାରେ ଥର ନିଜକୁ ପଚାରି ଚାଲିଛି ମୀରା ହେଲେ ଉତ୍ତରରେ କିଛି ବି ମିଳିନି ।ପରମ୍ପରା , ଆଭିଜାତ୍ୟ, ଜାତି ,ଧର୍ମର ତାଡନା ଭିତରେ ନିଜର ପ୍ରେମକୁ ବଳି ପକେଇ ଦେଇଛି ସେ ।ହେଲେ ସେ ତ ତା ଭଲ ପାଇବାକୁ ପାଇବା ପାଇଁ ଅଦମ୍ୟ ଚେଷ୍ଟା କରିଛି କିନ୍ତୁ କାହିଁକି ପାଇ ପାରିଲାନି । କାହିଁକି ତାକୁ ଯଥା ସମ୍ଭବ ସହମତି ମିଳିଲାନି ଶାଶ୍ଵତ ଠାରୁ ??ତେବେ କଣ ସବୁ ଦେଇ ଥିବା କଥା ମିଛ ଥିଲା ।।ସିଏ ବି ସଭ୍ୟ ଆଉ ଶିକ୍ଷିତ ହେଇ ଜାତି ଧର୍ମର ଆଳ ଦେଖେଇ କାହିଁକି ଦୂରେଇ ଦେଲା ତାକୁ?? କାହିଁ ଏବେ ତ ଶାଶ୍ଵତକୁ କିଛି ବି ଫରକ୍ ପଡୁନି ।ବହୁତ୍ ଖୁସିରେ ଅଛି ସେ ହେଲେ ସେ କାହିଁକି ରହି ପାରୁନି? କାହିଁକି ସେ ଅତୀତ ରେ ହଜି ଯାଉଛି ବାରମ୍ବାର?

   ଏବେ ବି ତାର ମନେ ପଡ଼େ, ପାର୍କରେ କେମିତି ହାତ ଧରା ଧରି ହୋଇ ଚାଲୁଥିଲେ ସେମାନେ, ରାସ୍ତା କଡ଼ରେ ଗୁପଚୁପ ଖାଇବା ଠୁ ଆରମ୍ଭ କରି ରେଷ୍ଟୁରାଣ୍ଟ ରେ ନୂଆ ନୂଆ ଜିନିଷ ଅର୍ଡର୍ କରିବା ,ମିଶିକି ସିନେମା ଦେଖିବାଠାରୁ ଆରମ୍ଭ କରି ବେଳାଭୂମିରେ କାଟି ଥିବା ସେ ଅପରାହ୍ନର ମୁହୂର୍ତ୍ତ ସବୁ କାଲି ପରି ଲାଗେ ଯେମିତି। ଯେଉଁଠି ବାଲିରେ ଦୁଇ ଜଣ ଗଢି ଥିଲେ ନିଜ ସ୍ୱପ୍ନର ମହଲ୍ ।ଶାଶ୍ଵତ ର ପ୍ରଶସ୍ତ ବକ୍ଷରେ ନିଜ ମୁଣ୍ଡ କୁ ରଖି ହଜି ଯାଉଥିଲା ସେ କେଉଁ ଏକ ଅଜଣା ରାଇଜରେ ।ଶାଶ୍ଵତର ଚୁମ୍ବନରେ ଯେମିତି ପ୍ରକୃତିସ୍ଥ ହେଇ ଉଠୁଥିଲା ସେ ।ଲାଜେଇ ଯାଇ କହୁଥିଲା ଦୁଷ୍ଟ ।କିନ୍ତୁ ଶାଶ୍ଵତର ଦୁଷ୍ଟାମୀ ସେତିକିରେ ସୀମିତ ହୋଇ ରହୁ ନଥିଲା ।ଆଉ ଟିକେ ନିକଟତର ହେଇ ନିଜକୁ ଯେମିତି ନିଜ ଭିତରେ ହଜେଇ ଦେଉ ଥିଲେ ସେମାନେ। ବେଳା ଭୂମିର ଖୋଲା ଆକାଶ ତଳେ ଯୋଉ ପ୍ରେମ ଥିଲା ତାହା କେତେବେଳେ ଯାଇ ହୋଟେଲ୍ ରୁମ୍ ର ନିବୁଜ କୋଠରୀରେ ପହଞ୍ଚି ଯାଇ ଥିଲା ତାହା ପ୍ରେମର ମାଦକତା ରେ ଜଣା ନଥିଲା ଦୁଇ ଜଣଙ୍କୁ । କାନ୍ଦି ଥିଲା ମୀରା, ଭାବ ବିହ୍ୱଳ ହୋଇ ଅସୀମ ବିଶ୍ୱାସ ସହ ପଚାରି ଥିଲା, ଶାଶ୍ଵତ ତୁମେ ମତେ ଛାଡ଼ି ଦବନି ତ। ତୁମେ ମୋତେ ଧୋକା ଦବାନି ତ । ଶାଶ୍ଵତ କହି ଥିଲା ପାଗେଳି ଟା, ତୁମକୁ କଣ ଲାଗୁଛି ମୁଁ ତୁମକୁ ଛାଡ଼ି ଦେବି ? ଆଉ କାହାକୁ ବାହା ହେଇ ଯିବି । ମୁଁ କଣ play boy ? ଜମାରୁ ଚିନ୍ତା କରନି ଏବେ କହିବ ତ ଏବେ ତୁମକୁ ବାହା ହବାକୁ ରାଜି ଅଛି ।ତୁମେ ଖାଲି ହଁ ମାରିଲେ ହେଲା ।ଟିକେ ଆଶ୍ବସ୍ତ ଅନୁଭବ କଲା ମୀରା ।ଛି ମୁଁ ଏ କଣ କରୁଛି ଯାହାକୁ ଏତେ ଭଲ ପାଉଛି ତାକୁ କଣ ଏମିତି ଅବିଶ୍ବାସ କରାଯାଏ। ପ୍ରେମର ଅନ୍ୟ ନାମ ତ ହେଉଛି ବିଶ୍ୱାସ ।ଶାଶ୍ଵତଙ୍କ ପ୍ରେମ ତାଙ୍କ ନାଁ ଭଳି ପବିତ୍ର ଆଉ ଶାଶ୍ଵତ ବି ।ସେଥିରେ ଟିକେ ବି ସନ୍ଦେହ ନା ହିଁ । ପୁଣି ହଜି ଯାଇଥିଲେ ଦୁଇ ଜଣ ଦୁଇ ଜଣଙ୍କ ଭିତରେ ଏକ ଅହେତୁକ ବିଶ୍ୱାସର ଭାବାବେଗରେ ।

  ଦିନ ପରେ ଦିନ, ମାସ ପରେ ମାସ ଏମିତି କେତେ ଯେ ବର୍ଷ ବିତି ଯାଇ ଥିଲା ।ଋତୁ ପରେ ଋତୁ ଆସି ସେମାନଙ୍କ ପ୍ରେମକୁ ଆହୁରି ଜୀବନ୍ତ କରି ଦେଉଥିଲା।କେତେବେଳେ ଫଗୁଣର ଫଗୁ ମନରେ ରଙ୍ଗର ପସରା ମାଖି ଦେଉ ଥିଲା ତ ଆଉ କେତେବେଳେ ଶ୍ରାବଣର ବର୍ଷା ଛିଟା ପ୍ରେମର ବର୍ଷାରେ ଭିଜେଇ ଦେଉ ଥିଲା ।

  କିନ୍ତୁ ହଠାତ୍ ଋତୁ ବଦଳିଲା ପରି ବଦଳି ଯାଇ ଥିଲା ସବୁ କିଛି ।ଜାତି ଧର୍ମର ନିଷ୍ଠୁର ବୁଢିଆଣୀ ଜାଲରେ ନିଜର ପ୍ରେମ ଯେମିତି ଛନ୍ଦି ହେଇ ଯାଇ ଥିଲା ଦୁଇ ଜଣଙ୍କର । ସମାଜ ଆଉ ପରିବାର ର ସ୍ଵୀକୃତି ମିଳି ନଥିଲା ଦୁଇ ଜଣଙ୍କୁ । 

