Sunday, December 27, 2020

ଶୀତ ଆସିଛି ମୋ ଗାଁ କୁ

ସମୟର  ସାଥେ   ଋତୁ ଚକ୍ର ଘୂରେ

        ଗ୍ରୀଷମ ବରଷା ଶୀତ

ଦଶହରା ଠାରୁ      ପସରା  ମେଲାଇ

         ଶୀତ ଆସି ବସେ ମିତ  ||1 ||

ଭଲ ମନ୍ଦ ଦୁଃଖ     ସୁଖ ବାଣ୍ଟିସିଏ

         ସ୍ମୁତି ଯାଏ କିଛି ଛାଡି

ଶୀତ ବଳ ବଢ଼ି      ଥାଏ ମାଘମାସେ

         ବାଘ ପରି ବସେ ମାଡି || 2 ||

ଧୂନି ଜାଳି ଲୋକେ  ସକାଳ ଓସଂଜେ 

        ଶୀତ କଷ୍ଟ ଭୂଲି ଥାନ୍ତି

କୁଟା କାଠି ଝଟା    ଅସକରା ଜାଳି

       ଗାଁଦାଣ୍ଡେ ପୁଇଁ ହୁଅନ୍ତି  || 3 ||

ଅମଳ ସମୟେ    କ୍ଷେତ ଖଳା ଦେଖି

         କୃଷକ ଆନନ୍ଦେ ହସେ

ଗେଣ୍ଡୁଓ ସୋରିଷ ଫୁଲର ଶୋଭାରେ

       ମୋଗାଁଟି  ସୁନ୍ଦର ଦିଶେ  || 4||

ମାଣବଷା ସାଥେ   ସରସ୍ବତୀ ପୂଜା

      ସମ୍ବାଦଶାମୀ ରେ ମିଶି

ମକର ସଂକ୍ରାନ୍ତି     ପୁଷୁପୁନେଇଁ କୁ

      ପାଳନ୍ତି ସଭିଏଁ ହସି  ||5 ||

ଭୋଜିଭାତ ସାଥେ ଭାଇଚାରା ଭାବ

        ସଭିଙ୍କୁ ବାନ୍ଧି ରଖିଛି

ଭାବ ଭକତିର     ନିଆରା ସେ ଦୃଶ୍ୟ

     ମୋଗାଁକୁ ଶୀତ ଆସିଛି  ||6 ||

~~~~~~

ରାତିନାରାୟଣ ରାଉତ |ପ୍ର. ଶି.
ପିଟାଟାଙ୍ଗର ଉ. ପ୍ରା. ବିଦ୍ୟାଳୟ
ହରିଚନ୍ଦନପୁର, କେନ୍ଦୁଝର, ଓଡିଶା

7 comments:

  1. ରାତିନାରାୟଣ ରାଉତ |ପ୍ର. ଶି.
    ପିଟାଟାଙ୍ଗର ଉ. ପ୍ରା. ବିଦ୍ୟାଳୟ
    ହରିଚନ୍ଦନପୁର, କେନ୍ଦୁଝର, ଓଡିଶା |

    ReplyDelete
  2. ରତିନାରାୟଣ ରାଉତ |ପ୍ର. ଶି.
    ପିଟାଟାଙ୍ଗର ଉ. ପ୍ରା. ବିଦ୍ୟାଳୟ
    ହରିଚନ୍ଦନପୁର, କେନ୍ଦୁଝର, ଓଡିଶା |

    ReplyDelete
  3. ରତିନାରାୟଣ ରାଉତ ପ୍ର. ଶି.
    ପିଟାଟାଙ୍ଗର ଉ. ପ୍ରା. ବିଦ୍ୟାଳୟ
    ହରିଚନ୍ଦନପୁର, କେନ୍ଦୁଝର, ଓଡିଶା |

    ReplyDelete
  4. ରତିନାରାୟଣ ରାଉତ |ପ୍ର. ଶି.
    ପିଟାଟାଙ୍ଗର ଉ. ପ୍ରା. ବିଦ୍ୟାଳୟ
    ହରିଚନ୍ଦନପୁର, କେନ୍ଦୁଝର, ଓଡିଶା |

    ReplyDelete
  5. ମୋର ନାମ ରତିନାରାୟଣ ରାଉତ. ହେବ |

    ReplyDelete

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy