Sunday, June 20, 2021

ବାପା


'ବାପା' ଶବ୍ଦର ବୃତ୍ତରେ ବନ୍ଧା
କୋଟିଏ ବ୍ରହ୍ମାଣ୍ଡର ସ୍ଥତି
ସୀମାହୀନ ସ୍ନେହ ର ସରଳରେଖା
ଛୁଇଁଯାଏ ହୃଦୟକୁ ନିତି     ।।

ବୃତ୍ତର ପରିଧି କୁ ତ୍ୟାଗର ପ୍ରୟାସ
ଏକ ଅଭିନୟ ମାତ୍ର 
ନିରବୀ ଯାଇଥିବା ସ୍ପନ୍ଦନ ବି ଆଙ୍କୁଥାଏ 
ଅଦୃଶ୍ୟ ପ୍ରେମର  ଚିତ୍ର      ।।

ତୁମ ପାଇଁ ଉପହାର କିବା ଦେବି ଆଜି
ଭକ୍ତି ବିନା ସବୁ ବୃଥା
ଜୀଇଁ ଥିବା ଯାଏ ତୁମ ଚରଣରେ
ସଦା ଥାଉ ମୋର ମଥା      ।।

ତୁମ ଖୁସି ପାଇଁ  ମୋର ଏ ଆଞ୍ଜୁଳି
ପୋଛୁଥିବ ଆଖି ଲୁହ
ଭରିଦେବ ତୁମ ଦୁଇ ଉଠେ ଟିକେ
ହସର ଅମୃତ ସୁଅ       ।।

ଏତିକି ବିନତୀ ହେ ଈଶ୍ୱର ଦିଅ
ସନ୍ତାନ ହୃଦୟେ ପ୍ରେମ
ନିଜ ପିଲାବେଳ ବୃଦ୍ଧ ପିତା ପାଶେ
ଦେଖି କରୁ ସେ ସଲାମ      ।।



 ଦୀପ୍ତି ଦେବଦର୍ଶିନୀ ସୁତାର
ଓରାଳି ,ହାଟଡିହୀ,କେନ୍ଦୁଝର -758083

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy