ପ୍ରିତି ପ୍ରଣତିର ଗଜରାର ହାର
ଗୁନ୍ଥିଛି ହରସ ମନେ
ପ୍ରିୟର ମଥାରେ ଝୁଲାଇ ଦେବିରେ
କହିବି ତାହାର କାନେ ।
ଅସ ଆସ ପ୍ରୟ ସଜାଡିଛି ବାସ
ଫୁଲର ଫଗୁଣ ଆଣି
ତୁମ ପୂଜନରେ ସଜାଡି ଦେବି ହେ
ପବିତ୍ର ତୁଳସୀ ପାଣି ।
ନରମ ଶେଯରେ ଶୁଆଇବି ନେଇ
ଗଜଦନ୍ତ ପଲଙ୍କରେ
ମନ ଲୋଭା ମନ୍ତ୍ର ଗାଇବି ତୋ ପାଶେ
ବୋଳି ଚନ୍ଦନ ଅଙ୍ଗରେ ।
ଅଙ୍ଗ ବାସ ତୁମ ପାଲଟି ଦେବି ହେ
ପାଟ ପିତାମ୍ବର ଦେଇ
ଗୀତ ଗୋବିନ୍ଦକୁ ଗାଇବି ତୋ ପାଖେ
ଦେବଦାସୀ ତୁଲ୍ୟ ହୋଇ ।
ମଳୟ ପବନ ସୁଖ ନିଦ୍ରା ପାଇଁ
ରଖିଛି ଜତନ ଭରେ
ମୋ ନୟନ ମଣୀ ଭକ୍ତ ଦିନମଣି
ସେବକ ହେବିରେ ଥରେ ।
*ଜୟ ଜଗନ୍ନାଥ.............🙏🏻*
*ରଞ୍ଜନ କୁମାର ପଣ୍ଡା*
No comments:
Post a Comment