Sunday, August 29, 2021
ଜୀବନ ଯନ୍ତ୍ରଣା
Thursday, August 26, 2021
ମୁଁ ଏମିତି କାହିଁକି ହେଲି
ଶରତ ଚନ୍ଦ୍ର ପଣ୍ଡା
ମୁଁ ଏମିତି କାହିଁକି ଜନମ ନେଲି
ଘର ର ହେଲିନା ପରର ହେଲି ll
କେହି ହେଲେନାହିଁ ମୋର ନିଜର
ବୁଝିଲିନି କିଛି ଆପଣା ପର ll
ଆପଣା ଭାବି ମୁଁ ଯା'ପାଖେ ଗଲି
ଘୃଣା, ଭୃ'କୁଞ୍ଚନ ଖାଲି ପାଇଲି...
ଏମିତି କାହିଁକି ଜନମ ନେଲି..... Il 1 ll
ଭାବିଥିଲି ହେବି ଜଗତ ଜିତା
ଜହ୍ନ ରାଇଜରେ କାଟିବି ଫିତା ll
ଭାବନା ମୋ ସବୁ ଚୁଲିକୁ ଗଲା
ଆତ୍ମଗ୍ଲାନିରେ ମୋ ଯାହା ସମୟ ଗଲା ll
ଜୀବନ କୁ ଖାଲି ଭଲ ପାଇଲି
କର୍ତ୍ତବ୍ୟ କୁ ବୋଝ ବୋଲି ଭାବିଲି.....
ମୁଁ ଏମିତି କାହିଁକି ଜନମ ନେଲି..... Il 2ll
ବିଭୁ କୃପା ବଳେ ଧରା ଧାମରେ
କେତେ କର୍ମବୀର ଉଚ୍ଚl ରାଶିରେ ll
ରଖିଗଲେ ଟେକ ଇତିହାସରେ
କର୍ମ ଗନ୍ଧ ମହ ମହ ବାସରେ ll
ଆଖୁର ହେଲିନା ଗୁଡ଼ର ହେଲି
ନିନ୍ଦା ଅପଯଶ ଖାଲି ଅର୍ଜିଲି.... Il
ମୁଁ ଏମିତି କାହିଁକି ଜନମ ନେଲି...........ll 3ll
କାହା ଉପକାରେ ଲାଗିଲି ନାହିଁ
ଅର୍ଥ ପଛେ ଗଲି ପାଗଳ ହୋଇ ll
ସ୍ଵାର୍ଥ କୁ କରିଲି ଗଳlର ମାଳ
ଫଳ ରଖି ଦେଇ ବlଢ଼ିଲି ଝୋଳ ll
ମାନବ ଜନମ ବିଫଳ କଲି
ଦିଅଁ ଗଢ଼ୁ ଗଢ଼ୁ ମାଙ୍କଡ଼ କଲି
ମୁଁ ଏମିତି କାହିଁକି ଜନମ ନେଲି....ll 4 Il
ହାତେ ମାପି ଚାଖଣ୍ଡ ରେ ଚlଲିଲି
ମୋ ଚତୁର୍ପାଶ୍ୱକୁ ଶତ୍ରୁ ଭାବିଲି ll
ସାମଜ ସ୍ୱାର୍ଥକୁ ପଛେ ପକାଇ
ଗୋଷ୍ଠୀ ସ୍ଵାର୍ଥ ଯାହା ଖାଇଲି ମୁହିଁ ll
ଯାହା ଧନ ଅର୍ଜି ଠୁଳ କରିଲି
ବଇଦ ହାତରେ ସମର୍ପିଦେଲି ll
ମୁଁ ଏମିତି କାହିଁକି ଜନମ ନେଲି...... Il 5 ll
କଳା ଶ୍ରୀମୁଖ କୁ ଭଜିଲି ନାହିଁ
ଜପ ତପ ଜ୍ଞାନ ଲଭିଲି କାହିଁ ll
ଦାନ ଧ୍ୟାନ କିଛି ଭୁଲିଲି ମୁହିଁ
ଧନ ଅରଜିଲି ମୋହ ରେ ଥାଇ ll
ନର୍କ ଯନ୍ତ୍ରଣା କୁ ନିଜେ ଅର୍ଜିଲି
କାଠ ହୋଇ ନିଜେ ଗଛ ହାଣିଲି
ମୁଁ ଏମିତି କାହିଁ କି ଜନମ ନେଲି...... Il 6 ll
Wednesday, August 25, 2021
ଜୟୀ ରାଜଗୁରୁ
ଶରତ ଚନ୍ଦ୍ର ପଣ୍ଡା
ଅକ୍ଟୋବର ଅଣତିରିଶ ତାରିଖ
ସତର ସହ ଅଣଚାଳିଶ ଦିନ,,
ହରେକୃଷ୍ଣପୁର ଚlନ୍ଦ ରାଜଗୁରୁ
ହରମାନି କୋଳ କଲେ ମଣ୍ଡନ ll
ପିଲାଦିନ ନାମ ଜୟକୃଷ୍ଣ ଥିଲା
ପୂର୍ବ ପୁରୁଷ ଙ୍କ ଥିଲା ପଦବୀ,,
ଖୋର୍ଦ୍ଧା ରାଜା ଦରବାରୁ ପାଇଥିଲେ
ରାଜ ପରିବାର ଶିକ୍ଷକ ଗlଦି ll
ସଂସ୍କୃତ ଭାଷାରେ ଅଗାଧ ପାଣ୍ଡିତ୍ୟ
ତନ୍ତ୍ର ମନ୍ତ୍ର କରିଥିଲେ ଆୟତ୍ତ,,
ଅନେକ ଗ୍ରନ୍ଥ ବି କଣ୍ଠସ୍ଥ, ମୁଖସ୍ଥ
ପୁରlଣ ଶାସ୍ତ୍ର ରେ ଥିଲେ ନିଶ୍ଚିତ ll
ଦୁଇସହ ବର୍ଷ ଫିରିଙ୍ଗି ଶାସନେ
ଅତିଷ୍ଟ ହୋଇଲେ ଭlରତ ବାସୀ,,
ସେ ସ୍ଵେଛାଚାରିତl ଶାସନ ବିରୁଦ୍ଧେ
ରାଜଗୁରୁ ଝାସ ଦେଲେ ସାହସୀ ll
କେତେ ଯେ ସଂଗ୍ରାମୀ ଏ ଭlରତ ବକ୍ଷୁ
ଜାଣି ଜାଣି ପ୍ରାଣ ବଳି ଟି ଦେଲେ
ତାଙ୍କରି ଆଦର୍ଶେ ଜୟୀ ରାଜଗୁରୁ
ଦେଶ ମାତୃକାକୁ ପ୍ରାଣ ବିକିଲେ ll
ସ୍ୱର୍ଣ୍ଣିମ ଅକ୍ଷରେ ନାମ ଲେଖାଇଲେ
ଓଡିଶା ର ଟେକ ଉଚ୍ଚରେ ଥୋଇ,,
ଭାରତୀୟ ସ୍ୱାଧୀନତା ରେ ଆଗୁଆ
ସତ୍ୟ, ନ୍ୟାୟ ଗୀତ ତୁଣ୍ଡରେ ଗାଇ ll
ପ୍ରଥମ ସହିଦ ଓଡ଼ିଆ ଜାତିର
ଜୟୀ ରାଜଗୁରୁ ପୁରୀ ଜିଲ୍ଲାର,,
ଖୋର୍ଦ୍ଧl ରାଜାଙ୍କର ସେନାପତି ପଦେ
ଟେକ ରହିଥାଇଲା ନାମ ତାଙ୍କର ll
ବାଲେଶ୍ଵର ଠାରେ ବାଘତୋଟା ନଲେ
ବରଗଛ ଡାଳେ ଗୋଡ଼(ହାତ )ବାନ୍ଧିଲେ,,
ହୀନ କ୍ରୁର ସେଇ ଫିରିଙ୍ଗି ଜାତିଟା
ଦୁଇଫlଳ କରି ଦେହ ଚିରିଲେ ll
ନଗୁଆଁ, ଦରକୁଣ୍ଡି, ଯାଜପୁର l
****ମାମୁଁ ଘର ****
ମାମୁଘର ମୋର ରମାଦେଇପୁର
ବଣ ପାହାଡ଼ ରେ ଘେରା,,
ଡାହlଣେ ଗୋବରୀ ବାମେ ଦୁଗ୍ଧବତୀ*
ମଧ୍ୟ୍ୟରେ ସତୀଚଉଁରା*
ସତୀଚଉଁରା ରେ ବୁଢ଼ୀ ଜାଗୁଳେଇ
ଗ୍ରାମ୍ୟ ଦେବତୀ ମନ୍ଦିର,,
ଗୋବରୀ କୂଳରେ ଅଷ୍ଟ ମହାଦେବ
ଦୁଗ୍ଧବତୀ ପ୍ରିୟ ମୋର ll
ମାମୁ ଘର ଗଲେ ମାଇଁ ଦୁଗ୍ଧଭାତ
ବଳେଇ ଖୁଆଇ ଦିଏ,,
ହେଲେ ସବୁବେଳେ ମନ ମଧ୍ୟେ ମୁହିଁ
ମାମୁଙ୍କୁ ତ ଡରୁଥାଏ l
ମାମୁ ଙ୍କର ଲମ୍ବା ନିଶ ରହିଥାଏ
ବିଜୁବାବୁ*ଙ୍କ ଚେହେରା,,
ବlହୁ ମୁଳ ତାଙ୍କ ଶlଳୁଆ ବାହି'କି
ଆଖି ଟିକେ ଖାଲି ଟେରା ll
ଭୀମ ଗର୍ଜନ ର ଗମ୍ଭୀର ବଚନ
ମାଇଁ ହୁଏ ଥର ହର,,
ଆଇ କିନ୍ତୁ ତାଙ୍କୁ ତିଳେ ଡରେ ନାହିଁ
କାନ ଧରି ଦିଏ ତାର* (ତାଙ୍କର ) ll
ସପ୍ତସତୀ ପାଖେ ବଡ଼ ଚଉପlଠୀ (ପୁରୁଣା କାଳିଆ ଉଚ୍ଚl ପକ୍କା ଚାନ୍ଦିନୀ )
ନ୍ୟାୟ ନିଶାପ ହୁଅଇ,,
ଲୁଚି ଛପି ଗଲେ ସାଥି ପିଲା ମେଳେ
ମାମୁଙ୍କ ପାଟି ଶୁଭଇ ll
ମାମୁଘର ଗାଁଆ ଜହ୍ନ ଭାରି ସଫା
ଦିନପରି ଦିଶେ ରାତି,,
ଆଈ ବୁଢ଼ୀ ପାଖେ ଗପ ଶୁଣୁ ଶୁଣୁ
ମନେ ଭୁତ ଆସେ ମାତି ll
ମାମୁଘର ବାଡ଼ି ସେ ମିଠା ପିଜୁଳି
ଆଜିବି ମନରେ ଅଛି,,
ଯେବେ ଯାଇଥାଏ ପେଟ ଭରି ଖାଏ
ବାଛି ବାଛି ଖାଏ, କଷି ll
ଗାଁ ତୋଟା ମାଳ,ସେଇ ତାଳ ବଣ
ବାଇଆ ଚଢେ଼ଇ ଘର,,
ଯୋର ପୁଷ୍କରିଣୀ,କାର୍ତ୍ତିକ ପୁନେଇଁ
ଅତି ଦିଶେ ମନୋହର ll
ମାମୁ ଘର କୋଠି ପାରେନା ମୁଁ ଉଠି
ନାଗ ଜଗିଥାଏ ତହିଁ,,
ଅଜା କହିଥିଲେ ଲକ୍ଷ୍ମୀ ଯଗିଛନ୍ତି
ଧାନ କିଏ ଯିବ ନେଇ ll
କାଳିଆ ଓ ଧଳା ଦୁଇଟି ବଳଦ
କାନ୍ଧ କୁ ହାତ ପାଏନା,,
ହଳିଆ ଯୋଟିଲେ ହଳ କେବେ କେବେ
ମାମୁ ହୁଅନ୍ତି ସାହାରା ll
ଆଜି କେବେ ଗଲେ ମାମୁ ଘର ବୁଲି
ଆଗ ବାଗ ଆଉ କାହିଁ,,
ଆଜି ମାମୁ ଘର ସେ ଦିନ ବ୍ୟବସ୍ଥା
ସେକାଳ ପଖାଳ ନାହିଁ ll
ଶରତ ଚନ୍ଦ୍ର ପଣ୍ଡା
*ନଗୁଆଁ, ଦରକୁଣ୍ଡି, ଯାଜପୁର l*
Friday, August 20, 2021
ବୁଢ଼ାର ବିଚାର
I'M ONLINE
Thursday, August 19, 2021
ମାନବିକତା
ବୁଝିବ କେମିତି......
ନିର୍ବାକ
ମଦ୍ ଆର୍ ମୁନୁଷ୍
ସ୍ମୃତି...
ବିଲେଇ ବେକରେ ଘଣ୍ଟି
Monday, August 16, 2021
🌹ମାୟା ର ସଂସାର 🌹
ଜୟୀ ରାଜଗୁରୁ
ଭୁଲ କେଉଁଠି ?
ଭାରତ
🙏ବୀର ସୁରେନ୍ଦ୍ର ସାଏ 🙏
ପ୍ରୀତି
ଜୟୀ ରାଜଗୁରୁ
India of my dream
ହାଏରେ ଶ୍ରାବଣ
କଳ୍ପନା ରାୟ
ଓଃଃ....... କି ଗରମ୍ !!! ଏ କରେଣ୍ଟ ବି ମଣିଷର ବଡ଼ ବୈରୀ ଆଜିର ଦିନରେ । ଏକଦମ୍ ବିରକ୍ତ ମୁଡ୍ ରେ ସ୍ବାମୀଙ୍କୁ ଦେଖି ମନୀଷା ତରତର ହୋଇ ରୋଷେଇ ଘରକୁ ଚାଲିଗଲା । ହାତରେ ଦୁଇକପ୍ କୋଲ୍ ଡ କଫି ଧରି କିଛି ସମୟ ଭିତରେ ଚାଲିଆସିଲା ସ୍ବାମୀଙ୍କ ପାଖକୁ । ସ୍ବାମୀ କୋଲ୍ ଡ କଫି ନେଉ ନେଉ କହିଲେ ଚାହା କଲନି, ମୁଣ୍ଡଟା ପ୍ରବଳ ବିନ୍ଧୁଛି । ଅଫିସରେ ବହୁତ ଗଣ୍ଡଗୋଳ, କୋଉଠି ସପ୍ଲାଏ ପାଣି କମ୍ ଆସୁଛି ତ କୋଉଠି ନଳକୂପ ଅଚଳ । ବାରମ୍ବାର ସଜାଡ଼ିଲା ପରେ ମଧ୍ୟ ପାଣି ଆସୁନି । କ'ଣ କରିବ ମଣିଷ ?? ଆଷାଢ଼ ଗଲା, ବିନା ବର୍ଷା, ଠାଏ ଠାଏ ଅଳ୍ପ ବର୍ଷାରେ, ଏବେ ଶ୍ରାବଣ ଲୁଚକାଳି ଖେଳୁଛି । ଜମି ଶୁଖିଲାଣି । କୂଅ ପୋଖରୀ କଥା କିଏ ପଚାରେ ?? ଏ ଲୋକଗୁଡା ଵୁଝୁନାହାନ୍ତି କେମିତି ?? ପାଣି ଆସିବ କୁଆଡୁ ? ସ୍ତ୍ରୀ ମନୀଷା କଅଁଳିଆ ସ୍ବରରେ କହିଲେ, ତୁମେ ତୁମ ଘର କଥା ଚିନ୍ତା କର । କେତେ ପାଣି ଖର୍ଚ୍ଚ । ପାଣି ନ ହେଲେ ମଣିଷ କ'ଣ ଚଳି ପାରିବ ???
ନାହିଁ ନ ଥିବା ଗରମ ଏ ବର୍ଷ । ଡଗି ତ ଯେତେ ଗାଧୋଇଲେ ବି ଭୋ ଭୋ କରୁଛି, ଆହୁରି ଗାଧୋଇବା ପାଇଁ । ଏତିକିବେଳେ ସିତୁ ଆସି ସିଧା ଚାଲିଲା ବାଥ୍ ରୁମ୍ । ଆରେ ବାପାଟା ପା, ଏଇଠି ଟିକେ ବସ, ଝାଳ ମରିଯାଉ, ତୁ ଥାଇ ଗାଧୋଇଚୁ । କାହିଁକି ଶୁଣିବ ସିତୁ । କହିଲା, ତୁ ବସ୍, ମୁଁ ଆଉ ସମ୍ଭାଳି ପାରିଵିନି, ମନୀଷା କହିଲେ, ଦେଖୁଛ ଏମିତି ଝାଳନାଳ ହୋଇଥିଲେ ମୋ ବାପା ମନା କରନ୍ତି ଗାଧୋଇବାକୁ, ଥଣ୍ଡା ହୋଇଗଲେ ସେ ନିଆଁ ଲଗା ରୋଗଟାକୁ ପୁଣି ଡରଲାଗୁଛି । କିଏ ମାନୁଛି ମୋ କଥା, ଝିଅ ଆସିଲା, ଗଲା ବାଥରୁମକୁ । ଏଥର ପୁଅ, କେତେ ସମୟରେ ବାହାରୁଛି ଦେଖ । ବାଥରୁମରୁ ପୁଅ କହୁଥିଲା, କାଲି ଏମିତି ଗରମ ଅନୁଭୂତ ହେଲେ ମୁଁ କୁଆଡ଼େ ଯିବିନି । ସ୍କୁଲ ନ ଗଲେ ତ କିଛି ହେବନି, ତାହେଲେ ଫିଲ୍ଡ ଯିବୁନି ଖେଳିବାକୁ । ନା଼ଃ...., ଖାଲି ଏଇଠି ତୋ ସାମ୍ନାରେ ବସି ତୋ ଵକର ଵକର ଶୁଣୁଥିବି ।
ଆରେ .... ଠିକ୍, ଠିକ୍ । ସିତୁ ଗୋଟିଏ ବଢିଆ ଆଇଡିଆ ଦେଲା । ହଁ, ପୁଅର ଆଇଡିଆ କି ଭଲ !! ସ୍କୁଲ ଯିବନି, କିନ୍ତୁ ଦୌଡିବା ପାଇଁ ଫିଲ୍ଡ ଯିବ। ସେତେବେଳକୁ ଗରମ୍ ହେବନି ବାବୁଙ୍କୁ । ଆଃ... ,ବାପ ପୁଣି ଯୋଗ ଦେଲେ, ବଢିଆ ଆଇଡିଆ । ନା, ମ, ଶୁଣ ମୁଁ କଣ କହୁଛି, ଯାଉଛି ଵର୍ଷା ଭଲକି ନ ହେବା ପର୍ଯ୍ୟନ୍ତ ମୁଁ ଛୁଟି ନେଇଯିବି, ଏ ବସ୍ତିଵାଲାଙ୍କଠାରୁ ମାଡ଼ ଖାଇବ କିଏ ?? ତା ସାଙ୍ଗରେ ପୁଣି ମନ୍ତ୍ରୀଙ୍କ ତାଗିଦ୍ - ଶୀଘ୍ର ପାଣି ସପ୍ଲାଏ କର, ସବୁ ନଳକୂପ ମରାମତି କରି ମୋତେ କୁହ । ମୂର୍ଖ.... ମନ୍ତ୍ରୀ ତ, ବୁଝାଇଲେ ବୁଝିବ କୁଆଡୁ ? ବସ୍ତିରୁ ତ ଭଲ ଭୋଟ ମିଳୁଛି, ତାଙ୍କ କଥା ନ ଶୁଣି କ'ଣ ଅଫିସରଙ୍କ କଥା ଶୁଣିବ ?? ସବୁଠାରୁ ଭଲ, ମାଆ ଦେହ ଭଲ ନାହିଁ କହି ଛୁଟିନେଇଯିଵି । ବାପ୍ ରେ ବାପ୍ !!! ତୁମେ ଦେଖିନାହଁ, କି ସାଙ୍ଘାତିକ ମାଇକିନାମାନେ !! ବାଲ୍ଟି, ଗରା ଧରି ମୋ ଟେବୁଲ୍ ପାଖରେ ହାଜର । ନା, ନା, କାଲି ଛୁଟି ନେବି । ଅଦୃଶ୍ୟ ଭୁତାଣୁ ଯାହା କରୁଛି ତ କରୁଛି, ତା ସାଙ୍ଗରେ ପାଣି । ଧାରା ଶ୍ରାବଣରେ ବୈଶାଖ ମାସର ଖରା !! ମନୀଷା କହିଲେ ତୁମ ଅସୁବିଧା ଵୁଝୁଛି, କିନ୍ତୁ ଭାବିଲ, ଗରୀବଗୁରୁବାଙ୍କର ପୁଣି ଗାଈଗୋରୁ ଛେଳି ମେଣ୍ଢା କୁକୁଡା ଆଦି ପ୍ରାଣୀ ଥିବେ । ଜଣକୁ ଛ' ଲିଟର ହିସାବରେ ପାଣି ଦେଲେ ସେମାନେ ଚଳିଵେ କେମିତି ? ସେତିକି ପାଣି ତ ପିଇବାକୁ ନିଅଣ୍ଟ । ବାକି ସବୁ କାମ ପାଇଁ ପାଣି କୋଉଠୁ ଆଣିବେ । ସେଥିପାଇଁ ଏହି ରାଗ ତାଙ୍କର । ଲୋକ, ସରକାର ମିଶିକି ଗଛ କାଟିଲେ । କୋଉଠି ରାସ୍ତା ହେବ, କୋଉଠି ଟ୍ରେନ ଲାଇନ୍ ଯିବ, ପାଣିପାଇପ ବସିବ ସରକାର କାଟିବେ । ଲୋକ ତାଙ୍କ ବ୍ୟବହାର ପାଇଁ କାଟିଵେ। ବର୍ଷା କୁଆଡୁ ହେଵ, ପାଣି କୁଆଡୁ ଆସିବ, ହଁ ତୁମ ଛୁଟି ଥିବ, ଛୁଟି ନିଅ ।
ଟେଲିଫୋନ ରିଂ ହେଲା, ହାଲୋ..... ସାର୍..., ସାର୍, ସାର୍..., ସାର୍, ସାର୍ । ଫୋନ୍ କଟିଗଲା । ସେଲ୍ ଫୋନ୍ ଟାକୁ ଟି ପୟ ଉପରେ ରଖିଦେଇ,.....ହାଃ.... କରି ବସିପଡିଲେ । ମନୀଷା କହିଲେ ଆରେ....ଇୟେ କ'ଣ, ହାଲୋ, ସାର୍, ସାର୍, ସାର୍, କହି କ'ଣ ଫୋନ୍ କାଟିଦେଲ । ମନ୍ତ୍ରୀ ଙ୍କ ଫୋନ୍ ଥିଲା, ସେ ସ୍ତ୍ରୀ ଲୋକମାନେ ମନ୍ତ୍ରୀ ଘର ଘେରାଉ କରିଛନ୍ତି, ମନ୍ତ୍ରୀ କହିଲେ, କାଲି ସକାଳ ସୁଦ୍ଧା ପାଣି ସପ୍ଲାଏ ହେବ । ଯୋଉଠି ଥିଲେ ବି ଶୀଘ୍ର କାମ ସାର । ମୁଁ ଆଉ କ'ଣ କହିଥାନ୍ତି .....ହାଏ ରେ ଶ୍ରାବଣ.....ନେଲୁ ତୁ ମୋ ପ୍ରାଣ କହି ଅଫିସର ଉଠିଲେ ।
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର