Sunday, June 20, 2021

🌹ବାପା🌹

🙏🏻ଦିଲ୍ଲୀପ୍ କୁମାର ନନ୍ଦୀ🙏🏻

ମନେ ମନେ ଗୁମୁରି ଗୁମୁରି କାନ୍ଦେ,
ଅସହାୟ ଦରଦିଭରା ହୃଦୟର କାହାଣୀ,
ନା କହିହୁଏ ନା ସହିହୁଏ
ଅଜାଗା ଘାଆ ଭଳି ଦେଖାଇ ହୁଏ ନାହିଁ
  ଦେଖିବି ହୁଏ ନାହିଁ,
ଖାଲି ଯାହା ମନେ ମନେ ମନର ବ୍ୟଥା ମାରିବାଟା ସାର।
କଷ୍ଟ,
    ଅନେକ କଷ୍ଟ ଯନ୍ତ୍ରଣା ସେହି
ସନ୍ତାନଙ୍କ ପାଇଁ।

ବୃକ୍ଷରେ ଡାଳ ପତ୍ର ଭରିଥିବା ବେଳେ
କେତେ ବିହଙ୍ଗଙ୍କ ମେଳ
କଳରବ ଧ୍ୱନୀ ପ୍ରତିଧ୍ୱନୀରେ
ପ୍ରକମ୍ପିତ ଆକାଶ।

ହସ ଉହ୍ଲାଦନରେ ଭରିଯାଏ
   ଛାତି ଭିତରଟା,
ଉଡ଼ି ବୁଲେ ଚଢ଼େଇଟେ ପରି
ଏଇ ପରା ସଂସାର ତା'ର।

ଦୁଃଖ ଯନ୍ତ୍ରଣା ସଵୁ କ୍ଷଣିକେ
ପାଶୋରି ଦିଏ ଚଞ୍ଚୁ ମାରି
ଗୋଟାଇ ଆଣେ ଖାଦ୍ୟ,
ଗୁଣ୍ଡୁଚି ମୂଷା ପ୍ରାୟ ସେତୁ ବନ୍ଧର
ସୈନିକଟେ।

ତିଳ ତିଳ କରି ଜାଳିଛି ନିଜକୁ।

କଳ୍ପବଟ ପ୍ରାୟ ଛାୟା
ଆକାଶ ପରି ଛାତି
ମନରେ ଅସରନ୍ତି ଆଶା।

ଜୀବନର ସନ୍ଧ୍ୟାରେ
ଆଜି ଜରାଶ୍ରମରେ।।

🌹ଧର୍ମଶାଳା, ଯାଜପୁର🌹

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy