ମାଧବୀ ପଟେଲ।
ନୂପୁରର ଖିଲିଖିଲି ହସ ଓ ଝୁମୁର ଝୁମୁର ପାଉଁଜିର ଶବ୍ଦରେ ଶବ୍ଦମୟ ପାଲଟିଯାଇଥିଲା କୁଡିଆଟି।ଦୀର୍ଘ ଅଠେଇଶ ବର୍ଷପରେ ଏ ଘରେ ପିଲାର କିଲ୍କାରି ର ଗୁଞ୍ଜରଣ ଶୁଣିବାକୁ ମିଳୁଥିଲା।ସ୍ବାଧିନର ଜନ୍ମବେଳେ
ଏଘର ଏମିତି ଉତ୍ସବମୁଖର ହୋଇଯାଇଥିଲା।ତାରି କୁଆଁକୁଆଁ ଡାକରେ ଏକ ପବିତ୍ର ବାତାବରଣ ସୃଷ୍ଟିହୋଇ ଯାଇଥିଲା।ତାର ଯତ୍ନ ନେଉନେଉ ତାସହ ଖେଳୁଖେଳୁ କଟିଯାଉଥିଲା ସମୟ।ତାରି ପସନ୍ଦର ଜିନିଷ ଖୋଜିଆଣୁଥିଲେ ବାପା ମାଆ।ସ୍ବାଧିନ ଧିରେ ଧିରେ ବଡ ହେବାକୁ ଲାଗିଲା।ଭଲ ପଢିଲା।ବଡ ଚାକିରି ପାଇ ସହରରେ ରହିଲା।ଭଲଘର ଦେଖି ଝିଅଟିଏ ବାଛି ସୁମିତ୍ରା ବୋହୁକରି ଆଣିଲା ଘରକୁ।
ଯାହାକୁ କୁହନ୍ତି ସୁଗୃୃହିଣୀ ସୁନା ବୋହୁଟେ।
ଯେମିତି ସୁନ୍ଦର ସେମିତି ସ୍ବଭାବ ବି ସେମିତି ଉତ୍କୃଷ୍ଟ।
ସମସ୍ତଙ୍କୁ ମାନ୍ୟଦେବା ଭଲପାଇବା ଶିଖିଛି।କୌଣସି ଗୃହକର୍ମରେ ସେ ପଛୁଆ ନୁହଁ।ସମସ୍ତଙ୍କୁ ସଂଖୋଳି କୁଡିଆକୁ ସ୍ବର୍ଗପୁରୀରେ ପରିବର୍ତିତ କରିଦେଇଛି।
ହେଲେ ତାକୁ କଣ ସବୁଦିନ ଗାଁ ମାଟିରେ ଏମିତି ଛନ୍ଦି ରଖି ପାରିବ ସୁମିତ୍ରା।ପୁଅ ସହରରେ ଏକାକୀ ରହୁଛି।ତାର ଖାଇବା ପିଇବାର ଯତ୍ନ ନେବାକୁ ବିତ ଜଣେ ଦରକାର।ବାଧ୍ୟହୋଇ ସେ ବୋହୂକୁ ପୁଅ ପାଖକୁ ପଠାଇ ଦେଲେ।ପୁଅ ପାଖେ ଛଅ ମାସ ନ ରହୁଣୁ ଖବର ଆସିଲା ବୋହୁର ଗର୍ଭଅଛି।ଗାଁ ମନ୍ଦିରରେ ଯାଇ ବୋହୁର ଶୁଭ ମନାସି ନଡିଆ ବାଡେଇ ଆସିଲା।ସୁନ୍ଦର ସ୍ବସ୍ଥ୍ୟବାନ ସନ୍ତାନଟେ ଦିଅ ବୋଲି ଭଗବାନଙ୍କୁ ଗୁହାରିକଲା।ଦେଖୁ ଦେଖୁ ସମୟର ଚକ ଗଡି ଚାଲିଲା ପ୍ରସୁତିର ସମୟ ଆସିଗଲା।
ସମୁଦିଘରେ ଓ ସେମାନେ ମିଳି ନୂତନ ଅତିଥୀ ପାଇଁ ଆଗରୁ କେତେ ଖେଲଣା ଗାଡି ଷ୍ଟ୍ରଲର୍ ଦୁଲି ମସାରି କିଣିକି ରଖିଥାନ୍ତି।ସବୁ ଅପେକ୍ଷାର ଅନ୍ତଘଟାଇ ପସୁତି ଗୃହରୁ ଏକ କଅଁଳ ଶିଶୁର କାନ୍ଦ ଭାସି ଆସିଲା।ଏକ ମଧୁ ଉନ୍ମାଦନରେ ସମସ୍ତ ପରିଜନ ଉଦ୍ଗ୍ରୀବ ହୋଇ ଅନେଇ ରହିଲେ ଖୁସି ଖବର ଶୁଣିବାକୁ।ନର୍ସଟିଏ ବାହାରିଆସି କହିଲା ଝିଅଟିଏ ହୋଇଛି। ତୁମ ଘରକୁ ଲକ୍ଷ୍ମୀ ଆସିଛନ୍ତି।ସୁମିତ୍ରାର ସ୍ବାମୀ ଶୀଘ୍ର ପାଞ୍ଚଶହ ଟଙ୍କା ନର୍ସକୁ ଦେଲେ ହସ୍ପିଟାଲର ସମସ୍ତେମିଠା ଆଣି ଖାଇବ ବୋଲି।ଗୋରୀ ସୁକୁମାରୀ କୁନୀ ଝିଅଟିଏ ଆଣି ଯେତେବେଳେ ମାଆ ପାଖେ ନର୍ସ ଶୁଆଇଦେଲେ
ସମସ୍ତେ ଖୁସିରେ ଘେରିଗଲେ ତାକୁ।ତାର ଫଟୋ ଇଠାଇ ଓ୍ବାଟସପ୍ ଓ ଫେସବୁକରେ ପଠାଦେଲେ ବନ୍ଧୁପରିଜନ ସମସ୍ତେ ଦେଖିବେ ବୋଲି।ତାପରେ ବଧାଇ ର ସୁଅ ଛୁଟିଲା ଗୋଟିଏ ପରେ ଗୋଟିଏ।
ଦୁଇଦିନପରେ ପିଲାକୁ ନେଇ ଘରକୁଫେରିଲାପରେ
ଘରେବି ଗହଳଚହଳ ଲାଗିରହିଲା ବନ୍ଧୁ ବାନ୍ଧବ ପରିଜନଙ୍କର।ଗୋଟିଏ ମାତ୍ର ପୁଅର ପ୍ରଥମ ନାତୁଣୀ ।ସମସ୍ତଙ୍କ ଅଳିଅଳ ଥିଲା।ଯେତେବେଳେ ବର୍ଷକର ହେଲା ସୁନାଚୁଡି ପାଉଁଜି ପିନ୍ଧେଇଲେ ସୁମିତ୍ରା।ଯୁଆଡେଯାଏ ଝୁମୁରୁ ଝୁମୁରୁ ଶବ୍ଦରେ ନିନାଦିତ ହେଉଥାଏ ଘରଟି।ତାର କୁନି କୁନି ଦରୋଟି ଭାଷାରେ
ସମସ୍ତଙ୍କ ମନରେ ଖୁସିର ଲହରଟିଏ ଖେଳିଯାଉଥାଏ।
ମାଆ ବାପା ଆଈମା ଦାଦା ନାନୁ ନାନୀମା ଏମିତି ଡାକିବାକୁ ଆରମ୍ଭ କରିଥାଏ।ପ୍ରାୟତଃ ସେ ସହରରେ ତା ମାଆବାପାପାଖେରହେ।ହେଲେ ମଝି ମଝିରେ ଛୁଟିହେଲେ ଗାଁକୁ ଆସନ୍ତି।ସେତେବେଳେ ଗାଁର କୁଡିଆଘରଟି ସ୍ବର୍ଗ ସ୍ବର୍ଗ ଅନୁଭୁତ ହୁଏ।ଗୁହାଳର ଗାଈ ଗୋରୁ କୁକୁଡା ବତକ ଛେଳି କୁକୁରଓ ପକ୍ଷୀମାନଙ୍କୁଦେଖି ଝିଅଟି ବହୁତ ଖୁସିହୁଏ।ହେଲେ ସୁଖର ସମୟ ବେଶି ଦିନ ରହେନି ବୋଲି କୁହନ୍ତି।
ସେଦିନ ବି ଏକ ଦୁର୍ଯୋଗର ସମୟ ଥିଲା।ସୁମିତ୍ରା ନାତୁଣୀକୁ ବାହାରେ ଖେଳାଉଥିଲେ।ଫୋନ୍ଟିଏ ଆସିଲା
ଫୋନରେ କଥାହେଉହେଉ ସେ କେତେବେଳେ ଝିଅକୁ ପଛ କରିଦେଲେ।ସେହି ସୁଯୋଗରେ ଛୁଆଟି ରାସ୍ତାମଝିକୁ ଚାଲିଗଲା ଓ ଦ୍ରୁତଗତିରେ ଆସୁଥିବା ମୋଟରସାଇକିଲ ରେ ପିଟିହେଇ ଛିଟିକିପଡିଲା ଏକ ରାସ୍ତାକଡର ପଥର ଦେହରେ।ଶବ୍ଦଶୁଣି ସୁମିତ୍ରାମୁହଁବୁଲାଇ ଦେଖିଲା ବେଳକୁ ତାଙ୍କର ଅଳିଅଳି ନୂପୁର ରକ୍ତଜୁଡୁବୁଡୁ ହୋଇ ଗଡୁଥିଲା ଧୂଳିରେ।
ସେ ଯୋର୍ରେ ନୂପୁର ଡାକି ଦଉଡି ଆସିଲେ ପାଖକୁ।ଶରବିଦ୍ଧ ପକ୍ଷୀଟିଏ ପରି କ୍ଷତାକ୍ତ ହୋଇ ପଡିଥିଲାଝିଅଟି
କଥା କହିବାର ସାମର୍ଥ୍ୟ ନଥିଲା।ଏ ଖବରପାଇ ଦଉଡି ଆସିଲେ ତାର ବାପାମାଆ।ନିଜ ଜୀବନର ଟୁକୁଡାକୁ ଏପରି ଅବସ୍ଥାରେ ଦେଖି କୋଉ ବାପାମାଆର ହୋସ୍ ରହିବ।ସେମାନେ ମାଆକୁ ଯାହାତାହା ଗାଳିକଲେ।ଦାୟିତ୍ବ ହୀନ ପିଲାର ଯତ୍ନ ରଖିପାରିଲୁନି ବୋଲି କହିଲେ।ଫୋନକଲ୍ ତୋପାଇଁ ବଡ ହେଇଗଲ।ସୁମିତ୍ରା ତ ପିଲାର ଅବସ୍ଥାଦେଖି ମୁକ ହୋଇ ସାରିଥିଲା ସେ ପୁଅ ବୋହୁଙ୍କ କଥା କଛି ଶୁଣିପାରୁନଥିଲା।ସେଇ ଆଘାତରେ ତାର ବିଚାରଶକ୍ତି ହରାଇଲା।ସେ ନିଜକୁ ଦୋଷିଭାବି ନିଜକୁ ଡାହାଣୀ ବୋଲି କହିହେଲା।ସେ କହିଲା ମୁଁ ଗୋଟେ ପିଲାଖାଇ ରେ ମୋ ପାଖକୁ କାହାରି ପିଲା ଛାଡିବ ନାହିଁ।ମୋର ଛାଇପଡିଲେ ତୁମ ଘର ନଷ୍ଟ ହେଇଯିବ।ତୁମ ଜୀବନ ଛାରଖାର ହେଇଯିବ।ମୁଁ ତୁମ ପିଲାର ରକ୍ତ ପିଇଯିବି ନୂପୁରର ଯେମିତି ପିଇଗଲି।ଏମିତି ବକି ବକି ସେ ପାଗେଳି ହୋଇଗଲା।ପୁଅବୋହୁ ମନଦୁଃଖରେ ଚାକିରି ଜାଗାକୁ ଚାଲିଗଲେ।ସୁମିତ୍ରାର ହ ସ୍ବାମୀ ସୁବୋଧବାବୁ ତାକୁ ରାଞ୍ଚୀ ପାଗଳଖାନା ନେଇଗଲେ ତାରଚିକିତ୍ସାପାଇଁ।ସେଠି ଛାଡି ଗାଁକୁ ଚାଲିଆସିଲେ ।ଏତେ ସୁନ୍ଦରଘର ଏବେ ମଶାଣୀ ପରି ଲାଗୁଥିଲା।ସୁମିତ୍ରା ଜଣେ ସ୍ନେହି ଦାୟିତ୍ବବାନ ସ୍ତ୍ରୀଥିଲେ
ହେଲେ ଦୁର୍ୟଭାଗ୍ୟ ପାଖରେ କାହାର ବଳ ଅଛି।ସ୍ବାଧିନ ଓ ବୋହୁ ବି ଏ କଥା ଅନୁଭବକଲେ।ଏପରି ଘଟଣା ତାଙ୍କସହ ବି ଘଟି ପାରିଥାନ୍ତା ଏକ ଅସତର୍କ ମୁହୂର୍ତରେ।ସେମାନେ ମାଆ କେମିତି ଭଲ ହେବ ସେ କଥା ଭାବି ଏକ ଦ୍ବିତୀୟ ସନ୍ତାନ କରିବାକୁ ମନସ୍ତ କଲେ।ସୌଭାଗ୍ୟକୁ ସିଏ ବି ଝିଅଟିଏ ହେଲା ଅବିକଳନୂପୁରପରି ଦେଖିବାକୁ।ବଡହେଲାପରେ ସେମିତି କୁନିକୁନି ଖଣ୍ଡିଆ କଥାରେ ବାପା ମାଆ ଆଈମା ଡାକିଲା।ତାକୁ ନେଇ ସୁମିତ୍ରା ପାଖରେ ଛାଡିଲେ।ତାର ରୁମୁଝୁମୁ ପାଉଁଜିର ସ୍ବର ଓ ଆଈମା ଡାକ ସୁମିତ୍ରାର ସ୍ମରଣ ଶକ୍ତି ଉପରେ ହଲଚଲ ସୃଷ୍ଟିକଲା।ସେ ଝିଅଟିକୁ କିଛିକ୍ଷଣ ନିରିଖେଇ ଦେଖିଲା
ଓ କହିଲା ମୋର ନୂପୁର ମରିନି ମୋର ନୂପୁର ବଞ୍ଚିଛି।
ମୁଁ ଡାହାଣୀ ନୁହେଁ।ମୁଁ ପିଲାଖାଇ ନୁହେଁ।ହେ ଭଗବାନ ମୋର ପରୀକୁ ତୁମେ ଭଲ କରିଦେଲ ତୁମକୁ ଧନ୍ୟବାଦ ପ୍ରଭୁ କୋଟି କୋଟିନମସ୍କାର।
ସୁମିତ୍ରାର ପାଗଳରୋଗ ଭଲ ହୋଇ ଯାଇଥିଲା।ପୁଅବୋହୁ ତାକୁ ଆଦରକରି ଘରକୁ ଡାକି ଆଣିଲେ।
ଏତେ ବର୍ଷର ନୀରବତା ପରେ ପୁଣି ସେ ଭଙ୍ଗା କୁଡିଆରେ ହସର ଲହର ଟିଏ ଗୁଞ୍ଜରଣ ତୋଳୁଥିଲା
କୁନି ନୂପୁରର ପାଉଁଜି ପୁଣି ଝୁମୁରୁ ଝୁମୁରୁ ବାଜୁଥିଲା
ସେଇ ନିକାଞ୍ଚନ ବନ୍ୟ ଭୂମିରେ।ଆଜି ପୁଣି ସରଗ ସରଗ ଅନୁଭୁତ ହେଉଥିଲା ଜାଗାଟି।ଏତେ ଦିନ ପରେ ଘରେ ଭୋଜିର ବାସ୍ନାଟେ ଭାସି ଆସୁଥିଲା।ଆାଜି ପୁଣି ସମସ୍ତେ ମଶି ଭଲଭାବେ ଭୋଜନର ସ୍ବାଦ ଉପଭୋଗ ।କରିବେ।
ମାଧବୀ ପଟେଲ।
No comments:
Post a Comment