ମୀରା ସବୁ କିଛି ଛାଡ଼ି ଯେତେବେଳେ ଶାଶ୍ଵତ ପାଖକୁ ଧାଇଁ ଯାଇ ଥିଲା ,ପରିବାର ପ୍ରତି ଦାୟିତ୍ଵ ଆଉ କର୍ତ୍ତବ୍ୟର ଆଳ ଦେଖେଇ ସେ ମୀରାକୁ ପ୍ରତ୍ୟାଖ୍ୟାନ କରି ଥିଲା ସବୁ ଦିନ ପାଇଁ। ପରିବାର ଆଉ ମୀରା ଭିତରୁ ସେ ନିଜ ପରିବାର କୁ ହିଁ ବାଛି ଥିଲା। ବିଚାରି ମୀରା ସର୍ବହରା ହୋଇ ଚାଲି ଆସି ଥିଲା ପୁଣି ନିଜ ଘରକୁ ।ଦୁଃଖକୁ ମନ ଭିତରେ ଚାପି ଧରି ଢେର୍ କାନ୍ଦି ଥିଲା ।କିନ୍ତୁ ସେ କାନ୍ଦଣା ଶବ୍ଦ ନିଜ ରୁମର ଚାରି କାନ୍ଥ ଡେଇଁ ବାହାରକୁ ଯାଇ ପାରୁ ନଥିଲା ।କାଲି ଯିଏ ଉଡ଼ା ଚଢ଼େଇ ପରି ଉଡି ବୁଲୁ ଥିଲା ଆଜି ଯେମିତି ତାର ପକ୍ଷ କଟି ଯାଇଛି ।ସବୁ ଆଶା ଆଉ ବିଶ୍ୱାସ ଯେମିତି ଅନ୍ଧ ବିଶ୍ବାସର ଚାଦର ଭିତରେ ହଜି ଯାଇଛି ।ତା ପାଇଁ ଶାଶ୍ଵତ ଆଜି ଗୋଟେ ଧୋକେବାଜ୍ ଆଉ ବେଇମାନ୍ ପାଲଟି ଯାଇଛି ।ସେ ଯଦି ଚାହିଁ ଥାଆନ୍ତା, ହୁଏତ ସ୍ତ୍ରୀ ରୂପରେ ସ୍ଵୀକୃତି ଦେଇ ତାକୁ ଆପଣେଇ ପାରି ଥାଆନ୍ତା ହେଲେ ଏମିତି ଅଧାବାଟରେ ହାତ ଛାଡ଼ି ଚାଲି ଜିବାଟା କଣ ଠିକ୍ ହେଲା ? 

    ଏବେ କଣ କରିବ ସିଏ ? ମନ ଭିତରେ ଶାଶ୍ଵତ ଛଡ଼ା ଆଉ କାହାକୁ ତ କେବେ ବି ଆସିବାକୁ ଦେଇନି ।କେମିତି ଆଉ କାହାକୁ ନିଜର କରି ପାରିବ ସେ ।କେମିତି ଲୁଚେଇ ପାରିବ ନିଜର କଳଙ୍କକୁ ।ସବୁ କିଛି ଲୁଚେଇ ଆଉ କାହାକୁ ଧୋକା ତ ଦେଇ ପାରିବନି ନା! ଆଉ କେମିତି ବା କହି ପାରିବ ମୁହଁ ଖୋଲି, କେତେ ଯେ ମଧୁ ରାତି କାଟିଛି ସେ ଶାଶ୍ଵତ ସହିତ । ଏସବୁ ଶୁଣିଲା ପରେ କିଏ କାହିଁକି ତାକୁ ଆପଣେଇ ନବ? ଯଦି ବି ଆପଣେଇ ନିଏ ସେ କଣ ତା ସହ ଶାଶ୍ଵତ କୁ ଭୁଲି ଯାଇ ଖୁସିରେ ରହି ପାରିବ? ମନରୁ କାଢି ପାରିବ ଶାଶ୍ଵତର ସ୍ମୃତିକୁ? ଏମିତି କେତେ ଭାବନା ଭିତରେ ନିଜକୁ ଆଜି ପ୍ରଶ୍ନ କରି ଚାଲିଛି ମୀରା ।ହଠାତ୍ calling bellର ଶବ୍ଦରେ ମୀରା ଚମକି ପଡ଼ିଲା ।ବାପା ପାଟି କରି କହୁ ଥିଲେ, ଆରେ ପୁଅଘର ଲୋକ ଆସି ଗଲେ । ସବୁ ready ଅଛି ତ? ମୀରାର ମନ ଭିତରଟା ଯେମିତି ବିଦ୍ରୋହ କରି ଉଠୁ ଥିଲା । ସେ ପୁଅଘର ସାମ୍ନା କୁ ଯିବାକୁ ଚାହୁଁ ନଥିଲା।କିନ୍ତୁ କଣ କରିବ ? ପରିବାରର ସମ୍ମାନ ପାଇଁ ଯିବାକୁ ହିଁ ପଡ଼ିବ । ହାତରେ ଚା plate ଧରି ପୁଅଘର ଲୋକଙ୍କୁ ସାଦରେ ସମ୍ମାନ ଜଣାଇ ସାମ୍ନାରେ ବସି ପଡ଼ିଲା ମୀରା । ତାର ଠିକ୍ ସାମ୍ନାରେ ବସିଛି ମଳୟ । ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଚାଲିଲା । ସବୁ ପ୍ରଶ୍ନ ର ଉତ୍ତର ଦେଇ ମୀରା ଦୀର୍ଘ ନିଶ୍ୱାସଟିଏ ଛାଡ଼ିଲା ।କିଛି ସମୟ ପରେ ମଳୟର ବାପା କହିଲେ, ପୁଅ ଆଉ ଝିଅଙ୍କୁ କିଛି ସମୟ ଏକା କଥା ହବା ପାଇଁ ଛାଡ଼ି ଦବା ଉଚିତ୍। ଦୁହେଁ ଚାଲିଲେ ବଗିଚା ଆଡ଼କୁ।

   ମୀରା ଭାବୁ ଥାଏ ଏ ସଂଜ୍ଞା ହୀନ ସମ୍ପର୍କ ଭିତରେ ନିଜର ସ୍ଥାନ କୋଉଠି ? ସେ ଗୋଟେ ଚିହ୍ନା ଜଣା ନଥିବା ଲୋକ ସହ କଣ କଥା ହେବ ଆଉ କାହିଁକି କଥା ହବ। ଏବେ ବି ତ ଶାଶ୍ଵତ ତା ମନ କୁ ଆଚ୍ଛାଦିତ କରି ରଖିଛି । ଆଉ ଏ ସମ୍ପର୍କ ତା ପାଇଁ ସଂଜ୍ଞା ହୀନ ମାତ୍ର ।

   ମଳୟ କହିଲା, କଣ୍ ଭାବୁଛ ମୀରା? ମୁଁ କଣ ତୁମର ପସନ୍ଦ ହେଇଛି? ତୁମେ ମୋତେ ପସନ୍ଦ କରିଛ କି ନା ମୁଁ ତ ଜାଣିନି କିନ୍ତୁ ତୁମେ ମୋର ପସନ୍ଦ ହେଇଚ । କିଛି କଥା କହିବାକୁ ଚାହୁଁଛି ଯଦି ଅନୁମତି ଦବ ତ, କହିବି ।ମୀରା ମୁଣ୍ଡ ହଲେଇ ଅନୁମତି ଦେଲା।

   ମଳୟ କହିଲା, ମୁଁ ଗୋଟେ ଝିଅକୁ ବହୁତ୍ ଭଲ ପାଉ ଥିଲି କିନ୍ତୁ ତାଙ୍କ ଘରେ ଆମ ବାହାଘର ପାଇଁ ରାଜି ହେଲେନି ।ତାର ବାହାଘର ଅଲଗା ଜାଗାରେ କରି ଦେଲେ ।ସେ ବାହା ହେଲା ପରେ ମୁଁ ମାେ ଜୀବନରେ ଆଉ କାହାକୁ ସହଜରେ ଗ୍ରହଣ କରି ପାରିବି ବୋଲି ଭାବି ପାରୁ ନଥିଲି । ମନ ଭିତରେ ସବୁ ବେଳେ ତାରି absence feel କରୁ ଥିଲି ।କିନ୍ତୁ ସମୟ ଅନୁସାରେ ଆଜି ନିଜକୁ ବୁଝେଇ ଦେଇଛି ।କାହାର ଜୀବନ କାହାରି ପାଇଁ ଅଟକି ଯାଏନି ମୀରା । ସମସ୍ତଙ୍କୁ ନିଜ ନିଜ life ରେ ଖୁସି ରେ ରହିବାକୁ ପଡ଼ିବ ।ଯେହେତୁ ତୁମ ସହ ନୂଆ ଗୋଟେ life ଆରମ୍ଭ କରିବାକୁ ଯାଉଛି, ଏସବୁ କଥା ତୁମକୁ କହି ଦବା ଉଚିତ୍ ବୋଲି ଭାବିଲି । ଯଦି ଅନ୍ୟ ଜଣେ ତୁମକୁ ଭୁଲି ଖୁସି ହେଇ ପାରୁଚି ତୁମେ କାହିକି ସାରା ଜୀବନ ତା ପାଇଁ ଦୁଃଖରେ ରହିବ ?ଅତୀତ ସବୁବେଳେ ଅତୀତ। ତାକୁ ବର୍ତ୍ତମାନରେ କାହିଁକି ଟାଣିବା ? ମୁଁ ଠିକ୍ କହିଲି ନା ମୀରା। ମୀରା ପୁଣି ମୁଣ୍ଡ ହଲେଇ ହଁ କହିଲା ।

ଭାବିଲା କହି ଦେବି କି ଶାଶ୍ଵତ କଥା ଏବେ! 

 କିଛି କହିବା ପୂର୍ବରୁ ମଳୟ ରୋକିଦେଲା । କହିଲା, କିଛି କହିବା ଦରକାର ନାହିଁ ମୀରା, ତୁମ ମନରେ ବି ଠିକ୍ ଏମିତି ଗୋଟେ ଅତୀତ ଲୁଚିକି ଅଛି ।ସେଟା ମୁଁ ଜାଣି ପାରୁଛି । ତୁମ ଅତୀତ ସହ ମୋର କିଛି ସମ୍ପର୍କ ନାହିଁ । ବର୍ତ୍ତମାନରେ ବଞ୍ଚିବା ଶିଖ । ଅତୀତକୁ ଭୁଲି ଯାଅ ବୋଲି ତ କହିବିନି କିନ୍ତୁ ଅତୀତକୁ ଭାବି ନିଜ ଭବିଷ୍ୟତକୁ ନଷ୍ଟ କରନି।ଜୀବନକୁ ଜିଁବାକୁ ଆଉ ଗୋଟେ ମଉକା ଦିଅ , ଦେଖିବ ଜୀବନ ତୁମକୁ ଆଉ ଥରେ ଖୁସି ଦବ । ତୁମ ଅତୀତ ଯାହା ବି ହେଇ ଥାଉ ନା କାହିଁକି ମୁଁ କଥା ଦଉଛି ସେ ସବୁ, ସବୁ ଦିନ ପାଇଁ ଅତୀତ ହୋଇ ରହିବ ।ଆଉ ଚେଷ୍ଟା କରିବି ସବୁବେଳେ ତୁମ ମୁହଁରେ ହସ ଦେବା ପାଇଁ ।  ଏଇ ମଳୟ ଯଦି ତୁମକୁ ପସନ୍ଦ ଆସି ଥାଏ ତାହେଲେ ମୋ ସହ ତୁମର ଥିବା ସଂଜ୍ଞା ହୀନ ସମ୍ପର୍କକୁ ସ୍ବାମୀର ନାଆଁ ଦେଇ ଦବ ।ଆସ ଯିବା । ଚିନ୍ତା କରି କହିବ ।

 ମୀରା ଆଉ କିଛି ବି ଚିନ୍ତା କରି ନଥିଲା ମଳୟର ହାତକୁ ନିଜ ହାତ ବଢ଼େଇ ଦେଇ ଗୋଟେ ମନ ଖୋଲା ହସରେ ସମ୍ପର୍କର ସେତୁଟେ ବାନ୍ଧି ଦେଇ ଥିଲା ସବୁ ଦିନ ପାଇଁ।

 ସଂଜ୍ଞା ହୀନ ସମ୍ପର୍କଟି ପାଲଟି ଯାଇ ଥିଲା ବିବାହର ବନ୍ଧନରେ ।।ଯାହା କି ଥିଲା ଶାଶ୍ଵତ ଆଉ ଚିରନ୍ତନ....

*=============================*
*☘️🌸🌼🙏   ସମାପ୍ତ   🙏🌼🌸☘️*
*=============================*

Sunday, January 10, 2021

ମୁଁ କାନ୍ଦିଲେ ମୋ ଭାଇଙ୍କର ମଙ୍ଗଳ

ମୁଁ ନୁହେ ଭରତ ଭାଇ ର ଭାଇ ଭାରତୀୟ ଅଟେ

ବଞ୍ଚିଛି ମୋ ଛାତି ତଳେ ସେ ଦିନର ଭାତ୍ରୁ ଭକ୍ତି ଦରଦୀ ଭରତ ହୃଦୟ  ।


ମୋ ମନ ବିସ୍ତାପିତ ହୁଏ ଭିନ୍ନେ ହବା ଭାଇ  ଓ ବଡ଼ ମା’  

ଲାଗି ରୋଗ ହେଇଛି ଆସିଲା ଗାଁ ଘର ସମ୍ବାଦ  ।


ଯାଇ ପାରୁନାହିଁ  ବିଦେଶୀ ଟୀଏ ହେଇ ବିଦେଶରୁ

ବିଦେଶୀ କରୋନା ବାଧକ ସାଜିଛି ମହାମାରୀ ରୂପ ଧରି

ଜଞ୍ଜାଳ କରୁଛି ମତେ ଦେଖିବାକୁ  ବଡ଼ ମା’  ଭାଇ ପାଖେ

ଜାଣି ପାରୁନାହିଁ ଭାରତରେ ତାଲା ପଡ଼ିଛି ବୋଲି  ।


ମୁଁ କାନ୍ଦିଲେ ମୋ ଭାଇଙ୍କର ମଙ୍ଗଳ କାନ୍ଦି ବି ଏଇଠୁ ଆହୁରି  

ମୋ ଲୁହ କରିଛି ଜଗା ଗାଁ ଆକାଶର ମେଘର ବାରି  ।


ବଡ଼ ମା’ ଆରୋଗ୍ୟ କାମନା କରି କାଂଦିଛି କେତେ

ସବୁତକ ଲୁହ ସାଇତି ଉଡେଇ ଦେଇଛି ଦୂର ଆକାଶର କଳା ବାଦଲ ରେ ।


ବଡ଼ ଠାରୁଙ୍କ ବେଢ଼ାରେ ମେଘକୁ କହିଛି କାକୁସ୍ତ ହେଇ

ସକାଳ ଧୂପର ସକାଳେ ବରସିବୁ ପଦ୍ମ ପାଦରେ  ।


ଭୁଲ୍ ହେଇଗଲା ବୋଧେ ମୋର ଲୁହ ଭିଜା ଭକ୍ତି ଆରାଧନା 

ମଗୁସରେ ବଡ଼ ମା’ ହେଲା ପରିତ୍ୟକ୍ତା ମଶାଣି ଭୂତ  ।


ଭଲ ହେଲା ନାହିଁ ମୋ ସାଥେ କହୁଛି ମୁଁ କାଳିଆ ଫଟୋ ଦେଖି କାନ୍ଦୁଛି ଯେତେ ଆଜି ଝରୁ ନାହିଁ ଆଖିରୁ   ଟୋପାଏ ଲୁହ ।


ମୁଁ କାନ୍ଦିଲେ ମୋ ଭାଇଙ୍କର ମଙ୍ଗଳ କାନ୍ଦିବି  ଶୁଭ ମନାସି

ମୋ କାନ୍ଦରେ ଲୁହ ଝରୁ ଅବା ନଝରୁ ତଥାପି ମୋ ପାଖେ ମୋ ବଡ଼ ମା’ ବଞ୍ଚିଛି  ।


ଆସିଲା ବେଳେ ଆସିଥିଲି ମୁଁ ମୋ ବଡ଼ ମା’ର ପାଦ ଛୁଇଁ 

ଆଶିଷ ଦେଉ ଥିଲା ଭୂରି ଭୂରି ତାର ମମତା ଲୁହ ଝରାଇ 

ଆସିବୁ ଭଲରେ ଭଲରେ କହୁଥିଲା ତାର ମାତୃତ୍ଵ ଚୁମନ ଦେଇଆସିଛି ଭଲରେ ଭଲରେ ଗାଁ ଘରକୁ ମୋ ବଡ଼ ମା’ ଆଉ ନାହିଁ  ।

             

କବି/ସାୟାର/ନାଟ୍ୟକାର - ପ୍ରକାଶ ଚନ୍ଦ୍ର ନାହାକ (ବାବୁଲା)

ଠିକଣା - *ଗଞ୍ଜାମ,ଛତ୍ରପୁର,ଗାଙ୍ଗପୁର

ଏତେ ଡର

ଡ.ଗୁରୁ ମୂର୍ତ୍ତି ନାୟକ

ଡର ଏ ସମାଜକୁ
ସାହି,ପଡିଶା,ସଂପର୍କୀୟଙ୍କୁ
ସବୁ ମଣିଷକୁ
ଲୋଲୁପ ଆଖିକୁ
ସେହ୍ନବୋଳା କଥାକୁ
ସେଥିରେ ଯେ 
କେତେ ହଳାହଳ ବିଷ
ନିଜକୁ କରିଛି ଗ୍ରାସ
ପରକୁ ବି କରାଇଛି
ସବୁ ଗରଳ ଠାରୁ
ମଣିଷ ଗରଳ 
ସ୍ବତନ୍ତ୍ର ତାର ପରିଚୟ ।

ଦେଖ ଏ ସମାଜକୁ
ନିରୀହ ଶିଶୁର ଶବ
ପଡିଛି ରାସ୍ତା କଡରେ
ଅଜ୍ଞାତ ରୁହେ ନାହିଁ କଥା
କାହାର କ୍ଷଣିକ ଉତ୍ତେଜନାର
ଜରାଜୀର୍ଣ୍ଣ ପ୍ରେମ ସଂପର୍କର ଫଳ
କୁକୁରଟି ଭୁକି କହୁଛି
ମୋ ଶିଶୁ ଠାରୁ
ମଣିଷ ଶିଶୁ ନିଃସହାୟ ।।

ଦେଖ ଏ ସମାଜକୁ
ନିଜ ସ୍ବାର୍ଥ ଭୋକ ପାଇଁ
କେତେ ଖେଳ
ରାଜନୀତିର କାଦଛିଟା
ପରପଦାନତ ମଣିଷ
କାହାର ନୁହେଁ
ଧର୍ମ ଚାଲେ ତା ବାଟରେ
କାଳେ କାଳେ ଭକ୍ତଙ୍କୁ
ଉଦ୍ଧାର କରି
ଜାଣିବା ବା କେମିତି ?

ଦେଖ ତମକୁ ,ତାକୁ
ନିଜ ଆଡକୁ
ଆମେ କରିଛେ ବା କଣ ?
ନିଜ ଆଡକୁ ନିଆଁଝୁଲ ଆସିଲେ
କେମିତି ଟିକିଏ ବାଗ କି
ଅବାଗ ହୁଅନ୍ତି
ନିଜ କଥା ନିଜେ ଭାବ
ଏଇତ ଦୁର୍ଲ୍ଲଭ ମଣିଷ ଜୀବନ !

ମଣିଷ କେତେ ବୁଦ୍ଧିମାନ
କିଏ ନଜାଣେ
କୁଆ ଚତୁର 
କିଏ ନଜାଣେ
କେଶରୀ କେତେ ବଳବାନ
ତଥାପି ତ 
ସମସ୍ତେ ଡରନ୍ତି କାହିଁକି?
ଷଡଯନ୍ତ୍ର କରନ୍ତି କାହିଁକି ?

ଦେଖ ତ ସମାଜକୁ
ନିଜ ସୃଷ୍ଟି ନିଜେ
କରିଥାଏ ନାଶ
କାଳେ ନିଜେ ଚାଲିଛି
ନିଜର କରି ସର୍ବନାଶ ।
ଅଧ୍ୟାପକ
ଭଂଜନଗର, ଗଂଜାମ

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy