Sunday, January 10, 2021
ଅସ୍ତିତ୍ୱ
ପୁରୁଣାଦିନ
ଗରିବ ଚାଳିରେ ଶୀତ
ମନର କଥା ବଖାଣୀ
ବନ୍ଧୁତାର ପ୍ରତିଛବି
ତୁମେ ଗଲାପରେ
ଜୀବନ
ଅପର ଜନର ଉନ୍ନତି ଦେଖି ମନ ସଦା ମୋର ହସୁ
ବନ୍ଧୁ
ବାର୍ଦ୍ଧକ୍ୟ ର ପରିଭାଷା
ଜୀବନରେ ଆଲୋକ
ମାଟିକାନ୍ଥ
ନେତାଙ୍କ ନେତା ନେତାଜୀ
ଅବକ୍ଷୟର କବଳରେ ପୃଥିବୀ
କୃଷ୍ଣ ନାମ ଧରି ଧରି
ନେତାଙ୍କ ର ନେତା ନେତାଜୀ
ନାରୀ
ରାତିର ସ୍ବପ୍ନ
ଅହିଂସା ପରମ ଧର୍ମ
ପୁଷପୁନି
ମୁଁ ଝିଅ ଟିଏ
ଗ୍ରାମ୍ୟ ଶ୍ମଶାନ
ଏ ତ ଅଜବ ଦୁନିଆଁର ଗଜଵ ନୀତି
ନଗ୍ନତା କେବେ କହିପାରିବାନି ବେଶ ବଡ଼ ଲୋକିର
Thursday, January 7, 2021
ମୁକ୍ତିର ଆନନ୍ଦ।
ମାଧବୀପଟେଲ।
ମୁଁ ଦୁଇହଜାର ସାତରେ ଆମେରିକା ର ସାନ୍ଫ୍ରାନସିସ୍କୋ ସହରକୁ ଯାଇଥିଲି।ମୋ ଝିଅ ଯୋଇଁ ସେଠି ରହୁଥିଲେ ସେତେବେଳେ।ଝିଅର ପିଲା ହେବାର ଥିଲା।ତେଣୁ ପିଲାର ଯତ୍ନ ପାାଇଁ ମତେ ଡାକିଥିଲା। ମୋର ଟିକେଟ ଆଗତୁରା କରିଦେଇଥିଲା
ଛଅମାସ ରହିବି ବୋଲି।ସେଠିକି ଗଲାପରେ ପ୍ରଥମେ ପ୍ରଥମେ ମାସେ ଖଣ୍ଡେ ଭଲ ଲାଗିଲା।ନୂଆ ଜାଗା ବିଷୟରେ ଜାଣିବାର ଇଛା ଥିଲା।ଉଡାଜାହାଜ ବସିବାର ସଉକ ଥିଲା।ସେ ବି ପୂରା ହେଇଗଲା।ବହୁତ ସୁନ୍ଦର ସ୍ବଚ୍ଛ ସମୃଦ୍ଧିର ଦେଶ ଆମେରିକା ତଥାପି ମୋ ମନକୁ ବେଶିଦିନ ତା ଜାଦୁରେ ବାନ୍ଧି ରଖି ପାରିଲାନି।ମୋତେ ମୋ ଦେଶ ତାର ଖାଦ୍ୟ ପାନୀୟର ସ୍ବାଦ ମନେ ପଡିଲା।ମୋ ଗାଁ ମାଟିର ଫଳ ଫୁଲ ନଈନାଳ ସେ ସରଳ ମଣିଷ ମାନେ ମତେ ତାଙ୍କ ପାଖକୁ ଡାକିବାକୁ ଲାଗିଲେ।ମୋ ସହରର ଚାଟ୍ ଗୁପ୍ଚୁପ୍ ଝା
ଲମୁଢି ବାହା ଭୋଜି ଦୁର୍ଘାପୂଜା ରଥଯାତ୍ରା ସବୁପର୍ବ
ମନେ ପଡିଲା।ସେଠିକାର ସାଗ ସବ୍ଜିରେ ସ୍ବାଦ ନଥିଲା।ନିଜର ରୁଚିକର ଲାଗୁନଥିଲା।ବାସମତୀ ଚାଉଳର ଭାତ ଖାଇ ଖାଇ ଚିଟା ଲାଗୁଥାଏ।ଲାଗୁଥାଏ ବାସି ଖଟ ପଖାଳ ମୁଠେ ମିଳନ୍ତାକି?ହେଲେ ସେଠି ପଖାଳ କଲେ ଖଟା ହେଉନଥିଲା।ତେଣୁ ଟେଷ୍ଟ ଲାଗୁନଥିଲା।ମୁଁ ଗଲାପରେ ନାତିର ଜନ୍ମହେଲା।ତାପରେ ଟିକେ ତାର ଦେଖା ଶୁଣାରେ କିଛିଦିନ କଟିଗଲା।ତଥାପି ଘରକଥା ମନେ ପଡୁଥାଏ।ମୋର ବିରସ ମନ ଲକ୍ଷ୍ୟକରି ଯୋଇଁପ୍ରତିଶନିବାର ମାର୍କେଟ ଗଲାବେଳେ ଲାଇବ୍ରେରିରୁ ମୋପାଇଁ ପାଞ୍ଚଖଣ୍ଡ ଓଡିଆ ବହି ଆଣିଦିଏ।ସାତଦିନପାଇଁ ଆଣିଥାଏ ହେଲେ ମୁଁ ତାକୁ ତିନି ଚାରି ଦିନରେ ପଢି ସାରିଦିଏ।ଏମିତି ଭାବରେ ସେ ଲାଇବ୍ରେରିରେ ଯାହା ଓଡିଆ ଓ ହିନ୍ଦିବହି ଥିଲା ପଢି ସରିଦେଲି।ରୋଷେଇ ବହିତକ ବି ଆ୍ଣି ପଢିଦେଲି ।ତାପରେ ଯୋଇଁ ମହା ଭାରତ ଓ ରାମାୟଣର କେସେଟ ଆଣିଦେଲା।ତାହା ଟିଭିରେ ଦେଖି ସାରିଦେଲି।ମଝିମଝିରେ ଅନେକ ଯାଗା ବି ବୁଲିବାକୁ ଯାଉଥିଲୁ।କିଛିଦିନପାଇଁ ମନ ଖୁସିହେଇଯାଏ ବୁଲିଲା ବେଳେ ପୁଣି ଘରକୁ ଫେରିଲେ ସେଇ ଅବସ୍ଥା।ଉଡାଜାହାଜ ଗୁଡାକ ଘର ଉପର ଦେଇ ଗଲାବେଳେ ମନରେ ଆସେ କାଶ୍ ମୋର ବି ଡେଣା ଥାଆନ୍ତା ତାହେଲେ ଏ ଉଡାଜାହାଜ ପରି ପ୍ରଶାନ୍ତମହାସାଗର ଡେଇଁ ମୋ ଭାରତକୁ ଚାଲି ଯାଆନ୍ତି।ଯୋଉଠି ବୁଲିବାରେ କିଛି କଟକଣା ନାହିଁ।ଏଠି ତ ସବୁଠି ଖାଲି ଆଇନ କାନୁନ।ଗାଡି ବାହାରେ ଏଠିସେଠି ଥୋଇ ପାରିବନି ନ ହେଲେ ଟାଓ କରି ନେଇଯିବ।ଫାଇନ ଦେବାକୁ ପଡିବ। ପିଲାକୁ କୋଳରେ ଧର ପାରିବନି।ଥୁକ ଲାଗିଲେ କାଶହେଲେ ଥୁକି ପାରିବନି।କିଛି ଖାଇଲେ ତାର ଚୋପା ବା ମଞ୍ଜିକୁ ହାତରେ ଧରି ଡଷ୍ଟବିନ ଆସିଲେ ପକେଇବ।ଗାଡିରେ ଗୋଟେ ସିଟ୍ ରେ ଜଣେ ବସି ପାରିବ।ଏମିତି ଅନେକ କଟକଣାର ଜୀବନ।ହସପିଟାଲ ବି ଯାଇ ପାରିବନି ଯଦି ନିଜର ଇନ୍ସୁରେନ୍ସ ନାହିଁ।ଥରେ ଗ୍ରାଇଣ୍ଡରରେ ଚାଉଳ ପେଷିବା ବେଳେ ଆଙ୍ଗୁଠିରେ ପିଠଉକୁ ଘାଣ୍ଟିଦେଲି ଆଗରୁ ବି ଅନେକ ଥର କରିଛି ଉପରଉପର ଗୋଟାଚାଉଳ ଲଟକିଥିଲେ ଏମିତି ଆଙ୍ଗୁଳିରେ ଗୋଳେଇଦିଏ।ସେଦିନ ବୋଧହୁଏ ଭିତରକୁ ବେଶିପଶିଗଲା ମଝିଆଙ୍ଗୁଳିର ଅଧେ କାଟି ନେଇଗଲା।ପିଠଉ ତକ ରକ୍ତ ରକ୍ତ ହେଇଗଲା।ସେଦିନ ହସପିଟାଲ ଯାଇପାରିଲିନି କାରଣ ମୋର ଇନ୍ସୁରେନ୍ସ ନଥିଲା।ଝିଅ ମଲମ ଲଗାଇ ରୁଆଟିକେଦେଇ ପଟି ବାନ୍ଧିଦେଲା।ସେଦିନ ରାତିରେ ସପ୍ସପ୍ କରି ବହୁତ ବ୍ୟଥା ହେବାକୁ ଲାଗିଲା।ମୁଁ ଏକା ଶୋଇଥିଲି ଝିଅଯୋଇଁ ଭିତର ଘରେ ଥିଲେ।ସେଦିନ ଏତେ କଷ୍ଟରେ ମୋ ସ୍ବାମୀଙ୍କ କଥା ବହୁତ ମନେ ପଡିଲା।ସତରେ ସ୍ବାମୀ ସ୍ତ୍ରୀ ଅଲଗା ହେଇଗଲେ କଷ୍ଟରେ କେହି ପାଖ ପଡନ୍ତିନି।ସେ ପାଖରେ ଥିଲେ ମୋର ଅଧାକଷ୍ଟ କମି ଯାଇଥାନ୍ତା।ସେ କିଛି ଔଷଧ ଦେଇଥାନ୍ତେ।ସେଦିନ ମୁଁ ମନମନେ ବହୁ କାନ୍ଦିଲି।ସେଠି ରହିବାକୁ ଆଉ ଜମାମନ ଲାଗିଲାନି।ଏପଟେ ସ୍ବାମୀ ବିି ବଡ ଅସୁବିଧାର ଥିଲେ।ସାତ କ୍ଲାସରେ ପଢୁଥିବା ଛୋଟପୁଅକୁ ତାଙ୍କ ଜିମା ଛାଡି ଯାଇଥିଲି। ତାର ସବୁକାମ ଦେଖି ରୋଷେଇ କରି ତାକୁନେଇ ସ୍କୁଲଛାଡି ନିଜ ହସ୍ପିଟାଲ ଯାଉଥିଲେ।ଦୁଇଟାରେ ତାକୁ ସ୍କୁଲରୁ ଆଣି ପୁଣି ଘରକୁ ଆଣି ବଢାବଢି କରି ଖାଇବାକୁ ଦିଅନ୍ତି।ଠିକ ବେଳକୁ ଚାକରାଣୀ ବି ଆଉ ଆସିଲାନି।ତେଣୁ ତାଙ୍କୁ ସବୁକାମ ପଡିଯାଏ।ତାସାଙ୍ଗରେ କ୍ଲିନିକରେ ବି ରୋଗିଦେଖିବାକୁ ପଡେ।ଥରେ ତାଙ୍କୁ ରାତିରେ ଚାରିପାଞ୍ଚଟା ଝାଡା ହେଇଗଲା।ମୁଣ୍ଡ ବୁଲାଉଥାଏ।ଛୋଟ ପୁଅ ଆରାମରେ ଶୋଇଥାଏ।ଚେଇଁଲେବି କଣ କରିଥାନ୍ତା କି?ସେ ଏବେବି ନିଜ କାମ କିଛି କରୁନ ଥିଲା ଆଉ ଅନ୍ୟକାମ ଛାଡ।ସେଦିନ ସେ ମତେ ବହୁତ ମନେ କଲେ ବୋଲି ତାପରଦିନ ଫୋନରେ କହିଲେ।ମତେ ଏତେ ସବୁ ଅସୁବିଧାରେ ଅଛନ୍ତି ଜାଣି ସେଠି ରହିବାକୁ ଜମା ମନ ହେଉନଥାଏ।କେହିଜଣେ ଚିହ୍ନାପରିଚିତ ଆମେରିକାରୁ ଭାରତ ଫେରୁଥିଲେ ମୁଁ ତାଙ୍କ ସହ ଚାଲିଯାଆନ୍ତି ଲାଗେ।ହେଲେ ଏହା ବସ୍ କି ଟ୍ରେନ ନଥିଲା ଯେ ମୁଁ ଏକା ଚାଲିଆସିିବି ମନକଲେ।ଏହାପାଇଁ ତିନିମାସ ଆଗରୁ ଟିକେଟ କରିବାକୁ ପଡେ।ମୋର ଫେରିବାଟିକେଟ ବି ଏକାସାଙ୍ଗେ କରା ହେଇଥିଲା।ସେଥିପାଇଁ ବାଧ୍ୟବାଧକତାରେ ରହିବାକୁ ପଡୁଥିଲା ସେଠି।ଯଦିଓ ସେଠି ମୁଁ ସ୍ବଚ୍ଛନ୍ଦ ଥିଲି ପିଲାଏ ମୋର ସବୁ ଧ୍ୟାନ ରଖୁଥିଲେ ତଥାପି ଲାଗୁଥିଲା ମୁଁ ଏଠି ବନ୍ଦୀର ଜୀବନ କାଟୁଛି।ମତେ ଆଲେକଜାଣ୍ଡାର ସେଲ୍କାର୍କ ଙ୍କନିର୍ଜନତାର ବିଳାପ କବିତା ମନେ ପଡୁଥାଏ।ଦୂରଦୂରାନ୍ତ ଯାକ ସବୁ ନିଜର ଥାଇ ବି ନିଜର କିଛିନଥିଲା।
କେମିତି ନିଜ ଦେଶରେ ପହଞ୍ଚିବି ସେଇ ଗୋଟିଏ ଭାବନା। ଗୋଟିଏ ରାତି ପାହିଲେ ଖୁସିହେଇଯାଏ ଯାହଉ ଗୋଟେ ଦିନ ସରିଲା।ଆଉ କେତେ ସପ୍ତାହ ରହିବାକୁ ପଡିବ? କେବେ ମୋର ବନ୍ଦିତ୍ବର ମିଆଦ ପୁରିବ ସେ ହିଁ ଗୋଟିଏ ଚିନ୍ତା।ଏମିତି ଭାବରେ ମୋର ମିଆଦ ସରିଲା।ମୁ ପୁଣି ପ୍ଲାଇଟ ବସିଲି।ବହୁତ ଖୁସି ଲାଗିଲା ହେଦିନ।ଆମେରିକାକୁ ବାଏ କହି ଫେରିଲି ମୋ ଦେଶକୁ।ଆଉ ଯେତେବେଳେ ପ୍ଲେନରୁ ଓହ୍ଲାଇ କଲିକତା ମାଟିରେ ପାଦଦେଲି ମତେଏତେ ଖୁସି ଲାଗୁଥିଲା ଯେ ମୁଁ ଯୋର୍ରେ ଚିତ୍କାର କରି ମୋର ଖୁସି ଜାହିର କରନ୍ତି।ମୁଁ ନଇଁକି ମାଟିଟିକେ ଉଠେଇ ପ୍ରଥମେ ମୁଣ୍ଡରେ ଲଗାଇ ଚୁମ୍ବନ ଦେଲି ମୋ ମାଟିମାଆକୁ।ତାପରେ ସବୁ ଲଗେଜ ନେଇ ବାହାରକୁ ଆସି ଯେତେବେଳେ ପୁଅକୁ ଓ ସ୍ବାମୀଙ୍କୁ ଦେଖିଲି ଖୁସିର ଠିକଣା ନଥିଲା।ସେମାନେ ବି ତଦ୍ରୁପ ଅନୁଭବ କରୁଥିଲେ।ସେଦିନ ମୁଁ ମୁକ୍ତିର ଆନନ୍ଦ କଣ ବୁଝି ପାରିଲି।ମୁଁ ସେଠି ସ୍ବଚ୍ଛନ୍ଦ ଥାଇବି ମତେ ବନ୍ଦୀ ପରି ଲାଗୁଥିଲା ତେବେ ଯେଉଁପଶୁପକ୍ଷୀଙ୍କୁ ନିଜର ଖୁସିପାଇଁତାଙ୍କ ସୁନ୍ଦରତାପାଇଁ ଆମେ ବନ୍ଦୀ କରିିରଖୁଛୁ ତାଙ୍କୁ କେତେ କଷ୍ଟ ହେଉ ନଥିବ।ନିଜ ଦେଶ ନିଜ ଜାଗା ଯେମିତି ଥାଉ ସବୁଠୁ ବଢିଆ ଲାଗେ।ମୁଁତ ସେଦିନ କସମ୍ ଖାଇଲି ଆଉ ପଶୁପକ୍ଷୀଙ୍କୁ ପୋଷିବି ନାହିଁ।ବାହାରେ ବୁଲୁଥିବା ପଶୁପକ୍ଷୀଙ୍କୁ ଦେଖି ଖୁସିହେବି ଖାଇବାକୁ ଦେବି।
ଆଉ ଦିନେ ମୁ ଏ ମୁକ୍ତିର ଆନନ୍ଦ ଅନୁଭବ କରିଥିଲି।ଏହିବର୍ଷ ୨୦୨୦ ରେ କରୋନାପାଇଁ ଦୁଇମାସ ଲକ୍ଡାଉନରେ ବନ୍ଦୀ ରହିବା ପରେ ଯେଉଁଦିନ ସାବିତ୍ରୀ ଅମାବାସ୍ୟାରେ ଲକ୍ଡାଉନ ଖୋଲିଥିଲା ଓ ମୁଁ ବାହାରକୁ ପୂଜା ଜିନିଷ କିଣିବାକୁ ଗଲି ସେଦିନ ମତେ ମୁକ୍ତ ବିହଙ୍ଗର ଆନନ୍ଦ ଅନୁଭବ ହେଇଥିଲା।ଜଣେ ବନ୍ଦୀ ନ ରହିଲେ ମୁକ୍ତି ହେବାର ଆନନ୍ଦ କେତେ ସୁଖକର ଜାଣି ପାରିବ ନାହିଁ।
ଝାରସୁଗୁଡା।
ସ୍ବାଭିମାନେ ବଞ୍ଚି ଶିଖ
ମେଲଛାମୁଣ୍ଡା ବରଗଡ ।।
ବାଇ ଚଢେଇର ବସାଟି ଝୁଲୁଛି ମନର ଉଡାଣ ନେଇ
ଉଚ୍ଚ ତାଳ ବୃକ୍ଷେ ବସା ଟିଏ ବାନ୍ଧେ ମମତା ଛାଉଣୀ ଦେଇ ।
ବାଆ ବତାସକୁ ଡର ନାହିଁ ତିଳେ ଭବିଷ୍ୟତ ଚିନ୍ତା ନାହିଁ
ଭାଗ୍ୟର ଲିଖନ କେ କରିବ ଆନ ଶୂନ୍ୟ ବ୍ରହ୍ମେ ରହେ ଚାହିଁ।।
ସ୍ବାର୍ଥୀ ମଣିଷର ଉର୍ଦ୍ଧ୍ବରେ ତା' ବସା ଝୁଲୁଥାଏ ଝୁଲା ଦୋଳି
ମନ ଖୋଳା ହସ ହସୁଥାଏ ସିଏ ନୀଳାକାଶେ ଡେଣା ମେଳି।
କୁଟାଖିଅ ଟିକୁ ଆଶ୍ରାକରି ବଞ୍ଚେ ଭାଗ୍ୟର କି ବିଡମ୍ବନା
ରଖେ ଯେବେ ହରି ମାରିକେ ପାରିବ ହୁଏ ନାହିଁ ବାଟବଣା।।
ଗାଆଁ ତାଳ ବଣେ ଦକ୍ଷ କାରିଗର କୁଶଳତା ମନ ଛୁଏଁ
ସୁଦକ୍ଷ ବିନ୍ଧାଣୀ ବାନ୍ଧି ଦିଏ ବସା ଖୁସିରେ ଆପଣା ଛାଏଁ ।
ଜୀବନ ଶୈଳୀ ତା' ଶିକ୍ଷା ଦେଇଥାଏ ସମାଜକୁ ଟାଣିଧରି
ପ୍ରେରଣା ଯୋଗାଏ ମୂଲ୍ୟବୋଧ ଶିକ୍ଷା ବଞ୍ଚିବାର ଆଶା ଭରି।
ଅକର୍ମଣ୍ୟ ଭାବ ମନରେ ନ ଆଣ ସ୍ବାଭିମାନେ ବଞ୍ଚି ଶିଖ
ଦୁନିଆଁ ଦାଣ୍ଡରେ ଛାତିକୁ ଫୁଲାଇ ଦେଇଗଲା ଶିକ୍ଷା ରଖ।।
**************
ସମ୍ପର୍କ
ତିନି ଅକ୍ଷରରେ ଗଢ଼ା
ସୃଷ୍ଟି ର କୋଣାର୍କ
ଏ ତ ସନ୍ନିବିଷ୍ଟ ନିରାଟ
ସତ୍ୟ ,ଦୟା,କ୍ଷମା,ଧର୍ମ
ଚେତନା ସ୍ୱରୂପ ।
ମରି ମଧ୍ୟ ଅମର ରହିହୁଏ
ପବିତ୍ର ଏ ଶବ୍ଦ ପଞ୍ଜୁରୀରେ
ମହାନତା ମାପିହୁଏ
ଅଦୃଶ୍ୟ ଏ ବିରାଟ ସତ୍ତାରେ ।
ଲୋଡାନାହିଁ ବିଶାଳ ଭୂଖଣ୍ଡ
ଆଉ ଆଧିପତ୍ୟ ଭୂମିଠାରୁ
ଭୁମା ପର୍ଯ୍ୟନ୍ତ
ଲୋଡ଼ା ଖାଲି ନିରୁତା ପ୍ରେମର
ମିଠା କଥା ଦୁଇ ପଦ
ଆଉ ବିପଦ ବେଳେ ନିଷ୍କପଟ
ହୃଦୟରୁ ସାହାଯ୍ୟର ହାତ ।।
ସମ୍ପର୍କ ସୂଚାଇ ଦିଏ
ମନ ଆଉ ହୃଦୟର ଦୂରତା
ମାପଫିତା ହୋଇ....
ପଡେନାହିଁ ଲୋଡ଼ା ଗଣିବା
କେତେ ଅଛି ସ୍ନେହ ,ମମତାର ବତା ।।
ହେ ସମ୍ପର୍କ ! କାହାପାଇଁ ରେଶମୀ ସୂତା
କାହାପାଇଁ ହୃଦେ ଭରି ତିକ୍ତତା
ତୁମେ ରହିଥାଅ କୀଟ ଠାରୁ ଦାରୁ,
ଜଳ ସ୍ଥଳ ଆକାଶ ପାତାଳ
ସମଗ୍ର ବସୁଧାର ତୁମେ ହିଁ ତ
ଶ୍ରେଷ୍ଠ ରକ୍ଷା ସୂତ୍ର !
ଓରାଳି ,ହାଟଡିହୀ,କେନ୍ଦୁଝର --758083
ସମ୍ପର୍କ
ପଇସା ପଛରେ ଗୋଡ଼େଇ
ଟଙ୍କାର ଗୋଲାମ ମୁଁ ସାଜିଛି
ମାନବିକତା ମୋ ହଜି ଯାଇଛି
ମୁଁ ତ ଅନ୍ଧ ସେ ତମସେ କେମିତି ଜାଣିବି ସମ୍ପର୍କ
ମତାନ୍ଧତା ମର୍ମରେ ମୋର ଭେଦିଛି
ମୋର ଧରମ ଜଗତେ ଶ୍ରେଷ୍ଠ ଭାବୁଛି
ଅନ୍ୟ ଧରମ ମୋ ପଦ ତଳେ ଭାଳିଛି
ମୁଁ ତ ଅନ୍ଧ ସେ ତମସେ କେମିତି ଜାଣିବି ସମ୍ପର୍କ
ଧନ ଅର୍ଜନ ଲୋଭରେ ବଶ ହୋଇଛି
ସମସ୍ତ ନକଲି ଚିଜ କୁ ବଜାରକୁ ଛାଡ଼ିଛି
ଜନ ସାଧାରଣ ମଜାରେ ଶୋଇ ଯାଇଛି
ମୁଁ ତ ଅନ୍ଧ ସେ ତମସେ କେମିତି ଜାଣିବି ସମ୍ପର୍କ
ହରାଇ ଠିକଣା ହୋଇଛି ତ ବଡ ଦାରୁଣ
ମଣିଷ ପଣିଆ ହୋଇଛି ତ ମୋର ଉଭାନ
ମଣିଷ ମଣିଷ ଭିତର ଆତ୍ମିୟ ଡୋରି ଭୁଲିଣ
ମୁଁ ତ ଅନ୍ଧ ସେ ତମସେ କେମିତି ଜାଣିବି ସମ୍ପର୍କ
=============
ଜଗତପୁର, କଟକ
Wednesday, January 6, 2021
ସ୍ଵାଗତ ନବବର୍ଷ
ସନ୍ତୋଷ କୁମାର ସାହୁ
କେତେ ନୂଆ ଆଶା ଆନନ୍ଦ ଆଣି
ନବବର୍ଷ ଆଜି କରେ ସତର୍କ
ନବ ପୁଲକରେ ସ୍ନେହ ସରାଗରେ
ସମ୍ଭାବନା ପରାଏଠି ଅନେକ l
ନବୀନ ସମ୍ଭାରେ ନବବର୍ଷ ଆସେ
ନୂତନ ସନ୍ଦେଶ ନେଇ
ଘୁଞ୍ଚିଯାଉ ଦୁଃଖ ମାନବ ଜୀବନୁ
ବାଧାବିଘ୍ନ ଉଜୁଡାଇ l
ସମାସ୍ୟା ଜଡ଼ିତ ବିପର୍ଯ୍ୟୟ ଦୁଃଖ
ସୃଷ୍ଟି ତ ମନୁଷ୍ୟ ପାଇଁ
ପ୍ରଳୟ ଆସିଲେ ସମ୍ଭାଳିବେ ପ୍ରଭୁ
ମନରେ ସଂଶୟ କାହିଁ l
ଆସୁଛି ଆସିବ ବର୍ଷ ପରେ ବର୍ଷ
ନବ ଉନ୍ମାଦନା ବହ୍ନି
ଆସିବ ରଚିବ ,ପୁଣି ବାହୁଡିବ
ସମୟର ନାମ ଘେନି l
ଆନନ୍ଦ ଉଲ୍ଲାସେ ପ୍ରୀତିର ପୀୟୁଷେ
ସ୍ଵାଗତ କରିବା ଆସ
ବନ୍ଧୁଜନେ ବାଣ୍ଟି ମୈତ୍ରୀର ସୌହାର୍ଦ୍ଧ୍ୟ
ଜଗତ କରିବା ବଶ l
_________
ନବରଙ୍ଗପୁର
ଅଭୁଲା ସ୍ବପ୍ନ
✍ ଦେବେନ୍ଦ୍ର କୁମାର ନାଏକ
ଦିନଯାକର ଉର୍ଘାବଥା
ରାତି ଝୁମରାଥି କଟସି
ଝୁମରି ଝୁମରି ରାତିନେ
କେତେ ସପନ ଦେଖୁଥିସିଁ।।
ମନ ଭାବନାଥି ପହଁରି ଯାଏ
ଭରନ ଭରନ ସପନ
ସକାଲପୁଆକେ ସବୁ ଅଶଯ୍ୟା
କେଭେ ନାଇଁ ହୁଏ ପୁରନ।।
ଯେତକି ଉଜାଲା ସେତକି ଅଂଧାର
ଅଧା ଖଁଡ଼ିଆ ରହେ ସପନ
ହବଡ଼େଇ ହେସି ନାନାଦି ଘଟଣା
କିଏ ବୟାଲିଶ କିଏ ଛପନ ।।
ମଧୁର ସପନ ମଧୁର ହେସି ସ୍ମୃତି
ସପନଥି ଭିଜି ଯାଏ ମନ
ସେହି ସ୍ମୃତିକେ ଆସରା କରି କରି
ବଁଚି ଯାଏସି ବାକି ଜୀବନ।।
ପେଟ ପୁରତୁନ ଭରନେ ସପନ
ଲମ ହେଇ ଯାଏସି ଭାବନା
ଯେନ ସପନଟା ଅଭୁଲା ହେସି
ଲହଁପି ଯାଏସି ସବୁ କଳ୍ପନା।।
* --- *
👉🏿 ତରଭା, ସୁବର୍ଣ୍ଣପୁର
ମୋ ଗାଁ ମୋ ଉତ୍କଳ ମାଟି
ମୋ ଉତ୍କଳ ମାଟି ପୂର୍ଣ୍ୟ ତୀର୍ଥ ମୋର
ଜନମିଲି ତା କୋଳର
ମୋ ଗାଆଁର ମାଟି ସବୁଠୁ ସୁନ୍ଦର
ସବୁଜିମା ଭରପୂର l 1l
ମୋ ଗାଆଁର ଲୋକ ଭାଇ ଚାରା ନେଇ
ଏକାଠି ମେଳି ହୁଅନ୍ତି
ପୁନେଇ ପରବ ପାଳନ କରନ୍ତି
ଗଣ୍ଡ ଗୋଳ ନ କରନ୍ତି l 2l
ସୁଖରେ ଦୁଃଖରେ ଠିଆ ହୋଇ ଥାନ୍ତି
ଜଣେ ଜଣଙ୍କ ପାଖର
ଭଲ ମନ୍ଦ କଥା ବୁଝିଣ ଥାଆନ୍ତି
ଭାବି ନିଜ ପରିବାର l 3l
ଏ ଉତ୍କଳ ମାଟି ଗୌରବ ମୟ
ପୁରାଣ ବର୍ଣ୍ଣିତ ସାର
ଉତ୍କଳ ମାଟିରେ ଜଗନ୍ନାଥ ଧାମ
ନେତ ଉଡେ ଫରଫର l 4l
ଦାରୁ ବ୍ରହ୍ମ ରୂପେ ପୂଜିତ ହୁଅନ୍ତି
ରତ୍ନ ସିଂହାସନେ ନିଜେ
ଜଗନ୍ନାଥ ରଥ ପୃଥିବୀ ପ୍ରସଦ୍ଧ
ଅଧାଗଢା ରୂପ ନିଜେ l 5l
ଅର୍କ କ୍ଷେତ୍ର ଅଟେ କୋଣାର୍କ ମନ୍ଦିର
ସୂର୍ଯ୍ୟ ଦେବତାଙ୍କ ବାସ
ସପ୍ତ ଐଶ୍ୱର୍ଯ୍ୟର ସ୍ଥାନ ସେ ପାଇଛି
କାରୁ କାର୍ଯ୍ୟ ପୂର୍ଣ୍ଣ ଅଙ୍କ l 6l ଖଣ୍ଡ ଗିରି ଆଉ ଉଦୟ ଗିରିର
ହାତୀ ଗୁମ୍ଫା ରାଣୀ ଗୁମ୍ଫା
ଇତିହାସେ ସ୍ଥାନ ତାହାର ଯେ ଅଛି
ନୁହେଁ ମୋର ମାଟି ଫମ୍ପା l 7l
ନୀଳ ଗିରିର ଯେ ପଥର ବାସନ
କଟକରେ ତାର କଷି ପିପିଲି ଚାନ୍ଦୁଆ ମନ ମୋହି ନିଏ
କିଣି ନିଅ ସର୍ବେ ଆସି l 8l
ଆଷାଢ଼ ମାସରେ ସାଧବ ପୁଅ
ଯାଉଥିଲେ ଦୂର ଦେଶେ
ଧନ ରତ୍ନ ଧରି ଫେରି ଆସୁଥିଲେ
କାର୍ତ୍ତିକର ମାସ ଶେଷେ l 9l
ଉତ୍କଳ ମାଟିରେ ପୂଜା ବ୍ରତ ହୁଏ
ବାର ମାସେ ତେର ଯାତ
ଲଷ୍ମୀ ପୂଜା ହୁଏ ଦୁର୍ଗା ପୂଜା ହୁଏ
ଶିବ ରାତ୍ରି ମେଳା ଖ୍ୟାତ l 10l
ଶ୍ରୀ ଗଣେଶ ପୂଜା ସରସ୍ଵତୀ ପୂଜା
ତା ସାଥେ ରଜ ପାଳନ
ରଜ ଦୋଳି ଗୀତ ସତେ କି ମଧୁର
ଗାଇବା ମନ ଉଚ୍ଛନ l 11l
ମୋ ଗାଆଁର ମାଟି ବାସ୍ନା ସୌରଭିତ
ଭୁଲିବା ସହଜ ନୁହେଁ
ମାଟିର ମମତା ପୁଲକ ଯୋଗାଏ
ପ୍ରାଣ ଶୀତଲତl ରହେ
ନବରଙ୍ଗପୁର
ଆଶା
ନଳିନୀ ପ୍ରଭା ମିଶ୍ର
ଆଶା ହିଁ ସୂରୁଜ ପ୍ରଭାତେ ଉଦିତ
ସତେଜ କିରଣ ଭଳି
ଆଶା ହିଁ ସୁମନ ଆଗାମୀ ସପନ
ପ୍ରଷଫୁଟି ତ ନବ କଳି।
ଆଶା ହିଁ ମନର ସପ୍ତ ଇନ୍ଦ୍ର ଧନୁ
କ୍ଷଣ ପ୍ରଭ ମନାକାଶେ
ଆଶା ହିଁ ଜୀବନ ମରୁଭୂମି ପରେ
ମୃଗତୃଷ୍ଣା ହୋଇ ଆସେ।
ଆଶା ହିଁ ଆଗାମୀ ବଞ୍ଚି ବାର ଲାଗି
ଜୀବନ ର ଲକ୍ଷ୍ୟ ସ୍ଥଳ
ଆଶା ହିଁ ପିପାସୀ ପ୍ରଣୟ ମନର
ନବୀନ ଭାବ ସକଳ।
ଆଶା ମହାତୃଷ୍ଣା ଆଶା ହିଁ
ବିତୃଷ୍ଣା ଆଶା ହିଁ ମନର ଭ୍ରମ
ଆଶା ଜୀବନର ପ୍ରତିଦାନ ରୂପ
ମଣିଷ ମନର ମର୍ମ।
ଆଶା ହିଁ ତରଣୀ ଆଶା ନିର୍ଝରିଣୀ
ମନୁଷ୍ୟ ର ଲକ୍ଷ୍ୟ ସ୍ଥଳ
ଆଶା ହିଁ ମନକୁ କରିଥାଏ ଦୃଢ଼
ଭରି ଦେଇ ମନୋବଳ।
ଆଶା ପାରିଜାତ ନନ୍ଦନ କାନନେ
ସୁଗନ୍ଧିତ ଏକ ପୁଷ୍ପ
କା ପାଇଁ ସଫଳ କା ପାଇଁ ବିଫଳ
କାହା ପାଇଁ ଅବଶୋଷ।
ଆଶା ବିନା କିବା ଜୀବନ ର ସ୍ଥିତି
ଆଶା ହିଁ ମନର ଧନ
ଆଶା ଠାରୁ ବଳି ଅଛି କି! ଜୀବନେ
ବଞ୍ଚିବାର ଉପାଦାନ।
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ
ମନ ପାରାରେ
କହ ରେ ମନ ପାରା କି ଲାଭ ପାଇ
କଳ୍ପବଟରୁ ଦୂରେ ରହିଲୁ ଯାଇ
ଖଳ ସଙ୍ଗତେ ପଡି ପଥକୁ ହୁଡ଼ି
ଖେଳୁଛୁ ଖେଳ ମାୟା ପରକୁ ଝାଡ଼ି
ଗଛ ଡାଳକୁ ତୁହି ମଣିଲୁ ସାର
ଗର୍ବେ ଭୁଲିଲୁ ଚିର ଶାନ୍ତି ତୋହର
ଘେରିବ ଯେବେ କାଳ ହୋଇଣ ବ୍ୟାଧ
ଘଟ ବୃକ୍ଷଟି ତୋର ହୋଇବ ଛେଦ
ନୀଳ ଶଇଳ ପରେ ଉଡ଼ୁଛି ବାନା
ନେତ୍ରକୁ ଖୋଲି ପାରା ବାରେ ତୁ ଅନା
ଚକର ତଳେ ଯେଉଁ ଦେଉଳ ପୀଢ଼
ଚିନ୍ତା ତେଜି ତୋ ବସା ସେ ସ୍ଥାନେ ଗଢ଼
ଛଣ ଆଣିବୁ ସତ୍ୟ ଶାନ୍ତି ଯେ ଦୟା
ଛନ୍ଦିବୁ କ୍ଷମା ଗୁଣେ ନ କରି ମାୟା
ଜାଲର ଭୟ ଅବା ମାୟା ଶିକାରୀ
ଜଗି ନ ଥିବ ସେଠି ପଥ ତୋହରି
ଝଡ଼ିବ ଦିନେ ପତ୍ର ବୃକ୍ଷରୁ ତୋର
ଝାଞ୍ଜି ମାଡ଼ରେ ଜଳିବ ତୋ ଶରୀର
ନେବୁ ଆଶ୍ରୟ ଯଦି ବଡ଼ ଦେଉଳେ
ନିଶି ଦିବସ ଯିବ ଭକତ ମେଳେ
ରଞ୍ଜନ କୁମାର ମହାନ୍ତି
ବାଲେଶ୍ୱର
କଳା କାହ୍ନୁ ନନ୍ଦବଳା
ମେଲଛାମୁଣ୍ଡା ବରଗଡ ।।
ହୃଦ କୁଞ୍ଜେ ମୋର ଶୁଭେ ବଂଶୀ ସ୍ବନ
ହଜିଗଲି ତାର ସ୍ବନେ
ମନ ବୃନ୍ଦାବନେ ଡାକେ କିଏ ରହି
କୃଷ୍ଣପ୍ରିୟା ନାମ ଜଣେ ।।
ସେ ପ୍ରୀତି ସୁରରେ ଭିଜିଗଲା ପ୍ରାଣ
ପ୍ରେମ ସିକ୍ତ ତନୁ ମୋର
ବହିଗଲା ସେଠି କିଛିକ୍ଷଣ ପାଇଁ
ହୃଦ ମନ୍ଦାକିନୀ ଝର ।।
ପଲ୍ଲବିତ ହେଲା ମରୁପ୍ରାନ୍ତେ ତରୁ
ପୁଷ୍ପ ପ୍ରଷ୍ପୁଟିତ ହେଲା
ପ୍ରୀତି ରଙ୍ଗ ଦେହେ ବୋଲି ଦେଇଗଲା
କଳାକାହ୍ନୁ ନନ୍ଦବଳା ।।
ବସନ୍ତ ଆସିଲା ମଳୟ ବହିଲା
କୋକିଳ କୁଜନ କଲା
ପଞ୍ଚତାନେ ପ୍ରାଣ ଦର୍ଶନେ ମୋହନ
ଆତ୍ମା ପକ୍ଷୀ ମଜ୍ଜିଗଲା ।।
ବଇଁଶୀର ସୁର କଳା ତ' ଅଥୟ
ତା' ପ୍ରେମ ଅମୃତମୟ
ତା' ଶୀତଳ ସ୍ପର୍ଶ ଚକୋରୀ ପାଇଁ କି
ହୋଇଲା ଆନନ୍ଦମୟ ।।
ଅସରନ୍ତି ଖୁସି ହୃଦୟେ ପରଶି
ଆଶାର ଦୀପାଳି ଜାଳି
ଲୁଚି ଅଛୁ ତୁହି ଆରେ କଳାକାହ୍ନୁ
ହୃଦୟେ ମୋତେ ସଂଙ୍ଖୋଳି ।।
********
-ଶିଶୁର ହୃଦୟ କେମିତି-
ସୁକାନ୍ତ ଖଣ୍ଡା
ଫୁଲ ସୌନ୍ଦର୍ଯ୍ଯର ଗନ୍ତାଘର
ତାକୁ କିଏ ଦୂରେଇ ପାରିଛି ନା ପାରିବ
ସେ ତ ସଭିଙ୍କ ହୃଦୟକୁ କିଣେ
ମନ ମୋହିନିଏ ପ୍ରେମର ପ୍ରେମରେ
ପଶୁ,ପକ୍ଷୀ,ସରୀସୃପ କାହିଁକି ଦେବତା ବି ବଶ ପ୍ରେମର ନିଶାରେ।
ହେ ଫୁଲ !
ତୋ'ର ତ ସବୁଠି ଆଦର
ଜନ୍ମ,ମୃତ୍ଯୁ ଓ ବିବାହ କାହିଁକି
ଦେଖିଲେଇ ମନ ଚହଲି ଯାଏଁ
ଅପଲକ ନଯନଟା ଘଡି଼ଏ
ତୁମେ କିମାଆଁ କର କି?
ଆମେ ସବୁ ଭୋଳ ଯେମିତି ନିଶାଟେ ହୁଏ
ଉଚ୍ଛୁଳି ପଡୁ ଗେଲ କରିବାକୁ।
ଏ କଥା କହୁଥିଲା ଚିଣ୍ଟୁ ଗଛରେ ପାଣି ଦେଉଦେଉ
ହଠାତ୍ ଗଛରେ ଲଦି ହୋଇଥିବା
ଗୋଟେ ଗୋଲାପ ଫୁଲ କହିଲା
ଚିଣ୍ଟୁ ମୁଁ ତ ରୂପ ଓ ବାସ୍ନାରେ ଚହଟେ
ଏହା ମୋର କେଉଁ ଗୁଣ ମୋତେ ବି ଆଜଣା
କେବଳ ହସହସ ମୁଖ
କାହା ସହ ସମ୍ପର୍କ ଯୋଡି଼ବାର ନିଶା
ହୃଦୟକୁ ସମର୍ପି ଦେବାର କାମନା
ବାସ୍ !
ଏହାଠୁ ଅଧିକ କିଛି ବି ନାହିଁ।
ଚିଣ୍ଟୁ ଶୁଣିଲା ଗୋଲାପ ଫୁଲର କଥା
କେତେ ଭଲ ଲାଗିଲା ଦେହ ଆଉ ମନ
ପାଖକୁ ଯାଇ ସାଉଁଳି ଦେଲା ତ
ଆଃ !
ଅସୀମ ଶାନ୍ତି ଆଉ ଶାନ୍ତି
ସେ ଧନ୍ଯ ହୋଇଗଲା
ଯେମିତି ଆକାଶରୁ ଚାନ୍ଦକୁ ଧରୁଛି
ସମୁଦ୍ରରୁ ମୁକ୍ତା ସାଉଁଟୁଛି।
ଚିଣ୍ଟୁ ଆଉ ଗୋଲାପ ଫୁଲ କୋଳାକୋଳି ହେଲେ
ପ୍ରେମରେ ପ୍ରେମରେ
ଯୁଗ ଯୁଗର ତପସ୍ଯା ଯେମିତି ସାକାର ହୋଇଲା
ଦୁହେଁ ଆଗକୁ ସାକ୍ଷାତ ପାଇଁ ଅଙ୍ଗୀକାର ତ
ବିଦାୟ ନେଲା ଚିଣ୍ଟୁ।
ଚିଣ୍ଟୁ ସବୁ ଖୋଲିକି କହିଲା ଘରେ
ଏ କଥା ଶୁଣି ସଭିଏଁ ହସିଲେ
ଚିଣ୍ଟୁ କିନ୍ତୁ କାନ୍ଦକାନ୍ଦ ହେଲା
ପ୍ରମାଣ ପାଇଁ ନେଇଗଲା ବଗିଚାକୁ
ଉଭୟର କଥା ଶୁଣିଲେ ସଭିଏଁ
ହେଲେ ଦେଖି ପାରିଲେନି ଏ ସ୍ବର ଆସୁଛି କେଉଁଠୁ?
ସଭିଏଁ ଅବାକ୍ ତ ଚିଣ୍ଟୁ କହିଲା
ତୁମର ଦେହ ଆଉ ମନ
ମଇଳା ଅପବିତ୍ର ତ ଦେଖି ପାରିଲନି
ନୁହେଁ କି ଗୋଲାପ ଫୁଲ
ଫୁଲ ହଁ କହିଲା ତ ସଭିଏଁ ବୁଝିଲେ
ସେଥିପାଇଁ କହନ୍ତି
ଶିଶୁ ହିଁ ଈଶ୍ବର ସଦୃଶ
ଭଗବାନଙ୍କ ରୂପ
ଧନ୍ଯ ଚିଣ୍ଟୁ
ସଭିଏଁ ଚିଣ୍ଟୁକୁ କୁଣ୍ଢାଇ ଧରିଲେ।
*
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮
Monday, January 4, 2021
କ୍ରୋଧ
ନିର୍ମଳ ନାୟକ
କ୍ରୋଧ ଏକ ଅହେତୁକ କ୍ଷଣ...
ତତ୍ ପଶ୍ଚ୍ୟତ ଦୁଃଖି ଅକାରଣ..
ଷଢରିପୁ ଦମନ ଵିଧି ଅନୁକ୍ଷଣ...
ଚିନ୍ତନ କର ହେ ମନ ତତ୍ କ୍ଷଣ !!
କ୍ରୋଧ ମାନବ ର ପରମ ଅରି...
କ୍ଷଣକେ ଚେତା ନିଅଇ ହରି.
ମନ ଓ ଚେତନା ଏକାଠି କରି..
ଆତ୍ମା ର ଚିନ୍ତନ ହୃଦୟେ ଭରି !!
କ୍ଷଣିକ ଭୁଲର ଅଧୀନ ହୋଇ..
ଆସନ୍ତା ସମୟ ବିଷମ ପାଇ...
ଅସନ୍ତୋଷ ର କାରଣ ସେହି..
ମନ ଆକାଶେ ବାଦଲ ଛାଇ !!
ଭୁଲବୁଝାବଣା ର ଅଭାବ ଥାଇ..
ମାନସିକ ସନ୍ତୁଳନ ବିଗିଡି ଯାଇ..
ଅନ୍ୟଥା ରେ ଖାଲି ଦୁଃଖ ପାଇ..
ଏଇଟା ଜୀବନ ଦର୍ଶନ ଭାଇ !!
ଷଢରିପୁ ଯା"ର ବଶ ରେ ଥାଏ..
ଜୀବନେ ସନ୍ତାପ ଦୂରକୁ ଯାଏ..
ସ୍ଥିତପ୍ରଜ୍ଞ ବ୍ୟକ୍ତି ରେ ସୁମାର ହୁଏ..
ସୁଖରେ ଜୀବନ କଟାଇ ଥାଏ !!
କ୍ରୋଧ ପରମ ଶତ୍ରୁ ମନ ଇଲାକାର
ବଶିଭୁତ କରିବାକୁ ପ୍ରଚେଷ୍ଟା କର.
ମନର ଅଧୀନ ରାଗ ପ୍ରକୃତିକୁ କର
ସୁନ୍ଦର,ସରସ,ସୁଖଦ ଜୀବନ ସାର !!
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର.
440014
ସମୁଦ୍ର
ସମୁଦ୍ର ଭିତରେ କେତେ ଯେ ଶୂନ୍ୟତା
ଲହଡି ଯାଉଛି କହି।
ହାହାକାର କରି ମୁଣ୍ଡ ପିଟୁଥାଏ
ସାକ୍ଷୀ ବେଳାଭୂମି ତହିଁ।
ବେଳାଭୂମି ଏକା ତାର ସହଚରୀ
ସୁଖକୁ ଦୁଃଖକୁ ନିଏ ଆବୋରି
ଆଶ୍ବାସନା ଯାଏ ଦେଇ
ତୁମ ପାଖେ ପାଖେ ମୁଁ ଅଛି ପିୟ
ଯାତନା ଯିବାକୁ ସହି।
ରତ୍ଳାକର ସିନା ସେ ରତ୍ନଗର୍ଭା
ରଖେନାହିଁ କିଛି ଜାଣିଛି ଦେବା
ହୃଦୟ ଭିତରେ କେତେ ସୁନାମୀ
କ୍ଷେପଣାସ୍ତ୍ର ସହି ଥାଏ ନରମି
ତା ବେଦନା ବୁଝିବ କିଏ
ଶୁଷ୍କ କରି ତାର ଲବଣାକ୍ତ ଜଳ
ଲବଣ ଉତ୍ପନ୍ନ ହୁଏ।
ଲବଣାକ୍ତ ବୋଲି ଆସେନା କାମ
ଉର୍ଦ୍ଧଗାମି ହୁଏ ଜଳଦ ନାମ
ବର୍ଷା ହୋଇ ବୃଷ୍ଟିହୁଏ
ଜଗତ ବାସୀଙ୍କ ପାଳନର ପାଇଁ
ସଦାସିଏ ବ୍ରତୀ ଥାଏ।
ଝାରସୁଗୁଡା।
ଶହୀଦ ପୁଅ
ଏକ ବରାତ ପରି ବାଜାଗାଜା ବଜାଇ ସ୍ବାଗତ କରିଥିଲେ ଗାଁ ଲୋକେ ।ଗାଡିରେ ବୁହାହେଇ ଆସିଥିଲା ସୁଭାଷ ର ଶବ।ଶହୀଦ ହେଇଯାଇଥିଲା ଦେଶ ସେବାରେ ସେ।କାର୍ଗିଲ ଯୁଦ୍ଧରେ ବୀରତ୍ବରସହ ଲଢିଥିଲା ଜୀବନ ଥିବାଯାଏ।ଗାଁସାରା ଲୋକ ଉପସ୍ଥିତ ଥିଲେ ତାର ସ୍ବାଗତରେ ସତେ ଯେପରି ସେଜଣେ ରାଜା କି ସମ୍ରାଟ।ସମସ୍ତେ ହାତରେ ଫୁଲହାର ଧରି ଉପସ୍ଥିତଥିଲେ ତାଙ୍କ ଆଦରର ସ୍ନେହିପୁଅ ସୁଭାସକୁ ସ୍ବାଗତ କରିବା ପାଇଁ।ଶେଷ ପୁଷ୍ପାଞ୍ଜଳି ଦେବାକୁ ଅପେକ୍ଷାକରିଥିଲେ।ତାଙ୍କ ଶବକୁ ଯେତେବେଳେ ଗାଡିରୁ ଉତାରିଲେ ଭାରତମାତାକିଜୟ ,ବୀର ଶହୀଦ କି ଜୟ ର ଜୟଘୋଷରେ କମ୍ପିଉଠିଲା ଖଣ୍ଡ ମଣ୍ଡଳ।
ଜନ୍ମମାଟି ତା ବୀରସନ୍ତାନକୁ ତା କୋଳରେ ପାଇ ଗର୍ବିତ ଅନୁଭବ କରୁଥିଲା।ଗାଁ ଲୋକେ ଫୁଲ ଚଢାଇଲେ ତା ଶବ ଉପରେ।ସୁଭାଷ ର ପିତା କୋହକୁ ଛାତିଭିତରେ ଚାପି ପୁଅକୁ ସ୍ବାଗତ କଲେ ବୀର ଶହୀଦ ଭର ପିତ ଭାବରେ।ଜନ୍ମଦାତ୍ରୀର ହୃଦୟ କାନ୍ଦି ଉଠୁଥାଏ ପୁତ୍ର ବିୟୋଗରେ।
ଆଉ ବିଧବା ପତ୍ନୀର କଥା ନ କହିବାଭଲ।ଦୁଇବର୍ଷର ବାଳକକୁ କୋଳରେ ନେଇ ସବୁ ଦୁଃଖକୁ ଝୁଲିମୁଣାରେ ବାନ୍ଧି ପଛରେ ଓହଳାଇ ସେ ସ୍ବାମୀଙ୍କ ଶେଷ ଦର୍ଶନ କରୁଥିଲା।ସେ ଦେଖୁଥିଲା ସେଇ ବୀରଙ୍କର ତେଜଦୀପ୍ତ ମୁଖକୁ ଯିଏ ନିଜ ଘରପରିବାରର ସୁଖ ପଛ କରି ଦେଶସେବାକୁ ଆଗରେ ରଖି ଥିଲେ।ମଲା ବେଲେବି ମୁଖମଣ୍ଡଳରେ ଏକ ସୁଖର ମୁଦ୍ରା।ଯେମିତି ନିଜର ସବୁ ଇଛା ପୂରାହେଇଯାଇଛି।ଜଣେ ପ୍ରକୃତ ବୀର ପାଇଁ ଶହୀଦ ହେବା ସୌଭାଗ୍ୟର ବିଷୟ।ସବୁ ସୈନ୍ୟ ଏମିତି ସୌଭାଗ୍ୟ ପାଇବାକୁ ଅନେଇ ବସିଥାନ୍ତି।ଛୋଟ ଶିଶୁଟି ବାପାର ଶବବିଷୟରେ ଅବଗତ ନଥିଲା।ସେ ଲୋକଗହଳିକୁ ଟୁକୁରୁ ଟୁକୁରୁ ଦେଖୁଥିଲା।ଗା ସାରା ସମସ୍ତେ ଶେଷ ଦର୍ଶନ ସାରିଲାପରେ କ୍ରିୟାକର୍ମ ପାଇଁ ସ୍ମଶାନ ନିଆହେଲା।ଚନ୍ଦନ କାଠ ଶୁଦ୍ଧ ଗାଈଘିଅ ଆସିଲା ଗାଁଲୋକଙ୍କ ତରଫରୁ ନିଜ ବୀରଯବାନକୁ ଶେଷଭେଟି ଦେବାପାଇଁ।କିଛି ସମୟ ପରେ ଶେଷ ହେଇଯାଇଥିଲା ଏକ ପାର୍ଥିବ ଶରୀର ମିଳେଇ ଯାଇଥିଲା ବାୟୁମଣ୍ଡଳରେ ଧୂଆଁ ଓ ପାଉଁଁଷ ମୁଠେ ହେଇ।
ତାପରେ ଖାଲି ହେଇ ଯାଇଥିଲା ଘର।ଆଉ ମାଡିପଡିଥିଲା ଏତେସମୟ ଧରି ଲୁଚି ରହିଥିବା ଦୁଃଖ।
ସ୍ନେହିପୁଅର ଆବର୍ତ୍ତମାନରେ ଘରଟା ଶୁନ୍ଶାନ୍ ଲାଗୁଥିଲା।ପୁଅ ଆସିଲାପରେ ଘରଟା ଖୁସିରେ ଗହଗହ ଲାଗୁଥିଲା।ସମସ୍ତେ ତା ପସନ୍ଦର ଯୋଗାଡରେ ଲାଗିଯାଉଥିଲେ।ହେଲେ ଆଜି ତା ପସନ୍ଦପାଇଁଆଉ କେହି ତତ୍ପର ନୁହନ୍ତି।ସେ ଏବେ କଣ ଖାଇବ? କଉଠି ଶୋଇବ?ସେକଥା କେହି ବୁଝୁନାହାଁନ୍ତି।ମାଆ ମନ କିନ୍ଥୁ ବୁଝୁନି।ସେ ଆଜି ବି ସଜାଡୁଛି ପୁଅର ପସନ୍ଦର ଜିନିଷ।ବାହାରେ ଦୁଆରେ ନେଇ ଥୋଇ ଆସୁଛି।ତା ପୁଅ ଭୋକରେ ଥିବ।ସେ ଭୋକରେ ଥାଉ ଥାଉ ନିଜ ମୁହଁରେ ଖାଦ୍ୟ ଗଳିବ କିପରି।ମାଆ ମନ କଣ ଏତେ ଶିଘ୍ର ଥୟ ଧରିବ।ଏବେବି ଗୁମୁରି ଗୁମୁରି କାନ୍ଦୁଛି।ଆଉ ସେପଟେ ଅନ୍ୟ କୋଠରୀରେ ସଦ୍ୟ ବିଧବା ସାଗରେ ଅଶ୍ରୁରେ ଧୋଇବାକୁ ଚେଷ୍ଟା କରୁଛି ସ୍ବାମୀସହ କାଟିଥିବା ମଧୁର ମୂହୁର୍ତର ସ୍ମୃତିସବୁକୁ।ତିଳତିଳ ଦଗ୍ଧିଭୁତ ହେଉଛି ତାର ହୃଦୟ। ଆଉ ଛୋଟ ଛୁଆଟି ବାପାକଣକଣ ଉପହାର ଧରି ଆସିବେ ବୋଲି
ମାଆ ପାଖରେ ଅଝଟ କରୁଛି।ସେ ଛୁଆକୁ କଣ ଉତ୍ତର ଦେବ ଯେ ତୋପାଇଁ ଖେଲଣା ଉପହାର ଧରି ଆସୁଥିଲେ ସେଆଉ ଆସିବନି।କାରଣ ଆଣୁଥିବା ଲୋକଟି ଆଉ ନାହିଁ।ଏବେ ତୁ ଏକ ବିନା ବାପର ଅନାଥ ସନ୍ତାନ।ମାଆ ପାଖରେ ଏତେ ସାଧ୍ୟନାହିଁ
ତୋ ଇଛା ପୂରଣ କରିବାକୁ।ବିବଶତାରେ ଛଟପଟ ହେଉଛି ଏକ ମାତୃପ୍ରାଣ।ବାହାର ଲୋକେ ଶହୀଦ ପରିବାର ବୋଲି ଗର୍ବ କରୁଥିବାବେଳେ
ଅନ୍ତର ମନରେ ସେମାନେ ସମସ୍ତେ କାନ୍ଦୁଥିଲେ।ଏମିତିକି ବାହାରକୁ ଟାଣ ଦିଶୁଥିବା ସୁଭାଷର ପିତାବି
ଏକାନ୍ତରେ ଲୁହ ଗଡାନ୍ତି।ନିଜକୁ ଯିଏ ମୁଖାଗ୍ନି ଦେବ ବୋଲି ସେ ଭରଷା କରିଥିଲେ ସେଇ ସ୍ନେହିପୁଅକୁ
ତାଙ୍କୁମୁଖାଗ୍ନି ଦେବାକୁ ପଡିଲା।ଏବେ କାହା ଭରଷାରେ ହେ ନିଜ ଅନ୍ତିମ କାଳ କାଟିବେ।
ଝାରସୁଗୁଡା।
❣ଶ୍ରୀକ୍ଷେତ୍ରମଣି❣
ରଂଜିତା ପତି
ନୀଳକନ୍ଦର ରୁ
ଶ୍ରୀହସ୍ତ ପ୍ରସାରି
ଭକତ ନଡିଆ ନିଏ ଯେ ପୁଣି,,,,
ସଖୀରେ,,,
ସିଏ ତ ମୋ ଶ୍ରୀକ୍ଷେତ୍ର ମଣି,,!!
ଯା ଇଛା ରେ ବହେ
ମଳୟ ମରୁତ
ଜୀମୂତ ବରଷେ ଅସରା ପାଣି,,,,
ସଖୀରେ,,,,,,
ସିଏ ତ ମୋ ଶ୍ରୀକ୍ଷେତ୍ରମଣି,,!!
ରଙ୍କକୁ କରେ ଯେ
ଅବନୀ ଅଧୀଶ
ଦାସୀ କୁ କରଇ ଯେ ରାଜରାଣୀ,,,,
ସଖୀରେ,,,,
ସିଏ ତ ମୋ ଶ୍ରୀକ୍ଷେତ୍ରମଣି,,!!
ବଡ ଭାଇ ହଳ
ଧର ଥାଉଥାଉ
ବଡ ଠାକୁର ଯେ ବୋଲାଏ ପୁଣି,,,,
ସଖୀରେ,,,,
ସିଏ ତ ମୋ ଶ୍ରୀକ୍ଷେତ୍ର ମଣି,,!!
ତେଜି ମହାମାୟୀ
କରେ ଘୋଷଯାତ
ସଙ୍ଗେ ନେଇ ପ୍ରିୟ ଭାଇ ଭଉଣୀ ,,,,
ସଖୀରେ,,,
ସିଏ ତ ମୋ ଶ୍ରୀକ୍ଷେତ୍ର ମଣି,,!!
ଭକ୍ତ ମାନ ଲାଗି
ରତ୍ନସିଂହାସନୁ
ଶରଧା ବାଲି କୁ ଆସଇ ଜାଣି,,,,,
ସଖୀରେ,,,,
ସିଏ ତ ମୋ ଶ୍ରୀକ୍ଷେତ୍ର ମଣି,,!!
ଦେଖିଦେଲେ ଥରେ
ମନଜିଣା ରୂପ
ଦୁଃଖ ସବୁ ହୋଇଯାଏ ଲୋ ପାଣି,,
ସଖୀରେ,,,,
ସିଏ ତ ମୋ ଶ୍ରୀକ୍ଷେତ୍ରମଣି,,,!!ଏମିତିକା ଦିଅଁ
ଷାଠିଏ ପଉଟି
ଭୋଗକୁ ରନ୍ଧାଇ,,
ବାଣ୍ଟୁଥାଏ ଭକ୍ତ ମନ କୁ ଜାଣି,,,
ସଖୀରେ,,
ସିଏ ତ ମୋ ଶ୍ରୀକ୍ଷେତ୍ରମଣି,,,!!
ଭାତରୁ ଚାଉଳ
ତା ମହିମା ପରା
କୈବଲ୍ୟ ପସରା ନାମ ତା ଜାଣି,,,
ସଖୀରେ,,,
ସିଏ ତ ମୋ ଶ୍ରୀକ୍ଷେତ୍ର ମଣି,,!!
ଗଂଜାମ
ପାପ ମୋର କର ପୁର୍ଣ୍ଣ
କଳ୍ପନା ରାୟ
ମହାପ୍ରଭୁ ତୁମ ଛତ୍ରଛାୟା ତଳେ
ମୁହିଁ ପରା ମୂଢମତି
ତୁମ ନାମକୁ ତ ସବୁବେଳେ ଭାଳେ
ମୋର କେଉଁ ଆଡେ ଗତି
ଭୟ ଲାଗେ ଦେଖି ସ୍ଥିତି
ତୁମେ ଥାଉ ଥାଉ ଏଠି ଏହି ବେଳେ
ମହାମାରୀ ରୂପ ଅତି
ଜଗତରନାଥ ତୁହି ଜଗନ୍ନାଥ
ତୁମେ ପ୍ରଭୁ ରାମଚନ୍ଦ୍ର
ଭାବଗ୍ରାହୀ ତୋର ଭାବରେ ସମ୍ପର୍କ
ତୁହି ପରା ଭାଵଵନ୍ଧ
ତୋର ବିନା ଆମେ ଅନ୍ଧ
କୃଷ୍ଣ ରୂପ ତୁମ କରିଲା ଆକୃଷ୍ଟ
ପ୍ରେମରେ କଲ ସନ୍ତୁଷ୍ଟ
ଜଗତରବନ୍ଧୁ ତୁମ୍ଭଠାରୁ ଇନ୍ଦୁ
ପ୍ରକାଶଇ ଜ୍ୟୋତି ଆସି
ଫଟାକପାଳିଆ ପାଇବ କେଉଁଠୁ
ଦୁଃଖରେ ଯାଉଛି ଭାସି
ନାମରେ ହୁଏ ମୁଁ ଖୁସି
ବିଶ୍ଵାସ ମୋ ବାରମାସୀ
ମାସ ବର୍ଷ ଦିନ ଚାଲିଯାଏ ଋତୁ
ରୋଗୀ ହେଲି ଲକ୍ଷ୍ମୀ ପତି
ପାପ ଯଦି ମୁହିଁ କରିଛି କାଳିଆ
କି ପାପ କରିବି କହ
ପ୍ରହଲ୍ଲାଦ କଂସ ରାବଣ ଭଳିଆ
ନଷ୍ଟ କରିବୁ ମୋ ଦେହ
ଜୀବନ ମୋର ବିପନ୍ନ
ପାପ ମୋର ପୂର୍ଣ୍ଣ କରରେ ଛଳିଆ
ନ କରି ପାରିଲେ ପୂଣ୍ୟ
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର
କାହିଁକି ମୋ ଜୀବନ ଟା ଗୋଟେ ଅଭିଶାପ ?
ଜଞ୍ଜାଳର ଚାପରେ ...
ଅନେକ ସମସ୍ୟାରେ....
ମନଟା ଆଉଟୁ ପାଉଟୁ ଥାଇ..
ରାହା ଖୋଜୁଛି ମୁହିଁ...
ମୁଁ ପରା ବେଶ୍ୟା..
କଳଙ୍କିନୀ କଳୂଷିତା
ମୋର ଆକ୍ଷ୍ୟା...
କି ଭୁଲ୍ ମୋର ...
କଣ ବା ମୋ ପାପ....
କାହିଁକି ମୋ ଜୀବନ ଟା
ଗୋଟେ ଅଭିଶାପ
ଦୂର ଦୂରାନ୍ତର କେତେ ପକ୍ଷୀ
ମୋ ଡାଳରେ ବସନ୍ତି ନିତି
କେତେ ଯେ ଭଅଁର
ଆସି ଖେଳୁଥାନ୍ତି
ମୋର ପାଖେ ଆସି
କି ଭୁଲ୍ ମୋର ...
କଣ ବା ମୋ ପାପ....
କାହିଁକି ମୋ ଜୀବନ ଟା
ଗୋଟେ ଅଭିଶାପ
ମୋ ଅଙ୍ଗ ଲତିକାରେ
ପ୍ରୀତିର ଇସାରାରେ
ଆଖିରେ ମିଶାଇ ଆଖି
କେତେ ପୁରୁଷର ସପନ ମାଖିଛି
କି ଭୁଲ୍ ମୋର ...
କଣ ବା ମୋ ପାପ....
କାହିଁକି ମୋ ଜୀବନ ଟା
ଗୋଟେ ଅଭିଶାପ
ଏ ଲମ୍ବା ଜୀବନରେ
ଅନେକ କଥା ମନରୁ ହେଲାଣି ବିସ୍ମୃତ
ସହିଛି କେତେ ଝଡ଼ଝଞ୍ଜା,
କେତେ ଘାତ ପ୍ରତିଘାତ
କେତେବେଳେ ହୋଇଛି ବ୍ଯଥିତ
କି ଭୁଲ୍ ମୋର ...
କଣ ବା ମୋ ପାପ....
କାହିଁକି ମୋ ଜୀବନ ଟା
ଗୋଟେ ଅଭିଶାପ
କେତେ ପ୍ରତିଷ୍ଠିତ ପୁରୁଷ
ରାତ୍ର ଅନ୍ଧକାରେ ଆସି
କଟାଏ ରାତ୍ର ମୋର ପାଶେ
ସମାଜର ଡରେ
ଦିବସରେ ଲୁଚେ
କି ଭୁଲ୍ ମୋର ...
କଣ ବା ମୋ ପାପ....
କାହିଁକି ମୋ ଜୀବନ ଟା
ଗୋଟେ ଅଭିଶାପ
ଖଟା ଲାଗେ ବାଡି ବରକୋଳି
ମୋ ପାଖକୁ ଆସେ ଦଉଡି
ରସାଳ ପରା ଲାଗେ ତାକୁ ଭାରି
ସେ ପୁରୁଷ ଜାତି
ପୁରୁଷ ର ନାହିଁ କିଛି ଦୋଷ
ମୁହିଁ ନାରୀଟିଏ ବୋଲି
ସଭେଁ ଦିଅନ୍ତି ମୋ ଦୋଷ
କି ଭୁଲ୍ ମୋର ...
କଣ ବା ମୋ ପାପ....
କାହିଁକି ମୋ ଜୀବନ ଟା
ଗୋଟେ ଅଭିଶାପ
ଭାବେ ସବୁବେଳେ
କେବେ ମିଳିବ ଏ ଜଞ୍ଜାଳରୁ ମୁକ୍ତି
ଧୈର୍ଯ୍ୟର ସହ କରୁ କରୁ ମୁକାବିଲା
ଜୀବନର ଏ ନାଟକ
ନିଶ୍ଚୟ ସରିବ
ସେ ଅପେକ୍ଷାରେ
କିନ୍ତୁ ପ୍ରଶ୍ନ ଆସେ ମନେ
କି ଭୁଲ୍ ମୋର ...
କଣ ବା ମୋ ପାପ....
କାହିଁକି ମୋ ଜୀବନ ଟା
ଗୋଟେ ଅଭିଶାପ
******
ଭକ୍ତିଅର୍ଘ୍ୟ
ଡ. ପ୍ରିୟମ୍ବଦା ସାମଲ
ହେ ଶିବ ଶଂକର
ଭୋଳା ମହେଶ୍ଵର
ତୋ ପାଦେ ପ୍ରଣତି
କରେ ନିରନ୍ତର।
ଦେବଦେବ ମହାଦେବ
ଶ୍ମଶାନ ବିହାରୀ
ଧବଳ ମୁରତୀ
ଦୁଖି ଦୁ&ଖହାରୀ।
ପାର୍ବତୀ ନାୟକ ଆହେ
କାଶୀନାଥ କ୍ରୁତ୍ତିବାସ
ମ୍ରୃତ୍ୟୁଂଜୟ ଭୋଳାନାଥ
କ୍ଷମା କର ସବୁ ଦୋଷ।
ପର୍ଶୁଧର ଦିଗାମ୍ବର
ନୀଳକଣ୍ଠ ଚନ୍ଦ୍ରଶେଖର
ଦୟାମୟ ମହାପ୍ରଭୁ
ଏ ସଂସାରୁ ଉଦ୍ଧାର କର।
ଗଣେଶଙ୍କ ତାତ
ଲିଂଗରାଜ ବିରୁପାକ୍ଷ
ହେ ଉମାପତି ପାର୍ବତୀ ପତି
ଫେଡ ସବୁ ଦୁ&ଖ।
ପଂଚାନନ ଭୂତନାଥ
ଉମାସାଇ ଗଂଗାଧର
ରୋଗ ଶୋକ ହର
ଦୟାମୟ ଯୋଗେଶ୍ଵର।
ଲୋକନାଥ ଶ୍ରୀହରିଙ୍କ
ପ୍ରିୟ ହେ ଚନ୍ଦଶେଖର
ନୀଳକଣ୍ଠ ସାଜି ପୁଣି
ଦେବତାଙ୍କୁ ରକ୍ଷା କର।
ଶୂଳଧାରୀ ଶମ୍ଭୁ ହେ
ଯୋଗେନ୍ଦ୍ର ଗିରିଶ
ଦୁ&ଖ ଦୁର୍ଦିନ ରେ ତୁମେ
ଦିଅ ହେ ସାହାସ।
ଦେବ ଦେବ ମହାଦେବ
ଜୟ କ୍ରୁତିବାସ
ଦିଅ ଧୈର୍ଯ୍ୟ ,ଶକ୍ତି, ଭକ୍ତି
ପ୍ରୀତି,ଶାନ୍ତିର ଆଶୀଷ।
ହେ ଶିବ ଶଂକର
ଭୋଳା ମହେଶ୍ଵର ।
ତୋ ପାଦେ ପ୍ରଣତି
କରେ ନିରନ୍ତର ।
ଜବାହର ନବୋଦୟ ବିଦ୍ଯାଳୟ ପାରଳାଖେମୁଣ୍ଡି ,ଗଜପତି