ଅରାତି ବିହିନ ଧରାରେ
କାନ୍ତ ବନସ୍ତେ ଯିବ
ମାଗୁଣି ରଖ ହେ କୈାଶଲ
ମୋତେ ସଙ୍ଗରେ ନେବ ।
ଅଯୋଧ୍ୟା ଶ୍ରୀହିନ ଦିଶିବ
ମାତା ମୁଖ ବିଷାଦ
ପିତୃସତ୍ୟ ପାଳି କାନ୍ତ ହେ
ଯେବେ ଯିବ ବନସ୍ତ ।
ଘୋର ଅନ୍ଧକାର ହୋଇବ
ପ୍ରଜାଙ୍କର ଭାଳେଣୀ
କୈାଶଲ୍ୟା,ସୁମିତ୍ରା, କୈକେୟୀ
ଲୁହ ମାରେ ଲହରୀ ।
ପିତା ତବ ନାମ ଧରିଣ
ସର୍ଯ୍ୟାଶାୟୀ ହୋଇବେ
ଜନ,ପଶୁ,ପକ୍ଷୀ ଝୁରିବେ
କିବା ମୁକ ହୋଇବେ ।
ଦିବାକର କର ଶିଥିଳ
ଚନ୍ଦ୍ରକର ମଳିଣ
ଅଯୋଧ୍ୟା କରି ପରିତ୍ୟାଗ
ଯେବେ ଯିବ ହେ ବନ ।
ସରଜୁ ନଦୀ କି ଖୋଜିବ
ପ୍ରଭୁ ତବ ଶ୍ରୀପାଦ
ଭାଇ ଲଇକ୍ଷଣ ଧର୍ଯ୍ୟର
ସୀମା ଲଙ୍ଘିବ ବନ୍ଧ ।
ଭରତେ ଅଛନ୍ତି ମାତୁଳେ
ସମ୍ପାଦ ସେ ପାଇବେ
ହେ କାନ୍ତ ଅନଳ ମଧ୍ୟକୁ
କିମ୍ପା ଝାସ ସେ ଦେବେ ।
ଝୁରିବ ଅଯୋଧ୍ୟା ନଗରୀ
ଗିରି,ବନ,କାନନ
ଅଦିନେ ବତାଶ,ବହିବ
ସିଂହାସନ ଶ୍ରୀହିନ ।
ଶ୍ରୀପଦେ ମୈଥେଳି ଗୁହାରି
ଅଶ୍ରୁ ପଡୁଛି ଝରି
ନ ଯାଅ ବନସ୍ତେ କାନ୍ତ ହେ
ହସ୍ତ ଯୋଡୁଛି ହରି ।
ରାକସ, ତାଳଚେର
ଅନୁଗୋଳ
No comments:
Post a Comment