✍️ଶ୍ରୀ ଜିତେନ୍ଦ୍ରିୟ ସାହୁ
ମକର୍ଧଜ୍ ପୁର୍ ବଲିକରି ଗୁଟେ ଗାଁ ଅଛେ। ସେ ଗାଁ ନ ସଭେ ମିଲିମିଶି କରି ରହେସନ୍।। କିହେ କାହାକୁଁ ଛନ୍-କପଟ୍ କି ହିଁସା-ହଁକାର୍ ନି କରନ୍। ଗାଁ ର ମଝାମୁଝି ଜଗନ୍ନାଥ୍ ଗୁଡି ପାଖେଁ ଅଛେ ଯଶ୍ପାଲ୍ ଘର୍। ତାର୍ ଘରେଁ ତାର୍ ପୁଓ ହାରାଧନ୍,ଝି ସୁଭଦ୍ରା ଆର୍ ତାର୍ ସିଆନି ଯଶୋମତି ସଭେ ମିଲିମିଶି କରି ରହେସନ୍।
ହାରାଧନ୍ ଯୁଆନ୍ ହେଲାକି ତାର୍ ବୁଆ ତାହାକେ ବିହା କରିନେଲା। ବଛ୍ରେ ଉତାରୁଁ ତାକର୍ ଘରେଁ ପିଲା ଟେ ହେଲା ତାର୍ ନାଁ ଦେଲେ ହିରୋ। ତେଥ୍ରୁଁ ଦିନାଦୁ ଗଲାକି ବନେ ଘର୍ ଟେ ଦେଖିକରି ସୁଭଦ୍ରା କେ ବିହା କରିନେଲେ। ସୁଭଦ୍ରା ତାର୍ ମାଁବୁଆର୍ ବନେ ଦେଖ୍ଭାଲ୍ କରୁଥିଲା। ତାପ୍ନେ ଖଟି ଗଲାକି ହାରାଧନ୍ ତାର୍ କୁଟୁମ୍ ଥିଁ ଘାଟି ହେଇକରି ମାଁବୁଆ କେ ହେତେ ଦେଖ୍ଭାଲ୍ ନି କଲା। ବଛର୍ ଦୁ ଉତାରୁଁ ବୁଢାବୁଢୀ ହେଇଗଲେ କି ତାହାକୁଁ ଅଲ୍ଗେଁ ତରାପଟିଆ ଘରେଁ ରହ ବଏଲା। ଏନ୍ତା କଥାବାର୍ତା ଶୁନିକରି ତାର୍ ମାଁ ଯଶୋମତି ର ମନ୍ ପୁରା ଫାଟିଗଲା। କାଁକରି ବଏଲେଁ ମାଁ ହିଁ ଜାନ୍ସି ଛୁଆ କାଣା ଆଏ ଯେ। ଦଶ୍ ମାସ୍ ଦଶ୍ ଦିନ୍ ଦିହେଁ ବୁହିକରି କେତେଟେ ଦୁଖ୍ ସହିକରି ଜନମ୍ ଦେଇଛେ ଆର୍ ତାହାକେ କେତେ ଯତନ୍ ପାତନ୍ କରି ବଡ୍ କରିଛେ ଯେ। ହେଲେଁ ଇ ଯୁଗର୍ ମହିମା କାହାକେ କହେମା।
ହିରୋ କେ ପାଁଚ୍ ଛ ବଛର୍ ହେଲା କି ଟିକେ ବଡ୍ ହେଲା ଉତାରୁଁ ତାର୍ ବୁଢା ଦଦା ବେଇ ନିକେ କଥାନି ଶୁନିଜେ। ଦିନେ ଯଶ୍ପାଲ୍ ବୁଢା ବଳଦ୍ ର କଥାନି କହୁଛେ - ବଳଦ୍ ଯୁଆନ୍ ଥିଲେଁ ହଲ୍ ଶଗଡ୍ ଫାନ୍ଲା ବେଲେଁ କେତେ କୁଣା,ପିରୁଆ,ଲଟା,ପୁଆଲ୍ ଖାଏବାର୍ କେ ଦେସନ୍। ହେଲେଁ ବଳଦ୍ ଟାକ ବୁଢା ହେଲେଁ ଅପାରୁ ହେଲା ବଲିକରି କହେ ନି ପଚ୍ରନ୍ ହେନ୍ତା ଛଚେଁ ପଡିଥିସି ନ ବୁପୁରା ଆର୍ ଜାଣା ଟିକେଟିକେ ଦେଲେଁ ଖଉଥିସି। ନାତିଆ ହିରୋ କେ ଏନ୍ତା କଥାନି କହେତେ କହେତେ ବୁଢା ଯଶ୍ପାଲ୍ ଶୁରେଁଶରେଁ କହି ପକାଲା ଯେନ୍ତା କି ମୁଇଁ ବଲିକରି।
ଆର୍କ ଦିନ ମଏଧାନେଁ ହିରୋ ଆର୍ ତାର୍ ବୁଆ ହାରାଧନ୍ ଖଉଥିଲା ବେଲେଁ ହିରୋ ପଚ୍ରଉଛେ - ବା ଗୋ ମୋର୍ ବୁଢା ଦଦା ବେଇ କେନ୍ତା ଆମର୍ ସାଂଗେଁ ନିଖାଏବାର୍ ଅଲ୍ଗେଁ ତରାପଟିଆ ଘରେଁ ଖାଏସନ୍ ଆର୍ ହେନ ରହେସନ୍। ଇ କଥା ଶୁନିକରି ହାରାଧନ୍ ବଲୁଛେ ଛାଡ୍ ବୋ ହେମାନେ ବୁଢାବୁଢି ହେଲେ ନ। କେନ୍ତା ଖାସୁଛନ୍ ଆର୍ ଗନ୍ହୁଛନ୍ ଦେଖୁଛୁ କିନି। ବୁଆର୍ କଥା ଶୁନିକରି ହିରୋ ତାର୍ ବୁଆକେ କହୁଛେ ବା ଗୋ ତୁଇଁ ଯେନ୍ତା ମୋର୍ ଦଦା ବେଇ କେ ଅଲ୍ଗେଁ ତରାପଟିଆ ଘରେଁ ରଖିଛୁ ତତେ ବି ହେନ୍ତା ବୁଢା ହେଲେଁ ହେ ତରାପଟିଆ ଘରେଁ ରଖ୍ମି। ହାରାଧନ୍ ହାତେଁ ଭାତ୍ ଧରିକରି ମୁହୁଁକେ ନେଲା ବେଲେଁ ଏନ୍ତା କଥା ଶୁନିକରି ତାର୍ ହାତୁଁ ଭାତ୍ ତଲେଁ ପଡିଯେଇକରି ଆଖୁଁ ଥପ୍ଥପ୍ ଲହ ବାହାରିଗଲା। ତାର୍ ମନ୍କେ ତେଥ୍ରୁଁ ମୁନୁଷ୍ପନ୍ ଟା ଡୁକ୍ଲା ଠିକ୍ କହୁଛୁ ରେ ବାବୁ ବଲିକରି କହେଲା।
ଇତାର୍ ଉତାରୁଁ ହାରାଧନ୍ ନର୍ଦିତେଲ୍ ଯେଇକରି ତାର୍ ମାଁବୁଆର୍ ପାହାଁତଲେଁ ପଡିକରି କହୁଛେ ମୋର୍ ଭୁଲ୍ ହେଇଯେଇଛେ ମତେ ମାପ୍ କରିନିଅ। ବୁଢାବୁଢି ଦେଖିକରି ଅକାମକା ହେଇଗଲେ। ଆଏଜ୍ ନି କେଲ୍ ନି କାଣା ହେଲା ଆମର୍ ବାବୁ କେ ବଲୁଛନ୍। ତାର୍ ବୁଆ ତେଥ୍ରୁଁ ଉଟ୍ ବାବୁ ଉଟ୍ ତୋର୍ କାଣା ଭୁଲ୍ ହେଲା ବୋ କିଛି ତ ନିକରିଁ। ହାରାଧନ୍ ଉଠିକରି କହୁଛେ ଆଏଜ୍ ଠାନୁ ତମେ ଦୁହିଜନ ଆମର୍ ସାଂଗେଁ ରହେବ ଗୁଟେ ଠାନେଁ ଖାଏମା ମିଲିମିଶି କରି ରହେମା। ମୁଇଁ ଅନ୍ମୁନ୍ଶିଆ ହେଇ ଯେଇଥିଲି ମୋର୍ ବେଟା ହିରୋ ମତେ ମୁନୁଷ୍ପନ୍ ଦେଖେଇ ନେଲା। ଇତାର୍ ଉତାରୁଁ ଯଶୋଧନ୍ ର ଘରେଁ ଆଗର୍ ଲେଖେଁ ସଭେ ହସିଖୁସି କରି ରହେଲେ।
ଆମେ ଯଦି ମାଁବୁଆକୁଁ ଭଲ୍ଭାବେଁ ନି ରଖ୍ଲେଁ ଆମର୍ ଛୁଆମାନେ ଦେଖିକରି ଆମକୁଁ ବି ଏନ୍ତା ଅବସ୍ତା କର୍ବେ। ତ ଆମେ ମାଁବୁଆକର୍ ମିଲିମିଶି କରି ରହେଲେଁ ତାକର୍ ସେବା କର୍ଲେଁ ଆମର୍ ତ ମଂଗଲ୍ ହେବା ତାର୍ ସାଂଗେଁ ଆମର୍ ଛୁଆମାନେ ବି ଠିକ୍ ଶିକ୍ଷାଟେ ପେଇ ପାର୍ବେ। ପର୍କୁତ୍ ରେ ମାଁବୁଆ ଭଗବାନ୍ ଠାନୁ ବି ବଡ୍ ଆନ୍। ତାହାକୁ ସେବା କର୍ଲେଁ ତାହାକୁଁ ହସେଇ କରି ରଖ୍ଲେ ଯେନ୍ ଫଳ୍ ମିଲ୍ସି ଜପତପ କି ଯେତେ ଯଜ୍ଞ କର୍ଲେଁ ଏତ୍କି ଫଳ୍ ନି ମିଲେ।
ପଦ୍ମ ପୁରାନ୍ ଥିଁ ବ୍ଯାସଦେବ୍ ଲେଖିଛନ୍ -
ପ୍ରାକ୍ ପିତ୍ରୋରର୍ଚୟା ବିପ୍ରା ମଦ୍ଧର୍ମଂ ସାଧୟେନ୍ନରଃ ।
ନ ତତ୍କ୍ରଶତୈରେବ ତୀର୍ଥଯାତ୍ରାଦିଭିର୍ଭୁବି ।।
ପିତା ଧର୍ମଃ ପିତା ସ୍ବର୍ଗଃ ପିତା ହି ପରମଂ ତପଃ ।
ପିତରି ପ୍ରୀତିମାପନ୍ନେ ପ୍ରୀୟନ୍ତେ ସର୍ବଦେବତାଃ ।।
ପିତରୋ ଯସ୍ଯ ତୃପ୍ଯନ୍ତି ସେବୟା ଚ ଗୁଣେନ ଚ ।
ତସ୍ଯ ଭାଗୀରଥୀସ୍ନାନ ମହନ୍ଯହନି ବର୍ତତେ ।।
ସର୍ବତୀର୍ଥମୟୀ ମାତା ସର୍ବଦେବମୟଃ ପିତା ।
ମାତରଂ ପିତରଂ ତସ୍ମାତ୍ ସର୍ବଯତ୍ନେନ ପୂଜୟେତ୍ ।।
(ପଦ୍ମ ପୁରାନ୍, ସୃଷ୍ଟି ଖଣ୍ ୪୭/୮-୧୧)
ଇତାର୍ ମାନେଁ ପହେଲା ମାଁବୁଆ କୁଁ ପୂଜା କରିକରି ମୁନୁଷ୍ ଯେନ୍ ଧରମ୍ କର୍ସି, ସେଟା ଗୁର୍ଦୁଟେ ଯଜ୍ଞ ଆର ତିର୍ଥ କର୍ଲେଁ ବି ନେଇଁ ମିଲେ। ବୁଆ ଧରମ୍, ବୁଆ ସରଗ୍ ଆର୍ ବୁଆ ହିଁ ତପ୍ ଆଏ। ବୁଆ ଖୁସ୍ ହେଲେଁ ସବୁ ଦେବ୍ତା ଖୁସ୍ ହେଇ ଯାଏସନ୍। ଯାହାର୍ ସେବା ଅଉ ସତ୍ଗୁନ୍ ଥିଁ ମାଁବୁଆ ଖୁସି ହେଇଯାଏସନ୍, ସେ ପୁଓ କେ ସବୁଦିନ୍ ଗଂଗା ଠାନେଁ ଗାଧ୍ବାର୍ ଫଳ୍ ମିଲ୍ସି। ମାଁ ସବୁତୀର୍ଥ ଆନ୍ ଆର୍ ବୁଆ ସବୁ ଦେବ୍ତା ମାନ୍କର୍ ଭେସ୍ ଆନ୍ : ଇଥିର୍ ଲାଗି ସବୁ ପର୍କାରେଁ ମାଁବୁଆ କର୍ ଯତନ୍ କରି ତାହାକୁଁ ସେବା କର୍ବାର୍ କଥା ।।
ମାଁବୁଆ ଆନ୍ ବଡ୍ ମାହାଁପୁରୁ
ତାହାକୁଁ କେଭେଁ ନାଇଁ ଭାବ୍ବ ସୁରୁ।।
ଚୁହାନ୍ ପାଲି,ଘେଁସ୍,ବର୍ଗଡ୍
No comments:
Post a Comment