ଅଜୟ କୁମାର ମଲିକ
ନବବର୍ଷ ତମେ ଏମିତି ଆସିଲ
ମୁଣ୍ଡରେ ଓଢଣୀ ଦେଇ
ସୁଖକୁ ବାଣ୍ଟିଲ ଏ ଧରା ପୃଷ୍ଠରେ
ପ୍ରେମର ଗଜଲ ଗାଇ !
ତମ ହୃଦୟରେ ନାହଁ ଭେଦଭାବ
ସଭିଙ୍କୁ କୋଳେଇ ନେଲ
ସବୁରୀ ମନରେ ନୂଆରଙ୍ଗ ଭରି
ହିଂସାକୁ କବର ଦେଲ !
ହସର ଲହରୀ ଶାନ୍ତିର ମଳୟ
ଚାରିଆଡେ ବୁହାଇଲ
ଅସତ୍ୟ ଅନ୍ଧାର ଦୂର କରିଦେଇ
ସତ୍ୟର ଆଲୋକ ଦେଲ !
ନୂଆ ସକାଳର ନୂଆ କିରଣରେ
ନୂଆ ରଙ୍ଗ ବୁଣିଦିଅ
ସଭିଙ୍କ ମନରୁ ଅହଂଭାବ କାଢି
ଶାନ୍ତିର ବାରତା ଦିଅ !
ନବବର୍ଷ ତମେ ନବବଧୂ ସାଜି
ଥରୁଟିଏ ପଛେ ଆସ
ସମସ୍ତେ ଭୁଲିବେ ଦୁଃଖ ଓ ଯାତନା
ଦେଖିଲେ ତମରି ହସ !
🌲🌲🌲🌲🌲🌲🌲🌲🌲💐🌹🌻🌹🌻💐🌹🌻🌹
ଅଜୟ କୁମାର ମଲିକ , ସହକାରୀ ଶିକ୍ଷକ , ଜୟପୁର , କୋରାପୁଟ
No comments:
Post a Comment