Saturday, November 27, 2021

ଜନ ସଚେତନ

ଯମଙ୍କ ଭଉଣୀ ଯମୁନା ନାମଟି

ବହୁ ଅଛି ନଈ ହୋଇ,

ଗଙ୍ଗା ,ଯମୁନା , ସରସ୍ବତୀ ନଈ

ଏକାଠି ସଙ୍ଗମ ସେହି ା

ଆହ୍ଲାବାଦ ଆଜି ପବିତ୍ର ହୋଇଛି

ତ୍ରିବେଣୀ ଘାଟକୁ ନେଇ ,

ହିନ୍ଦୁ ମାନଙ୍କର ପବିତ୍ର ତୀର୍ଥଟି

ଅସ୍ତି ବିଷର୍ଜନ ପାଇଁ ା

ତିବତୁ ବାହାରି ବାଙ୍ଗଲାଦେଶ ଦେଇ

ଭାରତ ଆସିଛି ସେହି

ଯମୁନା ନାମରେ ସୁକ୍ଷାତି ଲଭିଛି

ପବିତ୍ର ହିନ୍ଦୁଙ୍କ ପାଇଁ ା

ଭଗବାନ କୃଷ୍ଣ ଲିଳା କରୁଥିଲେ

ଗୋପି ଗୋପାଙ୍ଗନା ନେଇ

କଦମ୍ବ ମୂଳରେ ଯମୁନା କୂଳରେ

ରାଧାରାଣୀ ସଙ୍ଗେ ଥାଇ ା

ଅପବିତ୍ର ଆଜି ଯମୁନା ହୋଇଛି

କଳୁଷିତ ଲୋକ ପାଇଁ,

ଅବର୍ଜନା ବହି ଯମୁନା ଯାଉଛି

ଦେଖତ ଦୀଲ୍ଲୀରେ ଯାଇ ା

ମଣିଷ ପ୍ରକୃତି ଭୂଲେ ନାହିଁ କିଛି

ଜାଣେନା ନିଜ ସଣ୍ଠଣା ,

ଶବ ପଲିଥିନି ଅବର୍ଜନା ନେଇ

ନଦୀରେ ପକାନ୍ତି ସିନା ା

ନଦ ନଦୀ ଆଜି ଦୂଷିତ ହୋଇଛି

ଅବର୍ଜନା ଜରି ପାଇଁ,

ଲୋକଙ୍କ ଚେତନା ଯାଗ୍ରତ ନହେଲେ

ସ୍ବତ୍ସ ଭାରତ ନୁହଇ ା

ଶୁଣ ନର ନାରୀ ମୋ ଭାରତ ବାସୀ

ସଚେତନ ଆମେ ହେବା

ନଦ ନଦୀ ଆଉ ଆମ ପରିବେଶ

ନିର୍ମଳ ସଦା ରଖିବା ା

ସୁବାସ ଚଂଦ୍ର ତାରିଣୀ,

ତୁଳସି ପଲ୍ଲୀ ,

ଭଞନଗର,

ଗଞାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy