ସମୟ କାହାକୁ ଅପେକ୍ଷା କରେନି
ଚାଲିଥାଏ ଅହରହ।
ଘଣ୍ଟାର କଣ୍ଟା ଟିକ୍ ଟିକ୍ କରଇ
କରି ତା କର୍ମର ଜୟ।
ଘଣ୍ଟା କହୁଥାଏ କର୍ମ କରିଚାଲ
ମୋରି ପରି ଅବିରତ।
ଅଳସୁଆ ହେଲେ ପଛରେ ରହିବ
ହାରିଯିବ ସୁନିଶ୍ଚିତ।
କର୍ମ ଏକା ସାକ୍ଷୀ ହେଇ ରହିଥିବ
ନାମ ଯାହା ଅରଯିବ।
ବାକି ସବୁତକଧନ ଦରବକୁ
ତୁମେକି ସାଥିରେ ନେବ?
ଆଜିର ଯୁବକ କାଲି ହୁଏ ବୃଦ୍ଧ
ଏସବୁ ସମୟ ଖେଳ।
ରାଜେନ୍ଦ୍ର ଆସନୁ ଭିକାରୀ ହୁଅଇ
କଡ ଲେଉଟିଲେ କାଳ।
କାଳର କରାଳ ଗରଭେ ମଣିଷ
ହେଇଯାଏ ଅବସାନ।
ସ୍ନେହ ଭାବ ପ୍ରୀତି ପୁଣ୍ୟର ସମ୍ପତି
ସଞ୍ଚିଥାଏ ଗୁଣିଜନ।
ସମୟ ସ୍ରୋତରେ ଆମେ କୁଟାଖିଅ
ଭାସିଭାସି ଚାଲିଥାଉ।
ଏକଥାକୁ ଯିଏ ଥରେ ବୁଝିଯାଏ
ଗରବ ନ କରେ ଆଉ।
ମାଧବୀପଟେଲ।
ଝାରସୁଗୁଡା।
No comments:
Post a Comment